ରଡ ବାନ୍ଧିବା ବେଳେ ଶ୍ରମିକଙ୍କ ମୃତ୍ୟୁ

କଟକ ରୋଡ,୧୪ା୯(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ନିର୍ମାଣଧୀନ ଏକ ଘର କାମ ବେଳେ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ନୟାଗଡ ଜିଲା ରଣପୁର ଥାନା ଅଧୀନ ଖଇରାପାଲି ଗ୍ରାମର ପଦ୍ମଚରଣ ପଟ୍ଟନାୟକ(୪୨)। ପୋଲିସ ସୂଚନା ଅନୁଯାୟୀ, ପଦ୍ମଲୋଚନ ଜଣେ ଠିକାଦାରଙ୍କ ନିକଟରେ ଶ୍ରମିକ ଭାବେ ନିୟୋଜିତ ଥିଲେ। ଗୁରୁବାର ଅପରାହ୍ନ ପ୍ରାୟ ୫ଟା ରେ ଲକ୍ଷ୍ମୀସାଗର ଥାନା ଅଧୀନ ଝାରପଡ଼ା କେନାଲ ରୋଡରେ ଜଣେ ବ୍ୟକ୍ତିଙ୍କ ଗୃହ ନିର୍ମାଣ ଚାଲିଥିବା ବେଳେ ପଦ୍ମଲୋଚନ ସେଠାରେ ରଡ ବାନ୍ଧୁଥିଲେ। ହଠାତ୍‌ ସେ ଅସୁସ୍ଥତା ଅନୁଭବ କରିବାରୁ ସେଠାରେ ଥିବା ଅନ୍ୟ ଶ୍ରମିକମାନେ ତାଙ୍କୁ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବ୍ୟବଚ୍ଛେଦ ପରେ ପୋଲିସ ମୃତଦେହକୁ ତାଙ୍କ ପରିବାରଲୋକଙ୍କୁ ହସ୍ତାନ୍ତର କରିଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଥାନାର ଜଣେ ଅଧିକାରୀ କହିଛନ୍ତି। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା(ନଂ.୩୦/୧୯)ରୁଜୁ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ନୀତି ବିରୋଧରେ ରାଜ୍ୟ ସରକାରଙ୍କ କଡ଼ା ଆଭିମୁଖ୍ୟ: ୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ, ୨ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର

ଭୁବନେଶ୍ୱର,୨୪।୨(ବ୍ୟୁରୋ): ରାଜ୍ୟ ସରକାର ଦୁର୍ନୀତି ବିରୋଧରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଏ ନେଇ ସୋମବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୬ ଅଧିକାରୀଙ୍କୁ ଚାକିରିରୁ ବରଖାସ୍ତ...

କଟକର ସନ୍ ହସ୍ପିଟାଲରେ ଅଗ୍ନିକାଣ୍ଡ

କଟକ ଅଫିସ, ୧।୨:କଟକ ତୁଳସୀପୁରର ଏକ ଘରୋଇ ହସ୍ପିଟାଲ ‘ସନ୍’‌ରେ ସୋମବାର ମଧ୍ୟାହ୍ନରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଲାଗିବାର କାରଣ ଏଯାବତ୍‌ ସ୍ପଷ୍ଟ ହୋଇନାହିଁ। କିମ୍ବା...

ଆସନ୍ତା ୧୦ରୁ କଲେଜ-ବିଶ୍ୱବିଦ୍ୟାଳୟ ବନ୍ଦ

ଭୁବନେଶ୍ୱର,୭।୧(ବ୍ୟୁରୋ): ରାଜ୍ୟର ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଶୁକ୍ରବାର ବନ୍ଦ ଘୋଷଣା କରାଯାଇଛି। ଜାନୁୟାରୀ ୧୦ରୁ ସମସ୍ତ କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ରହିବ। କେବଳ...

କରୋନା ମାଡ଼ରେ ଫିକା ହୋଲି

ଭୁବନେଶ୍ୱର,୨୮।୩(ବ୍ୟୁରୋ): ଆଜି ରଙ୍ଗର ପର୍ବ ହୋଲି। ହୋଲିକୁ ଆନନ୍ଦର ପର୍ବ ଭାବି, ମାନ ଅଭିମାନ ଭୁଲି ଜଣେ ଅନ୍ୟ ଜଣଙ୍କୁ ରଙ୍ଗ ଲଗାଇଥାଏ। ଯେପରି ରଙ୍ଗ...

ଶ୍ରୀମନ୍ଦିର ମରାମତି କାମ ଅନୁଧ୍ୟାନ କଲେ ଆମିକସ୍‌ କ୍ୟୁରି: ହାଇକୋର୍ଟରେ ଦାଖଲ କରିବେ ସତ୍ୟପାଠ

ପୁରୀ ଅଫିସ,୨୦ା୬: ଶ୍ରୀମନ୍ଦିର ମରାମତି କାର୍ଯ୍ୟର ତଦାରଖ ପାଇଁ ହାଇକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଆମିକସ୍‌କ୍ୟୁରି ଇଂ. ଏନ୍‌.କେ. ମହାନ୍ତି ବୁଧବାର ଶ୍ରୀମନ୍ଦିରକୁ ଆସି ବିଭିନ୍ନ କାମର...

ରାଜ୍ୟରୁ କରୋନା ନେଲାଣି ୪୫୬ ଜୀବନ, ଆଜି ୮ ଜଣଙ୍କ ମୃତ୍ୟୁ

ଭୁବନେଶ୍ୱର,୨୮ା୮(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୮ ଜୀବନ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪୫୬କୁ ବୃଦ୍ଧି ପାଇଥିବା ରାଜ୍ୟ...

ଶ୍ରୀକ୍ଷେତ୍ରକୁ ଶ୍ରୀହୀନ କରିବାକୁ ଚକ୍ରାନ୍ତ: ବ୍ରଜ ତ୍ରିପାଠୀ

ପୁରୀ ଅଫିସ୍‌,୫।୯:ପୁରୀରେ ଶ୍ରୀମନ୍ଦିର ସୁରକ୍ଷା ସୌନ୍ଦର୍ଯ୍ୟକରଣ ନାଁରେ ଚାଲିଥିବା ଉଚ୍ଛେଦକୁ ଶ୍ରୀକ୍ଷେତ୍ର ସୁରକ୍ଷା ଅଭିଯାନ ବିରୋଧ କରିଛି। ସରକାର ମନମୁଖି ଭାବେ ଏଭଳି ବେଆଇନ କାର୍ଯ୍ୟ...

ସବ୍ୟସାଚୀ ନିର୍ଦ୍ଦୋଷ

ଗୁଣପୁର,୯ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଗୁଡ଼ାରି ଥାନା ଅଧୀନ କଚାଗୁଡ଼ା ଅଞ୍ଚଳରେ ୨୦୦୮ରେ ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳି ବିନିମୟ ଘଟିଥିଲା। ଏଥିରେ ମାଓବାଦୀ ନେତା...

Advertisement
Archives

Model This Week