ରସୁଲପୁର ତହସିଲ: ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ

ରସୁଲପୁର,୧୩।୩(ଡି.ଏନ୍‌.ଏ.): ରସୁଲପୁର ତହସିଲ ଅଧୀନରେ ବେଆଇନ ବାଲି ମାଫିଆଙ୍କ ପାଦ୍ରୁର୍ଭାବ ଦିନକୁ ଦିନ ବଢିବାରେ ଲାଗିଛି। ମାଫିଆମାନେ ନିଲାମ ବାଲି ଘାଟକୁ ବନ୍ଦ କରିବାକୁ ମହିଳାଙ୍କୁ ଢାଲ କରୁଥିବାବେଳେ ତେଣେ ଲିଜ୍‌ଧାରୀଙ୍କୁ ସୁରକ୍ଷା ଦେବାରେ ପ୍ରଶାସନ ବିଫଳ ହେଉଛି। ଯାହାଫଳରେ ସରକାରଙ୍କୁ ଲକ୍ଷାଧିକ ଟଙ୍କା ଟିକସ ଦେଇ ମଧ୍ୟ ନିଲାମଧାରୀମାନେ ବାଲି ଉଠାଇ ପାରୁ ନାହାନ୍ତି। ଏଭଳିସ୍ଥିତିରେ ପ୍ରଶାସନ ବିରୋଧରେ ଲିଜ୍‌ଧାରୀମାନେ କୋର୍ଟଙ୍କ ଆଶ୍ରୟ ନେବାକୁ ପ୍ରସ୍ତୁତ ହେଉଥିବାବେଳେ ଅନେକ ସମୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାବେଳକୁ ପ୍ରଶାସନିକ ଅଧିକାରୀ ବିରୋଧର ଶିକାର ହେଉଛନ୍ତି।
ମିଳିଥିବା ସୂଚନା ଅନୁସାରେ ବାଲି ମାଫିଆମାନେ ସ୍ଥାନୀୟ ଅଞ୍ଚଳର ମହିଳାଙ୍କୁ ଢାଲକରି ପ୍ରଶାସନିକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଯାହାକି ଜାବରା ପଞ୍ଚାୟତ ନିକଟସ୍ଥ ବ୍ରାହ୍ମଣୀ ନଦୀର ଲିଜ୍‌ ଘାଟରୁ ବାଲି ଉଠାଣକୁ ସ୍ଥାନୀୟ ଜନସାଧାରଣ ବିରୋଧ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଏଠାରେ ବେଆଇନ ବାଲି ଚାଲାଣ ବନ୍ଦ କରାଯିବାରୁ ପରିସ୍ଥିତି ଅଣାୟତ୍ତ ହୋଇଛି। ଶନିବାର ପ୍ରଶାସନିକ ଅଧିକାରୀମାନେ ଆଇନଗତ ପଦକ୍ଷେପ ନେବାକୁ ଯାଇ ହଟହଟା ହେବା ଘଟଣା ସମଗ୍ର ତହସିଲ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ତହସିଲ ଅଞ୍ଚଳରେ ୭ଟି ନିଲାମ ବାଲିଘାଟ ରହିଛି। ସେଥି ମଧ୍ୟରୁ ଜାବରା ବାଲିଘାଟ ଅନ୍ୟତମ। ଏହି ଘାଟକୁ ନେଇ ଲିଜ୍‌ଧାରୀ ଓ ବେଆଇନ ବାଲି ମାଫିଆଙ୍କ ମଧ୍ୟରେ ଛକାପଞ୍ଚା ଲାଗି ରହିଛି। ଦୁଇ ଗୋଷ୍ଠୀ ମଧ୍ୟରେ ସୃଷ୍ଟ ବିବାଦ ମଝିରେ ରସୁଲପୁର ତହସିଲ ଓ କୁଆଖିଆ ଥାନା ପୋଲିସ ପ୍ରଶାସନ ଛନ୍ଦି ହୋଇଯାଇଛି। ଦୀର୍ଘବର୍ଷ ଧରି ଏଠିକାର ନିଲାମ ବାଲିଘାଟ ମାମଲା କୋର୍ଟରେ ବିଚାରାଧୀନ ଥିଲା। ଏହି ମୌକାରେ ଜାବରା, ବରକୋଳି ପାଟଣା, କଣ୍ଠିଆକଣ ଆଦି ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀର ବେଆଇନ ବାଲି ଘାଟରୁ ଶହ ଶହ ଟ୍ରିପ ବାଲି ଚାଲାଣ ହେଉଥିଲା। କୋର୍ଟଙ୍କ ଅବରୋଧ ହଟିବା ପରେ ତହସିଲ ପ୍ରଶାସନ ପକ୍ଷରୁ ବାଲିଘାଟକୁ ଲିଜ୍‌ ଦିଆଯାଇଥିଲା। ଏହି ଅଞ୍ଚଳରେ ବେଆଇନ ବାଲିଘାଟ ପ୍ରଭାବିତ ହୋଇଥିଲା। ଉକ୍ତ ବେଆଇନ ବାଲି ପରିବହନରୁ ଲାଭ ଉଠାଉଥିବା ବ୍ୟକ୍ତିମାନେ ଆଇନଗତ ବାଲି ପରିବହନକୁ ବନ୍ଦ କରିବା ପାଇଁ ନାନା ପନ୍ଥା ଆପଣେଇ ଥିଲେ। ବାଲିଘାଟରେ ମେଶିନ ସହାୟତାରେ ବାଲି ଉତ୍ତୋଳନ ହେବା ସହ ହାଇୱାରେ ବାଲି ପରିବହନ ହେବାରୁ ବିରୋଧ ଆରମ୍ଭ ହୋଇଥିଲା। ବିଶେଷକରି ସୀମା ବାହାରୁ ବାଲି ଉଠାଇବା, ନିର୍ମାଣ ପୋଲ ନିକଟରୁ ବାଲି ଉଠାଇବା, ପୋଲପ୍ରତି ବିପଦ ସୃଷ୍ଟି କରିବା, ବାଲି ଉତ୍ତୋଳନ କ୍ଷେତ୍ରକୁ ମାପଚୁପ କରିବା ଭଳି ନାନା ଦାବି କରି ଲିଜ୍‌ଧାରୀମାନେ ଆନ୍ଦୋଳନ କରିଆସୁଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବା ସହ ଅନେକ ଥର ମାମଲା ଥାନାରେ ବି ପହଞ୍ଚତ୍ଥିଲା। ଏପରି କି ବିରୋଧୀମାନେ ଶେଷଥର ନିଲାମ ବାଲିଘାଟ ମାପଚୁପ୍‌ କରିବାକୁ ଜିଦ୍‌ କରି ବାଲି ଉତ୍ତୋଳନକୁ ବନ୍ଦ କରିଥିଲେ। ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଉପୁଜିଥିଲା। ଏହି ଘଟଣା ସମ୍ପର୍କରେ ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା। ଅଭିଯୋଗ ଆଧାରରେ ପୋଲିସ ଉଭୟ ପକ୍ଷଙ୍କୁ ଡାକି ଆଲୋଚନା କରିବା ସହ ଲିଜ୍‌ ଘାଟର ମାପଚୁପ୍‌ କରିବା ପାଇଁ ଆପୋଷ ଭାବରେ ସ୍ଥିର ହୋଇଥିଲା। ନିଷ୍ପତ୍ତି ମୁତାବକ ମାର୍ଚ୍ଚ ୭ତାରିଖରେ ତହସିଲଦାର ଜ୍ୟୋତିକାନ୍ତ ଭୂଜବଳ ଓ କୁଆଖିଆ ଥାନା ଅଧିକାରୀ ମନୋଜ କୁମାର ସ୍ବାଇଁଙ୍କ ନେତୃତ୍ୱରେ ତହସିଲ ପ୍ରଶାସନ ଓ ପୋଲିସ ବାହିନୀକୁ ନେଇ ବାଲି ଘାଟ ମାପଚୁପ୍‌ କରିବା ପାଇଁ ନିଲାମ ଘାଟ ନିକଟରେ ପହଁଚି ଥିଲେ। ମାତ୍ର ବିରୋଧୀ ଗୋଷ୍ଠୀ ସ୍ବର ବଦଳାଇବା ସହ ନିଲାମ ଘାଟକୁ ବାତିଲ କରିବା ଦାବି କରି ପ୍ରଶାସନ ଅଧିକାରୀଙ୍କୁ ମାପଚୁପ୍‌ କରାଇ ଦେଇ ନ ଥିଲେ। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଜନସାଧାରଣ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ଯାହାଫଳରେ ମାପଚୁପ୍‌କୁ ଅଧାରୁ ବନ୍ଦକରି ପ୍ରଶାସନିକ ଅଧିକାରୀମାନେ ଫେରି ଆସିଥିଲେ। ସେହି ଦିନରୁ ଆଇନଗତ ବାଲି ଘାଟରୁ ବାଲି ପରିବହନ ବନ୍ଦ ରହିଛି। ଉକ୍ତ ଘଟଣାକୁ ନେଇ ଲିଜ୍‌୍‌ଧାରୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ନିଲାମ ଘାଟ ପରିଚାଳନା କରିବାରେ ସହଯୋଗ ମିଳୁ ନ ଥିବାରୁ ଆଇନର ସହାୟତା ନେବାକୁ ଲିଜଧାରୀ ସଜବାଜ ହେଉଥିବାର ସୂଚନା ମିଳୁଛି। ତେଣେ ଏହି ଘଟଣା ପରେ ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ଅସମ୍ଭବ ନୀରବତା ଉଭୟ ଗୋଷ୍ଠୀଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। ଏନେଇ ରସୁଲପୁର ତହସିଲଦାର ଭୂଜବଳଙ୍କୁ ପଚାରିବାରୁ ସେ ଏହି ଘଟଣାକୁ ଗୁରୁତର ସହ ନେଇଛନ୍ତି। ଏବେ ସେ ଦୁଇଟି ତହସିଲ ଦାୟିତ୍ୱରେ ଅଛନ୍ତି ା ଏନେଇ ସମୟ ବାହାର କରି ଥାନା ଅଧିକାରୀ ସ୍ବାଇଁଙ୍କ ସହ ଆଲୋଚନା କରିବା ପରେ ଯାହାକିଛି ପଦକ୍ଷେପ ନେବେ ବୋଲି ପ୍ରକାଶ କରିଛନ୍ତି। ପ୍ରକାଶ ଥାଉ କି, ଏହି ତହସିଲ ଅଧୀନସ୍ଥ ରାଜେନ୍ଦ୍ରପୁର ପଞ୍ଚାୟତ କରଜଙ୍ଗା ଗ୍ରାମ ନିକଟସ୍ଥ ବ୍ରାହ୍ମଣୀ ନଦୀର ରଣେଶ୍ୱର ଘାଟରୁ ନିଲାମଧାରୀ କୈଳାସ ସାହୁ ଲିଜ୍‌ ନେଇଛନ୍ତି। ଏହି ଘାଟରୁ ଅଳ୍ପ କେତେ ଦୂରରେ ଆଉ ଏକ ବେଆଇନ ବାଲିଘାଟ ଚାଲୁଛି। ସେଠାରୁ ଏବେ ବି ଶହ ଶହ ଟ୍ରିପ୍‌ ବାଲି ପରିବହନ ହେଉଛି। ମାତ୍ର ପ୍ରଶାସନିକ ଅଧିକାରୀଙ୍କ ଟାଳଟୁଳ ନୀତି ଯୋଗୁଁ ନିଲାମ ଘାଟଟି ଏବେ ବି ବନ୍ଦ ରହିଥିବା ଜଣାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ

ନୂଆପଡା ଅଫିସ,୬ା୮- ଶୈଶବରେ ସାଙ୍ଗ ସାଥୀ ମେଳରେ ଖେଳିବା ବୁଲିବା ବୟସ । ହେଲେ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିବାବେଳେ ଦୁଇ ଆଖିରେ ଦେଖିପାରୁ ନ...

ପୂର୍ବତନ ଜିଲା ଶ୍ରମ ଅଧିକାରୀଙ୍କୁ ୩ ବର୍ଷ ଜେଲ୍‌ଦଣ୍ଡ

ବାରିପଦା ଅଫିସ,୩୦ା୭- ମୟୂରଭଞ୍ଜ ଜିଲା ବାରିପଦା ସ୍ଥିତ ସ୍ପେଶାଲ ଜଜ (ଭିଜିଲାନ୍ସ) ବେଣୁଧର ପାତ୍ର ମଙ୍ଗଳବାର ଏକ ଲାଞ୍ଚ ମାମଲାର ବିଚାର କରି ଦୋଷୀଙ୍କୁ ୩...

ଅନ୍ୟ ରାଜ୍ୟରେ ମିଳୁଛି, ଓଡ଼ିଶାରେ ନାହିଁ

କଟକ ଅଫିସ,୧୪।୭: ମହାମାରୀ କରୋନା ଯୋଗୁ ସାଢ଼େ ୩ମାସରୁ ଅଧିକ ସମୟ ହେଲା ରାଜ୍ୟର ପ୍ରାୟତଃ ସମସ୍ତ କୋର୍ଟ କାର୍ଯ୍ୟ ପ୍ରଭାବିତ ହୋଇଛି। କମ୍‌ ତଥା...

ରୋଗୀଙ୍କ ଜୀବନ ସହ ଖେଳ: ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ବୁହା

ତାଳଚେର,୮ା୮(ନି.ପ୍ର.)  ରୋଗୀଙ୍କ ଜୀବନ ରକ୍ଷାରେ ଆମ୍ବୁଲାନ୍ସର ଭୂମିକା ଗୁରୁତ୍ୱପୂର୍ଣ୍ଣ। ହେଲେ ଏନ୍‌ଟିପିସି ପରିଚାଳନାଧୀନ ତାଳଚେର ଥର୍ମାଲ (ଟିଟିପିଏସ୍‌) ହସ୍ପିଟାଲ କର୍ତ୍ତୃପକ୍ଷ ଆମ୍ବୁଲାନ୍ସରେ ବର୍ଜ୍ୟବସ୍ତୁ ପରିବହନ କରୁଛନ୍ତି।...

କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ଘଟଣା: ଶର୍ମିଷ୍ଠାଙ୍କୁ ଧରିବା ପାଇଁ ୩ ଟିମ୍‌ ଗଠନ

ଭୁବନେଶ୍ୱର,୧୯ା୩(ବ୍ୟୁରୋ): କ୍ୟାମେରାମ୍ୟାନ ମାନସ ସ୍ବାଇଁ ହତ୍ୟା ମାମଲା ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କୁ ଧରିବା ପାଇଁ ଭଦ୍ରକ ଏସ୍‌ପି ଚରଣ ସିଂହ ମୀନା ୩ଟି ଟିମ୍‌...

ସମେଟିଭ୍‌ ପରୀକ୍ଷା ଦେଇପାରିଲେନି ୩୦ ଛାତ୍ରୀଛାତ୍ର

ଢେଙ୍କିକୋଟ, ୬।୧ (ଡି.ଏନ.ଏ.): କେନ୍ଦୁଝର ଜିଲା ଢେଙ୍କିକୋଟଠାରେ ଥିବା ୨ ସରକାରୀ ଉଚ୍ଚ ବିଦ୍ୟାଳୟର ପରୀକ୍ଷା କେନ୍ଦ୍ରରେ ବୁଧବାର ଦଶମ ସମେଟିଭ-୧ ପରୀକ୍ଷା ଚାଲିଛି। ଦୁଇ...

ମାସ୍କ ନ ପିନ୍ଧି କାମ କରୁଛନ୍ତି ଶ୍ରମିକ

ବିନିକା,୮ା୫(ଡି.ଏନ୍‌.ଏ.)-ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ୍‌ ଅଞ୍ଚଳରେ ୩ ଦିନ ଧରି ବିଭିନ୍ନ ବିଭାଗର ଉନ୍ନୟନ କାମ ପ୍ରାରମ୍ଭ ହୋଇଛି। ଗ୍ରାମ୍ୟ ଉନ୍ନୟନ ବିଭାଗ ଓ ପାନୀୟ...

ଟ୍ରକରେ ଖଣିଜ ପରିବହନକୁ ନେଇ ତୁଟିଲା ବିବାଦ -ଘଟଗାଁ ବୈଠକରେ ରୋଡମ୍ୟାପ୍‌ ପ୍ରସ୍ତୁତ

କେନ୍ଦୁଝର,୨୬ା୫(ଡି.ଏନ୍‌.ଏ.)-ପାରାଦ୍ୱୀପଠାରେ କେନ୍ଦୁଝର ଓ ସୁନ୍ଦରଗଡ ଜିଲାର ଟ୍ରକଗୁଡିକରୁ ଖଣିଜ ପଦାର୍ଥ ଅନଲୋଡକୁ ନେଇ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଦୂର ହୋଇଛି ା କେନ୍ଦୁଝର ଜିଲାର ଘଟଗାଁଠାରେ...

Advertisement
Archives

Model This Week