ଯୁକ୍ତ୨ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶ: ବିଜ୍ଞାନରେ ୮୯.୨%, କଳାରେ ୭୦.୪%, ବାଣିଜ୍ୟରେ ୭୫.୮୩%

ଭୁବନେଶ୍ୱର, ୧୪।୭(ବ୍ୟୁରୋ): ଯୁକ୍ତ୨ ପ୍ରଥମ ବର୍ଷ ନାମଲେଖା ପାଇଁ ଦ୍ୱିତୀୟ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ଶନିବାର ପ୍ରକାଶ ପାଇଛି। ସାମ୍‌ସ ପକ୍ଷରୁ ପ୍ରକାଶିତ ତାଲିକା ଅନୁସାରେ, ବିଜ୍ଞାନରେ ୮୯.୨% କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଥିବାବେଳେ ୮୭. ୬୭% ସହ ଦ୍ୱିତୀୟରେ ଭୁବନେଶ୍ୱରର ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଓ ୮୭.୧୭% ସହ ତୃତୀୟରେ ବ୍ରହ୍ମପୁରର ସରସ୍ବତୀ ବିଦ୍ୟାମନ୍ଦିର ରହିଛି। ସେହିପରି କଳାରେ ୭୦.୪% ସହ ବିଜେବି ହାୟର ସେକେଣ୍ଡାରୀ ସ୍କୁଲ ଆଗରେ ରହିଛି। ୭୦% କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ରହିଥିବାବେଳେ ନରସିଂହପୁର ହାୟର ସେକେଣ୍ଡାରୀ ସ୍କୁଲ ୬୮.୧୭% ସହ ତୃତୀୟରେ ରହିଛି। ବାଣିଜ୍ୟରେ ୭୫.୮୩% ସହ ତାଳଚେର ହାୟର ସେକେଣ୍ଡାରୀ ସ୍କୁଲ ପ୍ରଥମରେ ରହିଛି। ୭୫.୫% କଟ୍‌ ଅଫ୍‌ ମାର୍କ ସହ ରେଭେନ୍‌ଶା ହାୟର ସେକେଣ୍ଡାରୀ ସ୍କୁଲ ଦ୍ୱିତୀୟରେ ଓ ୭୪.୪% ସହ ଶୈଳବାଳା ଓ୍ବିମେନ୍ସ ହାୟର ସେକେଣ୍ଡାରୀ ସ୍କୁଲ ତୃତୀୟରେ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟରେ ସ୍ଥାନ ପାଇଥିବା ଯୋଗ୍ୟ ଛାତ୍ରୀଛାତ୍ରମାନେ ଆସନ୍ତା ୧୫ରୁ ୧୭ତାରିଖ ସନ୍ଧ୍ୟା ୫ଟା ମଧ୍ୟରେ ନାମ ଲେଖାଇବେ। ୧୭ ତାରିଖରେ ନାମଲେଖା ସମ୍ପର୍କିତ ଚୂଡ଼ାନ୍ତ ତଥ୍ୟ ଇ-ସ୍ପେସ୍‌ରେ ପ୍ରକାଶ ପାଇବ। ଜୁଲାଇ ୨୦ରେ ସ୍ପଟ୍‌ ସିଲେକ୍ସନ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବା ସହ ୨୫ରୁ ୨୭ ତାରିଖ ମଧ୍ୟରେ ନାମଲେଖା ହେବ। ତେବେ ଜୁଲାଇ ୨୯ରୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରୀଛାତ୍ରଙ୍କ ପାଠପଢ଼ା ଆରମ୍ଭ ହେବ ବୋଲି ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି। ଚଳିତ ଶିକ୍ଷାବର୍ଷ ପାଇଁ ୩ ଲକ୍ଷ ୭୫ ହଜାର ୯୫୮ ଛାତ୍ରୀଛାତ୍ର ଆବେଦନ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରଥମ ପର୍ଯ୍ୟାୟରେ ୩ ଲକ୍ଷ ୩୩ ହଜାର ୫୭୩ ଜଣ ଛାତ୍ରୀଛାତ୍ରଙ୍କୁ ନାମଲେଖା ଲାଗି ଚୟନ କରାଯାଇଥିଲା। ସେଥିମଧ୍ୟରୁ କଳା ବିଭାଗରେ ୨ ଲକ୍ଷ ୧୯ ହଜାର ୧୦ଜଣଙ୍କୁ ନାମଲେଖା ପାଇଁ ଡକାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୯୩ ହଜାର ୮୪ଜଣ ନାମ ଲେଖାଇଛନ୍ତି। ବିଜ୍ଞାନ ବିଭାଗରେ ୮୧ ହଜାର ୧୯୭ ଜଣଙ୍କ ମଧ୍ୟରୁ ୭୫ ହଜାର ୨୫୮, ବାଣିଜ୍ୟ ବିଭାଗରେ ୨୨ ହଜାର ୩୭୫ ଛାତ୍ରୀଛାତ୍ରଙ୍କ ମଧ୍ୟରୁ ୨୦ ହଜାର ୬୧୭, ସଂସ୍କୃତରେ ୬ ହଜାର ୩୧୯ଜଣଙ୍କ ମଧ୍ୟରୁ ୫ ହଜାର ୨୯୯ ଓ ଧନ୍ଦାମୂଳକରେ ଡକାଯାଇଥିବା ୪ ହଜାର ୬୯୦ ଜଣଙ୍କ ମଧ୍ୟରୁ ୪ହଜାର ୩୫ ଜଣ ଛାତ୍ରୀଛାତ୍ର ନାମ ଲେଖାଇଛନ୍ତି। ରାଜ୍ୟର ୧୯୮୪ କଲେଜର ୫ଟି ବିଭାଗରେ ମୋଟ ୪ ଲକ୍ଷ ୪୮ ହଜାର ୧୯୫ ସିଟ୍‌ ରହିଛି। ସେଥିମଧ୍ୟରୁ ପ୍ରଥମ ପର୍ଯ୍ୟାୟ ନାମଲେଖାରେ ୨ଲକ୍ଷ ୯୮ ହଜାର ୨୯୩ ସିଟ୍‌ ପୂରଣ ହୋଇଛି। ଆହୁରି ୧ ଲକ୍ଷ ୪୯ ହଜାର ୯୦୨ ସିଟ୍‌ ଖାଲି ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୫ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ୫ ଗିରଫ ସହ ପାଖରୁ ମିଳିଲା ଏହି…

ଭଞ୍ଜନଗର,୫ା୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସକୁ ନିଶା କାରବାର ବିରୋଧୀ ଅଭିଯାନରେ ବୁଧବାର ପୁଣି ଏକ ସଫଳତା ମିଳିଛି। ମଙ୍ଗଳବାର ପୋଲିସ ପାଟ୍ରୋଲିଂ ସମୟରେ ବୁଦୁଲି…

ଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ, ୪୮ ଘଣ୍ଟାରେ ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ବର,୫।୮: ମୌସୁମୀ ସକ୍ରିୟ ରହିଥିବା ବେଳେ ସାରା ରାଜ୍ୟରେ ବର୍ଷା ଜାରି ରହିଛି । ସେ ଆସନ୍ତା ୪୮ ଘଣ୍ଟା ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି…

ପାଠ୍ୟପୁସ୍ତକ ତ୍ରୁଟି ଘଟଣା; ମନୋଜ ପାଢ଼ୀଙ୍କୁ ଜାମିନ, କୋର୍ଟ ରଖିଲେ ଏହି ସର୍ତ୍ତ

କଟକ,୫।୮(ପ୍ରଭୁକଲ୍ୟାଣ ପାଲ୍): ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ମାମଲାରେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦେଶକ ମନୋଜ ପାଢ଼ୀଙ୍କୁ ସର୍ତ୍ତ ମୂଳକ ଜାମିନ ପ୍ରଦାନ କରାଯାଇଛି । କଟକ ସ୍ୱତନ୍ତ୍ର…

ପୁଅ ହେବ ତ ଏମିତି… ପାଲିଙ୍କିରେ ମାତା-ପିତାଙ୍କୁ ବସାଇ ୧୫ କିମି ପଦଯାତ୍ରା, ଝୁମରନାଥ ଧାମ ଦର୍ଶନ କରାଇଲେ

ଲକ୍ଷ୍ନୌ,୫।୮: ଉତ୍ତର ପ୍ରଦେଶର ଲଲିତପୁର ଜିଲାରୁ ସାମ୍ନାକୁ ଆସିଛି ଭକ୍ତି, ସେବା ଓ ସଂସ୍କାରର ଏକ ପ୍ରେରଣାଦାୟକ ଚିତ୍ର । ବାର କସ୍ବାର ମୋତିଖେଡ଼ା ଗ୍ରାମର ବାସିନ୍ଦା…

କ୍ଷମା ମାଗିଲେ ଜୁକରବର୍ଗ: ମୋଦି ସରକାରଙ୍କୁ କହିଲେ, ବହୁତ ଟଙ୍କା ମିଳିଥିଲା…

ନୂଆଦିଲ୍ଲୀ,୫।୮: ମାର୍କ ଜୁକରବର୍ଗ CSAM କଣ୍ଟେଣ୍ଟ, ଡିପଫେକ୍ କଣ୍ଟେଣ୍ଟ ଏବଂ ପ୍ଲାଟଫର୍ମ ପରିଚାଳନାରେ ହୋଇଥିବା ଭୁଲ୍ ପାଇଁ କ୍ଷମା ପ୍ରାର୍ଥନା କରିଛନ୍ତି। ସେମାନଙ୍କୁ ସ୍ପଷ୍ଟ କରାଯାଇଥିଲା ଯେ…

୨୦୨୭ ODI ବିଶ୍ୱକପକୁ ନେଇ ଆସିଲା ବଡ଼ ଅପଡେଟ: କାର୍ଯ୍ୟସୂଚୀ ଘୋଷଣା କଲା ICC

ନୂଆଦିଲ୍ଲୀ,୫।୮: 2027 ODI ବିଶ୍ୱକପର କାର୍ଯ୍ୟସୂଚୀକୁ ନେଇ ଏକ ବଡ଼ ଅପଡେଟ ପ୍ରକାଶ ପାଇଛି। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଟୁର୍ଣ୍ଣାମେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ପାଇଁ ତାରିଖ…

ବିଭିନ୍ନ ସରକାରୀ ଅନୁଷ୍ଠାନକୁ ଅଚାନକ ଗସ୍ତ କଲେ ଜିଲାପାଳ, କାର୍ଯ୍ୟପ୍ରଣାଳୀ ଅନୁଧ୍ୟାନ କରି…

ନବରଙ୍ଗପୁର,୫ା୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲାପାଳ ଡ. ମହେଶ୍ୱର ସ୍ବାଇଁ ବୁଧବାର ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ନନ୍ଦାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (CHC), ନିସ୍ନାହାଣ୍ଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଏବଂ…

ବେକରେ ଓଢ଼ଣୀ ବାନ୍ଧି ଝୁଲିପଡ଼ିଲେ ଦଶମ ଶ୍ରେଣୀ ଛାତ୍ରୀ, ପଢ଼ା ଖାତା ଜବତ କରି ପୋଲିସ…

ଝରିଗାଁ,୫ା୮(କିଶୋର ଚନ୍ଦ୍ର ମଣ୍ଡଳ): ବେକରେ ଓଢ଼ଣୀ ଦେଇ ଝୁଲି ପଡ଼ିଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ। ନବରଙ୍ଗପୁର ଜିଲା ଝରିଗାଁ ବ୍ଲକ ଚଚା ପଞ୍ଚାୟତ ଅନ୍ତର୍ଗତ ଗବାଗୁଡ଼ା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri