Posted inଖେଳ

ରଣଜୀ ଫାଇନାଲରେ ଖେଳିବେ ନାହିଁ ଜାଡେଜା

କୋଲକାତା,୬।୩- ଆସନ୍ତା ୯ ତାରିଖରେ ସୌରାଷ୍ଟ୍ର ଓ ବେଙ୍ଗଲ ମଧ୍ୟରେ ଚଳିତ ରଣଜୀ ସିଜନର ଫାଇନାଲ ମ୍ୟାଚ୍‌ ଖେଳାଯିବ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନ (ଏସ୍‌ସିଏ) ତା’ର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜାଙ୍କୁ ଫାଇନାଲରେ ଖେଳାଇବା ପାଇଁ ବିସିସିଆଇର ଅନୁମତି ମାଗିଥିଲା। କିନ୍ତୁ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ବୋର୍ଡ ଜାଡେଜାଙ୍କୁ ରଣଜୀ ଫାଇନାଲରେ ଖେଳିବାକୁ ଅନୁମତି ଦେଇ ପାରିବ ନାହିଁ। କାରଣ ଦେଶ ପ୍ରଥମେ ବୋଲି ଗାଙ୍ଗୁଲି କହିଛନ୍ତି। ଦେଶରେ ଗୁରୁତ୍ୱପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ବେଳେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ ନ କରିବାକୁ ଏସ୍‌ସିଏ ସଭାପତି ଜୟଦେବ ଶାହା ପ୍ରସ୍ତାବ ଦେଇଛନ୍ତି। ଯଦି ବିସିସିଆଇ ଚାହୁଁଛି ରଣଜୀ ଫାଇନାଲ ଭଳି ଦେଶର ଗୁରୁତ୍ୱପୂର୍ଣ୍ଣ ଘରୋଇ କ୍ରିକେଟ ମ୍ୟାଚ୍‌ର ସିଧାପ୍ରସାରଣ ଅଧିକ ପ୍ରଶଂସକ ଦେଖନ୍ତୁ, ତେବେ ସେହି ସମୟରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରାଯିବା ଉଚିତ ନୁହେଁ। ଯଦି ରଣଜୀ ଫାଇନାଲବେଳେ ଅନ୍ତର୍ଜାତୀୟ ମ୍ୟାଚ୍‌ ଆୟୋଜନ କରାଯାଇପାରିବ, ତେବେ ଆଇପିଏଲ ସମୟରେ କାହିଁକି ହେବ ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଆଇପିଏଲରୁ ବିପୁଳ ଟଙ୍କା ମିଳିଥିବାରୁ ବିସିସିଆଇ ଏଭଳି କରୁନାହିଁ। ରଣଜୀ ଫାଇନାଲକୁ ଲୋକପ୍ରିୟ କରାଇବାକୁ ହେଲେ ଷ୍ଟାର ଖେଳାଳିମାନେ ଖେଳିବା ଦରକାର ବୋଲି ଶାହା କହିଛନ୍ତି। ସୌରାଷ୍ଟ୍ର ଗତ ୮ ବର୍ଷ ମଧ୍ୟରେ ୪ର୍ଥ ଥର ପାଇଁ ରଣଜୀ ଫାଇନାଲ ଖେଳିବ। ଏହି ମ୍ୟାଚ୍‌ରେ ଟେଷ୍ଟ ସ୍ପେଶାଲିଷ୍ଟ ଚେତେଶ୍ୱର ପୂଜାରା ଖେଳିବେ। ତାଙ୍କ ସାଥୀ ରିଦ୍ଦିମାନ ଶାହା ବେଙ୍ଗଲ ପକ୍ଷରୁ ପ୍ରତିନିଧିତ୍ୱ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବ୍ରେକ୍‌ଡ୍ୟାନ୍ସିଂକୁ ଅଲିମ୍ପିକ ମାନ୍ୟତା: ୨୦୨୪ ଅଲିମ୍ପିକ୍ସରେ ପଦାର୍ପଣ କରିବ

ଜେନିଭା, ୯।୧୨(ଏପି): ଆନୁଷ୍ଠାନିକ ଭାବେ ବ୍ରେକ୍‌ଡ୍ୟାନ୍ସିଂ ଏବେ ଅଲିମ୍ପିକ କ୍ରୀଡ଼ାର ମାନ୍ୟତା ହାସଲ କରିଛି। ଏହି କ୍ରୀଡ଼ା ୨୦୨୪ ପ୍ୟାରିସ୍‌ ଅଲିମ୍ପିକ୍ସରେ ଡେବ୍ୟୁ କରିବ। ଯୁବପିଢ଼ିର...

ସନ୍ଦେହରେ ଦନଞ୍ଜୟ, ଓ୍ବିଲିୟମସନଙ୍କ ବୋଲିଂ ଆକ୍ସନ

ଦୁବାଇ, ୨୦।୮ (ପି.ଟି.)- ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ ଓ ଶ୍ରୀଲଙ୍କା ଅଫ୍‌-ସ୍ପିନର ଅକିଲ ଦନଞ୍ଜୟଙ୍କ ବୋଲିଂ ଆକ୍ସନ ସନ୍ଦେହ ଘେରକୁ ଆସିଛି। ଗାଲେଠାରେ ଘରୋଇ...

ଷ୍ଟାର ଖେଳାଳିଙ୍କ କାରନାମା: ଗୋଇଠା ମାରି ଭାଙ୍ଗିଦେଲେ ଉଇକେଟ

ଢାକା,୧୧।୬ : ବାଂଲାଦେଶର ଘରୋଇ ଟି୨୦ ଟୁର୍ନାମେଣ୍ଟ ଢାକା ଲିଗ୍‌ରେ ଶୁକ୍ରବାର ଏକ ଅପ୍ରିତିକର ଘଟଣା ଘଟିଛି। ଅମ୍ପାୟରଙ୍କୁ ଅସଦାଚରଣ କରିବା ସହ ଷ୍ଟମ୍ପକୁ ଗୋଇଠା...

ସମ୍ପର୍କୀୟ ଭଉଣୀଙ୍କୁ ଉଠାଇ ନେଇ ବିବାହ କରିଥିଲେ ଏହି କ୍ରିକେଟର୍‌

ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ତଥା ଷ୍ଟାର କ୍ରିକେଟର ସହିଦ ଆଫ୍ରିଦି ନିକଟରେ ୫ମ ଥର ପାଇଁ ବାପା ହୋଇଛନ୍ତି। ତାଙ୍କ ପତ୍ନୀ ପୁଣିଥରେ ଏକ କନ୍ୟା...

ଲୋକଙ୍କୁ ସାହାଯ୍ୟ ମାଗିଲେ ରିଷଭ ପନ୍ତ, ଜାଣନ୍ତୁ କାହିଁକି

ଚେନ୍ନାଇ,୮।୨: ରବିବାର ଉତ୍ତରାଖଣ୍ଡର ଚାମୋଲି ଜିଲାରେ ନନ୍ଦାଦେବୀ ଗ୍ଲେସିୟର ଫାଟିବାରୁ ଋଷିଗଙ୍ଗା ଉପତ୍ୟକାରେ ହଠାତ୍‌ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏହି କାରଣରୁ ଅତି କମରେ...

ଭାରତୀୟ ଦଳକୁ ପ୍ରଶଂସାରେ ପୋତି ପକାଇଲେ ଏହି ଅଷ୍ଟ୍ରେଲିଆ ଖେଳାଳି, ଭାଇରାଲ ହେଉଛି ପୋଷ୍ଟ

ବ୍ରିସବେନ୍‌, ୨୧।୧: ଅଷ୍ଟ୍ରେଲିଆକୁ ଧରାଶାୟୀ କରି ଐତିହାସିକ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଚାରିଆଡୁ ଶୁଭେଚ୍ଛା ମିଳିଛି। ଏହି ସମୟରେ ଅଷ୍ଟ୍ରେଲିଆର ଓପନର ଡେଭିଡ୍‌...

ସ୍ବଦେଶ ଫେରିଲେ କ୍ରିସ୍‌ ଓକ୍ସ

ଅହମଦାବାଦ, ୨୮ା୨(ପି.ଟି.)- ଇଂଲଣ୍ଡ କ୍ରିକେଟ ବୋର୍ଡ (ଇସିବି)ର ରୋଟେଶନ ନିୟମ ଅନୁସାରେ ଅଲରାଉଣ୍ଡର କ୍ରିସ୍‌ ଓକ୍ସ ଭାରତରୁ ସ୍ବଦେଶ ଫେରିଛନ୍ତି। ୩୧ ବର୍ଷୀୟ ଏହି ଖେଳାଳି...

ଇନ୍ଦୋର ଟେଷ୍ଟ: ମୟଙ୍କଙ୍କ ଦ୍ୱିଶତକ: ଭାରତର ବୃହତ୍‌ ସ୍କୋର

ଇନ୍ଦୋର,୧୫।୧୧(ପି.ଟି.)- ଓପନର ମୟଙ୍କ ଅଗ୍ରଓ୍ବାଲଙ୍କ ଦ୍ୱିଶତକ ସହାୟତାରେ ଭାରତ ଏଠାରେ ଚାଲିଥିବା ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଇନିଂସରେ ବୃହତ୍‌ ସ୍କୋର ହାସଲ...

Advertisement
Archives

Model This Week