ଢେଙ୍କାନାଳ ଅଫିସ/ଭାପୁର(ଡି.ଏନ୍.ଏ.), ୪।୬ପ୍ରକାଶ ପାଇଛି ଯୁକ୍ତ୨ ବିଜ୍ଞାନ ପରୀକ୍ଷା ଫଳ। ଢେଙ୍କାନାଳ ଜୁନିୟର କଲେଜର ପାସ୍ ହାର ରହିଛି ୯୦.୨୩%। ପରୀକ୍ଷା ଦେଇଥିବା ୨୫୨ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୩୯ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ତନ୍ମଧ୍ୟରେ ୧୩୧ ପ୍ରଥମ, ୮୩ ଦ୍ୱିତୀୟ ଏବଂ ୨୫ ଜଣ ତୃତୀୟ ଶ୍ରେଣୀରେ ପାସ୍ ହୋଇଛନ୍ତି। ୧୨ଜଣ ଅକୃତକାର୍ଯ୍ୟ ହୋଇଥିବାବେଳେ ଜଣେ ପରୀକ୍ଷାରେ ଅନୁପସ୍ଥିତ ଥିଲେ। ସର୍ବାଧିକ ମାର୍କ ରଖିଥିବା ପ୍ରିୟନା ପୃଷ୍ଟି କଲେଜ ଟପ୍ପର ହୋଇଥିବା ଭାରପ୍ରାପ୍ତ ଅଧ୍ୟକ୍ଷ ତପନ ସେଠୀ ସୂଚନା ଦେଇଛନ୍ତି।
ସେହିପରି ମହିଳା କଲେଜରେ ପାସ୍ ହାର ରହିଛି ୮୩.୪୮%। ମୋଟ ୧୦୯ଜଣ ପରୀକ୍ଷା ଦେଇଥିବାବେଳେ ୯୧ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୬, ଦ୍ୱିତୀୟ ଶ୍ରେଣୀରେ ୪୧, ତୃତୀୟ ଶ୍ରେଣୀରେ ୨୪ ଜଣ ପାସ୍ କରିଛନ୍ତି। ୪୪୮ ମାର୍କ ରଖିଥିବା ଗୀତାଶ୍ରୀ ଶୁଭଜିତ୍ରା କଲେଜ ଟପ୍ପର ହୋଇଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
ଭାପୁରସ୍ଥିତ ଦେବେନ୍ଦ୍ର ଶତପଥୀ ସ୍ମାରକୀ କଲେଜର ଯୁକ୍ତ ୨ ପରୀକ୍ଷା ଦେଇଥିବା ୬୦ ଜଣ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୫୬ଜଣ କୃତକାର୍ଯ୍ୟ ହୋଇଛନ୍ତି। ପ୍ରଥମ ଶ୍ରେଣୀରେ ୨୧, ଦ୍ୱିତୀୟ ଶ୍ରେଣୀରେ ୨୨ ଏବଂ ତୃତୀୟ ଶ୍ରେଣୀରେ ୧୩ଜଣ ଅଛନ୍ତି। ବିଶ୍ୱେଶ୍ୱର ସାମଲ ୪୯୪, ଯଶକେତନ ନାଏକ ୪୮୨, ଆଲୋକ ପ୍ରଧାନ ୪୫୯ ମାର୍କ ରଖି ଯଥାକ୍ରମେ ପ୍ରଥମ, ଦ୍ୱିତୀୟ ଏବଂ ତୃତୀୟ ସ୍ଥାନ ହାସଲ କରିଥିବା କଲେଜ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।
କପିଳାସ ଦର୍ଶନ ସାରି ଫେରିବାବେଳେ ଅଘଟଣ: ଓଲଟି ପଡିଲା କାର୍, ଭିତରେ ଥିଲେ ୬ ଯାତ୍ରୀ
ଢେଙ୍କାନାଳ ,୧୬।୧(ରତନ ନାୟାର): ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଶୈବପୀଠ କପିଳାସର ଘାଟି ରାସ୍ତା ୧୦ ନମ୍ବର ବାଙ୍କରେ ଶୁକ୍ରବାର ଅପରାହ୍ନରେ ଏକ କାର୍ ଭାରସାମ୍ୟ ହରାଇ...
ଜିଲାପାଳଙ୍କ ଅଫିସ ଆଗରେ ଆତ୍ମହତ୍ୟା ଉଦ୍ୟମ କଲେ ସ୍ତ୍ରୀ-ସ୍ବାମୀ, ଜଙ୍ଗଲରୁ ପାଇଥିବା ଶିଶୁକୁ ନେଇଯିବାରୁ…
ଢେଙ୍କାନାଳ,୧୫।୧(ରତନ ନାୟାର) : ଢେଙ୍କାନାଳ ଜିଲା ଓଡ଼ାପଡ଼ା ବ୍ଲକ ବାଛୁରୀ ବାଙ୍କ ଗ୍ରାମର ମୁଷା ନାୟକ ଜଙ୍ଗଲକୁ ଛେଳି ଚରାଇବା ପାଇଁ ଯାଇଥିବାବେଳେ ଏକ ନବଜାତ...
ବାଇକରେ ଯାଉଥିବା ବେଳେ ଅଘଟଣ, ମାଞ୍ଜାସୂତା ଲାଗି କଟିଗଲା ଯୁବକଙ୍କ ନାକ…
ଢେଙ୍କାନାଳ,୧୪।୧(ରତନ ନାୟାର): ମାଞ୍ଜାସୂତା ଲାଗି ଜଣେ ବ୍ୟକ୍ତି ଆହତ ହୋଇଛନ୍ତି । ଢେଙ୍କାନାଳ ସହରର ପ୍ରମୁଖ ବଜାର ମୀନାବଜାର ଅଂଚଳରେ ବୁଧବାର ଅପରାହ୍ନରେ କିଛି ଯୁବକ...
ଜଙ୍ଗଲ ଭିତରେ ଚାଲିଥିଲା ଦେଶୀ ମଦ ଭାଟି: ଅଚାନକ ପହଞ୍ଚିଲା ଅବକାରୀ ଟିମ-ପୋଲିସ, ଦେଖିକି ମାଫିଆମାନେ…
ପରଜଙ୍ଗ, ୧୩।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗର ବିଭିନ୍ନ ଅଞ୍ଚଳରେ ମଙ୍ଗଳବାର ଭୋର୍ ସମୟରେ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ସ୍ଥାନରେ ପୋଲିସ ଏବଂ ଅବକାରୀ ଟିମ,...
ରାଜେଶ ହତ୍ୟାକାଣ୍ଡ: ଅଭିଯୁକ୍ତଙ୍କୁ ଧରିବା ପ୍ରତିବାଦରେ ରାଜପଥ ଅବରୋଧ
ପରଜଙ୍ଗ,୧୧।୧(ନିଗମାନନ୍ଦ ଦଳବେହେରା): ବହୁ ଚର୍ଚ୍ଚିତ ଫଟୋ ଗ୍ରାଫର୍ ରାଜେଶ ପାଣି ହତ୍ୟାକାଣ୍ଡକୁ ଇତି ମଧ୍ୟରେ ଦୁଇ ମାସ ବିତିଯାଇଥିଲେ ସୁଦ୍ଧା ହତ୍ୟାକାରୀଙ୍କୁ ଧରିବାରେ ସକ୍ଷମ ହୋଇପାରୁନାହିଁ...
ଖୁଲମଖୋଲା କରୁଥିଲେ ମଦ ବିକ୍ରି: ଭିଡିଓ ହେଉଥିଲା ଭାଇରାଲ, ପରେ…
ପରଜଙ୍ଗ୧୦।୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ସାଆନ୍ଦା ଫାଣ୍ଡିଠାରୁ ଅଳ୍ପଦୂର ରୋଡ଼ ଗାଁମାରୁ ଜଣେ ମଦ ବେପାରୀଙ୍କୁ ଧରିଛି ଅବକାରୀ ଟିମ୍। ଏଥିସହିତ ତାଙ୍କଠାରୁ...
ଓଡ଼ିଶାର ଏହି ଜିଲାରେ ହେବ ନୂଆ ମେଗା ଷ୍ଟିଲ୍ ପ୍ଲାଣ୍ଟ, ସୃଷ୍ଟି ହେବ ୧୪ ହଜାରରୁ ଉର୍ଦ୍ଧ ନିଯୁକ୍ତି ସୁଯୋଗ
ଭୁବନେଶ୍ୱର,୮ା୧: ଓଡ଼ିଶାର ଶିଳ୍ପାୟନ କ୍ଷେତ୍ରରେ ବିକାଶ ପାଇଁ ରାଜ୍ୟ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଜିଲା କେନ୍ଦୁଝରରେ ମେଗା ଷ୍ଟିଲ୍ ପ୍ଲାଣ୍ଟ ପ୍ରତିଷ୍ଠା...
ବୌଦ୍ଧରୁ ଢେଙ୍କାନାଳକୁ ଚାଲାଣ ହେଉଥିଲା ଗଞ୍ଜେଇ: ଗାଁ ଯାତ୍ରା ପଡ଼ିଆରେ…
ପରଜଙ୍ଗ,୭ା୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କୁଆଳୋ ଗାଁ ଯାତ୍ରା ପଡ଼ିଆ ନିକଟରୁ ବୁଧବାର ଭୋଟ୍ କୁଖ୍ୟାତ ଗଞ୍ଜେଇ ମାଫିଆଙ୍କୁ ଗିରଫ କରିଛି ଅବକାରୀ...
Archives

