ଯୋଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ଆମେରିକା ଆଇନ ସଂସ୍ଥା

ଲଣ୍ଡନ,୨୨।୨:ଉତ୍ତରପ୍ରଦେଶ ପୋଲିସ ୨୦୧୭ରୁ ୨୦୨୧ ମଧ୍ୟରେ ବେଆଇନ ଭାବେ ଏନ୍‌କାଉଣ୍ଟରରେ କେତେଜଣ ଅପରାଧୀଙ୍କୁ ହତ୍ୟା କରିଥିଲା। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଭୂମିକା ରହିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ଅନ୍ତର୍ଜାତୀୟ ଅପରାଧ ଓ ମାନବାଧିକାର ଆଇନଜୀବୀମାନଙ୍କର ସ୍ବତନ୍ତ୍ର ସଂଗଠନ ଗୁଏର୍ନିକା ୩୭ ସେଣ୍ଟର ଆମେରିକା ସରକାରଙ୍କ ନିକଟରେ ଆନୁଷ୍ଠାନିକ ଆବେଦନ କରିଛନ୍ତି। ଫେବୃୟାରୀ ୯ରେ ଆମେରିକା ପରରାଷ୍ଟ୍ର ଏବଂ ଅର୍ଥ ବିଭାଗରେ ଏହି ଆବେଦନ କରାଯାଇଛି। ଗୃହ ବିଭାଗ ଦାୟିତ୍ୱରେ ଥିବା ଯୋଗୀଙ୍କ ସମେତ ନିକଟରେ ଅବସର ନେଇଥିବା ୟୁପି ପୋଲିସ ମହାନିର୍ଦ୍ଦେଶକ ଓମ୍‌ ପ୍ରକାଶ ସିଂ, କାନପୁର ଏସ୍‌ପି ସଞ୍ଜୀବ ତ୍ୟାଗୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ମଧ୍ୟ ସୁପାରିସ କରାଯାଇଛି। ଅପରାଧୀଙ୍କୁ ହତ୍ୟା କରିଥିବା ପୋଲିସ ଉପରେ ଏହି ୩ ଜଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିଥିଲା। ସେମାନେ ଏନ୍‌କାଉଣ୍ଟର ରୋକିବା କିମ୍ବା ଦଣ୍ଡ ଦେବାରେ ବିଫଳ ହୋଇଥିଲେ। ଅନ୍ୟପକ୍ଷରେ କେତେକ ମନ୍ତବ୍ୟ ଓ ନିର୍ଦ୍ଦେଶନାମାରୁ ଅପରାଧ ସହ ସେମାନଙ୍କର ସିଧାସଳଖ ସମ୍ପର୍କ ରହିଥିବା ଅନ୍ତର୍ଜାତୀୟ ଆଇନଜୀବୀ ଟବି କାଡମାନ୍‌ କହିଛନ୍ତି। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଚାଲିଥିବାବେଳେ ଗୁଏର୍ନିକା ପକ୍ଷରୁ ଏଭଳି ରିପୋର୍ଟ ପ୍ରଦାନ କରାଯାଇଛି।
୨୦୧୭ରେ ଯୋଗୀ ଆଦିତ୍ୟନାଥ କ୍ଷମତାକୁ ଆସିବା ପରେ ୟୁପି ପୋଲିସ ତଥାକଥିତ ଏନ୍‌କାଉଣ୍ଟର ନାମରେ ଅନୂ୍ୟନ ୧୪୬ଟି ବେଆଇନ ହତ୍ୟା କରିଛି। ଆତ୍ମରକ୍ଷା ନାଁରେ ସନ୍ଦିଗ୍ଧ ଅପରାଧୀଙ୍କୁ ପୋଲିସ ଗୁଳି କରିଥିବା ଅଧିକାଂଶ ମାମଲାରେ ତଥ୍ୟ ପ୍ରମାଣରୁ ସ୍ପଷ୍ଟ ହୋଇଛି। ଏଭଳି କରି ଯୋଗୀ ଅପରାଧ ବରଦାସ୍ତ କରାଯିବନି ନୀତି ଘୋଷଣା କରିଥିବା କାଡମାନ କହିଛନ୍ତି।
ହତ୍ୟା, ବଳାତ୍କାର, ନିର୍ଯାତନା, ବଳପୂର୍ବକ ଅନ୍ତର୍ଦ୍ଧାନ କରାଇବା ଆଦି ଗୁରୁତର ମାନାଧିକାର ଉଲ୍ଲଂଘନ ମାମଲାରେ ସମ୍ପୃକ୍ତ କିମ୍ବା ଏଥିପାଇଁ ଦାୟୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଆମେରିକା ଅର୍ଥ ବିଭାଗକୁ ଗ୍ଲୋବାଲ ମାଗ୍ନିସ୍କି ସାଙ୍କଶନ୍ସ ଅନୁମତି ଦେଇଛି। ଏହି କାର୍ଯ୍ୟାନୁଷ୍ଠାନ ବଳରେ ଆମେରିକାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ମାଲିକାନାରେ ଥିବା ସମ୍ପତ୍ତି କିମ୍ବା ଏହା ଆମେରିକାର କୌଣସି ବ୍ୟକ୍ତିଙ୍କ ନିୟନ୍ତ୍ରଣରେ ରହିଥିଲେ, ଏହାକୁ ବ୍ଲକ୍‌ କରାଯିବା ସହ ଟ୍ରେଜେରି ଅଫିସ୍‌ ଅଫ୍‌ ଫରେନ୍‌ ଆସେଟ୍ସ କଣ୍ଟ୍ରୋଲ (ଓଏଫ୍‌ଏସି)କୁ ରିପୋର୍ଟ କରାଯିବ। ଏଥିସହିତ କୌଣସି ବ୍ୟକ୍ତି କିମ୍ବା ସଂସ୍ଥାକୁ ଆମେରିକାରେ ଉକ୍ତ ବ୍ୟକ୍ତିଙ୍କ ପାଇଁ ଆର୍ଥିକ କାରବାର କରିବାକୁ ଅନୁମତି ମିଳିବ ନାହିଁ। ଏପରିକି ଆମେରିକାକୁ ତାଙ୍କର ଗସ୍ତକୁ ନିଷେଧ କରାଯାଇପାରେ। ୨୦୧୭ ମାର୍ଚ୍ଚରୁ ଉତ୍ତରପ୍ରଦେଶ ପୋଲିସ ଦ୍ୱାରା ୫୯ ବେଆଇନ ହତ୍ୟା କରାଯାଇଥିବା ଆମେରିକା ମାନବାଧିକାର ବିଶେଷଜ୍ଞମାନେ ୨୦୧୯ ଜାନୁୟାରୀରେ ଭାରତ ସରକାରଙ୍କୁ ଲେଖି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?