ରଣପୁର,୨୨ା୫ (ସ୍ବ.ପ୍ର.)- ରଣପୁର ଏନ୍ଏସିରେ ଥିବା ସରକାରୀ ଡାକ୍ତରଖାନା ଔଷଧ ବିତରଣ କେନ୍ଦ୍ରରେ ମଙ୍ଗଳବାର ଫାର୍ମାସିଷ୍ଟଙ୍କ ବଦଳରେ ରୋଗୀଙ୍କୁ ରୋଷେୟା ଔଷଧ ଦେବା ଘଟଣା ଆଲୋଚନାର ବିଷୟ ହୋଇଥିଲା। ଏ ନେଇ ସ୍ଥାନୀୟ ଲୋକେ ଅଭିଯୋଗ କରିବାରୁ ଚିକିତ୍ସା କରୁଥିବା ଡାକ୍ତର ରୋଷେୟାଙ୍କୁ ଔଷଧ ଦେବାକୁ ବାରଣ କରିଥିଲେ। ଫଳରେ ଡାକ୍ତରଖାନାକୁ ଆସିଥିବା ରୋଗୀମାନେ ଔଷଧ ନ ପାଇ ହଇରାଣ ହୋଇଥିଲେ। କେତେଜଣ ରୋଗୀ ପଇସା ଖର୍ଚ୍ଚ କରି ବାହାର ଦୋକାନରୁ ଔଷଧ କିଣିବାକୁ ବାଧ୍ୟ ହୋଇଥିଲେ।
ପ୍ରକାଶ ଯେ, ରଣପୁର ସରକାରୀ ଡାକ୍ତରଖାନାରେ ଦୁଇଜଣ ଫାର୍ମାସିଷ୍ଟ ନିୟୋଜିତ ହୋଇଛନ୍ତି। ସେଥି ମଧ୍ୟରୁ ଜଣେ ଔଷଧ ଷ୍ଟକ ରୁମ୍ ଦାୟିତ୍ୱରେ ରହିଛନ୍ତି। ଅନ୍ୟ ଜଣେ ବିତରଣ କେନ୍ଦ୍ରରେ ରହି ଡାକ୍ତର ଲେଖିଥିବା ଚିଠା ଦେଖି ରୋଗୀଙ୍କୁ ଔଷଧ ଦେବାର ନିୟମ ରହିଛି। ଅଧିକାଂଶ ସମୟ ଫାର୍ମାସିଷ୍ଟମାନେ ଡାକ୍ତରଖାନାରେ ଅନୁପସ୍ଥିତ ରହୁଥିବାରୁ ରୋଗୀମାନେ ଔଷଧ ନେବାରେ ବହୁତ ହଇରାଣ ହୁଅନ୍ତି। ଡାକ୍ତରଖାନାର ଉଚ୍ଚ କର୍ତ୍ତୃପକ୍ଷ କିଛି ନ କହିବାରୁ ସେମାନେ ମନଇଚ୍ଛା କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ସରକାରଙ୍କ ନିୟମ ଅନୁସାରେ ପ୍ରତ୍ୟହ ସକାଳ ୮ଟାରୁ ଅପରାହ୍ଣ ୧୨ଟା ପର୍ଯ୍ୟନ୍ତ ଡାକ୍ତରଙ୍କ ଉପସ୍ଥିତିରେ ଏହି ବିତରଣ କେନ୍ଦ୍ରରେ ଫାର୍ମାସିଷ୍ଟ ଉପସ୍ଥିତ ରହିବେ। ହେଲେ ଡାକ୍ତରଖାନାରେ ଏହି ନିୟମର ଖୋଲା ଉଲ୍ଲଂଘନ କରାଯାଉଛି। ଡାକ୍ତର ଚିକିତ୍ସା କରି ରୋଗୀଙ୍କୁ ଔଷଧ ଚିଠା ଦେଉଥିଲା ବେଳେ ଫାର୍ମାସିଷ୍ଟ ଅନୁପସ୍ଥିତ ଯୋଗୁ ଅଧିକାଂଶ ସମୟରେ ରୋଷେୟା ଥିବା ପ୍ରଫୁଲ୍ଲ କୁମାର ଶତପଥୀ ରୋଗୀମାନଙ୍କୁ ଔଷଧ ପ୍ରଦାନ କରୁଛନ୍ତି। ତାଙ୍କର ଔଷଧ ସମ୍ବନ୍ଧରେ ଧାରଣା ନ ଥିଲାବେଳେ କିଭଳି ସେ ଏହି ଦାୟିତ୍ୱ ତୁଲାଉଛନ୍ତି ତାହା ତଦନ୍ତସାପେକ୍ଷ। ଯଦି ଭୁଲ୍ବଶତଃ କୌଣସି ରୋଗୀଙ୍କୁ ଡାକ୍ତର ଲେଖିଥିବା ଔଷଧ ବଦଳରେ ସେ ଅନ୍ୟ ଔଷଧ ଦିଅନ୍ତି ତେବେ ରୋଗୀର କ୍ଷତି ଘଟିବା ଯଥେଷ୍ଟ ସମ୍ଭାବନା ରହିଛି ବୋଲି ସାଧାରଣରେ ଆଲୋଚନା ହେଉଛି। ଡାକ୍ତରଖାନାର ଅଧିକାରୀମାନେ ଏହାକୁ ବାରଣ ନ କରିବା ସମସ୍ତଙ୍କୁ ଆଚମ୍ବିତ କରିଛ। ଏ ସମ୍ପର୍କରେ ଡାକ୍ତରଖାନାର ମୁଖ୍ୟ ଚିକିତ୍ସାଧିକାରୀ ଦାୟିତ୍ୱରେ ଥିବା ଡାକ୍ତର ବୈଦ୍ୟନାଥ ନନ୍ଦଙ୍କୁ ପଚାରିବାରୁ ସେ କୁହନ୍ତି, ମୁଁ ଏ ବିଷୟରେ ଜାଣିବା ପରେ ରୋଷେୟାଙ୍କୁ ଔଷଧ ଦେବା ପାଇଁ ମନା କରିଛି। କ’ଣ ପାଇଁ ଫାର୍ମାସିଷ୍ଟ ଅନୁପସ୍ଥିତ ଥିଲେ ତାଙ୍କୁ ପଚରାଯିବ। ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡ. ଶ୍ୱେତ ମହାପାତ୍ର କହନ୍ତି, ରଣପୁର ଡାକ୍ତରଖାନାରେ ଦୁଇ ଜଣ ଫାର୍ମାସିଷ୍ଟ ନିୟୋଜିତ ହୋଇଛନ୍ତି। ସେମାନେ କ’ଣ ପାଇଁ ଅନୁପସ୍ଥିତ ଅଛନ୍ତି କୈଫିୟତ ତଲବ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
Posted inHome Middle, ଆମ ଜିଲା ଖବର View All
କେନାଲରେ ଫସି ରହିଥିଲା ବାର୍ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…
ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ
ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…
UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!
ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…
ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…
ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…
ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍ ଚାମ୍ପିୟନ
ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…
ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…
ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…
ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…
ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…
ଜଳପ୍ରପାତରେ ଗାଧୋଉଥିବା ବେଳେ ଖସିପଡ଼ିଲେ ଶିକ୍ଷକ, ତାପରେ….
ବରଗଡ଼,୧୬।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ବାରବଖରା ଜଳପ୍ରପାତରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି । ଏହି ଜଳପ୍ରପାତରେ ଗାଧୋଉଥିବା…
Archives

