ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଥିବା ଅଜବ ଗଜବ ପରମ୍ପରା ବିଷୟରେ ଶୁଣିଲେ ବେଳେ ବେଳେ ଆଶ୍ଚର୍ଯ୍ୟ ଲାଗେ। କେବେ କେବେ ଏହା ବିଶ୍ୱାସ ନ ହେଉଥିଲେ ମଧ୍ୟ ସେ ସବୁ ପରମ୍ପରା ସତ ହୋଇଥାଏ। ଇଣ୍ଡୋନେସିଆରେ ଥିବା ଏମିତି ଏକ ପରମ୍ପରା ଯାହାକୁ ଶୁଣିଲେ ଆଶ୍ଚର୍ଯ୍ୟ ଲାଗେ ସତ ହେଲେ ସେଠାକାର ଏହି ପରମ୍ପରା ବହୁ ଦଶନ୍ଧି ଧରି ଚଳି ଆସୁଛି। ଏଠାରେ କେହି ଶିଶୁଙ୍କର ମୃତ୍ୟୁ ହେଲେ ସେମାନଙ୍କୁ ଏକ ଜୀବନ୍ତ ଗଛର ଗଣ୍ଡିରେ ସମାଧି ଦିଆଯାଇଥାଏ। ଶିଶୁଟିର ମୃତ୍ୟୁ ପରେ ତାକୁ ଏକ କପଡା ଦ୍ୱାରା ଢାଙ୍କି ଦିଆଯାଏ। ଏହାପରେ ଉକ୍ତ ମୃତଦେହକୁ ତାଳ ପତ୍ରକାଠରେ ତିଆରି ଏକ ଛାଞ୍ଚରେ ରଖି ଗଛ ଗଣ୍ଡିରେ କଣା କରି ସମାଧି ଦିଆଯାଇଥାଏ। ଏପରି କରିବା ଦ୍ୱାରା ଶିଶୁଟିର ଆତ୍ମା ଶାନ୍ତି ପାଇଥାଏ ବୋଲି ଗାଁ ଲୋକଙ୍କର ବିଶ୍ୱାସ ରହିଛି। ତେବେ ଦୁଧଦାନ୍ତ ଉଠିବା ପୂର୍ବରୁ ଯେଉଁ ଶିଶୁମାନଙ୍କର ମୃତ୍ୟୁ ହୋଇଥାଏ କେବଳ ସେହି ଶିଶୁଙ୍କୁ ଏପରି ଭାବେ ସଂସ୍କାର କରାଯାଏ।

କାଦୁଅରେ ପ୍ରି ଓ୍ବେଡିଂ ଫଟୋ ଶୁଟ୍ କରି ଚର୍ଚ୍ଚାରେ ଦମ୍ପତି
ବିବାହକୁ ସ୍ମରଣୀୟ କରି ରଖିବାକୁ ସମସ୍ତେ ଚାହିଁ ଥାଆନ୍ତି। ଏବେ କିନ୍ତୁ ବିବାହ ପୂର୍ବର ମୂହୁର୍ତ୍ତକୁ ମନେ ରଖିବା ପାଇଁ ଯୁବପିଢୀ ବେଶୀ ଗୁରୁତ୍ୱ ଦେଉଛନ୍ତି।...

ସାଢ଼େ ୩ ବର୍ଷର ବାନ୍ୟାଙ୍କ ଯୋଗ: ସୋସିଆଲ ମିଡିଆରେ ଭାଇରାଲ
ନୂଆଦିଲ୍ଲୀ,୨୧।୬: ସାରା ଦେଶରେ ସୋମବାର ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଛି। ଏହି ଅବସରରେ ବିଭିନ୍ନ ସ୍ଥାନରେ କରୋନା ପ୍ରୋଟୋକଲ୍କୁ ପାଳନ କରାଯାଇ ଯୋଗ ଦିବସ...

ପ୍ରତି ମହିଳା ୬ ସନ୍ତାନ ପ୍ରସବ କରିବାକୁ କହିଲେ ରାଷ୍ଟ୍ରପତି
କାରାକସ,୫।୩: ବିଶ୍ୱରେ ଜନସଂଖ୍ୟା ବୃଦ୍ଧି ଏକ ସମସ୍ୟା ହୋଇ ଦେଖାଦେଇଥିବା ବେଳେ ଏବେ ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମଦୁରୋ ଏମିତି ଏକ ବୟାନ ଦେଇଛନ୍ତି ଯାହା...

ଶ୍ୱେତାଲିନ୍ଙ୍କ ଲକ୍ଷ୍ୟ ଜାତୀୟ ସ୍ତରୀୟ ପରିଚିତି
କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅନ୍ତର୍ଗତ ଡାମରପୁର ଗଁାର ସୁଲୋଚନା ଏବଂ ସୁରେନ୍ଦ୍ର ପଣ୍ଡାଙ୍କ ଝିଅ ଶ୍ୱେତାଲିନ୍। ପ୍ରାୟ ୧୦୦ରୁ ଊର୍ଦ୍ଧ୍ୱ ଆଲବମ୍ରେ କଣ୍ଠଦାନ କରି...

ଏହି ଦେଶରେ ମାର୍ଚ୍ଚ ୧ରୁ ବସ୍, ଟ୍ରେନ୍ ଯାତ୍ରା ମାଗଣା
ମହିଳାଙ୍କ ପାଇଁ ଦିଲ୍ଲୀରେ ବସଯାତ୍ରା ମାଗଣା ବୋଲି ସମସ୍ତଙ୍କୁ ଜଣା। ମାତ୍ର ବିଶ୍ୱରେ ଏମିତି ଏକ ଦେଶ ରହିଛି, ଯେଉଁଠି ମାର୍ଚ୍ଚ ୧ରୁ ଟ୍ରେନ୍ ଏବଂ...

ମା’ ଦୁର୍ଗାଙ୍କ ଗହଣା ଉପରେ ନଜର ପକାଇଲେ ଚୋର, ପରିଣତି କ’ଣ ହେଲା ଜାଣନ୍ତୁ…
ମା’ ଦୁର୍ଗାଙ୍କ ମହିମା ଅପାର। ତାଙ୍କ ଉପରେ ଭରସା କରି ମାନସିକ ପୂରଣ ପାଇଁ ଧାଇଁ ଆସିଥାନ୍ତି ଭକ୍ତ। ଆଜି ମା’ଙ୍କ ଏପରି ଏକ ଚମତ୍କାରିତା...

ମୃତ୍ୟୁ ପୂର୍ବରୁ ନିଜର ଶୋକ ବାର୍ତ୍ତା ଲେଖି ଚର୍ଚ୍ଚାକୁ ଆସିଲେ ବ୍ୟକ୍ତି
ଚେନ୍ନାଇ,୧୯ ।୧୦: ଜୀବନ ତାକୁ କୁହାଯାଏ ଯେତେବେଳେ ଜଣେ କିଛି ଯୋଜନା ପ୍ର୍ସ୍ତୁତିରେ ବ୍ୟସ୍ତ ରହିଯାଏ । ଜନ ଲେନନଙ୍କ ଏହି ଉକ୍ତି ଚେନ୍ନାଇରେ ରହୁଥିବା...

ଅଷ୍ଟ୍ରେଲିଆ ଜଙ୍ଗଲରେ ନିଆଁ: ୯୦ ହଜାର ଜୀବଜନ୍ତୁଙ୍କ ଜୀବନ ବଞ୍ଚାଇଲେଣି ଗୋଟିଏ ପରିବାର
କାନବେରା,୯।୧: ଅଷ୍ଟ୍ରେଲିଆରେ ଥିବା ଜଙ୍ଗଲରେ ନିଆଁ ଲାଗିବା ଫଳରେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଛି। ଦୀର୍ଘ ୪ ମାସ ହେବ ଜଙ୍ଗଲରେ ଲାଗିଥିବା ଏହି...