ଯୋଗାଣ ସହାୟକଙ୍କୁ ମାଡ଼, ଥାନାରେ ଏତଲା

କୁକୁଡାଖଣ୍ଡି,୧ା୧୧(ଡି.ଏନ.ଏ.)- କୁକୁଡାଖଣ୍ଡି ବ୍ଲକ କଙ୍କିଆ ପଞ୍ଚାୟତର ଯୋଗାଣ ସହାୟକଙ୍କୁ ଗ୍ରାମର ଏକ ପରିବାର ଆକ୍ରମଣ କରିଥିବା ଗୋଳନ୍ଥରା ଥାନାରେ ଅଭିଯୋଗ ହୋଇଛି। ପ୍ରକାଶ ଯେ, କଙ୍କିଆ ପଞ୍ଚାୟତର ଯୋଗାଣ ସହାୟକ ସୁମିତ୍ରା ନାହାକ ଗୁରବାର ପଞ୍ଚାୟତ କାର୍ଯ୍ୟାଳୟଠାରେ ଚାଉଳ ବାଣ୍ଟୁଥିଲେ। ଗ୍ରାମର ମମତା ନାୟକ ଚାଉଳ ନେବାକୁ ଆସିଥିଲେ। କିନ୍ତୁ ଧାଡିରେ ନଛିଡା ହୋଇ ଚାଉଳ ନେବାକୁ ଅଡି ବସିଥିଲେ। ଉପସ୍ଥିତ ଲୋକେ ବୁଝାସୁଝା କରିବାପରେ ଧାଡିରେ ରହି ଚାଉଳ ନେଇଥିଲେ। ପୁଣି କିଛି ସମୟ ପରେ ମମତା ପରିବାର ଲୋକଙ୍କ ସହ ଆସି ଯୋଗାଣ ସହାୟକଙ୍କୁ ଗାଳିଗୁଲଜ କରିବା ସହ ଆକ୍ରମଣ କରି କାନଫୁଲ, ମଙ୍ଗଳସୂତ୍ର ଛିଡାଇ ନେଇଥିବା ସେ ଅଭିଯୋଗ କରିଛନ୍ତି। ଯୋଗାଣ ସହାୟକ ଏନେଇ କୁକୁଡାଖଣ୍ଡି ବିଡିଓଙ୍କୁ ଜଣାଇବା ପରେ ବିଡିଓ ଗଦାଧର ପାତ୍ର, ଯୋଗାଣ ଅଧିକାରୀ ଏମ. ପ୍ରଶାନ୍ତ ରାଓ ଘଟଣାସ୍ଥଳରେ ପହଞ୍ଚତ୍ ଘଟଣାର ଅନୁଧ୍ୟାନକରି ଗୋଳନ୍ଥରା ଥାନାକୁ ଖବର ଦେଇଥିଲେ। ପୋଲିସ ପହଞ୍ଚତ୍ ତଦନ୍ତ କରିଥିଲା। ଗୋଳନ୍ଥାରା ଥାନାରେ ଉଭୟ ପକ୍ଷରୁ ଏତଲା ହୋଇଛି। ମମତା ନାୟକଙ୍କ ଅଭିଯୋଗକ୍ରମେ ନଂ.୨୭୬/୧୯ ଓ ଯୋଗାଣ ଅଧିକାରୀଙ୍କ ଅଭିଯୋଗକ୍ରମେ ନଂ.୨୭୭/୧୯ରେ ମାମଲା ରୁଜୁ ହୋଇଛି। ତଦନ୍ତ ଜାରି ରହିଥିବା ଗୋଳନ୍ଥରା ଥାନା ଅଧିକାରୀ ବାବୁଲି ନାୟକ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ପୂର୍ବରୁ ଭାଙ୍ଗିଦେଲେ ୱାର୍ଡସଭ୍ୟ ପ୍ରାର୍ଥୀଙ୍କ ଘର

ବାସୁଦେବପୁର,୨୧।୨(ଡି.ଏନ.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକ ଅଧୀନ ନୂଆଗାଁ ପଞ୍ଚାୟତ ଭାତପଡ଼ା ଗ୍ରାମରେ ରାଜନୈତିକ ହିଂସା ଘଟିଛି। କଂଗ୍ରେସ ଏବଂ ବିଜେଡି ସମର୍ଥକଙ୍କ ମଧ୍ୟରେ ଗଣ୍ଡଗୋଳ...

ପୁରୀରେ ପହଞ୍ଚିଲେ ଏଏସ୍‌ଆଇ ଟିମ୍‌: କରିବେ ଐତିହ୍ୟ କରିଡର ପରିଦର୍ଶନ

ପୁରୀ ଅଫିସ, ୧।୫ : ଏଏସ୍‌ଆଇ ଟିମ୍‌ ରବିବାର ସକାଳେ ପୁରୀରେ ପହଞ୍ଚିଛନ୍ତି। ଏଏସ୍‌ଆଇ ଆଞ୍ଚଳିକ ନିର୍ଦ୍ଦେଶକ ଓ ଏଏସ୍‌ଆଇ ସୁପରିଟେଣ୍ଡେଣ୍ଟଙ୍କ ସହ ଅନ୍ୟ ଅଧିକାରୀମାନେ...

ମିଳୁନି ରୋଜଗାରର ଆଶା ଭରସା

ବଅଁରପାଳ, ୧୫ା୫(ଡି.ଏନ.ଏ.) – ଲକ୍‌ଡାଉନ ଯୋଗୁ ପ୍ରଭାବିତ ହୋଇଛି ଜୀବନ ଜୀବିକା। ବିଶେଷକରି ଖଟିଖିଆ ଦିନମଜୁରିଆମାନେ ରୋଜଗାର ହରାଇ ବସିଛନ୍ତି। ସବୁଠି ତାଲା ବନ୍ଦ ଯୋଗୁ...

ଦ୍ୱିତୀୟ ପର୍ଯ୍ୟାୟରେ ଆଉ ୩୦ ବସ୍‌

ରାଉରକେଲା ଅଫିସ,୭।୧: ଷ୍ଟିଲସିଟି ରାଉରକେଲାରେ ଆଉ ମାତ୍ର ୬ ଦିନ ପରେ ଆରମ୍ଭ ହେବ ହକି ବିଶ୍ୱକପ୍‌। ଏହି ପରିପ୍ରେକ୍ଷୀରେ ଗୁରୁବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...

ଗଞ୍ଜାମର ୬.୪୩ ଲକ୍ଷ ନେଲେଣି ପ୍ରଥମ ଡୋଜ୍‌ ଟିକା

ଛତ୍ରପୁର,୧୩।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଅପରପକ୍ଷରେ କରୋନା ଟିକାକରଣ ଉପରେ ଜିଲା ପ୍ରଶାସନ ଗୁରୁତ୍ୱ ଦେଉଛନ୍ତି। ଜିଲାରେ...

ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ନିର୍ଦ୍ଦେଶ

ବ୍ରହ୍ମପୁର ଅଫିସ୍‌,୩୧ା୫- ଗଞ୍ଜାମ ଜିଲାପାଳଙ୍କ ଛତ୍ରଛାୟା ତଳେ ବେଆଇନ୍‌ ଭାବେ ନିର୍ମାଣ ଚାଲିଥିବା ଗୋପାଳପୁର ଇକୋ-ରିଟ୍ରେଟ୍‌ ହବ୍‌ ବନ୍ଦ ହେବା ଆଶଙ୍କା ସୃଷ୍ଟି ହୋଇଛି। ସମୁଦ୍ର...

ମଦ କାରଖାନା ଉପରେ ଚଢ଼ାଉ: ମହିଳା କିଙ୍ଗପିନ୍‌ ଗିରଫ; ୧୭ଲକ୍ଷ ଟଙ୍କା, ୧୫୦ ଲିଟର ମଦ ଜବତ

ଖୋର୍ଦ୍ଧା ଅଫିସ,୨୪।୪: ଖୋର୍ଦ୍ଧା ଜିଲା ବୋଲଗଡ଼ ବ୍ଲକ ଅନ୍ତର୍ଗତ ରାସଲ ଗ୍ରାମରେ ଦୀର୍ଘଦିନ ଧରି ବେଆଇନ ଭାବେ ମଦ କାରଖାନା ଚାଲିଆସୁଥିଲା। ଜେନେରେଟର, ପେକିଂ ମେଶିନ...

ବିଳମ୍ବରେ ଆସିଲା ତରକାରି: ଲୁଣ ଲଗାଇ ଭାତ ଖାଇଲେ ଛାତ୍ରୀଛାତ୍ର

ସଜନାଗଡ଼, ୨୩।୧୧(ଡି.ଏନ.ଏ.)-ରାଜ୍ୟ ସରକାର ୧ମରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରୀଛାତ୍ରଙ୍କ ଲାଗି ମଧ୍ୟାହ୍ନଭୋଜନ ବ୍ୟବସ୍ଥା କରିଛନ୍ତି। ଏପରିକି ବିଦ୍ୟାଳୟରେ ରୋଷେଇ ହେଲେ ଶିକ୍ଷାଦାନରେ ବାଧା ଉପୁଜିବା...

Advertisement
Archives

Model This Week