Posted inଫୁରସତ

ଯେଉଁଠି ଚାକିରି ପାଇବା ପାଇଁ ପ୍ରଶ୍ନର ଉତ୍ତର ନୁହେଁ ବରଂ ଦେବାକୁ ପଡିଥାଏ କଫି କପ୍‌ ଟେଷ୍ଟ

ପ୍ରାୟ ସମସ୍ତଙ୍କୁ ଚାକିରି କରିବା ପାଇଁ ସାକ୍ଷାତକାର ଦେବାକୁ ପଡିଥାଏ। ଏହି ସମୟରେ ପ୍ରାର୍ଥୀଙ୍କୁ ଅଜବ ପ୍ରଶ୍ନର ସାମ୍ନା ମଧ୍ୟ କରିବାକୁ ପଡିଥାଏ। କେବେ କେତେକ ପ୍ରଶ୍ନର ଉତ୍ତର କହିହୁଏ ତ କେବେ କହି ହୁଏନା। ତେବେ ଏପରି ଏକ କମ୍ପାନୀ ଅଛି ଯେଉଁଠି ସମ୍ପୂର୍ଣ୍ଣ ବିପରୀତ ଭାବରେ ସାକ୍ଷାତକାର ନିଆଯାଇଥାଏ। ଏଥିରେ ଅକୃତକାର୍ଯ୍ୟ ହେଲେ ବ୍ୟକ୍ତିଙ୍କୁ ବ୍ଲାକ ଲିଷ୍ଟରେ ରଖାଯାଇଥାଏ।
କ୍ଜେରୋ ଆକାଉଣ୍ଟିଂ ସଫ୍ଟଓ୍ବେର କମ୍ପାନୀର ବସ୍‌ କହିଛନ୍ତି, ନୂଆ ନିଯୁକ୍ତିପାଇଁ ସେ ପ୍ରାର୍ଥୀମାନଙ୍କ ଭିନ୍ନ ଶୈଳୀରେ ପରୀକ୍ଷା ନେଉଛନ୍ତି। ଏପରି ଏକ ଟେଷ୍ଟର ନାଁ ହେଉଛି ‘କଫି କପ୍‌ ଟେଷ୍ଟ’। ଏହି ଟେଷ୍ଟରେ ଉତ୍ତୀର୍ଣ୍ଣ ନ ହୋଇପାରିଲେ ସେମାନଙ୍କୁ ଚାକିରି ମିଳି ନ ଥାଏ। କାରଣ କମ୍ପାନୀ ପ୍ରଶ୍ନର ଉତ୍ତର ଅପେକ୍ଷା ବ୍ୟକ୍ତିର ଆଟିଚ୍ୟୁଡ୍‌ ଗୁରୁତ୍ୱ ଦେଇଥାଏ।
ଯେଉଁ ପ୍ରାର୍ଥୀମାନେ ଉକ୍ତ କମ୍ପାନୀକୁ ଚାକିରୀ ଉଦ୍ଦେଶ୍ୟରେ ଆସିଥାନ୍ତି ସେମାନଙ୍କୁ ତାଙ୍କ କିଚେନ୍‌କୁ ନିଆଯାଇଥାଏ। ସେଠାରେ ତାଙ୍କୁ ଏକ କଫି କପ୍‌ ଦିଆଯାଇଥାଏ। କଫି ପିଇ ସେମାନଙ୍କୁ ବାହାରକୁ ଯିବାକୁ କୁହାଯାଏ। ସେ କଫି ସାରିବା ପରେ କପ୍‌ କିଚେନ୍‌ରେ ରଖିବାକୁ ଚାହୁଁଛନ୍ତି କି ନାହିଁ ତାହା ଟେଷ୍ଟ କରାଯାଇଥାଏ। କମ୍ପାନୀର ନିୟମ ଅନୁଯାୟୀ ସ୍କିଲ୍‌ ଡେଭଲପ୍‌ ହୋଇପାରିବ, ଜ୍ଞାନ ବଢ଼ିପାରିବ ମାତ୍ର ବ୍ୟବହାର ନୁହେଁ। ଯଦି କେହି କଫି ପିଇ ସାରିବା ପରେ କପ୍‌ ଧୋଇ ଦିଅନ୍ତି ତେବେ ତାଙ୍କୁ ଚାକିରି ପକ୍କା ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତାରେ ଏମିତି ଜୀବ ଦେଖି ଫଟୋ ଉଠାଇବାକୁ ଲାଗିଲେ ଲୋକେ, ଆଉ ତା’ ପରେ

ପ୍ରତ୍ୟେକ ଦିନ ସୋସିଆଲ ମିଡିଆରେ କିଛି ନା କିଛି ନୂତନ ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ସେଥିରୁ କେତେକ ଭିଡିଓ ଏବଂ ଫଟୋ ହସର...

ମେୟର ଭାବେ ନିର୍ବାଚିତ ହେଲା କୁକୁର

ଓ୍ବାଶିଂଟନ,୫।୧୧: ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଫଳାଫଳ ନେଇ ନାନା କଳ୍ପନା ଜଳ୍ପନା ଜାରି ରହିଛି। ଏପରିସ୍ଥଳେ ଏଠାକାର ସହରରେ ମେୟର ନିର୍ବାଚନ ମଧ୍ୟ କରାଯାଇଛି। କେଣ୍ଟୁକି...

ନିଆଁକୁ ଭଲପାଆନ୍ତି ଏହି ମହିଳା, କେବେ ନ ଥାଏ ମୃତ୍ୟୁକୁ ଭୟ; କାରଣ ଜାଣିଲେ…

ଦୁନିଆରେ ଏମିତି କେହି ନାହିଁ ଯିଏ ନିଆଁକୁ ନ ଡରେ। ନିଆଁ ଦେଖିଲେ ହିଁ ଭୟରେ ଦେହ ଥରି ଉଠେ। ଏହାର ଭୟାବହତା କେତେ ଯେ...

ବୃହତ୍‌ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହେଲା…

ହଂକଂ, ୧୫।୬ : କରୋନା ମହାମାରୀ ଯୋଗୁ ହଂକଂର ବୃହତ ଭାସମାନ ରେଷ୍ଟୁରାଣ୍ଟ ବନ୍ଦ ହୋଇଯାଇଛି। ମଙ୍ଗଳବାର ହଂକଂ ବନ୍ଦରରୁ ଏହି ଭାସମାନ ରେଷ୍ଟୁରାଣ୍ଟକୁ ହଟାଇ...

କୁକୁରକୁ ପାନେ ଦେଲା ମାଙ୍କଡ଼, ଭିଡିଓ ଦେଖିଲେ ହସିହସି ଗଡ଼ିବେ

କୁକୁର ମଣିଷର ସବୁଠୁ ବିଶ୍ୱସ୍ତ ପ୍ରାଣୀ। ସେହିପରି ମାଙ୍କଡ଼ର ଚାଲାକ ବୁଦ୍ଧି ଏବଂ ଚାଲିଚଳନରୁ ଏହା ମଣିଷର ପୂର୍ବଜ ବୋଲି ବିଶ୍ୱାସ କରାଯାଏ। କୁକୁର ମଣିଷର...

ହଜାରିବାଗ୍‌ରେ ଏଲିଅନ୍‌: ସୋସିଆଲ ମିଡ଼ିଆରେ ଭାଇରାଲ…

ହଜାରିବାଗ୍‌,୩୧।୫: ଏଲିଅନ୍‌ ନେଇ ବିଭିନ୍ନ ସମୟରେ ଖବର ପ୍ରକାଶ ପାଇବାରେ ଲାଗିଛି। ଏବେ ଝାଡ଼ଖଣ୍ଡର ହଜାରିବାଗ୍‌ରେ ଏଲିଅନ୍‌ ଦେଖାଦେଇଥିବା ନେଇ ସୋସିଆଲ୍‌ ମିଡ଼ିଆରେ ପ୍ରଚାର ଜାରି...

ପଚା ପରିବାରୁ ଉତ୍ପନ୍ନ ହେଉଛି ବିଜୁଳି

ହାଇଦ୍ରାବାଦ,୯ ।୨: ପଚିଯାଇଥିବା ପନିପରିବାକୁ ସାଧାରଣତଃ ଆମେ ଫିଙ୍ଗି ଦେଇଥାଉ କି ଗଛମୂଳେ ଦେଇ ଦେଇଥାଉ । ହେଲେ ହାଇଦ୍ରାବାଦରେ ଏମିତି ଏକ ପରିବା ମଣ୍ଡି...

ବିନା ପୋଷାକରେ ବିମାନ ଯାତ୍ରା କଲେ ଏହି ଯୁବକ, କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ

ମସ୍କୋ,୫ା୧୧: ବିମାନଯାତ୍ରା ସମୟରେ ଅନେକ ଅଜବ କଥା ସବୁ ଦେଖିଥିବେ ବା ଶୁଣିଥିବେ। ମାତ୍ର ଆଜି ଏମିିତି ଏକ ଘଟଣା ଜଣାଇବୁ ଯାହା ଶୁଣିଲେ ଆଶ୍ଚର୍ଯ୍ୟ...

Advertisement
Archives

Model This Week