ଯୁବକଙ୍କ ଉନ୍ମତ୍ତ କାଣ୍ଡ : ଧାରୁଆ ଅସ୍ତ୍ରରେ ୫ ଜଣଙ୍କୁ ମରଣାନ୍ତକ ଆକ୍ରମଣ

ବଡ଼ବିଲ,୧୦।୮(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଗାଢ଼ା ହଟିଂ ଅଞ୍ଚଳରେ ରହୁଥିବା ମନୋଜ ରାଜପୁତ ନାମକ ଯୁବକ ଶୁକ୍ରବାର ରାତିରେ ଗାଢ଼ା ହଟିଂ ଓ ସୁନ୍ଦରାବସ୍ତି ଅଞ୍ଚଳରେ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି। ଅଭିଯୁକ୍ତ ମନୋଜ ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଦୁଇଜଣ ମହିଳାଙ୍କ ସମେତ ଅନ୍ୟ ୩ ଜଣଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ମନୋଜ ଗାଢ଼ା ହଟିଂ ଅଞ୍ଚଳର ଜୟନ୍ତୀ ଲୋହାର ନାମ୍ନୀ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ କରିଥିବାବେଳେ ତାଙ୍କୁ ସ୍ଥାନୀୟ ଲୋକେ ଧରିବାକୁ ଉଦ୍ୟମ କରିବାରୁ ବିଭିନ୍ନ ଲୋକଙ୍କ ଘର ଛାତ ଉପରେ ଚଢ଼ି ଖସିଯାଇଥିଲେ। ତେବେ ମନୋଜ ସନ୍ଧ୍ୟା ସମୟରେ ଉଲଗ୍ନ ହୋଇ ଏକ ଧାରୁଆ ଅସ୍ତ୍ର ଧରି ଏଣେତେଣେ ବୁଲୁଥିଲାବେଳେ ରାତିରେ କୌଣସି କାରଣ ନ ଥାଇ ଟୁନି କିଷାନ ନାମ୍ନୀ ମହିଳାଙ୍କ ମୁଣ୍ଡ, ବେକ ଓ ହାତକୁ ହାଣି ପକାଇଥିଲେ। ତାଙ୍କ ଚିତ୍କାର ଶୁଣି ସେହି ଅଞ୍ଚଳର ରାଜକୁମାର ଗୋପ, କ୍ରିଷ୍ଣା ପ୍ରସାଦ ଓ କୁନା ମହାକୁଡ଼ ଅଭିଯୁକ୍ତଙ୍କ କବଳରୁ ଟୁନିଙ୍କୁ ଉଦ୍ଧାର କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଥିଲେ। ଗୁରୁତର ଅବସ୍ଥାରେ ଟୁନିଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆକ୍ରମଣକାରୀ ମନୋଜଙ୍କୁ କାବୁ କରିଥିଲା। ମନୋଜ ମାନସିକ ସନ୍ତୁଳନ ହରାଇଥିବା ଅନୁମାନ କରାଯାଉଥିବାବେଳେ ମରଣାନ୍ତକ ଆକ୍ରମଣ ନେଇ ବଡ଼ବିଲ ଥାନାକେସ୍‌ ନଂ.୧୬୩/୧୯ରେ ଏକ ମାମଲା ରୁଜୁ କରାଯାଇଛି। ଅଭିଯୁକ୍ତ ମନୋଜ ମଧ୍ୟ ଆହତ ହୋଇଥିବାରୁ ପୋଲିସ ତାଙ୍କୁ ନିଜ ହେପାଜତରେ ବଡ଼ବିଲ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫୬୯୦ ନିର୍ମାଣ ଶ୍ରମିକଙ୍କୁ କରୋନା ସହାୟତା

ପାଟଣା,୧୮ା୪(ସ୍ବ.ପ୍ର.): କରୋନା ଭୂତାଣୁ ସଂକ୍ରମଣ ଯୋଗୁଁ ସାରା ଦେଶରେ ଲକ୍‌ ଡାଉନ ଜାରି ରହିଛି। ଏଭଳି ପରିସ୍ଥିତିରେ କଳକାରଖାନା, ନିର୍ମାଣ ଓ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ...

ରଜନୀରାଣୀ ହେଲେ ଆନନ୍ଦପୁର ପୌରାଧ୍ୟକ୍ଷା

ଆନନ୍ଦପୁର,୨୬ା୩(ସ୍ବ.ପ୍ର.): ଆନନ୍ଦପୁର ପୌରପାଳିକାର ନୂତନ ପୌରାଧ୍ୟକ୍ଷା ଭାବେ ରଜନୀରାଣୀ ଖଟୁଆ ନିର୍ବାଚିତ ହୋଇଛନ୍ତି। ଆନନ୍ଦପୁର ପୌରପରିଷଦ ଅଧ୍ୟକ୍ଷ ପଦବୀ ପାଇଁ ୫ ଜଣ ପ୍ରାର୍ଥୀ ନିର୍ବାଚନ...

ଭାଲୁ ସହ ଯୁବକ ଲଢ଼େଇ କରି…

ପାଟଣା,୨୯ା୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଚାକୁଣ୍ଡା ପାଳ ଗ୍ରାମର ଜଣେ ୪୦ ବର୍ଷ ଯୁବକ ବୁଧବାର ସକାଳୁ ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଗୁରୁତର...

ଅବାଧରେ ଚାଲିଛି ଗଛକଟା

କେନ୍ଦୁଝର, ୧୩।୧ (ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ଅନ୍ତର୍ଗତ ଗୁମୁରା ପଞ୍ଚାୟତ ଟୋଲଙ୍କବାହାଳ ଗ୍ରାମ ଜଙ୍ଗଲରେ ଅବାଧ ଗଛ କାଟି ଜଙ୍ଗଲ ପଦା କରିବାରେ...

କଳା ପଲ୍‌ସର ଆତଙ୍କ : ମହିଳାଙ୍କଠାରୁ ଝାମ୍ପିନେଲେ ୨ ଲକ୍ଷ

କେନ୍ଦୁଝର,୫।୧୦(ଡି.ଏନ୍‌.ଏ.) : କେନ୍ଦୁଝରରେ କଳା ପଲସର ଆତଙ୍କ ଦେଖାଦେଇଛି। ଟାଉନ ଥାନାଠାରୁ ମାତ୍ର ୫ଶହ ମିଟର ଦୂର ତଥା ସ୍ପଷ୍ଟ ଦିବାଲୋକରେ ପୋଲିସକୁ ଖୋଲା ଚ୍ୟାଲେଞ୍ଜ...

ଧୂଳିଧୂଆଁରେ ପରିପୂର୍ଣ୍ଣ ଯୋଡ଼ା-ବାମେବାରୀ ରାସ୍ତା, ଜନଜୀବନ ଅସ୍ତବ୍ୟସ୍ତ: ପ୍ରତିଦିନ ଜଳ ସିଞ୍ଚନ ଦାବି

ଯୋଡ଼ା, ୧୩।୪(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହର ଉପକଣ୍ଠ କମାରଯୋଡ଼ା ତାରିଣୀ ଛକ ଓ ବାଂଶପାଣି ଅଞ୍ଚଳବାସୀ ଧୂଳିଧୂଆଁରେ ଅସ୍ତବ୍ୟସ୍ତ ହୋଇପଡ଼ୁଛନ୍ତି। ଏ ନେଇ ସ୍ଥାନୀୟ...

ନିଶାରେ ଠେଙ୍ଗାରେ ପିଟି ବାପାଙ୍କୁ ହତ୍ୟା ଘଟଣା: ଜେଲ ଗଲେ ଅଭିଯୁକ୍ତ ପୁଅ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ମଦ ନିଶାରେ ବାପାଙ୍କୁ ଠେଙ୍ଗାରେ ପିଟି ହତ୍ୟା କରିବା ଘଟଣାରେ ଅଭିଯୁକ୍ତ ପୁଅଙ୍କୁ ଗୁରୁବାର ଜେଲ ପଠାଇ ଦିଆଯାଇଛି। ସେ ହେଲେ ଚନ୍ଦ୍ରଶେଖରପୁର ଥାନା...

ରୋଷେଇ କରି ରେକର୍ଡ

କେନ୍ଦୁଝର, ୧୪ ।୮: ଖାଦ୍ୟ ବିଶ୍ୱକୁ ଗୋଟିଏ ଥାଳିରେ ବାନ୍ଧି ରଖିଥାଏ। ଏଭଳି ଚିନ୍ତା ରଖି ପିଲାଦିନରୁ ରୋଷେଇ ପ୍ରତି ଆକୃଷ୍ଟ ହୋଇଥିବା କେନ୍ଦୁଝରର ଝିଅ...

Advertisement
Archives

Model This Week