ରକ୍ତହୀନତା ଓ ଭାରତ

ବିଚିତ୍ର ବିଶ୍ୱାଳ
ଆମ ଦେଶରେ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ସମ୍ପ୍ରତି ନୀରବ ଘାତକ ଭାବେ ଉଭା ହୋଇଛି। ଗର୍ଭବତୀ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତାର ବିପଦ ଆହୁରି ଅଧିକ। ସାରା ବିଶ୍ୱର ରକ୍ତହୀନତାଗ୍ରସ୍ତ ମହିଳାମାନଙ୍କ ମଧ୍ୟରୁ ୫୩ ପ୍ରତିଶତ ଭାରତରେ ଦେଖାଯାଆନ୍ତି। ନ୍ୟାଶ୍‌ନାଲ ସାମ୍ପଲ୍‌ ସର୍ଭେ ସଂସ୍ଥାର ଅଧ୍ୟୟନ ଅନୁସାରେ ଆମ ଦେଶର ୫୦ ପ୍ରତିଶତ ଗର୍ଭବତୀ ମହିଳା ରକ୍ତହୀନତାର ଶିକାର। ସାଧାରଣତଃ ଋତୁସ୍ରାବ ସମୟରେ ମହିଳାମାନଙ୍କ ଶରୀରରୁ ବହୁ ରକ୍ତ କ୍ଷୟ ହୋଇଥାଏ। ତେଣୁ ମହିଳାଙ୍କ କ୍ଷେତ୍ରରେ ରକ୍ତହୀନତା ଅଧିକ ପରିମାଣରେ ଦେଖାଯାଏ।
ସାଧାରଣତଃ ପରିବାରର ପିଲା ଓ ପୁରୁଷମାନେ ଖାଇସାରିବା ପରେ ହଁି ମହିଳାମାନେ ଖାଇଥାନ୍ତି। ଅନେକ ସମୟରେ ମହିଳାଙ୍କ ପାଇଁ ଖାଦ୍ୟ ବହୁତ କମ୍‌ ଥାଏ। ସେମାନଙ୍କୁ କମ୍‌ ଖାଇ ଚଳେଇନେବାକୁ ପଡ଼େ। ଏହା ସେମାନଙ୍କ ରକ୍ତହୀନତାର କାରଣ ହୋଇଥାଏ। ସାମ୍ପ୍ରତିକ ସମୟରେ ନାରୀ-ପୁରୁଷ ସମାନତା ଉପରେ ଖୁବ୍‌ ଚର୍ଚ୍ଚା ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହିଳା ସଶକ୍ତୀକରଣ ଉପରେ ଗୁରୁତ୍ୱାରୋପ କରି ଲିଙ୍ଗଗତ ବିଷମତାକୁ ଦୂର କରିବା ପାଇଁ ଆହ୍ବାନ ଦେଇଛନ୍ତି। ଏହା ଖୁସିର ବିଷୟ। କିିନ୍ତୁ ବାସ୍ତବିକତା ହେଉଛି, ମହିଳାମାନଙ୍କୁ ପରିବାର ସ୍ତରରେ ସମାନ ସୁଯୋଗ ମିଳୁନାହଁି।
ମହିଳା ସଶକ୍ତୀକରଣ ଉପରେ ଯାହା ବି ଆଲୋଚନା ହେଉଛି, ତାହା ମୁଖ୍ୟତଃ ମହିଳାମାନଙ୍କର ସାମାଜିକ ଓ ଆର୍ଥିକ ସଶକ୍ତୀକରଣକୁ କେନ୍ଦ୍ରକରି। ସେମାନଙ୍କର ସ୍ବାସ୍ଥ୍ୟ ଅଧିକାର ବିଷୟରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଉ ନାହିଁ। ସନ୍ତାନ ପ୍ରଜନନ ଓ ଲାଳନପାଳନର ମୁଖ୍ୟ ଦାୟିତ୍ୱ ମହିଳାମାନଙ୍କ ଉପରେ ନ୍ୟସ୍ତ ଥାଏ ଓ ସେଥିପାଇଁ ସେମାନଙ୍କର ସ୍ବାସ୍ଥ୍ୟ ଠିକ୍‌ ରହିବା ଅତ୍ୟନ୍ତ ଗୁରୁତ୍ୱପର୍ଣ୍ଣ। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ, ସେମାନଙ୍କ ସ୍ବାସ୍ଥ୍ୟ ଉପରେ କେହି ଗୁରୁତ୍ୱ ଦିଅନ୍ତି ନାହିଁ। ଘରେ ଗୋଟିଏ ପୁଅର ଦେହ ଖରାପ ହେଲେ ଯେତେ ଶୀଘ୍ର ତା’ ପାଇଁ ଚିକିତ୍ସା ବ୍ୟବସ୍ଥା କରାଯାଏ, ଝିଅ କ୍ଷେତ୍ରରେ ସେହିପରି କରାଯାଏ ନାହଁି।
ଏଥିସହିତ ଉପଯୁକ୍ତ ମାନ ଓ ପରିମାଣର ପନିପରିବା ଓ ଖାଦ୍ୟ ନ ଖାଇବା ବି ରକ୍ତହୀନତାର ଏକ କାରଣ। ରକ୍ତହୀନତାର ପ୍ରାରମ୍ଭିକ ଲକ୍ଷଣ ଭାବେ ସାଧାରଣତଃ ମୁଣ୍ଡବିନ୍ଧା, ହାଲିଆ ଲାଗିବା, ନିଃଶ୍ୱାସ ପ୍ରଶ୍ୱାସ ନେବାରେ କଷ୍ଟ ପରି ଲକ୍ଷଣ ଦେଖାଯାଇଥାଏ, ଯାହାକୁ ମହିଳାମାନେ ଠିକ୍‌ ଭାବେ ଜାଣିପାରନ୍ତି ନାହଁି। ଠିକ୍‌ ସମୟରେ ରକ୍ତହୀନତାକୁ ଚିହ୍ନଟ କରି ଉପଯୁକ୍ତ ପଦକ୍ଷେପ ନ ନେଲେ ଏହା ପରେ ଅଧିକ ବିପଦର କାରଣ ହୋଇଥାଏ। ଲୌହସାରର ଅଭାବ ମୁଖ୍ୟତଃ ଶରୀରରେ ରକ୍ତହୀନତା ସୃଷ୍ଟି କରିଥାଏ। ତେଣୁ ମହିଳାଙ୍କ ଖାଦ୍ୟରେ ବିଭିନ୍ନ ପ୍ରକାର ଶାଗ, ସବୁଜ ପନିପରିବା ଆଦି ରହିବା ଦରକାର।
ମହିଳାମାନଙ୍କ ପାଇଁ ବୟସର ବିଭିନ୍ନ ଅବସ୍ଥାରେ ପୁଷ୍ଟିଯୁକ୍ତ ସନ୍ତୁଳିତ ଆହାର ବ୍ୟବସ୍ଥା କରାଇପାରିଲେ ଏହି ନୀରବ ଘାତକ କବଳରୁ ସେମାନଙ୍କୁ ରକ୍ଷା କରିହେବ। ବିଶେଷକରି ବାଳିକା, ଗର୍ଭବତୀ ମହିଳା ଓ ପ୍ରସୂତିଙ୍କ କ୍ଷେତ୍ରରେ ଉପଯୁକ୍ତ ପୁଷ୍ଟିଯୁକ୍ତ ଖାଦ୍ୟ ବ୍ୟବସ୍ଥା କରାଇବା ଏକାନ୍ତ ଆବଶ୍ୟକ। ଗର୍ଭବତୀ ମହିଳାଙ୍କ ପାଇଁ ଅଧିକ ପରିମାଣର ଲୌହସାରଯୁକ୍ତ ଖାଦ୍ୟ ଆବଶ୍ୟକ। ତେଣୁ ସେମାନଙ୍କୁ ଲୌହ ବଟିକା ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ। ହେଲେ ଆମ ଦେଶରେ ଗ୍ରାମାଞ୍ଚଳରେ ଦେଖାଯାଏ ଯେ, ଗର୍ଭବତୀ ମହିଳାମାନେ ଲୌହବଟିକା ନ ଖାଇ ଫୋପାଡ଼ି ଦେଇଥାନ୍ତି। ଏହି ଅଭ୍ୟାସରେ ପରିବର୍ତ୍ତନ ଆବଶ୍ୟକ। କାରଣ ଗର୍ଭବତୀ ଅବସ୍ଥାରେ ରକ୍ତହୀନତା ଦେଖାଦେଲେ ମା’ ଓ ଶିଶୁ ଉଭୟଙ୍କ ଜୀବନ ପ୍ରତି ବିପଦ ଥାଏ। ଗର୍ଭବତୀ ଅବସ୍ଥାରେ ରକ୍ତହୀନତା ଦେଖାଦେଲେ ଗର୍ଭପାତ ଆଶଙ୍କା ମଧ୍ୟ ଦେଖାଯାଇଥାଏ। ଗର୍ଭସ୍ଥ ଶିଶୁର ବିକାଶ ଠିକ୍‌ ଭାବେ ହୋଇ ନ ଥାଏ।
ଆମ ଦେଶରେ ଦେଖାଯାଉଥିବା ମାତୃ ମୃତ୍ୟୁର ମୁଖ୍ୟ କାରଣଗୁଡ଼ିକ ମଧ୍ୟରୁ ରକ୍ତହୀନତା ପ୍ରମୁଖ। ତଥ୍ୟ ଅନୁସାରେ ଆମ ଦେଶରେ ୨୦ରୁ ୪୦ ପ୍ରତିଶତ ମାତୃମୃତ୍ୟୁର ଅନ୍ତର୍ନିହିତ କାରଣ ଗର୍ଭଧାରଣ ଅବସ୍ଥାରେ ରକ୍ତହୀନତା। ସମଗ୍ର ଦକ୍ଷିଣ ଏସିଆରେ ଦେଖାଯାଉଥିବା ମାତୃମୃତ୍ୟୁର ୮୦ ପ୍ରତିଶତ କେବଳ ଭାରତରେ ହୋଇଥାଏ, ଯାହାର ମୁଖ୍ୟ କାରଣ ଗର୍ଭାବସ୍ଥାରେ ରକ୍ତହୀନତା। ରକ୍ତହୀନତାକୁ ରୋକିବା ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। କିନ୍ତୁ ତାହା ଯଥେଷ୍ଟ ନୁହେଁ। କେବଳ ସରକାର ନୁହେଁ, ପରିବାର ସ୍ତରରେ ମଧ୍ୟ ଆମକୁ ମହିଳାମାନଙ୍କ ସ୍ବାସ୍ଥ୍ୟକୁ ନେଇ ଅଧିକ ଦାୟିତ୍ୱବାନ୍‌ ହେବାକୁ ପଡ଼ିବ।
ରକ୍ତହୀନତା ଦୂରକରିବା ପାଇଁ ସରକାରଙ୍କ ତରଫରୁ ଦୁଇଟି ମୁଖ୍ୟ କାର୍ଯ୍ୟକ୍ରମ ‘ରକ୍ତହୀନତାମୁକ୍ତ ଭାରତ’ ଓ ‘ପୋଷଣ ଅଭିଯାନ’ ଆରମ୍ଭ କରାଯାଇଛି। ଏହି ଦୁଇଟି କାର୍ଯ୍ୟକ୍ରମ ଦ୍ୱାରା କିଶୋରୀ, ଶିଶୁ ଓ ମହିଳାଙ୍କ କ୍ଷେତ୍ରରେ ଅନ୍ତତଃପକ୍ଷେ ବର୍ଷକୁ ୩ ପ୍ରତିଶତ ହାରରେ ରକ୍ତହୀନତା କମ୍‌ କରିବାର ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମକୁ ଠିକ୍‌ଭାବେ କାର୍ଯ୍ୟକାରୀ କରିବାର ଆବଶ୍ୟକତା ରହିଛି।
ଭିରଙ୍ଗ, ତିରଣ, ଜଗତ୍‌ସିଂହପୁର


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶୀଙ୍କ ଚକ୍ଷୁରେ

ନିକଟରେ ସ୍ବିଡେନ୍‌ର ଭେରାଇଟିଜ୍‌ ଅଫ୍‌ ଡେମୋକ୍ରାସି ଇନ୍‌ଷ୍ଟିଚ୍ୟୁଟ୍‌ ପକ୍ଷରୁ ଏକ ରିପୋର୍ଟ ପ୍ରକାଶ ପାଇଛି, ଯେଉଁଥିରେ ଭାରତ ଏକ ଇଲେକ୍ଟୋରାଲ ଅଟୋକ୍ରାସି ବା ନିର୍ବାଚିତ ଏକଚ୍ଛତ୍ର...

ଏଇ ଭାରତରେ

ଜଳ ସଙ୍କଟ ଦୂର କରିବାରେ ଗୁଜରାଟର ଜଣେ ମହିଳାଙ୍କ ଅଭିଯାନ ବେଶ୍‌ ପ୍ରଶଂସନୀୟ। ଏହି ମହିଳା ଜଣକ ହେଉଛନ୍ତି ଅହମଦାବାଦର ଗଜ୍‌ଲା ପଲ୍‌। ସେ ସାମର୍ଥ୍ୟ...

ଚିରାଗଙ୍କ ବଂଶ

ଲିଗାସି ବା ବଂଶକୁଳ ସୂତ୍ରରେ ମିଳିଥିବା ଅଧିକାରକୁ ଜଣେ ଠିକ୍‌ ଭାବେ ଉପଯୋଗ କରିପାରିଲେ ତାଙ୍କର ମର୍ଯ୍ୟାଦା ବଢ଼ିଥାଏ। ଭାରତୀୟ ରାଜନୀତିରେ ଲିଗାସିର ବଡ଼ ଭୂମିକା...

ଭେଜାଲ ଔଷଧ ସମସ୍ୟା

ଦିଲ୍ଲୀପ କୁମାର ମହାରଣା ପୃଥିବୀରେ ନିମ୍ନ ଓ ମଧ୍ୟମ ଆୟକାରୀ ଦେଶଗୁଡ଼ିକରେ ବିକ୍ରି ହେଉଥିବା ପ୍ରତି ୧୦ଟି ଔଷଧ ମଧ୍ୟରୁ ଗୋଟିଏ ଭେଜାଲ ଓ ନିକୃଷ୍ଟମାନର...

ଏଇ ଭାରତରେ

ମାନବିକତା ଏକ ଶବ୍ଦ, କିନ୍ତୁ ଏହାର ଗଭୀରତା ଏତେ ଅଧିକ ଯେ ତାହାକୁ ଶବ୍ଦରେ ବ୍ୟାଖ୍ୟା କରାଯାଇପାରେନା। ଏଭଳି ମାନବିକତାର ଛବି ଦେଖିତ୍ବାକୁ ମିଳିଛି ପଞ୍ଜାବର...

ବାକ୍‌ ସଂଯମ

ଡ.ଅରୁନ୍ଧତୀ ଦେବୀ ମାନବ ଜନ୍ମ ଦୁର୍ଲଭ ବୋଲି କୁହାଯାଏ। କାରଣ ୮୪ ଲକ୍ଷ ଜନ୍ମ ପରେ ମାନବ ଜନ୍ମ ମିଳେ। ଆମେମାନେ ସମସ୍ତେ ନିଶ୍ଚିତ ଭାବରେ...

ସାଇବର ଅପରାଧର କାୟା ବିସ୍ତାର

ନଗେନ୍ଦ୍ର ନାଥ ପଟ୍ଟନାୟକ ପ୍ରଯୁକ୍ତିଗତ ଜ୍ଞାନକୌଶଳ ତଥା ବୈଷୟିକ କ୍ଷେତ୍ରରେ ଏତେ ଭୌତିକ ବିକାଶ ଘଟିଛି ଯେ ଆଜିକାଲିର ଦୁନିଆକୁ ଆମେ କମ୍ପ୍ୟୁଟର ଯୁଗ ବୋଲି...

ଅମାନବୀୟ ପରମ୍ପରା

ଦ୍ୱିତୀ ଚନ୍ଦ୍ର ସାହୁ ହେମଗିରିରୁ ଝାରସୁଗୁଡ଼ା ଫେରୁଥାଉ। ବନ୍ଧୁ ଶିବାଶିଷ ହଠାତ୍‌ ଏକ ନିଛାଟିଆ ସ୍ଥାନରେ ଗାଡ଼ିର ବ୍ରେକ୍‌ କଷିଲେ। ମୋବାଇଲ ଚାଟିଂରୁ ନଜର ହଟାଇ...

Advertisement


Archives

Model This Week