ରାଜଧାନୀରେ ଜମି ଦେବାକୁ କହି ୬୫ ଲକ୍ଷ ଟଙ୍କା ଠକେଇ: ମୁଖ୍ୟ ଅଭିଯୁକ୍ତ ଗିରଫ

ଭଦ୍ରକ ଅଫିସ, ୨୯।୫ – ରାଜଧାନୀ ଭୁବନେଶ୍ୱରରେ ଜମି ଦେବାକୁ କହି ଭଦ୍ରକର ଜଣେ ବ୍ୟବସାୟୀଙ୍କଠାରୁ ୬୫ ଲକ୍ଷ ଟଙ୍କା ଠକି ନିଆଯାଇଥିବା ଅଭିଯୋଗ ହୋଇଛି। ଏହି ଠକେଇ କାରବାରର ମୁଖ୍ୟ ଅଭିଯୁକ୍ତ ତିହିଡ଼ି ଆରସା ଗ୍ରାମର ଦେବୀପ୍ରସାଦ ପଣ୍ଡା ଓରଫ୍‌ ବାପିଙ୍କୁ ଟାଉନ ଥାନା ପୋଲିସ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ମାମଲାରେ ଅନ୍ୟ ୩ ଜଣ ଅଭିଯୁକ୍ତ ଥିବା ପୋଲିସ ସୂଚନା ଦେଇଛି।
ଠକେଇର ଶିକାର ହୋଇଥିବା ବ୍ୟବସାୟୀ ହେଲେ ଭଦ୍ରକ ସହରର ଅପର୍ତ୍ତିବିନ୍ଧା ନିବାସୀ ପୂର୍ଣ୍ଣଚନ୍ଦ୍ର ସାହୁ। ଭୁବନେଶ୍ୱରର ପାଣ୍ଡରାରେ ଏକ ୧୬ ଡିସିମିଲ ପରିମିତ ପ୍ଲଟ କିଣିବାକୁ ଗ୍ରାମାଞ୍ଚଳ ଥାନା ଅଧୀନ ବହୁଦରଡା ଗ୍ରାମର ପ୍ରକାଶ ମହାପାତ୍ର ତାଙ୍କୁ ପ୍ରବର୍ତ୍ତାଇଥିଲେ। ପ୍ରକାଶ ପୂର୍ଣ୍ଣଚନ୍ଦ୍ରଙ୍କୁ ଦେବୀପ୍ରସାଦଙ୍କ ସହିତ ଭେଟ କରାଇଥିଲେ। ଦେବୀପ୍ରସାଦଙ୍କ ଭଉଣୀ ହେମଲତା ତ୍ରିପାଠୀଙ୍କ ନାମରେ ଉକ୍ତ ଜମି ଥିଲା। ଯାହାକୁ ହେମଲତା ଦେବୀପ୍ରସାଦଙ୍କ ସ୍ତ୍ରୀ ନିରୁପମାଙ୍କ ନାମରେ ବିକ୍ରି କବଲା କରିଥିଲେ। ଦଲାଲଙ୍କ ଉପସ୍ଥିତିରେ ଉକ୍ତ ଜମିର ବିକ୍ରିମୂଲ୍ୟ ୭୩ ଲକ୍ଷ ଟଙ୍କା ଧାର୍ଯ୍ୟ କରାଯାଇଥିଲା। ପୂର୍ଣ୍ଣଚନ୍ଦ୍ର ବିଭିନ୍ନ ସମୟରେ ଅନଲାଇନ ଓ ଚେକ୍‌ ମାଧ୍ୟମରେ ମୋଟ ୬୫ ଲକ୍ଷ ଟଙ୍କା ପୈଠ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ପୂର୍ଣ୍ଣଚନ୍ଦ୍ରଙ୍କୁ ଜମି ମିଳି ନ ଥିଲା। ସେ ବାରମ୍ବାର ଧାଇଁବା ପରେ ମଧ୍ୟ ଜମି ମିଳିଲା ନାହିଁ କି ଟଙ୍କା ମଧ୍ୟ ଫେରସ୍ତ ପାଇଲେ ନାହିଁ। ଦଲାଲ ଓ ବିକ୍ରେତା ପୂର୍ଣ୍ଣଚନ୍ଦ୍ରଙ୍କୁ ଧରାଛୁଅଁା ଦେଲେନି। ଶେଷରେ ପୂର୍ଣ୍ଣଚନ୍ଦ୍ର ଟାଉନ ଥାନାରେ ରବିବାର ଅଭିଯୋଗ କରିଥିଲେ। ଟାଉନ ଥାନା ଆଇଆଇସି ସରୋଜିନୀ ସିଂ ଏକ ମାମଲା(ନଂ.୧୫୫/୧୯) ରୁଜୁ କରି ତଦନ୍ତ ପରେ ମୁଖ୍ୟ ଅଭିଯୁକ୍ତ ଦେବୀପ୍ରସାଦଙ୍କୁ ଗିରଫ କରିଛନ୍ତି। ଅନ୍ୟ ଅଭିଯୁକ୍ତଙ୍କୁ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଆଇଆଇସି ସିଂ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲିଲେ

ଭଦ୍ରକ ଅଫିସ, ୧୬।୧- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର କେତେକ ଯୁବଗୋଷ୍ଠୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର...

ଡାକବଙ୍ଗଳା ବଜାରରେ ଭୋରୁ ଲାଗିଲା ନିଆଁ: ଚାହୁଁ ଚାହୁଁ ଜଳିଗଲା ୪ ଦୋକାନ

ଭୋଗରାଇ,୨୩।୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା କମର୍ଦା ଥାନା ଅଧୀନ ଡ଼ାକବଙ୍ଗଳା ବଜାରରେ ବୁଧବାର ଭୋରରୁ ହଠାତ୍‌ ଅଗ୍ନିକାଣ୍ଡ ଘଟିଛି। ଏଥିରେ ୪ଟି ଦେକାନରେ ନିଆଁ ଲାଗି ଲଖ୍ୟଧିକ...

ବେଆଇନ ମୋରମ ଖଣି ସୁରକ୍ଷାକୁ ନେଇ ପ୍ରଶ୍ନ

କେନ୍ଦୁଝର, ୧୩ା୬ (ସ୍ବ.ପ୍ର.)- ସଦର ତହସିଲ ଅନ୍ତର୍ଗତ ତୁଳସୀଚଉରା ଗ୍ରାମରେ ଶନିବାର ମୋରମ ଖଣିରେ ଘଟିଥିବା ଦୁର୍ଘଟଣାରେ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ରାଜସ୍ବ ବିଭାଗର...

ଭଦ୍ରକରେ ମୁଖ୍ୟମନ୍ତ୍ରୀଙ୍କ ମାରାଥନ ପ୍ରଚାର: ‘ଶେଷ ନିଃଶ୍ୱାସ ପର୍ଯ୍ୟନ୍ତ ଲୋକଙ୍କ ସେବାରେ ଥିବି’

ଭଦ୍ରକ ଅଫିସ/ବାସୁଦେବପୁର/ବନ୍ତ/ଧାମନଗର, ୨୪।୪ (ଡି.ଏନ.ଏ.) – ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ପାଇଁ ବିଜେଡି ରାଜ୍ୟ ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭଦ୍ରକ ଜିଲା...

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା: ଫେରିଗଲେ ତଦନ୍ତକାରୀ ଅଧିକାରୀ

ଖଇରା, ୨୩।୧୧(ଡି.ଏନ.ଏ.)-ଖଇରା ବ୍ଲକ ଗରସଙ୍ଗ ପଞ୍ଚାୟତରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଶୁକ୍ରବାର ଏହାର ତଦନ୍ତ ପାଇଁ ଆସିଥିବା ତଦନ୍ତକାରୀ ଅଧିକାରୀ ପଞ୍ଚାୟତ କାର୍ଯ୍ୟାଳୟକୁ...

ନିର୍ବାଚନ ଲାଗି ମୟୂରଭଞ୍ଜରେ ସୁରକ୍ଷା କଡ଼ାକଡ଼ି ; ୫ ଶହରୁ ଊର୍ଦ୍ଧ୍ୱ ବୁଥ୍‌ରେ ସିସି ଟିଭି କ୍ୟାମେରା

ବାରିପଦା ଅଫିସ,୨୯।୪- ମୟୂରଭଞ୍ଜ ଲୋକ ସଭା ଆସନ ଅଧୀନ ୭ ବିଧାନସଭା ନିର୍ବାଚନମଣ୍ଡଳୀ ଏବଂ ବାଲେଶ୍ୱର ଲୋକ ସଭା ଆସନରେ ସାମିଲ ହୋଇଥିବା ଏହି ଜିଲାରେ...

ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀରେ ଅଧିକାରୀ

ବାଲେଶ୍ୱର ଅଫିସ, ୨୨।୫-ବାଲେଶ୍ୱର ଜିଲାରେ ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ର ମୁକାବିଲା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରଶାସନିକ...

ଜଉକଣ୍ଢେଇ ବାହାଘର:ମନମୋହିଲା ଚଢ଼େୟା ନାଚ

ବାଲେଶ୍ୱର ଅଫିସ, ୨।୬-ବାଲେଶ୍ୱରର ଲୋକପର୍ବ ଜଉକଣ୍ଢେଇ ବାହାଘର ଅବସରରେ ବିଭିନ୍ନ କାର୍ଯ୍ୟକ୍ରମ ଗାନ୍ଧୀ ସ୍ମୃତି ଭବନରେ ଅନୁଷ୍ଠିତ ହେଉଛି। ଚତୁର୍ଥ ସନ୍ଧ୍ୟାରେ ଭଜନ ଓ ଲୋକସଙ୍ଗୀତ...

Advertisement
Archives

Model This Week