ଯୁବକଙ୍କ ଗଳା କାଟି ହତ୍ୟା

ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ବ୍ରହ୍ମପୁର ରେଳଷ୍ଟେସନ ୪ନଂ ପ୍ଲାଟଫର୍ମ ନିକଟରେ ମଙ୍ଗଳବାର ରାତି ପ୍ରାୟ ସାଢେ ୯ଟାବେଳେ ଜଣେ ଯୁବକଙ୍କୁ ଗଳାକାଟି ହତ୍ୟା କରାଯାଇଛି। ଦୁର୍ବୃୃତ୍ତମାନେ ଧାରୁଆ ଅସ୍ତ୍ରରେ ଗଳାକାଟି ହତ୍ୟା କରିଥିବା ସରକାରୀ ରେଳବାଇ ପୋଲିସ (ଜିଆର୍‌ପି) ଥାନା ଅଧିକାରୀ ସୁକାନ୍ତ ଭୋଇ ସୂଚନା ଦେଇଛନ୍ତି। ମୃତ ଯୁବକ ଜଣକ ଅନିଲ ପଣ୍ଡା। ସେ ଷ୍ଟେସନ ନିକଟରେ ଥିବା ଅନ୍ନପୂର୍ଣ୍ଣା ହୋଟେଲ ମାଲିକ ପ୍ରକାଶଙ୍କ ପୁଅ ବୋଲି ପୋଲିସ ସୂଚନା ଦେଇଛି। ଏନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଖବରପାଇ ଜିଆର୍‌ପି ପୋଲିସ, ଗୋସାଣୀ ନୂଆଗଁା ଥାନା ଅଧିକାରୀ ସୁମିତ କୁମାର ସୋରେନ୍‌ ଓ ଅନ୍ୟାନ୍ୟ ପୋଲିସ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚତ୍ଛନ୍ତି। ପୂର୍ବ ଶତ୍ରୁତା ଓ ରେଳଯାତ୍ରୀଙ୍କୁ ଅନ୍‌ଲାଇନ୍‌ରେ ଖାଦ୍ୟ ଯୋଗାଇବା ଘଟଣାକୁ କେନ୍ଦ୍ରକରି ଲାଗି ରହିଥିବା ପୁଞ୍ଜିଭୂତ ଅଶାନ୍ତିଙ୍କୁ କେନ୍ଦ୍ରକରି ଅନିଲଙ୍କୁ ହତ୍ୟା କରାଯାଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଅନ୍ୟପଟେ ରେଳବାଇ କଲୋନୀରେ ପୋଲିସ ଛାନବିନ୍‌ ଜାରି ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ଅନିଲ ରାତିରେ ୪ ନଂ. ପ୍ଲାଟଫର୍ମକୁ ଆସୁଥିବାବେଳେ ଦୁର୍ବୃତ୍ତମାନେ ତାଙ୍କୁ ଅଟକାଇ ଝଗଡା କରିଥିଲେ। ପରେ ଅନିଲଙ୍କ ଗଳାକାଟି ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ରେଳବାଇ ପୋଲିସ ତାଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ ମେଡିକାଲକୁ ନେଇଥିଲେ। ସେଠାରେ ଡାକ୍ତର ଅନିଲଙ୍କୁ ମୃତ ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିୟମ ଫାଙ୍କି ଠିକାଦାର ଗିରଫ

ନୂଆଗାଁ, ୬।୪ (ଡି.ଏନ.ଏ.) ଦେଶରେ ଲକ୍‌ ଡାଉନ ଯୋଗୁ କଟକଣା ଲାଗିଛି। ଏହି ସମୟରେ ନିର୍ମାଣ କାମ ମଧ୍ୟ ବନ୍ଦ ରହିଛି। ହେଲେ ସୁନ୍ଦରଗଡ଼ ଜିଲା...

ରାମଚନ୍ଦ୍ରଙ୍କ ପାଇଁ ଆବାସ ଘର ସ୍ବପ୍ନ

କାଏମା,୨୧ା୨(ଡି.ଏନ୍‌.ଏ.): ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରାମଚନ୍ଦ୍ର ପରିଡାଙ୍କ ପାଇଁ ସାତ ସପନ ହୋଇଛି। ବୃଦ୍ଧ ବୟସରେ ରାମଚନ୍ଦ୍ରଙ୍କ ଜୀବନ ଭଙ୍ଗାଘରେ ଦୁର୍ଦ୍ଦଶା ଭିତରେ ବିତୁଛି। ଧର୍ମଶାଳା...

ଜମି ବିକ୍ରି ଟଙ୍କା ନ ଦେବାରୁ ବାପାଙ୍କୁ ହତ୍ୟା

କୁଚିଣ୍ଡା,୧୮ା୩(ଡି.ଏନ.ଏ.): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଅଧୀନ ଶର୍ଗିଡିହି ଗ୍ରାମରେ ପୁଅର ଆକ୍ରମଣରେ ବାପାଙ୍କ ମୃତ୍ୟୁ ଘଟିଛି। ଗୋବିନ୍ଦପୁର ପୋଲିସ ଅଭିଯୁକ୍ତ ପୁଅଙ୍କୁ ଗିରଫ କରି...

ଷ୍ଟାଫ୍‌ନର୍ସସ୍ତରରେ ଅଦଳବଦଳ

ଅନୁଗୋଳ ଅଫିସ, ୧୯।୧୨: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ବ୍ୟାପକ ଲାଞ୍ଚ କାରବାର ନେଇ ବାରମ୍ବାର ଅଭିଯୋଗ ହେଉଥିଲା। ଗତମାସରେ...

ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ଅଣଦେଖା: ଥାନାକୁ ଆଣି ଜେଲ ହାଜତରେ ପୂରାଇଲେ, ସମାଧାନ ପାଇଁ ଅପହରଣ ଧମକ

ନୟାଗଡ଼ ଅଫିସ/ରଣପୁର,୧୬ା୩(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନା ପୋଲିସ ହାଇକୋର୍ଟଙ୍କ ବେଲ୍‌ ଅର୍ଡରକୁ ବି ଖାତିର କରୁନି। ବେଲ୍‌ ଅର୍ଡର ଦେଖାଉଥିବା ଜଣେ ଅଭିଯୁକ୍ତଙ୍କୁ ଥାନାକୁ...

ପରିଧାନ ସମ୍ପର୍କରେ ଜାଣିନି ପୌରପାଳିକା

ଅନୁଗୋଳ ଅଫିସ, ୪ା୪: ଅନୁଗୋଳ କୋର୍ଟ ସମ୍ମୁଖ ଗୋପବନ୍ଧୁ ଉଦ୍ୟାନରେ ବିଶିଷ୍ଟ ଗାନ୍ଧିବାଦୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ଶାର୍ଟ, ପ୍ୟାଣ୍ଟ ଓ ବୁଟ୍‌...

ଜୟପୁରରେ ଲମ୍ଫି ଚିହ୍ନଟ

ଜୟପୁର,୧୫ା୧୨(ନି.ପ୍ର.): ରାଜସ୍ଥାନରେ ଲାମ୍ଫି ରୋଗ ବ୍ୟାପି ଲକ୍ଷ ଲକ୍ଷ ଗୋରୁଙ୍କ ମୃତ୍ୟୁ ହେଇଛି। ଏବେ କୋରାପୁଟ ଜିଲା ଜୟପୁରରେ ଗାଈଙ୍କଠାରେ ଲମ୍ଫି ରୋଗ ଚିହ୍ନଟ ହୋଇଛି।...

୪ ସ୍ବତନ୍ତ୍ର କୋର୍ଟରେ ହେବ ନେତାଙ୍କ ବିରୋଧରେ ମାମଲାର ଶୁଣାଣି

କଟକ,୨୭।୧୧(ପି.ଟି.): ବର୍ତ୍ତମାନର ଓ ପୂର୍ବତନ ଏମ୍‌ପି ଏବଂ ବିଧାୟକମାନଙ୍କ ବିରୋଧରେ ବିଚାରାଧୀନ ମାମଲାଗୁଡ଼ିକର ଶୁଣାଣି ପାଇଁ ୪ କୋର୍ଟର ଭିତ୍ତିଭୂମି ବିକାଶ କରି ସେଗୁଡ଼ିକୁ ସ୍ବତନ୍ତ୍ର...

Advertisement
Archives

Model This Week