ଯୋଜନା ଅପହଞ୍ଚ, ଦାଦନରେ ବନ୍ଧା ଜୀବନ

ବରଗଡ଼ ଅଫିସ୍‌,୨୭।୨: ଦାଦନସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ବହୁବିଧ ଯୋଜନା ହାତକୁ ନେଇଛନ୍ତି। ଏଭଳି ପ୍ରଭାବିତ ଅଞ୍ଚଳ ପାଇଁ ସରକାର ମହାତ୍ମାଗାନ୍ଧୀ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମଜିଏନଆରଇଜିଏ) ଯୋଜନାରେ ଶ୍ରମିକଙ୍କୁ ଦୁଇଶହ ଦିନର କାମ ଯୋଗାଇବାର ବ୍ୟବସ୍ଥା କରିଛନ୍ତି। ଏଥିପାଇଁ ଦୈନିକ ୨୮୬ଟଙ୍କା ପାରିଶ୍ରମିକ ପ୍ରଦାନର ବ୍ୟବସ୍ଥା ରହିଥିବାବେଳେ ଲୋକକଳା ମାଧ୍ୟମରେ ସମ୍ପୃକ୍ତ ଅଞ୍ଚଳରେ ସଚେତନତା କରାଯାଉଛି। ତଥାପି ଏହି ସମସ୍ୟା ଅସମାହିତ ହୋଇ ପଡ଼ିଛି। ବରଗଡ଼ ଜିଲା ଏଥିରୁ ବାଦ୍‌ ପଡ଼ିନାହିଁ। ଜିଲାର ପଦ୍ମପୁର ଉପଖଣ୍ଡରେ ଏହା ଏକ ନିତିଦିନିଆ ଘଟଣା ପାଲଟିଛି।

ଦେଢ଼ମାସରେ ସାମ୍ନାକୁ ଆସିଲାଣି ୩ ଘଟଣା
କିଛିବର୍ଷ ତଳେ ଭେଡ଼େନ ଅଞ୍ଚଳର ଜଣେ ଶ୍ରମିକ ନିଜ ହାତ ହରାଇ ଫେରିଥିଲେ। ଗାଇସିଲେଟ ଅଞ୍ଚଳରୁ ତାମିଲନାଡ଼ୁ ତିରୁଭେଲୁର ଜିଲା ଭେଙ୍ଗଲ ଥାନା କୁନୁର ଅଞ୍ଚଳକୁ ଦାଦନ ଖଟିବାକୁ ଯାଇଥିବାବେଳେ ଜଣେ ମହିଳା ସେଠାରେ ନିଜ ସ୍ବାମୀଙ୍କୁ ହରାଇ ଗତ ମାସ ୧୬ତାରିଖରେ ଏବଂ ଅନ୍ୟ ୨୮ଜଣ ନିର୍ଯାତିତ ଶ୍ରମିକ, ଝିଅପୁଅଙ୍କ ସହିତ ଘରକୁ ଫେରିଥିଲେ। ଏହାର କିଛିଦିନ ପରେ ତୋରା ଅଞ୍ଚଳର ଜଣେ ମହିଳା ରାଜ୍ୟ ବାହାରେ ସେଭଳି ତାଙ୍କ ପରିବାର ଲୋକେ ବନ୍ଧା ପଡ଼ିଥିବା ଅଭିଯୋଗ ନେଇ ଜିଲାପାଳ ଅଫିସରେ ନେହୁରା ହେଉଥିବା ଦେଖିବାକୁ ମିଳିଥିଲା। ଏହି ଘଟଣାକୁ ନେଇ ଚର୍ଚ୍ଚା ଥମି ନ ଥିବାବେଳେ ପାଇକମାଳ ବ୍ଲକ ଅନ୍ତର୍ଗତ ଯୋଗୀନ୍ଦ୍ରପୁର, ଝିଟିକି ଗ୍ରାମର ୩୫ଜଣ ତେଲେଙ୍ଗାନାର ଏକ ଇଟାଭାଟିରେ ବନ୍ଧା ପଡ଼ିବା ଏବଂ ଉଦ୍ଧାର ପାଇଁ ସେମାନେ ଆକୁଳ ନିବେଦନ କରିବାର ଏକ ଭିଡ଼ିଓ କ୍ଲିପିଂ ସୋସିଆଲ ମିଡ଼ିଆରେ ଭାଇରାଲ ହେବା ଘଟଣା ଏଠାରେ ଆଲୋଡ଼ନ ଖେଳାଇ ଦେଇଛି।

ବନ୍ଧା ପଡ଼ିଛନ୍ତି ୨ଗ୍ରାମର ୩୫ଜଣ
ତେଲେଙ୍ଗାନାର ପଇଦାପଲ୍ଲୀ ଜିଲା ରାମଗିରି ଥାନା ଅନ୍ତର୍ଗତ ପାଣ୍ଡୁଲାପଲ୍ଲୀରେ ରହିଥିବା ଏକ ଇଟାଭାଟିରେ ସେମାନେ ବନ୍ଧା ପଡ଼ିଥିବା ସୂଚନା ମିଳିଛି । ତେବେ ସମୁଦାୟ ୩୫ଜଣଙ୍କ ମଧ୍ୟରୁ ୨୪ଜଣ ଶ୍ରମିକ ଏବଂ ବାକି ୧୧ଜଣ ସେମାନଙ୍କ ପିଲାଛୁଆ ରହିଥିବା ଜଣାପଡ଼ିଛି।

ଦାଦନରେ ବାଦ୍‌ ପଡ଼ିନି ଶୈଶବ
ଦାଦନ ସମସ୍ୟାରେ କେବଳ ପ୍ରବାସୀ ଶ୍ରମିକ ନିର୍ଯାତିତ ହେଉଛନ୍ତି, ତାହା ନୁହେଁ। କୋମଳମତି ୧୧ ପିଲାଛୁଆଙ୍କ ଶୈଶବ ମଧ୍ୟ ସେଠାରେ ବନ୍ଧା ପଡ଼ିବା ଭଳି ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଦୁନିଆକୁ ଭଲ ଭାବେ ଚିହ୍ନି ପାରି ନ ଥିବା ୧୦ମାସରୁ ଆରମ୍ଭ କରି ୪ବର୍ଷର ଶିଶୁ ସେଠାରେ ରହିଛନ୍ତି।

ଉଦ୍ଧାର ପ୍ରକ୍ରିୟା ଆରମ୍ଭ, ଠାବ ହୋଇନି ଦଲାଲ୍‌
ସାମାଜିକ କର୍ମୀ ଦିବସ କୁମାର ସାହୁଙ୍କ ଉଦ୍ୟମ ପରେ ତେଲେଙ୍ଗାନାରେ ବନ୍ଧା ପଡ଼ିଥିବା ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି। ତେବେ କେଉଁ ଦଲାଲ(ମଧ୍ୟସ୍ଥି)ଙ୍କ ମାଧ୍ୟମରେ ପ୍ରଲୋଭନରେ ପଡ଼ି ସେମାନେ ସେଠାକୁ ଦାଦନ ଖଟିବାକୁ ଯାଇଥିଲେ, ତାହା ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ। ଗତ ଜୁଲାଇ ଓ ଅଗଷ୍ଟ ମାସରୁ ବଲାଙ୍ଗୀର ଜିଲାର ଜଣେ ଲୋକ ଯୋଗିନ୍ଦ୍ରପୁର, ଝିଟକି ଗ୍ରାମକୁ ଆସି ପ୍ରଲୋଭନ ଦେଖାଇ ଏହି ଶ୍ରମିକଙ୍କୁ ସେଠାକୁ ନେଇ ଯାଇଥିବା ସୂଚନା ମିଳିଛି।
ଏ ନେଇ ଜିଲା ଶ୍ରମ ଅଧିକାରୀ ହେମନ୍ତ କୁମାର ପ୍ରଧାନଙ୍କୁ ପଚାରିବାରୁ ତେଲେଙ୍ଗାନାରେ ବନ୍ଧା ପଡ଼ିଥିବା ଶ୍ରମିକଙ୍କୁ ଉଦ୍ଧାର ପ୍ରକ୍ରିୟା ଆରମ୍ଭ ହୋଇଛି । ରାଜ୍ୟ ଶ୍ରମ କମିଶନର ଏବଂ ତେଲେଙ୍ଗନା ଶ୍ରମ କମିଶନରଙ୍କ ମଧ୍ୟରେ ସେ ନେଇ ଯୋଗାଯୋଗ ହୋଇଛି। ଶ୍ରମିକଙ୍କ ଅବସ୍ଥିତି ଜଣାପଡ଼ିଛି ଏବଂ ଆସନ୍ତା ୩ଦିନ ମଧ୍ୟରେ ସେମାନେ ଉଦ୍ଧାର ହୋଇ ଘରକୁ ଫେରିଯିବେ। କାହା ମଧ୍ୟସ୍ଥିରେ ସେମାନେ ଯାଇଥିଲେ, ତାହା ଶ୍ରମିକମାନେ ମଧ୍ୟ ଠିକ୍‌ ଭାବେ କହିପାରୁ ନାହାନ୍ତି। ଦଲାଲଙ୍କୁ ଚିହ୍ନଟ ପାଇଁ ଉଦ୍ୟମ ଚାଲିଛି। ଚିହ୍ନଟ ହେଲେ ଆଇନ ଅନୁଯାୟୀ ନିଶ୍ଚୟ କାର୍ଯ୍ୟାନୁଷ୍ଠାନ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମରେ ପୋଲିସ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ: ଗୋଟିଏ ରାତିରେ ତିନି ତିନିଟି ମନ୍ଦିରରୁ ଲୁଟ୍‌, ରାତି ପାହିଲା ବେଳକୁ…

ଗଞ୍ଜାମ, ୨୨।୯(ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଗୋଟିଏ ରାତିରେ ତିନୋଟି ମନ୍ଦିରରୁ ସଙ୍ଘବଦ୍ଧ ଲୁଟ୍ ହୋଇଥିବା ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସୋମବାର ବିଳମ୍ବିତ ରାତିରେ…

ବାତ୍ୟା ମୁକାବିଲା ପାଇଁ ପ୍ରଶାସନ ପ୍ରସ୍ତୁତ: ଜିଲାପାଳ

ରାୟଗଡ଼ା,୨୨।୯(ଜଗନ୍ନାଥ ଗୌଡ଼): ସମ୍ଭାବ୍ୟ ବାତ୍ୟାକୁ ନେଇ ରାୟଗଡା ଜିଲା ପ୍ରଶାସନ ସଜାଗ ରହିଛି। ବାତ୍ୟା ମୁକାବିଲା କରିବା ସହ ଯେକୌଣସି ପରିସ୍ଥିତିରେ ଉଦ୍ଧାର ଓ ରିଲିଫ କାର୍ଯ୍ୟକୁ…

ଗାଡ଼ି ଅଟକାଇ ମାଡ଼ ମାରିବା ମାମଲା: ୩ ଅଭିଯୁକ୍ତ ଜେଲ୍ ଗଲେ, ଜଣେ ଗିରଫ ଓ ୨ ଆତ୍ମସମର୍ପଣ

ବଞ୍ଚୋ,୨୨।୯(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ଅଧୀନ ଦେଓଗାଁ ଅଞ୍ଚଳରେ ଘଟିଥିବା ଗାଡ଼ି ଅଟକାଇ ମାଡ଼ ମାରିବା ମାମଲାରେ ପୁଲିସକୁ ବଡ଼ ସଫଳତା ମିଳିଛି। ଏହି…

IMD ଡିଜିଙ୍କ ବଡ଼ ସୂଚନା, ୨୩ ରାତିରେ ଉପକୂଳ ଅତିକ୍ରମ କରିବ ବାତ୍ୟା

ଭୁବନେଶ୍ୱର,୨୨।୯: ବଙ୍ଗୋପସାଗରରେ ଧୀରେ ଧୀରେ ତୀବ୍ର ହେଉଛି ଅବପାତ। ମଙ୍ଗଳବାର ସାରୁ ରାତି ଭିତରେ ଅବପାତ ଗଭୀର ଅବପାତର ରୂପ ନେବ। ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗକୁ…

ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟରେ ପ୍ରବଳ ବର୍ଷା: ଜିଲାରେ ସବୁ ସ୍କୁଲ୍ ୨ ଦିନ ବନ୍ଦ, ସେମିଳିଗୁଡ଼ାରେ…

କୋରାପୁଟ,୨୨।୯(ଅମିତାଭ ବେହେରା): ସମ୍ଭାବ୍ୟ ବାତ୍ୟା ପ୍ରଭାବରେ କୋରାପୁଟ ଜିଲାରେ ମଙ୍ଗଳବାର ଦିନତମାମ ପ୍ରବଳ ବର୍ଷା ଜାରି ରହିଛି। ସକାଳ ୮ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଜିଲାର ୧୪ଟି…

ଆକାଉଣ୍ଟଧାରୀ ସାବଧାନ! ୨୫ ସେପ୍ଟେମ୍ୱର ସୁଦ୍ଧା ସାରନ୍ତୁ ବ୍ୟାଙ୍କ୍‌ କାମ, ନହେଲେ ଉଠାଇପାରିବେନି ଟଙ୍କା?

ନୂଆଦିଲ୍ଲୀ,୨୨।୮: ଯଦି ଆପଣଙ୍କର ବ୍ୟାଙ୍କ ସହିତ ଜଡ଼ିତ କୌଣସି ଜରୁରୀ କାର୍ଯ୍ୟ ବାକି ଅଛି, ତେବେ ତାହାକୁ ଯଥାଶୀଘ୍ର ସାରିଦେବା ହିଁ ଆପଣଙ୍କ ପାଇଁ ଲାଭଦାୟକ ହେବ।…

ଓଡ଼ିଶା ଆସିବେ ରାଷ୍ଟ୍ରପତି

ଭୁବନେଶ୍ୱର,୨୨।୯: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତକୁ ନେଇ ସାଂସଦ ନବ ଚରଣ ମାଝୀ ମଙ୍ଗଳବାର…

ନୂଆ ଛାତ୍ରୀଛାତ୍ରଙ୍କୁ ସ୍ବାଗତ: ପ୍ରତିଭା ବିକାଶ ଉପରେ ଗୁରୁତ୍ୱ

ଦିଗପହଣ୍ଡି,୨୨।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ବିଶ୍ୱାସରାୟ ବିଜ୍ଞାନ କଲେଜ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ମଙ୍ଗଳବାର ନବାଗତ ଛାତ୍ରୀଛାତ୍ରଙ୍କ ଉଦ୍ଦେଶ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?