ଯୁବତୀଙ୍କୁ ଟ୍ରେନ୍‌ରୁ ମୃତ୍ୟୁମୁଖରୁ ବଞ୍ଚାଇବା ଘଟଣା: କଣ୍ଟିଲୋର ସୁବ୍ରତଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା

ଖଣ୍ଡପଡା,୧୮।୨(ସ୍ବ.ପ୍ର.)- ନୟାଗଡ ଜିଲା ଖଣ୍ଡପଡା ବ୍ଲକ ଅନ୍ତର୍ଗତ କଣ୍ଟିଲୋ ହାଟମୁଣ୍ଡପାଟଣା ଗ୍ରାମର ସୁବ୍ରତ କୁମାର ମହାରଣା(ସିଲୁ) ତଥା ରେଲୱେ ପ୍ରୋଟେକ୍ସନ ଫୋର୍ସ(ଆରପିଏଫ) ଭୁବନେଶ୍ୱରର କନଷ୍ଟେବଳ ଶନିବାର ସନ୍ଧ୍ୟାରେ ଉପସ୍ଥିତ ବୁଦ୍ଧି ଖଟାଇ ଜଣେ ଯୁବତୀଙ୍କୁ ଯେପରି ନିଶ୍ଚିତ ମୃତ୍ୟୁମୁଖରୁ ବଞ୍ଚାଇଲେ ତାହା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି। ତାଙ୍କର ମାନବିକତା କଣ୍ଟିଲୋ ଗ୍ରାମ ତଥା ଜିଲା ପାଇଁ ଗର୍ବ ଆଣିଦେଇଛି । ସୁବ୍ରତଙ୍କୁ ବିଭିନ୍ନ ବ୍ୟକ୍ତିବିଶେଷ ଶୁଭେଚ୍ଛାର ବାର୍ତ୍ତା ପଠାଉଥିବାବେଳେ ସମ୍ବର୍ଦ୍ଧିତ ମଧ୍ୟ କରୁଛନ୍ତି। ସୋମବାର ରେଲୱେ ପୋଷ୍ଟ ଭୁବନେଶ୍ୱରଠାରେ ବିଭାଗୀୟ ଉଚ୍ଚ ପଦସ୍ଥ ଅଧିକାରୀମାନଙ୍କ ଉପସ୍ଥିତିରେ କେନ୍ଦ୍ରାପଡା ଏମ୍‌ପି ଅନୁଭବ ମହାନ୍ତି ତାଙ୍କୁ ସାକ୍ଷାତ କରି ତାଙ୍କର ମାନବିକତା, ସାହସିକତା ପାଇଁ ସମ୍ବର୍ଦ୍ଧିତ କରିଛନ୍ତି। ସେହିପରି ପୂର୍ବାହ୍ନରେ ନୀଳମାଧବ ଜୀଉଙ୍କ ଦର୍ଶନରେ ଆସିଥିବା କେତେକ ଯାତ୍ରୀ ତାଙ୍କର କାର୍ଯ୍ୟ ସମ୍ପର୍କରେ ଜାଣି ତାଙ୍କୁ ମନ୍ଦିର ନିକଟରେ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିବା ଜଣାଯାଇଛି ।

ସୂଚନାଯୋଗ୍ୟ, ଶନିବାର ସନ୍ଧ୍ୟା ପ୍ରାୟ ୫ଟାରେ ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଜନୈକା ଆଇଟି ଅଧ୍ୟାପିକା ନିବେଦିତା ସାହୁ(୨୫) ଏବଂ ତାଙ୍କ ସାନଭାଇ ଢେଙ୍କାନାଳ(ମେରାମଣ୍ଡଳୀ ଷ୍ଟେଶନ) ଯିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେଶନରେ ପହଞ୍ଚତ୍ବା ବେଳକୁ ପୁରୀ-ସମ୍ବଲପୁର ଏକ୍ସପ୍ରେସ୍‌ ଟ୍ରେନ୍‌ଟି ପ୍ଲାଟଫର୍ମ ଛାଡୁଥିଲା । ନିବେଦିତାଙ୍କର ନିର୍ବନ୍ଧ ଥିବାରୁ ବ୍ୟସ୍ତତା ମଧ୍ୟରେ ଉଭୟେ ଚଳନ୍ତା ଟ୍ରେନରେ ଚଢିଯାଉଥିବାବେଳେ ନିବେଦିତାଙ୍କ ଗୋଡ ଖସି ଯାଇଥିଲା । ଏହି ସମୟରେ ଉକ୍ତ ପ୍ଳାଟଫର୍ମରେ ଯାଉଥିବା କାର୍ଯ୍ୟରତ କନଷ୍ଟେବଳ ସୁବ୍ରତଙ୍କ ନଜର ତାଙ୍କ ଉପରେ ପଡିବାକ୍ଷଣି ସେ ଉପସ୍ଥିତ ବୁଦ୍ଧି ଖଟାଇ ଦୌଡିଯାଇ ଟ୍ରେନରେ ଓହଳି ଓ ଘୋଷାଡି ହୋଇ ଯାଉଥିବା ନିବେଦିତାଙ୍କୁ ପ୍ଳାଟଫର୍ମ ଆଡକୁ ଟାଣି ଆଣିଥିଲେ । ଫଳରେ ସେ ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଥିଲେ । ସୁବ୍ରତଙ୍କ ମଣିଷ ପଣିଆ ଓ ସାହସିକତା ସବୁଠି ଚର୍ଚ୍ଚାର ବିଷୟ ପାଲଟିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଭୋକ ଉପାସରେ ବୁଲୁଛନ୍ତି ଅସହାୟ ବୃଦ୍ଧ

ଅତାବିରା,୪।୪(ଡିଏନଏ)- ବରଗଡ଼ ଜିଲା ଗୋଡଭଗା-ତୁରୁମ ରାସ୍ତାର ଉଦେପୁର ଛକରେ ଜଣେ ଅସହାୟ ବୃଦ୍ଧ ବୁଲାବୁଲି କରୁଥିବା ଦେଖିବାକୁ ମିଳିଛି। କିଛି କହିପାରୁ ନଥିବା ଯୋଗୁଁ ତାଙ୍କ...

ବସ୍‌-କାର୍‌ ମୁହଁ।ମୁହିଁ ଧକ୍କା, ୧୫ ଆହତ

ଗୋପ,୯ା୧୧(ଡି.ଏନ୍‌.ଏ.): ନିମାପଡ଼ା-ଗୋପ ରାସ୍ତାର କୁଶୁପୁର ଗାଁ ଛକ ନିକଟରେ ଶୁକ୍ରବାର ଏକ ବସ୍‌ ଓ କାର୍‌ ମୁହଁ।ମୁହିଁ ଧକ୍କା ହେବାରୁ ୧୫ରୁ ଊର୍ଦ୍ଧ୍ୱ ଆହତ ହୋଇଛନ୍ତି।...

ବ୍ୟାଘ୍ର ପ୍ରକଳ୍ପରୁ ବିସ୍ଥାପିତ ହେବ କଟରଙ୍ଗ

ବନ୍ତଳା, ୧୯।୪ (ଦିନେଶ ଦେହୁରୀ) ଅନୁଗୋଳ ଜିଲା ସାତକୋଶିଆ ଅଭୟାରଣ୍ୟ ବ୍ୟାଘ୍ର ପ୍ରକଳ୍ପ କୋର୍‌ ଅଞ୍ଚଳରେ ଥିବା ଗ୍ରାମଗୁଡିକୁ ବିସ୍ଥାପିତ କରିବା ପାଇଁ ସରକାର ପଦକ୍ଷେପ...

ଖାଦ୍ୟରେ ବିଷକ୍ରିୟା ସନ୍ଦେହ: ଗୋଟିଏ ପରିବାରର ଦୁଇ ଶିଶୁ ମୃତ, ମା’ବାପା ଗୁରୁତର

ଚନ୍ଦାହାଣ୍ଡି,୧୨।୨(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ବ୍ଲକ ଦଣ୍ଡାମୁଣ୍ଡା ଗ୍ରାମରେ ବୁଧବାର ଏକ ଅଭାବନୀୟ ଘଟଣା ଘଟିଛି। ଖାଦ୍ୟରେ ବିଷକ୍ରିୟା ଯୋଗୁ ଗୋଟିଏ ପରିବାରର ଦୁଇ ଶିଶୁଙ୍କ...

ନିୟମଗିରିରେ ମାଓବାଦୀ ନାଁରେ ପୋଷ୍ଟର

ରାୟଗଡ଼ା,୨୮ା୧(ସ୍ବ.ପ୍ର.): ସାଧାରଣତନ୍ତ୍ର ଦିବସରେ ଗୁରୁବାର ରାୟଗଡ଼ା ଜିଲା ନିୟମଗିରି ପାହାଡ଼ର ବିଭିନ୍ନ ସ୍ଥାନରେ ମାଓବାଦୀ ନାଁରେ ପୋଷ୍ଟର ଲାଗିଥିବା ଦେଖିବାକୁ ମିଳିଛି। ସାଧାରଣତନ୍ତ୍ର ଦିବସ ବିରୋଧରେ...

ଲାଞ୍ଚ ନେଇ ତହସିଲଦାର ଗିରଫ

ସୋନପୁର/ତରଭା, ୧୭।୧୧(ନି.ପ୍ର./ଡି.ଏନ୍‌.ଏ.): ସୁବର୍ଣ୍ଣପୁର ଜିଲା ତରଭା ତହସିଲଦାର ତଥା ଭାରପ୍ରାପ୍ତ ସବ୍‌ରେଜିଷ୍ଟ୍ରାର ସୁବ୍ରତ କୁମାର ବେହେରା ଭିଜିଲାନ୍ସ ଦ୍ୱାରା ସୋମବାର ଗିରଫ ହୋଇଛନ୍ତି। ମଙ୍ଗଳବାର ତାଙ୍କୁ...

ହଳଦୀରେ ଅପମିଶ୍ରଣ: ମିଲ୍‌ରେ ପୋଲିସର ଚଢ଼ାଉ

ବଲାଙ୍ଗୀର ଅଫିସ, ୨୧।୧୦: ବଲାଙ୍ଗୀର ସହର ଲିଟେରାରୀ କ୍ଲବ ନିକଟରେ ଥିବା ଏକ ମିଲ୍‌ରେ ହଳଦୀରେ ଅପମିଶ୍ରଣ କରାଯାଉଥିବା ସୂଚନା ପାଇ ଟାଉନ ଥାନା ପୋଲିସ...

ଜଙ୍ଗଲରୁ କାଜୁ ସଂଗ୍ରହ ବେଳେ ଯୁବକଙ୍କୁ ଶୁଣ୍ଢରେ ଟେକି କଚାଡ଼ି ଦେଲା ହାତୀ

ଖୋର୍ଦ୍ଧା ଅଫିସ,୨୯ା୫: ହାତୀ ଆକ୍ରମଣରେ ଶୁକ୍ରବାର ପୁଣି ଜଣେ ଗୁରୁତର ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଖୋର୍ଦ୍ଧା ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମିଳିଥିବା...

Advertisement
Archives

Model This Week