ଯୋଗାଣ ବିଭାଗର ଚଢ଼ାଉ, ୧୪ ସିଲିଣ୍ଡର ଜବତ

ଭଞ୍ଜନଗର,୯।୨(ଡି.ଏନ.ଏ)- ଭଞ୍ଜନଗର ଉପଖଣ୍ଡ ଯୋଗାଣ ବିଭାଗ ପକ୍ଷରୁ ରବିବାର ସକାଳେ ସହରର ବିଭିନ୍ନ ହୋଟେଲରେ ଚଢ଼ାଉ କରାଯାଇ ବେନିୟମ ଭାବେ ବ୍ୟବହାର ହେଉଥିବା ୧୪ଟି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଜବତ କରାଯାଇଛି। ବସ୍‌ଷ୍ଟାଣ୍ଡ ଓ ଏହା ନିକଟରେ ଥିବା ୪ ହୋଟେଲରେ ଚଢ଼ାଉ କରାଯାଇ ଉକ୍ତ ସିଲିଣ୍ଡର ଜବତ କରାଯାଇଛି। ଚଢ଼ାଉର ନେତୃତ୍ୱ ଉପଖଣ୍ଡ ଯୋଗାଣ ବିଭାଗ ଅଧିକାରୀ ଲିଙ୍ଗରାଜ ବେହେରା ନେଇଥିଲେ। ତାଙ୍କୁ ଭଞ୍ଜନଗର ଏମ୍‌ଆଇ ସନ୍ତୋଷ କୁମାର ଦାସ, ଆସିକା ଏମ୍‌ଆଇ ଜୟରାମ ଲେଙ୍କା, ଏମ୍‌ଆଇ ସୋରଡ଼ା ରସାନନ୍ଦ ସାହୁ, ସୁରେନ୍ଦ୍ର ସେଠୀ ପ୍ରମୁଖ ସହଯୋଗ କରିଥିଲେ। ପ୍ରକାଶ ଯେ, ସହରରେ ବେନିୟମ ଭାବେ ସବ୍‌ସିଡ଼ି ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ବିଭିନ୍ନ ହୋଟେଲରେ ବ୍ୟବହାର ହେଉଛି। ଏନେଇ ଉପ ଜିଲାପାଳ ରାଜେନ୍ଦ୍ର ମିଞ୍ଜଙ୍କ ନିକଟରେ ଅଭିଯୋଗ ହୋଇଥିଲା। ତାଙ୍କ ନିର୍ଦ୍ଦେଶକ୍ରମେ ଏହି ଚଢ଼ାଉ ହୋଇଥିଲା। ଆଗକୁ ଏହାକୁ ଜୋରଦାର କରାଯିବ ବୋଲି ଯୋଗାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ଆକ୍ରାନ୍ତ ସୁରଟ ଫେରନ୍ତା: ଜିଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪କୁ ବୃଦ୍ଧି

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ ଆଉ ଜଣେ କରୋନା ପଜିଟିଭ ବୁଧବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଓଡ଼ିଶାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୭୭ରେ ପହଞ୍ଚିଛି। ତେବେ ଏହି ନୂଆ...

ସିଲାବସ୍‌ ବାହାରୁ ପ୍ରଶ୍ନ

କାମାକ୍ଷାନଗର, ୧୫ା୩(ଡି.ଏନ.ଏ.) – ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚ୍‌ଏସ୍‌ଇ) ପକ୍ଷରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଯୁକ୍ତ ୨ପରୀକ୍ଷା। ପରୀକ୍ଷାକୁ ଶୃଙ୍ଖଳିତ ଏବଂ ବିଧିବ୍ୟବସ୍ଥିତ...

ବଜ୍ରପାତରେ ୪ ଗୋରୁ ମୃତ

କେନ୍ଦୁଝର, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲା ସଦର ବ୍ଲକ ରାଇକଳା ପଞ୍ଚାୟତ ସଣ୍ଡିଆପୋଷି ଗ୍ରାମରେ ସୋମବାର ଅପରାହ୍ନରେ ବଜ୍ରପାତ ହୋଇ ଭଦ୍ରୁ ନାଏକଙ୍କର ୩ଟି ଗାଈ ଏବଂ ଶରତ...

ଯୌତୁକ ପାଇଁ ବୋହୂଙ୍କୁ ପୋଡ଼ି ହତ୍ୟା ଉଦ୍ୟମ: ସ୍ବାମୀ, ଶାଶୁ କୋର୍ଟ ଚାଲାଣ

କୋରେଇ,୩୧।୧୦(ସ୍ବ.ପ୍ର)- କୋରେଇ ଥାନା ଗୌରପୁର ପଞ୍ଚାୟତର ଜଳନ୍ଦା ଗ୍ରାମରେ ଅଧିକ ଯୌତୁକ ଦାବିକରି ଶାଶୁଘର ଲୋକେ ବୋହୂଙ୍କୁ ନିର୍ଯାତନା ଦେବା ସହ ପୋଡ଼ି ମାରିଦେବାକୁ ଉଦ୍ୟମ...

ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ କରାଗଲା ବିଶୋଧନ

ନିମାପଡ଼ା,୧।୪(ଡି.ଏନ.ଏ.): ମହାମାରୀ କରୋନା ସଂକ୍ରମଣ ଦାଉରୁ ରକ୍ଷା ପାଇଁ ନିମାପଡ଼ା ଅଗ୍ନିସେବା ସଂସ୍ଥା ପକ୍ଷରୁ ବିଶୋଧନ ଓ ସ୍ବଚ୍ଛତା କାର୍ଯ୍ୟ ହାତକୁ ନିଆଯାଇଛି। ଏହି ପରିପ୍ରେକ୍ଷୀରେ...

ଆଶାକର୍ମୀଙ୍କୁ ଘରେ ବାନ୍ଧିବା ଘଟଣାପ୍ରତିବାଦରେ ସିଡିଏମ୍‌ଓଙ୍କ ଅଫିସ୍‌ ଘେରାଉ

ବାଲେଶ୍ୱର ଅଫିସ,୨୭।୭- ବାଲେଶ୍ୱର ଜିଲା ସିଂଲା ଥାନା ଅଧୀନ ଜୁଆରୀ ପଞ୍ଚାୟତ ଅନ୍ତର୍ଗତ ଆଳୁମେଦା ଗ୍ରାମର ଆଶାକର୍ମୀଙ୍କୁ ଘରେ ବାନ୍ଧି ରାତିସାରା ଅଟକ ରଖିବା ଏବଂ...

ମା’ ଗୃହରେ ବି ସାମାଜିକ ଦୂରତ୍ୱ

ଫୁଲବାଣୀ ଅଫିସ, ୧୨ା୪- କରୋନାକୁ ପ୍ରତିହତ କରିବା ପାଇଁ ସବୁଠି ସଚେତନତା କରାଯାଉଛି । ମା’ ଗୃହ ମଧ୍ୟ ଏଥିରୁ ବାଦ୍‌ ପଡିନାହିଁ। ଅପହଞ୍ଚ ଅଞ୍ଚଳର...

ମିତା ସାହୁ ହତ୍ୟା ମାମଲା: ଅଭିଯୁକ୍ତ ସ୍ବାମୀ କୋର୍ଟ ଚାଲାଣ

ପରଜଙ୍ଗ, ୧୪।୧(ଡି.ଏନ.ଏ.) ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ମହାବିରୋଡ ଫାଣ୍ଡି ଅଧୀନ ପଙ୍ଗାତୀରା ଗ୍ରାମରେ ଗତ ୬ ତାରିଖ ବିଳମ୍ବିତ ରାତିରେ ସଂଘଠିତ ଜଘନ୍ୟ ହତ୍ୟାକାଣ୍ଡ...

Coronavirus Update


Archives

Model This Week

Why Dharitri