ରଥଯାତ୍ରା ପାଇଁ କଡ଼ା ହେବ ସୁରକ୍ଷା ବ୍ୟବସ୍ଥା : ରାଜଧାନୀରେ ୧୫, କଟକରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ

ଭୁୁବନେଶ୍ୱର,୩ା୭(ବ୍ୟୁରୋ): ଆସନ୍ତା ୪ ତାରିଖରେ ଆରମ୍ଭ ହେବାକୁ ଯାଉଛି ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ପୁରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ରଥଯାତ୍ରା ହେବ। ବିଶେଷକରି ପୁରୀ ଭଳି କଟକ ଓ ଭୁବନେଶ୍ୱରରେ ମଧ୍ୟ ରଥଯାତ୍ରାରେ ଏକାଧିକ ଭିଡ ରହିବ। ଏହାକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ପ୍ରାୟତଃ ରଥଯାତ୍ରା ଦେଖିବାକୁ ଆସୁଥିବା ଭକ୍ତ ଓ ରଥ ଟାଣିବା ସମୟରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ଉପରେ ଅଧିକ ଧ୍ୟାନ ଦିଆଯାଇଛି। ରାଜଧାନୀର ପ୍ରମୁଖ ଇସ୍କନ ମନ୍ଦିରରେ ରଥଟଣା କାର୍ଯ୍ୟକ୍ରମ ଥିବାବେଳେ କଟକରେ ଦୋଳମୁଣ୍ଡାଇ ଓ ଚାନ୍ଦିନୀଚୌକରେ ମହାପ୍ରଭୁଙ୍କ ରଥଟଣା ହେବ। ଏହାସହ ବିିଭିନ୍ନ ଗଳି କନ୍ଦିରେ ଛୋଟ ରଥଟଣା ହେବ। ଏହାକୁ ନଜରରେ ରଖି ରାଜଧାନୀରେ ୧୫ ପ୍ଲାଟୁନ ପୋଲିସ ଫୋର୍ସ ରହିବା ସହ ୫୦ ଅଫିସର ଓ କଟକରେ ୧୦ ପ୍ଲାଟୁନ ପୋଲିସ ଫୋର୍ସ ସହ ୩୦ ଅଫିସର ନିୟୋଜିତ ହେବେ। ରଥଯାତ୍ରାରେ ଟ୍ରାଫିକ ସମସ୍ୟା ନ ଉପୁଜିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଏହି ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ରଥ ମାଉସୀ ମା’ ମନ୍ଦିର ଯାଉଥିବା ରାସ୍ତାକୁ ପୋଲିସ ସିଲ୍‌ କରିବା ସହ ଏହାକୁ ଲାଗିଥିବା ପେରୀଫେରୀ ରାସ୍ତାକୁ ମଧ୍ୟ ସିଲ୍‌ କରାଯିବ। ଇସ୍କନ ରଥ ଏନ୍‌ଏଚ୍‌-୧୬ରେ ସିଆର୍‌ପି ଦେଇ ୮ ନମ୍ବର ମାଉସୀ ମା’ ମନ୍ଦିରକୁ ଯିବ। ଏହି ଏନ୍‌ଏଚ୍‌ରେ ରଥ ଯିବା ସମୟରେ ଯେଭଳି କିଛି ସମସ୍ୟା ନ ହୁଏ ସେଥିଲାଗି ଟ୍ରାଫିକ ପୋଲିସ ମୁତୟନ ରହିବେ। ସେହିଭଳି କଟକ-ପୁରୀ ବାଇପାସ ଉପରେ କମିଶନରେଟ ପୋଲିସ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। କାରଣ କଳ୍ପନା-ପୁରୀ ରାସ୍ତାରେ ଟ୍ରାଫିକ ସମସ୍ୟା ରହୁଥିବାରୁ ଯାତ୍ରୀମାନେ ପୁରୀ ବାଇପାସ ରାସ୍ତାଦେଇ ପୁରୀ ଯିବେ। ଏପରି କି ବିଳମ୍ବିତ ରାତିରେ ଯାତ୍ରୀମାନେ ସେହି ରାସ୍ତା ଦେଇ ଫେରିବେ। ତେଣୁ ଏହି ରାସ୍ତାରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏକାଧିକ ଟ୍ରାଫିକ ପୋଲିସ ନିୟୋଜିତ ହେବେ। ସବୁଠୁ ବଡ କଥା ହେଲା ବିଳମ୍ବିତ ରାତି ତଥା ରାତି ୧୨ଟା ପର୍ଯ୍ୟନ୍ତ ଟ୍ରାଫିକ ପୋଲିସ ଉକ୍ତ ରୋଡରେ ରହିବେ। ସେହିଭଳି ପୁରୀ-କଳ୍ପନା ଏନ୍‌ଏଚ୍‌ରେ ମଧ୍ୟ ଟ୍ରାଫିକ ପୋଲିସ ରଖାଯିବ। ବିଶେଷକରି ରବି ଟକିଜ, କଳ୍ପନା, ରସୁଲଗଡ ଛକଗୁଡିକରେ ଟ୍ରାଫିକ ପୋଲିସ ରହିବେ ବୋଲି ପୋଲିସ କମିଶନର ସତ୍ୟଜିତ ମହାନ୍ତି ସୂଚନା ଦେଇଛନ୍ତି। ମହିଳାମାନେ ରଥଟାଣିବା ଓ ଭିଡ଼ ସମୟରେ ଲୁଟପାଟ ହେବାର ଅଧିକ ଚାଞ୍ଚ ରହିଛି। ତେଣୁ କିଭଳି ଏହି ଲୁଟେରାମାନଙ୍କୁ ସାବାଡ କରିହେବ ସେଥିଲାଗି ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ନେଇ ସିପି ଅଫିସରେ ଡିସିପିଙ୍କୁ ନେଇ ଏକ ବୈଠକରେ ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦମ୍ପତିଙ୍କୁ ତାଲା ପକାଇ ଲୁଟିନେଲେ ସୁନା, ନଗଦ ୧୨ ଲକ୍ଷ ଟଙ୍କା

ଭୁବନେଶ୍ୱର,୨୭ା୬(ବ୍ୟୁରୋ): ରାଜଧାନୀ ଉପକଣ୍ଠରେ ବଡ଼ ଧରଣର ଡକାୟତି ହୋଇଛି। ଦମ୍ପତିଙ୍କୁ ତାଲା ପକାଇ ଅଧାକିଲୋ ସୁନା, ୧୨ ଲକ୍ଷ ଟଙ୍କା ଲୁଟିଥିବା ନେଇ ଅଭିଯୋଗ ହୋଇଛି।...

ଆତ୍ମନିର୍ଭର ପଥରେ ଅନ୍ତେବାସୀ

ଢେଙ୍କାନାଳ ଅଫିସ, ୫।୨ କଠୋର ଅନୁଶାସନର ଅନ୍ୟତମ ସ୍ଥାନ ହେଉଛି କାରାଗାର। ଜାଣତ ବା ଅଜାଣତରେ ଅପରାଧର ଟ୍ୟାଗ୍‌ ଲାଗି ଏଠାକୁ ଆସିବା ପରେ ବଦଳିଯାଏ...

ସରକାରୀ ଅଫିସକୁ ମନା, ଏଥର ଇ-ଅଭିଯୋଗ ବ୍ୟବସ୍ଥା

ଭୁବନେଶ୍ୱର,୨୦ା୭(ବ୍ୟୁରୋ): କରୋନା ଫଳରେ ସବୁକିଛି ଏପଟ ସେପଟ ହୋଇସାରିଛି। ବର୍ତ୍ତମାନ ସମୟରେ ସରକାରୀ କାର୍ଯ୍ୟାଳୟଗୁଡିକରେ କର୍ମଚାରୀଙ୍କ ସମ୍ପୂର୍ଣ୍ଣ ଉପସ୍ଥିତି ମଧ୍ୟ ରହୁନାହିଁ। ଅଧାରୁ କମ୍‌ କର୍ମଚାରୀଙ୍କୁ...

ଫନୀ ଯୋଗୁ ରାଜଧାନୀରେ ଭାଙ୍ଗିଛି ୧ଲକ୍ଷରୁ ଅଧିକ ବୃକ୍ଷ

ଭୁବନେଶ୍ୱର, ୨୪ା୭(ବ୍ୟୁରୋ): ବାତ୍ୟା ଫନୀ ପ୍ରଭାବରେ ଭୁବନେଶ୍ୱର ଭିତରେ ୧ଲକ୍ଷ ୮ ହଜାର ୫୬୪ ବୃକ୍ଷ ନଷ୍ଟ ହୋଇଛି। ଚନ୍ଦକା ଅଭୟାରଣ୍ୟରେ ୧ଲକ୍ଷ ୧୧ ହଜାର...

କ୍ୟୁ ନେଟ ଠକେଇ ମାମଲା: ୩ ଅଭିଯୁକ୍ତଙ୍କ ଜାମିନ ଖାରଜ

କଟକ ଅଫିସ,୨୯।୬: କ୍ୟୁ ନେଟ ଚିଟଫଣ୍ଡ ଠକେଇ ମାମଲାରେ ଗିରଫ ୩ ଅଭିଯୁକ୍ତଙ୍କ ଜାମିନ ଆବେଦନକୁ ସୋମବାର ହାଇକୋର୍ଟ ଖାରଜ କରିଛନ୍ତି। ଅଭିଯୁକ୍ତମାନେ ହେଲେ ଏହି...

ଡାକ୍ତରୀ ପାଠପଢ଼ା ପାଇଁ ବୈକୁଣ୍ଠଙ୍କୁ ମୁଖ୍ୟମନ୍ତ୍ରୀଙ୍କ ସହାୟତା

ଭୁବନେଶ୍ୱର,୧୩।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜଣେ ଗରିବ ଛାତ୍ରଙ୍କୁ ଡାକ୍ତରୀ ପଢ଼ିବା ପାଇଁ ସହଯୋଗର ହାତ ବଢ଼ାଇଛନ୍ତି। ଡାକ୍ତରୀ ପଢ଼ିବା ପାଇଁ ଅର୍ଥ ବାଧକ ସାଜିଥିଲା।...

ବିକଶିତ ହେବ ଅଣଆକାଂକ୍ଷା ଜିଲା

ଭୁବନେଶ୍ୱର,୨୫।୧(ବ୍ୟୁରୋ): ଅନୁନ୍ନତ ଜିଲାର ବିକାଶ ପାଇଁ ଆଂକାକ୍ଷା ଯେଜନାରେ କେନ୍ଦ୍ର ସରକାର ଓଡ଼ିଶାର ୧୦ଜିଲାକୁ ସାମିଲ କରିଥିଲେ। ଏବେ ଏବେ ଅଣଆକାଂକ୍ଷା ଜିଲାର ସ୍ବତନ୍ତ୍ର ବିକାଶ...

ଗୁଜବ ପ୍ରଚାର କଲେ ଅପରାଧ ବିବେଚନା ହେବ

ଭୁବନେଶ୍ୱର, ୧୪।୩ (ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଗାଇଡଲାଇନ୍‌ ଜାରି ହୋଇଛି। ରାଜ୍ୟ...

Advertisement
Archives

Model This Week