ଯୁବକଙ୍କୁ ହତ୍ୟା ଅଭିଯୋଗ; ବଡ଼ବାପାଙ୍କ ସମେତ ୩ ଗିରଫ

ଆସିକା,୨୬ା୮(ଡି.ଏନ୍‌.ଏ.)-ଆସିକା ଥାନା ବଜ୍ରକୋଟ ଗ୍ରାମର ଜଣେ ଯୁବକଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ସେ ହେଲେ ଟୁକୁନା ନାହାକ (୩୦)। ଏନେଇ ମୃତ ଟୁକୁନାଙ୍କ ବାପା ଆସିକା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ନଂ.୨୭୩/୧୯ରେ ମାମଲା ରୁଜୁକରି ଗ୍ରାମର ଅର୍ଶୁଲୁ ନାହାକ, ତାଙ୍କ ସ୍ତ୍ରୀ ଦଇନୀ ଓ ପୁଅ ଦୀପକଙ୍କୁ ରବିବାର ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଅର୍ଶୁଲୁ ମୃତ ଟୁକୁନାଙ୍କ ବଡବାପା। ହତ୍ୟାକାଣ୍ଡରେ ବ୍ୟବହୃତ ଏକ ଲୁହାରଡ୍‌ ପୋଲିସ ଜବତ କରି ତଦନ୍ତ ଚଳାଇଥିବା ଥାନା ଅଧିକାରୀ ପ୍ରଶାନ୍ତ କୁମାର ସାହୁ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ଅର୍ଶୁଲୁଙ୍କ ଏକ ସାଇକେଲ କିଛିଦିନ ତଳେ ଚୋରି ଯାଇଥିଲା। ଏନେଇ ସେ ଟୁକୁନାଙ୍କୁ ସନ୍ଦେହ କରୁଥିଲେ। ଫଳରେ ଉଭୟ ପରିବାର ମଧ୍ୟରେ ଚାପା ଉତ୍ତେଜନା ଲାଗି ରହିଥିଲା। ଗତ ଶୁକ୍ରବାର ସନ୍ଧ୍ୟାରେ ଅର୍ଶୁଲୁ, ଦଇନୀ ଓ ଦୀପକ ଟୁକୁନାଙ୍କୁ ମାରଧର କରିଥିଲେ। ଆକ୍ରମଣରେ ଟୁକୁନା ଆହତ ହୋଇଥିଲେ ମଧ୍ୟ ଚିକିତ୍ସା କରିନଥିଲେ। ଶନିବାର ବିଳମ୍ବିତ ରାତିରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ରବିବାର ଭୋର ପ୍ରାୟ ସାଢେ ୪ଟାରେ ଆସିକା ସରକାରୀ ମେଡିକାଲକୁ ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଦେହ ଆସିକା ମେଡିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ଥାନା ଅଧିକାରୀ ସାହୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନଙ୍କ ମୃତ୍ୟୁ ଘଟଣା: ବାଲେଶ୍ୱର, ମୟୂରଭଞ୍ଜ ଗଲା ସ୍ବତନ୍ତ୍ର ଟିମ୍‌

ପାରଳାଖେମୁଣ୍ଡି,୧୮ା୭(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡି ସହକାରୀ ବନ ସଂରକ୍ଷକ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ରହସ୍ୟ ଦିନକୁ ଦିନ ଭିନ୍ନ ମୋଡ଼ ନେବାରେ ଲାଗିଛି। ସୌମ୍ୟରଞ୍ଜନଙ୍କ ରହସ୍ୟଜନକ...

ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣା

ଜେକେପୁର, ୨୨।୫(ଡି.ଏନ୍‌.ଏ.)- ଜେକେପୁର ଏସ୍‌ବିଆଇ ଏଟିଏମ୍‌ ଲୁଟ୍‌ ଘଟଣାକୁ ଇତିମଧ୍ୟରେ ୨ମାସ ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଏବେବି ଖାଲି। ଭୁବନେଶ୍ୱରର ସାଇବର କ୍ରାଇମ୍‌...

ମରଣଯନ୍ତା ପାଲଟିଛି ୪୯ନଂ ଜାତୀୟ ରାଜପଥ: ଦ୍ୱାରସୁଣୀ ଘାଟିରେ ବସ୍‌କୁ ଧକ୍କା ଦେଇ ଖସିପଡ଼ିଲା ଟ୍ରକ୍‌; ୨ ଗୁରୁତର, ୫ ଆହତ

ବାଙ୍ଗିରିପୋଷି,୪।୩(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲାର ବାଙ୍ଗିରିପୋଷି ଦେଇ ଯାଇଥିବା ୪୯ନଂ ଜାତୀୟ ରାଜପଥ ପାଲଟିଛି ମରଣଯନ୍ତା। କିଛିଦିନ ହେଲା ଏଠାରେ ଗୋଟିଏ ପରେ ଗୋଟିଏ ଦୁର୍ଘଟଣା ଘଟୁଥିବା...

ସରପଞ୍ଚଙ୍କ ଘରୁ ଟଙ୍କା, ସୁନା ଅଳଙ୍କାର ଲୁଟ୍‌

ପାତ୍ରପୁର, ୬ା୧ (ଡି.ଏନ୍‌.ଏ.)-ଜରଡ଼ା ଥାନା ତୁମ୍ବା ସରପଞ୍ଚଙ୍କ ଘରୁ ରବିବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ସୁନା ଅଳଙ୍କାର ସହ ୧୬ ହଜାର ଟଙ୍କା ଚୋରି କରିଥିବା...

୨୦ବର୍ଷ ହେଲା ପାଦରେ ଶିକୁଳି

ଖଇରା, ୨୪।୩(ଡି.ଏନ.ଏ.): ୬ବର୍ଷ ବ୍ୟବଧାନରେ ପୁଅ ଝିଅ ଜନ୍ମ ହେବା ପରେ ମା ବାପାଙ୍କର ଖୁସିର ସୀମା ନ ଥିଲା ା ଝିଅଠାରୁ ପୁଅ ବଡ। ପ୍ରଥମେ...

ଚିତ୍ରକୋଣ୍ଡା ଡାକ୍ତରଖାନା: ଏଣିକି ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ପାଇବେ ରୋଗୀ

ଚିତ୍ରକୋଣ୍ଡା,୨ା୧(ଡି.ଏନ.ଏ.)- ଚିତ୍ରକୋଣ୍ଡାସ୍ଥିତ ଉପଖଣ୍ଡ ଚିକିତ୍ସାଳୟରେ ନିର୍ମଳ ଯୋଜନାରେ ବୁଧବାର ପ୍ରଥମ କରି ରୋଗୀମାନଙ୍କୁ ଭିନ୍ନ ଭିନ୍ନ ରଙ୍ଗର ବେଡ୍‌ସିଟ୍‌ ବ୍ୟବହାର ପାଇଁ ପ୍ରଦାନ କରାଯାଇଛି। ପୂର୍ବରୁ...

ଗଞ୍ଜାମରେ ହେବ ୧୩୩ ସ୍ମାର୍ଟ ହାଇସ୍କୁଲ: ଛାତ୍ରୀଛାତ୍ରଙ୍କ ସହ କଥା ହେଲେ ୫ଟି ସଚିବ

ଛତ୍ରପୁର,୮।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲାର ୧୩୩ଟି ହାଇସ୍କୁଲକୁ ସ୍ମାର୍ଟ ହାଇସ୍କୁଲରେ ପରିଣତ ପାଇଁ କାମ ଚାଲିଛି। ଏହାର ଅଗ୍ରଗତି ନେଇ ଗୁରୁବାର ୫ଟି ସଚିବ ଭି. କାର୍ତ୍ତିକେୟ...

ଗାଧୋଇବା ସମୟରେ ଭସାଇନେଲା ଲହଡ଼ି: ୪ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଉଦ୍ଧାର କଲେ ଲାଇଫ୍‌ଗାର୍ଡ

ପୁରୀ ଅଫିସ, ୬।୨: ପୁରୀ ସମୁଦ୍ରରେ ବୁଡିଯାଉଥିବା ବେଳେ ୪ଜଣ ବଙ୍ଗୀୟ ପର୍ଯ୍ୟଟକଙ୍କୁ ଗୁରୁବାର ଲାଇଫ୍‌ଗାର୍ଡ ଉଦ୍ଧାର କରିଛନ୍ତି। ଉଦ୍ଧାର ପର୍ଯ୍ୟଟକମାନେ ହେଲେ ପଶ୍ଚିମବଙ୍ଗ ହାୱଡାର...

Advertisement
Archives

Model This Week