ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ: ବିଜ୍ଞାନରେ ୮୯.୨%, କଳାରେ ୭୦.୪%, ବାଣିଜ୍ୟରେ ୭୫.୮୩%

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ଶନିବାର ପ୍ରକାଶ ପାଇଛି। ସାମ୍‌ସ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ, ବିଜ୍ଞାନରେ ୮୯.୨% କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିବାବେଳେ ୮୭. ୬୭% ସହ ଦ୍ୱିତୀୟରେ ଭୁବନେଶ୍ୱରର ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଓ ୮୭.୧୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ବତୀ ବିଦ୍ୟାମନ୍ଦିର ରହିଛି। ସେହିପରି କଳାରେ ୭୦.୪% ସହ ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ୭୦% କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ରହିଥିବାବେଳେ ନରସିଂହପୁର ହାୟର ସେକେଣ୍ଡାରୀ ସ୍କୁଲ ୬୮.୧୭% ସହ ତୃତୀୟରେ ରହିଛି। ବାଣିଜ୍ୟରେ ୭୫.୮୩% ସହ ତାଳଚେର ହାୟର ସେକେଣ୍ଡାରୀ ସ୍କୁଲ ପ୍ରଥମରେ ରହିଛି। ୭୫.୫% କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ଓ ୭୪.୪% ସହ ଶୈଳବାଳା ଓ୍ବିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଥିବା ଯୋଗ୍ୟ ଛାତ୍ରୀଛାତ୍ରମାନେ ଆସନ୍ତା ୧୫ରୁ ୧୭ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ। ୧୭ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ପ୍ରକାଶ ପାଇବ। ଜୁଲାଇ ୨୦ରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖା ହେବ। ତେବେ ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ୩ ଲକ୍ଷ ୭୫ ହଜାର ୯୫୮ ଛାତ୍ରୀଛାତ୍ର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୩ ହଜାର ୫୭୩ ଜଣ ଛାତ୍ରୀଛାତ୍ରଙ୍କୁ ନାମଲେଖା ଲାଗି ଚୟନ କରାଯାଇଥିଲା। ସେଥିମଧ୍ୟରୁ କଳା ବିଭାଗରେ ୨ ଲକ୍ଷ ୧୯ ହଜାର ୧୦ଜଣଙ୍କୁ ନାମଲେଖା ପାଇଁ ଡକାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୩ ହଜାର ୮୪ଜଣ ନାମ ଲେଖାଇଛନ୍ତି। ବିଜ୍ଞାନ ବିଭାଗରେ ୮୧ ହଜାର ୧୯୭ ଜଣଙ୍କ ମଧ୍ୟରୁ ୭୫ ହଜାର ୨୫୮, ବାଣିଜ୍ୟ ବିଭାଗରେ ୨୨ ହଜାର ୩୭୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦ ହଜାର ୬୧୭, ସଂସ୍କୃତରେ ୬ ହଜାର ୩୧୯ଜଣଙ୍କ ମଧ୍ୟରୁ ୫ ହଜାର ୨୯୯ ଓ ଧନ୍ଦାମୂଳକରେ ଡକାଯାଇଥିବା ୪ ହଜାର ୬୯୦ ଜଣଙ୍କ ମଧ୍ୟରୁ ୪ହଜାର ୩୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ରାଜ୍ୟର ୧୯୮୪ କଲେଜର ୫ଟି ବିଭାଗରେ ମୋଟ ୪ ଲକ୍ଷ ୪୮ ହଜାର ୧୯୫ ସିଟ୍‌ ରହିଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୨ଲକ୍ଷ ୯୮ ହଜାର ୨୯୩ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୪୯ ହଜାର ୯୦୨ ସିଟ୍‌ ଖାଲି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଝରାଫୁଲକୁ ନେଇ ଯାଇଥିବା ସ୍କୁଟି ଜବତ

ଯାଜପୁର ଅଫିସ୍‌, ୪।୨: ବହୁଚର୍ଚ୍ଚିତ ରମାଦେବୀ ଝରାଫୁଲ ନାୟକଙ୍କ ସନ୍ଦେହଜନକ ମୃତ୍ୟୁକୁ ଆଜି ୯ ଦିନ ପୂରିଛି। ଏପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ଉପରୁ ପରଦା ହଟିପାରି...

ଅନୁଭବଙ୍କ ବାନ୍ଧବୀ ଜାଗୃତିଙ୍କ ନାଁରେ ଏତଲା ଦେଲେ ବର୍ଷା

କଟକ ଅଫିସ,୧୧ା୨: ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତିଙ୍କ ବାନ୍ଧବୀ ଜାଗୃତି ଶୁକ୍ଳାଙ୍କ ବିରୋଧରେ ପୁରୀଘାଟ ଥାନାରେ ଏତଲା ଦେଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ।...

ପାଟକୁରା ନିର୍ବାଚନ: ରବିବାର ଧର୍ମେନ୍ଦ୍ର କରିବେ ପ୍ରଚାର, ୧୮ ଜାଗାରେ ରୋଡ ଶୋ’

ଭୁବନେଶ୍ୱର,୧୩।୭(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହାକୁ ନେଇ ରାଜ୍ୟର ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ରଣନୀତି ପ୍ରସ୍ତୁତ କରିସାରିଛନ୍ତି। ବିଜେଡି ପ୍ରାର୍ଥୀ ସାବିତ୍ରୀ ଅଗ୍ରଓ୍ବାଲଙ୍କ ପାଇଁ...

‘ଗୋ ଗ୍ରୀନ୍‌’ ଅଭିଯାନ ଶୁଭାରମ୍ଭ: ନୂଆବର୍ଷରେ ବୃକ୍ଷ, ପୁସ୍ତକ, ସୂତା ବ୍ୟାଗ ଉପହାର ଦେଲା ବିଏମ୍‌ସି

ଭୁବନେଶ୍ୱର, ୨ା୧ (ବ୍ୟୁରୋ): ସ୍ବଚ୍ଛତା ଏବଂ ସବୁଜିମାକୁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଧିକ ଗୁରୁତ୍ୱ ଦେଇଛି। ନୂଆବର୍ଷରେ ନୂଆ ଚିନ୍ତାଧାରାକୁ ଆପଣାଇଛି। ବୁଧବାର ବିଏମ୍‌ସି...

ବଲାଙ୍ଗୀରରେ କାର୍ଯ୍ୟକ୍ଷମ ହେଲା କୋଭିଡ୍‌ ହସ୍ପିଟାଲ: ରହିଛି ୨ ଶହ ଶଯ୍ୟା

ବଲାଙ୍ଗୀର ଅଫିସ, ୧୪ା୪: ବଲାଙ୍ଗୀର କଳିଙ୍ଗ ଇଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇନ୍ସସେସ୍‌ (କିସ୍‌) କ୍ୟାମ୍ପସଠାରେ ମଙ୍ଗଳବାରଠାରୁ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ କାର୍ଯ୍ୟକ୍ଷମ...

ଫେକ୍‌ ଆପ୍‌, ଫ୍ରି ଓ୍ବାଇଫାଇ ପ୍ରତି ସାବଧାନ: ଅପରାଧୀଙ୍କ ଟାର୍ଗେଟରେ ମହିଳା, ଛାତ୍ର ଓ ବୟସ୍କ

ଭୁବନେଶ୍ୱର,୧୫।୧୨(ବ୍ୟୁରୋ): ଆପଣ ସ୍ପାର୍ଟ ଫୋନ୍‌ ବ୍ୟବହାର କରୁଛନ୍ତି କି? ସତର୍କ ନ ହେଲେ ନିମିଷକରେ ସାଇବର ଅପରାଧୀମାନେ ଆପଣଙ୍କ ମୋବାଇଲ୍‌ରୁ ତଥ୍ୟ ଚୋରିକରି ଟଙ୍କା ଲୁଟିନେବେ।...

ନନ୍ଦନକାନନ ପିଛା ଛାଡ଼ୁନି ବିବାଦ

ଭୁବନେଶ୍ୱର, (ବ୍ୟୁରୋ)/ବାରଙ୍ଗ, ୨୯।୫ (ଡି.ଏନ୍‌.ଏ.): ଦେଶର ଅନ୍ୟତମ ପ୍ରମୁଖ ଚିଡ଼ିଆଖାନା ନନ୍ଦନକାନନ ଏବେ ଅସୁରକ୍ଷିତ ପ୍ରାଣୀ ଉଦ୍ୟାନରେ ପରିଣତ ହୋଇଛି। ପ୍ରତିଦିନ ଜୀବଜନ୍ତୁଙ୍କ ମୃତ୍ୟୁ ଖବର...

ଦୀପାବଳିରେ ଯାଇଥିଲେ ବଡବଡୁଆ ଡାକିବାକୁ ଦଳିଦେଲା ହାତୀ

ନିରାକାରପୁର,୪।୧୧(ଡି.ଏନ୍‌.ଏ ): ଖୋର୍ଦ୍ଧା ଜିଲା ଜଙ୍କିଆ ଥାନା ଅଧୀନ ଛଣଗିରି ପଞ୍ଚାୟତ ଅଞ୍ଚଳରେ ଗୁରୁବାର ରାତିରେ ଏକ ହନ୍ତା ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ...

Advertisement
Archives

Model This Week