ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର

ଅମରପାଲି, ୪।୮ (ଡି.ଏନ.ଏ.)-ବିପଦପୂର୍ଣ୍ଣ ଭାବେ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରୀଛାତ୍ର। ଏଭଳି ଘଟଣା ଦେଖିବାକୁ ମିଳିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଦୁର୍ଜନତୈଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହରିହର ଯୋରରେ। ପ୍ରାୟ ୩୦ରୁ ୪୦ଜଣ ଛାତ୍ରୀଛାତ୍ର ପ୍ରତ୍ୟହ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି। ଉକ୍ତ ଯୋର ଉପରେ ପୋଲ ନିର୍ମାଣ କାମ ଆରମ୍ଭ ହୋଇଥିଲେ ମଧ୍ୟ ତାହା ସରିନାହିଁ ା ଫଳରେ ଦୁର୍ଜନତୈଲା ପଞ୍ଚାୟତର ମସିଣାପାଲି, ମାଖନଖାଇ, ସୁରଧାପାଲି, ଦୁର୍ଜନତୈଲା, ବ୍ରାହ୍ମଣୀପାଲି, ଗୋଘାଟ, ବରଘାଟ ଦାଦର ଆଦି ଗ୍ରାମର ୬ଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରମାନେ ପ୍ରତ୍ୟହ ଉକ୍ତ ବାଟଦେଇ ସାଗଯୋରୀ ସ୍କୁଲକୁ ଯାଇଥାନ୍ତି । ପୂର୍ବରୁ ହରିହରଯୋର ପ୍ରକଳ୍ପ ଉପର ରାସ୍ତା ଦେଇ ଛାତ୍ରୀଛାତ୍ର ଯିବା ଆସିବା କରୁଥିଲେ। ମାତ୍ର ଉକ୍ତ ରାସ୍ତା ଏବେ ଖାଲଖମା ପୂର୍ଣ୍ଣ ହେବା ସହିତ ଶୋଚନୀୟ ହୋଇପଡିଛି। ବାରମ୍ବାର ଅଭିଯୋଗ କଲେ ମଧ୍ୟ ଏଥିପ୍ରତି କେହି ଦୃଷ୍ଟି ଦେଉ ନାହାନ୍ତି। ଫଳରେ ସେହି ବାଟରେ ଏବେ ଯିବା ଆସିବା ସମ୍ଭବ ହେଉନାହିଁ । ଏହି ରାସ୍ତାରେ ଅନେକ ସମୟରେ ଦୁର୍ଘଟଣା ମଧ୍ୟ ହେଉଛି। ତେଣୁ ଛାତ୍ରୀଛାତ୍ରମାନେ ବାଧ୍ୟ ହୋଇ ଯୋର ପାର ହୋଇ ସ୍କୁଲ ଯାଉଛନ୍ତି । ଟିକିଏ ବର୍ଷା ହେଲେ ଯୋରରେ ପାଣି ଆସୁଛି । ପିଲାଏ ବହିପତ୍ର ଓ ସାଇକେଲ ଧରି ୩ରୁ ୪ ଫୁଟ ପାଣି ପାର ହେଉଥିବା ଦେଖିବାକୁ ମିଳୁଛି । ଟିକିଏ ଅସାବଧାନତା ହେଲେ ପାଣିରେ ଭାସିଯିବାର ସମ୍ଭାବନା ରହିଛି । ଉକ୍ତ ଯୋର ଉପରେ ଏବେ ଏକ ପୋଲ ନିର୍ମାଣ ହେଉଥିଲେ ମଧ୍ୟ ଏହାର କାମ ମନ୍ଥର ଗତିରେ ଚାଲିଥିବାରୁ ପିଲାଏ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସ୍କୁଲ ଯାଉଥିବା ଅଧିକାଂଶ ଛାତ୍ରୀଛାତ୍ର ଆଦିବାସୀ ଶ୍ରେଣୀର। ଏଣୁ ବିଭାଗୀୟ ଅଧିକାରୀମାନେ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଓ୍ବା ଲୁଟ୍‌ ଘଟଣା, ୨ ଟ୍ରକ୍‌ ଡ୍ରାଇଭର କୋର୍ଟ ଚାଲାଣ

ଧର୍ମଶାଳା/ଜେନାପୁର,୧୧।୧୨(ଡି.ଏନ୍‌.ଏ.)- ଜେନାପୁର ପୋଲିସ ମଙ୍ଗଳବାର ହାଇଓ୍ବା ଲୁଟ୍‌ ଅଭିଯୋଗରେ ୨ ଜଣ ଡ୍ରାଇଭରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଏହି ଘଟଣାରେ ପୋଲିସ ଚୋରି...

ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ: କର୍ମଚାରୀଙ୍କୁ ମାଡ଼ ମାରି ଯୁବକ ଫେରାର

ବାଲେଶ୍ୱର ଅଫିସ, ୨୫।୧୨-ନୂତନ ଆଧାର କାର୍ଡ କରିବାର ବିଳମ୍ବ ହେବାରୁ ବାଲେଶ୍ୱର ଜିଲାପାଳ ଅଫିସ୍‌ ପରିସର ସରକାରୀ ଗୃହରେ ଓକାକ୍‌ ଦ୍ୱାରା ଅନୁମୋଦିତ ଆଧାରକେନ୍ଦ୍ରରେ ତୁମୁଳକାଣ୍ଡ...

ବରିଷ୍ଠ ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ଭୁବନେଶ୍ୱର,୭।୨(ବ୍ୟୁରୋ): ଧରିତ୍ରୀର ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ୱର ସଂସ୍କରଣ ମୁଖ୍ୟ ଉପେନ୍ଦ୍ର ପ୍ରସାଦ ମହାଲାଙ୍କ ଧର୍ମପତ୍ନୀ ପ୍ରଭାତୀ ମହାଲା(୫୧)ଙ୍କ ଗୁରୁବାର ରାତି ସାଢ଼େ ୧୦ଟାରେ ଭୁବନେଶ୍ୱରର...

ଧରିତ୍ରୀ ପ୍ରଭାବ: ଚିକିତ୍ସା ପାଇଁ ସହାୟତା ରାଶି ପଠାଇଲେ ପ୍ରବାସୀ ଭାରତୀୟ

ବରଗଡ଼ ଅଫିସ୍‌,୧।୫- ନିଆଁରେ ପୋଡ଼ି ହୋଇ ବରଗଡ଼ ଜିଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାଲପାଲି ଗ୍ରାମର ସୁଶୀଲ ଖମାରୀଙ୍କ ଶିଶୁକନ୍ୟା ରୁନି(୧୦) ଗୁରୁତର ଆହତ ହୋଇଛନ୍ତି...

ପ୍ରକଳ୍ପ ଅଛି : ପାଣି ଆସୁନି, ଅସୁବିଧା ଭୋଗୁଛନ୍ତି ୮ ୱାର୍ଡ଼ର ଲୋକେ

ନୟାଗଡ଼ ଅଫିସ/ରଣପୁର (ସ୍ବ.ପ୍ର.)୨୭ା୫:  ପାନୀୟ ଜଳ ପ୍ରକଳ୍ପ ଥିଲେ ମଧ୍ୟ ଏହା କାର୍ଯ୍ୟକ୍ଷମ ହେଉ ନାହିଁ। ଫଳରେ ନୟାଗଡ଼ ଜିଲା ରଣପୁର ବ୍ଲକ ଅନ୍ତର୍ଗତ କୁଳାସର,...

ନିଶାବେପାରୀଙ୍କ ଘରୁ ବୋମା, ମାରାଣାସ୍ତ୍ର, ମଦ ଜବତ

ଜଟଣୀ,୩୦ା୧(ଡି.ଏନ.ଏ.): ଜଟଣୀ ଥାନା ବାଲିଛକ ମୁଣ୍ଡିଆସାହିରେ ଜଣେ ନିଶା ମାଫିଆଙ୍କ ଘର ଉପରେ ଜଟଣୀ ପୋଲିସ ମଙ୍ଗଳବାର ଚଢ଼ାଉ କରିଥିଲା। ଚଢ଼ାଉ ସମୟରେ ନିଶାବେପାରୀ ଖସି...

ଜୀବିକା ଉପରେ କରୋନା ପାହାର: ସଙ୍କଟରେ ପଥର ଶିଳ୍ପୀ

କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-କରୋନା ଭୂତାଣୁ ସଂକ୍ରମଣ ରୋକିବା ଲାଗି ସମଗ୍ର ଦେଶରେ ଏବେ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। କାମଧନ୍ଦା ସବୁ ଠପ୍‌ ହୋଇଯିବାରୁ ଶ୍ରମିକ, କାରିଗର...

ଗୋଷ୍ଠୀ ସଂକ୍ରମଣ ଆଶଙ୍କା: ଖୋର୍ଦ୍ଧାରେ ପାଳନ ହେବନି ରଜ, ଶୁକ୍ରବାରଠାରୁ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ୧୪୪ ଧାରା ଜାରି

ଖୋର୍ଦ୍ଧା ଅଫିସ,୧୨।୬: କରୋନା ଲାଗି ଫିକା ପଡିବ ଓଡ଼ିଆଙ୍କ ଗଣ ପର୍ବ ରଜ। ବାହାରେ ହୋଇ ପାରିବ ନାହିଁ ସାମୁହିକ କାର୍ଯ୍ୟକ୍ରମ। ଶୁକ୍ରବାରଠାରୁ ଆସନ୍ତା ୨୦...

Coronavirus Update


Archives

Model This Week

Why Dharitri