ଯୁବକଙ୍କୁ ହତ୍ୟା ଅଭିଯୋଗରେ ଜାତୀୟ ରାଜପଥ ଅବରୋଧ

ବଲାଙ୍ଗୀର ଅଫିସ/ତରଭା, ୨୦।୧ (ଡି.ଏନ.ଏ)- ବଲାଙ୍ଗୀର ପୁଇଁତଲା ଥାନା ଅନ୍ତର୍ଗତ ମିଛାପାଲିର ଜଣେ ଯୁବକ ଆଲୋକ ନାଏକ (୨୫)ଙ୍କ ମୃତଦେହ ସନ୍ଦେହଜନକ ଅବସ୍ଥାରେ ସୋମବାର ଉଦ୍ଧାର କରାଯାଇଛି । ତାଙ୍କ ବେକରେ କ୍ଷତଚିହ୍ନ ରହିଛି । ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରି ଗ୍ରାମର ଶତାଧିକ ଲୋକ ବଲାଙ୍ଗୀର-ସୋନପୁର ୫୭ ନମ୍ବର ଜାତୀୟ ରାଜପଥକୁ ବଇରାସରଠାରେ ଅବରୋଧ କରିଥିଲେ। ତୁରନ୍ତ ହତ୍ୟାକାରୀଙ୍କୁ ଗିରଫ ଦାବି କରିଥିଲେ। ବଲାଙ୍ଗୀର ପୋଲିସ ରାସ୍ତା ଅବରୋଧ ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାଇବା ସହ ଖୁବଶୀଘ୍ର ଘଟଣାର ତଦନ୍ତ ଆରମ୍ଭ ହେବ ଓ ଅଭିଯୁକ୍ତ ଧରାପଡିବେ ବୋଲି କହିବା ପରେ ରାସ୍ତାରୋକୋ ପ୍ରତ୍ୟାହୃତ ହୋଇଥିଲା। ବ୍ୟବଛେଦ ପାଇଁ ମୃତଦେହ ବଲାଙ୍ଗୀର ଭୀମଭୋଇ ମେଡିକାଲ କଲେଜ ହସପିଟାଲକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବୁଲା ଗୋରୁଙ୍କ କବ୍‌ଜାରେ ଗଞ୍ଜାମ ଏନ୍‌ଏସି ମୁଖ୍ୟ ରାସ୍ତା

ଗଞ୍ଜାମ,୧୭।୮(ଡି.ଏନ୍‌.ଏ.): ଗଞ୍ଜାମ ସହରରେ ବୁଲା ଗୋରୁଙ୍କ ପାଦୁର୍ଭାବ ଦିନକୁ ଦିନ ବଢ଼ିବାରେ ଲାଗିଛି। ବର୍ତ୍ତମାନ ଗୋରୁଙ୍କ କବଜାରେ ସହରର ମୁଖ୍ୟ ରାସ୍ତା। ଏମାନଙ୍କୁ ହଟାଇବା ପାଇଁ...

ବିଦ୍ୟାଳୟ, ଅଙ୍ଗନଓ୍ବାଡି, ପାର୍କ ପାଇଁ ଅର୍ଥ ବ୍ୟବସ୍ଥା

ବିରିଡି, ୨୩।୧୨(ଡି.ଏନ.ଏ.): ବିରିଡି ପଞ୍ଚାୟତ ସମିତିର ଅନ୍ତିମ ସାଧାରଣ ବୈଠକ ବୁଧବାର ସମିତି ସଭା ଗୃହରେ ସମିତି ଅଧ୍ୟକ୍ଷ ପଦ୍ମନାଭ ଭୋଇଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।...

ଆଧୁନିକ ପ୍ରଣାଳୀରେ କଲରା ଚାଷ: ଯୁବ ଗୋଷ୍ଠୀଙ୍କ ପାଇଁ ପ୍ରେରଣା ସାଜିଛନ୍ତି ରଶ୍ମି

ପୁରୁଣାକଟକ,୩୧ା୧୨(ଡି.ଏନ୍‌.ଏ.): ବୌଦ୍ଧ ଜିଲା ହରଭଙ୍ଗା ବ୍ଲକ ରାମଗଡ଼ ପଞ୍ଚାୟତ କୋଇଲିସୁତା ଗ୍ରାମର ଯୁବ ଚାଷୀ ରଶ୍ମି ରଞ୍ଜନ ବାଘ(୩୫)। ବର୍ତ୍ତମାନ ସେ ଚାକିରି ଛାଡି ଚାଷ...

ଖୋର୍ଦ୍ଧା-ନୟାଗଡ଼ ପାସେଞ୍ଜର ସମୟ ବଦଳିଲା

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ଖୋର୍ଦ୍ଧା-ନୟାଗଡ଼ ଚଳାଚଳ କରୁଥିବା ଦୁଇଟି ପାସେଞ୍ଜର ଟ୍ରେନର ସମୟ ସୂଚୀ ପରିବର୍ତ୍ତନ ହୋଇଛି। ଆସନ୍ତା ମଙ୍ଗଳବାରଠାରୁ ଆରମ୍ଭ ହେବାକୁ ଯାଉଥିବା ସ୍ପେଶାଲ ସେବା...

ସତ୍ୟସାଇ ଟ୍ରଷ୍ଟର କ୍ଷେତ୍ର ପରିଦର୍ଶନ

ଝାରସୁଗୁଡ଼ା ଅଫିସ,୧୮ା୧୦: ରାଜ୍ୟ ସରକାରଙ୍କ ତରଫରୁ ଝାରସୁଗୁଡ଼ାରେ ଏକ ହାର୍ଟ ହସ୍ପିଟାଲ୍‌ ବହୁଶୀଘ୍ର କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଏହାକୁ ପିପିପି ମୋଡ୍‌ରେ ପରିଚାଳନା କରିବା ପାଇଁ...

ଅଧାରେ ରହିଛି ପୋଲ କାମ, ଭରସା ଦେଶୀ ଡଙ୍ଗା

ବ୍ରହ୍ମପୁର ଅଫିସ,୪ା୧୨: ଗଞ୍ଜାମ ଜିଲା ରଙ୍ଗେଇଲୁଣ୍ଡା ବ୍ଲକ ହରିପୁର ପଞ୍ଚାୟତରୁ ଗୋପାଳପୁର ବେଳାଭୂମିକୁ ସଂଯୋଗ ପାଇଁ ଚାଲିଥିବା ପୋଲ କାମ ଦୁଇବର୍ଷ ହେଲାଣି ଶେଷ ହୋଇନାହିଁ।...

ସମ୍ବର୍ଦ୍ଧନା ପରେ ସଙ୍ଗରୋଧ

କଟକ ଅଫିସ,୫ା୬: ପଶ୍ଚିମବଙ୍ଗରେ ସେଠାକାର ସରକାରଙ୍କ ଅନୁରୋଧକ୍ରମେ ବାତ୍ୟା ଅମ୍ଫନ ପରବର୍ତ୍ତୀ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ଓଡ଼ିଶାର ଅଗ୍ନିଶମ ବାହିନୀ। ମୁଖ୍ୟ ଅଗ୍ନିଶମ ଅଧିକାରୀ ମହେଶ୍ୱର...

ଯୁଦ୍ଧମ ଦେହି ଡାକରା ଦେଲେ ମାଓବାଦୀ

ମ.ରାମପୁର,୨୬ା୭(ଶଶିଭୂଷଣ ପ୍ରହରାଜ): ଦିନକୁ ଦିନ କଳାହାଣ୍ଡି ଜିଲା ମ. ରାମପୁର ଅଞ୍ଚଳରେ ମାଓବାଦୀ କାର୍ଯକଳାପ ବଢ଼ିଚାଲିଛି। ଏବେ ଖୋଲାଖୋଲି ମାଓବାଦୀ ଯୁଦ୍ଧମ ଦେହି ଡାକରା ଦେଇଛନ୍ତି।...

Advertisement
Archives

Model This Week