Posted inଖେଳ

ରଣଜୀ ଟ୍ରଫି: ଛତିଶଗଡ଼ ୧୩୪ରେ ଅଲଆଉଟ : ରାଜେଶଙ୍କୁ ୬ ଉଇକେଟ ସଫଳତା

କଟକ ଅଫିସ,୧୦ା୧୨-
ରାୟପୁରସ୍ଥିତ ଶହୀଦ ବୀର ନାରାୟଣ ସିଂ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ସୋମବାର ଠାରୁ ଓଡ଼ିଶା-ଛତିଶଗଡ଼ ପ୍ରଥମ ରଣଜୀଟ୍ରଫି କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଛ। ପେସ୍‌ ବୋଲିଂ ସୁହାଉଥିବା ଏହି ଗ୍ରାଉଣ୍ଡରେ ପ୍ରଥମ ଦିବସରେ ମୋଟ୍‌ ୧୩ଟି ଉଇକେଟ ପତନ ଘଟିଛି। ପ୍ରଥମେ ବ୍ୟାଟିଂ କରିଥିବା ଛତିଶଗଡ଼ ୧୩୪ରନରେ ଅଲଆଉଟ ହୋଇଛି। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଘାତକ ବୋଲିଂ କରି ଛତିଶଗଡ଼ର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଛନ୍ତି। ତାଙ୍କୁ ୬ଟି ଉଇକେଟ ମିଳିଥିବା ବେଳେ ବସନ୍ତ ମହାନ୍ତି ୩ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ ଗୋଟିଏ ଉଇକେଟ ପାଇଛନ୍ତି। ପ୍ରଥମ ଦିବସ ଷ୍ଟମ୍ପ ଅପସାରଣ ସୁଦ୍ଧା ଓଡ଼ିଶା ୩ ଉଇକେଟ ହରାଇ ୪୮ରନ କରିଛି।
ଓଡ଼ିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ଟସ୍‌ ଜିତି ଛତିଶଗଡ଼କୁ ବ୍ୟାଟିଂ ଆମନ୍ତ୍ରଣ କରିଥିଲେ। ଦଳୀୟ ସ୍କୋର ୧ ହୋଇଥିବା ବେଳେ ଓପନର ଅବିନାଶ ଧାଲିୱାଲ ଖାତା ଖୋଲିବା ପୂର୍ବରୁ ରାଜେଶଙ୍କ ବଲରେ ସନ୍ଦୀପ ପଟ୍ଟନାୟକଙ୍କ ହାତରେ କ୍ୟାଚ୍‌ ଆଉଟ ହୋଇଥିଲେ। ପରେ ୨୩ରନରେ ଦ୍ୱିତୀୟ ଓ ୬୧ରନରେ ୬ଷ୍ଠ ଉଇକେଟ ହରାଇ ଛତିଶଗଡ଼ ସଙ୍କଟରେ ପଡ଼ିଥିଲା। ଛତିଶଗଡ଼ର ଦଳୀୟ ସ୍କୋର ୧୦୦ ଟପିବନି ବୋଲି ଆଶଙ୍କା ରହିଥିଲା। ଅନ୍ତିମ ଉଇକେଟ ଭାଗିଦାରୀରେ ଅଜୟ ମଣ୍ଡଳ ଓ ପଙ୍କଜ ରାଓ ୪୨ରନ ଯୋଡ଼ିବା ଫଳରେ ଛତିଶଗଡ଼ ୧୩୪ରନ କରିଥିଲା। ଅଜୟ ଛତିଶଗଡ଼ ପକ୍ଷରୁ ସର୍ବାଧିକ ୪୭ରନ କରିଥିଲେ। ଏହାଛଡ଼ା ଅମନଦୀପ ଖାରେ ୨୦ରନ, ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ବୀରପ୍ରତାପ ସିଂ ୧୪ରନ କରିଛନ୍ତି। ଉକ୍ତ ମ୍ୟାଚ୍‌ରେ ଓଡ଼ିଶାର ପେସ୍‌ ବୋଲିଂ ଆଟାକ୍‌ ଉତ୍କୃଷ୍ଟ ଧରଣର ରହିଛି। ୧୦ଟି ଯାକ ଉଇକେଟ ୩ପେସ୍‌ ବୋଲରଙ୍କ ମଧ୍ୟ ବାଣ୍ଟି ହୋଇଯାଇଥିଲା। ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ଓଡ଼ିଶା ୨୨ରନରେ ଓପନର ଅନୁରାଗ ଷଡ଼ଙ୍ଗୀଙ୍କ ଉଇକେଟ ହରାଇଥିଲା। ଅନୁରାଗ ୧୪ରନ କରି ପୂନୀତ ଦତେଙ୍କ ବଲରେ କ୍ଲିନ ବୋଲ୍ଡ ହୋଇଥିଲେ। ପରେ ଦେବାଶିଷ ସାମନ୍ତରାୟ ୮ରନରେ ପଙ୍କଜ ରାଓଙ୍କ ଦ୍ୱାରା ଓ ଅଧିନାୟକ ଶୁଭ୍ରାଂଶୁ ୧୬ରନରେ ପୁନୀତଙ୍କ ବଲରେ ଉଇକେଟ କିପର ହାତରେ ଧରାପଡ଼ି ପ୍ୟାଭିଲିୟନ ଫେରିଥିଲେ। ଅପରାଜିତ ଥିବା ଦୁଇ ଅଭିଜ୍ଞ ଖେଳାଳି ବିପ୍ଳବ ସାମନ୍ତରାୟ(୪ରନ) ଓ ଗୋବିନ୍ଦ ପୋଦ୍ଦାର(୦)ଙ୍କ ଦ୍ୱାରା ଦ୍ୱିତୀୟ ଦିବସର ଖେଳ ଆରମ୍ଭ ହେବ।
ସନ୍ଦୀପ ଆହତ, ମ୍ୟାଚ୍‌ରୁ ବାଦ୍‌
ଓପନର ସନ୍ଦୀପ ପଟ୍ଟନାୟକଙ୍କ ହାତରେ ଆଘାତ ଲାଗିଛି। ଅନୁରାଗଙ୍କ ସହ ଓପନିଂ କରିବାକୁ ଆସିଥିବା ସନ୍ଦୀପ ୭ଟି ବଲ ଖେଳି କୌଣସି ରନ ସଂଗ୍ରହ କରିବା ପୂର୍ବରୁ ରିଟାୟର୍ଡ ହଟ୍‌ ହୋଇ ଫେରିଥିଲେ। ପେସ୍‌ ବୋଲର ବୀରପ୍ରତାପ ସିଂଙ୍କୁ ସମ୍ମୁଖୀନ କରୁଥିବା ବେଳେ ତାଙ୍କ ଡାହାଣ ହାତରେ ବଲ ବାଜିଥିଲା। ଏଥିରେ ସନ୍ଦୀପଙ୍କ ହାତ ହାଡ଼ ଭାଙ୍ଗିଥିବା ଜଣାପଡ଼ିଛି।
ରାଜେଶଙ୍କ ଶ୍ରେଷ୍ଠ ବୋଲିଂ ଫିଗର୍‌
ଡାହାଣହାତୀ ପେସ୍‌ ବୋଲର ରାଜେଶ ମହାନ୍ତି ଛତିଶଗଡ଼ ବିପକ୍ଷରେ ଚମତ୍କାର ବୋଲିଂ କରିଛନ୍ତି। ଏଠାରେ ସେ କ୍ୟାରିୟରର ଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି। ପୂର୍ବରୁ ୫୫/୬ ରାଜେଶଙ୍କ ଶ୍ରେଷ୍ଠ ବୋଲିଂ ଫିଗର୍‌ ଥିଲା। ଛତିଶଗଡ଼ ବିପକ୍ଷ ପ୍ରଥମ ଇନିଂସରେ ସେ ୪୭ରନରେ ୬ଟି ଉଇକେଟ ଅକ୍ତିଆର କରି କ୍ୟାରିୟରରେ ନୂତନ ରେକର୍ଡ ଯୋଡ଼ିଛନ୍ତି। ଏଥିସହ ୧୦ଟି ପ୍ରଥମଶ୍ରେଣୀ କ୍ରିକେଟ ମ୍ୟାଚ୍‌ରୁ ୪୬ଟି ଉଇକେଟ ଅକ୍ତିଆର କରିସାରିଲେଣି ରାଜେଶ। ତେଣୁ ଏହି ମ୍ୟାଚ୍‌ରେ ରାଜେଶଙ୍କ ପାଇଁ ୫୦ ଉଇକେଟ ପୂରଣ କରିବାର ସୁଯୋଗ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିରାଟ କୋହଲିଙ୍କ ଘରେ ନାହାନ୍ତି ଚାକର, ଅତିଥି ଚର୍ଚ୍ଚା ହୁଏ ଏପରି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ପଡ଼ିଆରେ ତାଙ୍କର ଆକ୍ରମଣାତ୍ମକ ମନୋଭାବ ଦେଖାଇଥାନ୍ତି। ତେବେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଜାତୀୟ ଚୟନକର୍ତ୍ତା ସରନଦୀପ...

ନୀରଜଙ୍କ ହୃଦୟ ଜିତିଲେ ଏହି କୁନି ବାଳିକା; ଏପରି କଥା କହିଲେ ଯେ…

ନୂଆଦିଲ୍ଲୀ,୨୮।୧୦: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତିବା ପରଠାରୁ ଚର୍ଚ୍ଚାରେ ଆଥ୍‌ଲେଟ ନୀରଜ ଚୋପ୍ରା। ପ୍ରାୟତଃ ତାଙ୍କର ଫଟୋ ଭାଇରାଲ ହେଉଥିବା ବେଳେ ଏବେ ଏକ...

ଏବେଠୁ ବୁମ୍‌ରାଙ୍କୁ ଡରିଲେଣି ଇଂଲଣ୍ଡ ଟିମ୍‌: ଓପନର୍‌ ରୁରି କହିଲେ ଏଭଳି

ନୂଆଦିଲ୍ଲୀ,୨୯।୧: ଯେତେବେଳେ କୌଣସି ବିଦେଶୀ ଟିମ୍‌ ଭାରତରେ ଟେଷ୍ଟ ସିରିଜ୍‌ ଖେଳିବାକୁ ଆସିଥାଏ, ସେମାନେ ଏଠାକାର ସ୍ପିନ୍‌ ଫ୍ରେଣ୍ଡଲି ପିଚ୍‌ରେ କିଭଳି ଖେଳିବେ ସେ ବିଷୟରେ...

ଫ୍ରେଞ୍ଚ୍‌ ଓପନ ଟେନିସ: କ୍ରିଷ୍ଟିନା -ବାବୋସ ଫାଇନାଲରେ

ପ୍ୟାରିସ, ୧୦।୧୦- ଫ୍ରେଞ୍ଚ୍‌ ଓପନ ଟେନିସ ପୁରୁଷ ଡବଲ୍ସର ଫାଇନାଲ ଲାଇନ୍‌ଅପ୍‌ ହୋଇଯାଇଛି। ଆନ୍ଦ୍ରେସ ମାଇଲ୍ସ ଓ କେଭିନ କ୍ରାଓ୍ବିଜ୍‌ ଯୋଡ଼ି ଫାଇନାଲରେ ବ୍ରୁନୋ ସୋଆରେସ...

ହିରୋ ଏଲିଟ୍‌ ଲିଗ୍‌: ଫାଇନାଲ ରାଉଣ୍ଡରେ ଓଡ଼ିଶା ଏଫ୍‌ସି

ନୂଆଦିଲ୍ଲୀ, ୧୯।୨- ଇଣ୍ଡିଆନ୍‌ ସୁପର୍‌ ଲିଗ୍‌ (ଆଇଏସ୍‌ଏଲ୍‌) ଫ୍ରାଞ୍ଚାଇଜ୍‌ ଓଡ଼ିଶା ଏଫ୍‌ସିର ୧୮ ବର୍ଷରୁ କମ୍‌ ଦଳ ଏଠାରେ ଚାଲିଥିବା ହିରୋ ଏଲିଟ୍‌ ଲିଗ୍‌ ୨୦୧୯-୨୦...

କ୍ରିକେଟ ପରେ ଏବେ ଅଭିନୟରେ ଜଲଓ୍ବା ଦେଖାଇବେ ଯୁବରାଜ ସିଂ

ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ କ୍ରିକେଟରୁ ଅବସର ନେବା ପରେ ବିଭିନ୍ନ ଟି୨୦ ଲିଗ୍‌ରେ ନଜର ଆସିଥିଲେ। ଏବେ କ୍ରିକେଟ ଛାଡି ଅଭିନୟ ଜଗତରେ...

ଟ୍ରେନିଂ ଆରମ୍ଭ କଲେ ସିନ୍ଧୁ, ପ୍ରଣୀଥ, ସିକ୍କି

ନୂଆଦିଲ୍ଲୀ,୭।୮(ପି.ଟି.): କରୋନା ଭାଇରସ ସଂକ୍ରମଣ କାରଣରୁ ଦୀର୍ଘ ୪ ମାସ ପରେ ଟ୍ରେନିଂ ଆରମ୍ଭ କରିଛନ୍ତି ଭାରତୀୟ ବ୍ୟାଡମିଣ୍ଟନ ତାରକା। ଏହି ବ୍ୟାଡମିଣ୍ଟନ ତାରକାମାନଙ୍କ ମଧ୍ୟରେ...

ଟି୨୦ ବିଶ୍ୱକପ୍‌ରେ ନ ଖେଳିପାରନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି

ଲଣ୍ଡନ,୭।୯: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସମ୍ଭବତଃ ଟି୨୦ ବିଶ୍ୱକପ୍‌ ଅଭିଯାନର ଅଂଶବିଶେଷ ହୋଇପାରିବେ ନାହିଁ। କାରଣ ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ଆଗ୍ରାଧ୍ୟକାର ଦେଉଥିବା...

Advertisement
Archives

Model This Week