ଯାଜପୁର ଜିଲାରେ ଇ-ଡେସପାଚ:ତଥ୍ୟ ଲୁଚାଇବାକୁ ନୂଆ ଫନ୍ଦି,ନମ୍ବର ବଢୁଛି, ଦିଶୁନି ଚିଠିପତ୍ର

ଯାଜପୁର ଅଫିସ,୧୬ା୧୦- ରାଜ୍ୟ ସରକାର ସ୍ବଚ୍ଛତା, ପ୍ରଯୁକ୍ତି ବିଦ୍ୟା, ସମୟାନୁବର୍ତ୍ତିତା, ସମ୍ମିଳିତ ଉଦ୍ୟମ ଓ ପରିବର୍ତ୍ତନ ଭଳି ୫-ଟି ଆଇନକୁ ଗୁରୁତ୍ୱ ଦେଉଥିବାବେଳେ ଯାଜପୁର ଜିଲା ପ୍ରଶାସନ ତଥ୍ୟ ଲୁଚାଇବାକୁ ନୂଆ ଫନ୍ଦି ଆପଣାଇଛନ୍ତି। ଯାଜପୁର ଜିଲାରେ ଇ-ଡେସ୍‌ପାଚ ବ୍ୟବସ୍ଥା ଏବେ ଅକାମୀ ହୋଇପଡିଛି। ସରକାରଙ୍କର ସମୁଦାୟ ୩୯ଟି ବିଭାଗ କାର୍ଯ୍ୟାଳୟ ଥିବାବେଳେ ଜିଲାର ଡେସ୍‌ପାଚ ବ୍ୟବସ୍ଥା କାର୍ଯ୍ୟକାରୀ ହେଉନାହିଁ। ଡେସପାଚ କ୍ଷେତ୍ରରେ ଅତି ଚାଲାକି ଭାବେ ନମ୍ବର ସିନା ବଢୁଛି ହେଲେ ବାସ୍ତବରେ ଚିଠିପତ୍ର ପଡୁନି। ଏଥିରେ ସର୍ବାଗ୍ରେ ଜିଲାପାଳଙ୍କ କାର୍ଯ୍ୟାଳୟ, ଅବକାରୀ, ପରିବହନ, ଯୋଗାଣ ବିଭାଗ, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍‌ପିସିବି)ର କଳିଙ୍ଗନଗର ଆଞ୍ଚଳିକ କାର୍ଯ୍ୟାଳୟ, ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ(ଆରଡବ୍ଲ୍ୟୁଏସଏସ) ଆଦି ବିଭାଗ ରହିଛି।
କମ୍ପ୍ୟୁଟର ଓ ଇଣ୍ଟରନେଟ ଜରିଆରେ ବିଭିନ୍ନ ବିଭାଗର ଚିଠିପତ୍ର ଦିଆନିଆ ପାଇଁ ଇ-ଡେସପାଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଉଛି। ଏଥିପାଇଁ ସ୍ବତନ୍ତ୍ର ଭାବେ କମ୍ପ୍ୟୁଟର ସଂସ୍ଥାଙ୍କୁ ନିୟୋଜିତ କରାଯାଇଛି। ଉକ୍ତ ସଂସ୍ଥା ପାଇଁ ମାସକୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବି ହେଉଛି। ଏହାସତ୍ତ୍ବେ ବିଭାଗୀୟ ଚିଠି ଓ ନିର୍ଦ୍ଦେଶାବଳୀ ଆଦି ସେହି ପୁରୁଣା ଢଙ୍ଗରେ ଫାଇଲରୁ ଫାଇଲକୁ ବୁଲୁଛି। କେତେକ ବିଭାଗରେ ବର୍ଷକୁ ଗୋଟିଏ ଚିଠି ବି ଏଯାଏ ଜିଲାରୁ ଡେଚପାସ କରାଯାଇପାରି ନାହିଁ। ଜିଲାପାଳଙ୍କ କାର୍ଯ୍ୟାଳୟରେ ଡେସପାଚ କ୍ଷେତ୍ରରେ ବ୍ୟତିକ୍ରମ ହେବା ଅନ୍ୟ ବିଭାଗ ଉପରେ ଆଶା ରଖାଯାଇ ନ ପାରେ। ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ଅଧୀନରେ ଥିବା ୬୭୦ଟି କାର୍ଯ୍ୟାଳୟ ମଧ୍ୟରୁ ଜିଲାପାଳଙ୍କ କାର୍ଯ୍ୟାଳୟ ଅନ୍ୟତମ। ଏଥିରେ ଯାଜପୁର ଜିଲାପାଳଙ୍କ କାର୍ଯ୍ୟାଳୟର ଡେସ୍‌ପାଚ ସଂଖ୍ୟା ବଢୁଛି, ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଚିଠିପତ୍ର ଦେଖାଯାଉ ନାହିଁ। ସୋମବାର ସୁଦ୍ଧା ଏହି କାର୍ଯ୍ୟାଳୟରେ ୮୬୦ଟି ଚିଠିପତ୍ର ଡେସପାଚ ହୋଇଥିବାବେଳେ ମଙ୍ଗଳବାର ଅପରାହ୍ନ ୫ଟା ସୁଦ୍ଧା ୮୭୩କୁ ପହଞ୍ଚିଥିଲା। କିନ୍ତୁ ତାହାକୁ ଖୋଲିଲେ ଅଗଷ୍ଟ ୧୪ ପରେ ଏଯାଏ ଜିଲାପାଳଙ୍କ କାର୍ଯ୍ୟାଳୟରୁ ଗୋଟିଏ ବି ଚିଠିପତ୍ର ଡେସପାଚ୍‌ରେ ଦେଖିବାକୁ ମିଳୁ ନାହିଁ। ଏଥିରୁ ଜିଲାପାଳଙ୍କ କାର୍ଯ୍ୟାଳୟରେ ହେଉଥିବା ବିଭିନ୍ନ ଦୁର୍ନୀତି, ଅବହେଳା ଓ ନିଜ ଅପରଗତା ଧରାପଡିଯିବା ଭୟରେ ଏଭଳି ପ୍ରୟାସ ହେଉଥିବା କୁହାଯାଉଛି। ଏହାବାଦ ଡେପୁଟୀ ଡାଇରେକ୍ଟର ଅଫ୍‌ ଏଗ୍ରିକଲଚର(ଡିଡିଏ), ଏଆରସିଏସ୍‌, ଅବକାରୀ, ଜିଲା ପ୍ରାଣୀ ମୁଖ୍ୟ କାର୍ଯ୍ୟାଳୟ, ଜିଲା ମସତ୍‌ୟ ଅଧିକାରୀ, ମାପ ଓ ଓଜନ ବିଭାଗ, ଯୋଗାଣ ଅଧିକାରୀ, ଏସ୍‌ପିସିବି ଆଦି ବିଭାଗରେ ଚିଠିପତ୍ର ଡେସପାଚରେ ଆଦାନ ପ୍ରଦାନ କରାଯାଉ ନାହିଁ। ୨୦୧୮ ମେ ୧୬ରୁ ଜିଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ବିଭାଗ ଆରଡବ୍ଲ୍ୟୁଏସ୍‌ଏସ୍‌ରେ ଡେସପାଚ ବ୍ୟବସ୍ଥା ବନ୍ଦ ହୋଇଯାଇଛି। ଯୋଗାଣ ବିଭାଗରେ ଡେସପାଚ କ୍ଷେତ୍ରରେ ସଂଖ୍ୟା ବଢୁଛି ସିନା ହେଲେ ଚିଠିପତ୍ର ଦେଖିବାକୁ ମିଳୁନାହିଁ। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗରେ ମଧ୍ୟ ଯାଜପୁର ଜିଲାରୁ ମାତ୍ର ୭ଟି ପତ୍ର ଡେସପାଚ ହୋଇଥିବା ଦର୍ଶାଯାଇଛି। ହେଲେ ବାସ୍ତବରେ ଏଠାରେ ନୋ ରେକର୍ଡ ଫାଉଣ୍ଡ ବୋଲି ଦର୍ଶାଯାଉଛି। ଦାୟିତ୍ୱରେ ଥିବା ବୈଷୟିକ ସଂସ୍ଥାକୁ ଚିଠିଗୁଡିକର ସ୍କାନିଂ ଜାଣିଶୁଣି ପଠାଯାଉ ନାହିଁ। ପ୍ରସ୍ତାବିତ ମିନି ସଚିବାଳୟ ଯାଜପୁରରେ ବି ଡେସପାଚ ପ୍ରତି ସରକାରୀ ବିଭାଗଗୁଡିକର ଏଭଳି ଅନାଗ୍ରହକୁ ଲୋକେ ସହଜରେ ଗ୍ରହଣ କରିପାରୁ ନାହାନ୍ତି। ରାଜ୍ୟର ପ୍ରାୟ ଅନ୍ୟ ଜିଲାଗୁଡିକରେ ଡେସପାଚ କ୍ଷେତ୍ରରେ ଏଭଳି ଅନିୟମିତତା ହେଉ ନ ଥିବାବେଳେ ଯାଜପୁର ଜିଲାରେ କାହା ପ୍ରଭାବରେ ଏଭଳି ଗୁରୁତର ଅନିୟମିତତା ହେଉଛି ସେ ନେଇ ତଦନ୍ତ କରି ଆବଶ୍ୟକ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି। ଏ ସଂକ୍ରାନ୍ତରେ ଏଡିଏମ ମିହିର ପ୍ରସାଦ ମହାନ୍ତିଙ୍କୁ ପଚାରିବାରେ, ସମ୍ପୃକ୍ତ ଅଧିକାରୀଙ୍କୁ ଇ-ଡେସପାଚକୁ ନିୟମିତ କରିବାକୁ ପରାମର୍ଶ ଦିଆଯିବ। ଏନେଇ ଆଗାମୀ ଦିନରେ ବିଭାଗ ସଜାଗ ରହି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବ ବୋଲି କହିଛନ୍ତି।
ଫଟୋ ଅଛି।


Enter your email to get our daily news in your inbox.

All Right Reserved By Dharitri.Com

ବାରହା ଆକ୍ରମଣରେ ଗାଈ ଜଗାଳି ଗୁରୁତର: ପୋଷା ବାରହାକୁ ନେଇ ବନ ବିଭାଗର ଭୂମିକା ଉପରେ ପ୍ରଶ୍ନବାଚୀ

ଖଜୁରୀପଡ଼ା,୨୯।୯(ବିଦୁର ବେହେରା): ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ କୁମ୍ଭେଇଗୁଡ଼ା ଗ୍ରାମର ଗୋପାଳ ବେହେରା (୫୦) ଗୁରୁବାର ନେଡ୍ରିଖୋଲ ଗ୍ରାମର ଝରନିଖୋଲ ନିକଟରେ ଗାଈ ଚରାଉଥିବା ସମୟରେ ଏକ ପୋଷା…

ଜୁନାଗଡ଼ ବ୍ଲକ୍ PEO ସଂଘର ସାଧାରଣ ପରିଷଦ ବୈଠକ: ପୁନର୍ବାର ସଭାପତି ଭାବେ ଆକାଶ ସାହୁ ମନୋନୀତ

ଜୁନାଗଡ଼,୨୯।୯ (ସୁନୀଲ କୁମାର ସିଂହ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ୍ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଅପରାହ୍ନରେ ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ (PEO) ସଂଘର ସାଧାରଣ ପରିଷଦ…

ବ୍ୟବସାୟୀ ଗୁଣ୍ଡା ସାହୁ ଅପହରଣ ମାମଲା: ମୁଖ୍ୟ ଅଭିଯୁକ୍ତ କ୍ଷୀତିଶଙ୍କୁ ପୋଲିସର ମାରାଥନ ଜେରା, ଫିଟିବ ରହସ୍ୟ…

ବଲାଙ୍ଗୀର,୨୯।୯( ସୁନିଲ କୁମାର ମହାନ୍ତି): ବଲାଙ୍ଗୀରର ଜଣାଶୁଣା ବ୍ୟବସାୟୀ ଗୁଣ୍ଡା ଓରଫ ନରେନ୍ଦ୍ର ସାହୁ ଅପହରଣ ଏବଂ ଆକ୍ରମଣ ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଷୀତିଶ ଚନ୍ଦ୍ର ସାହୁଙ୍କୁ…

ବର୍ଷାପବନରେ ଉଡ଼ି ଯାଇଥିଲା ଟିଣ ଛପର, ଅସହାୟ ମହିଳାଙ୍କୁ ହାତ ବଢାଇଲେ…

ଗଞ୍ଜାମ,୨୯।୯(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ୱାର୍ଡ ନଂ.୭ ବାଲି ସାହିରେ ରୁହନ୍ତି ସନ୍ତୋଷୀ ନାୟକ ଏବଂ ତାଙ୍କ ଛୋଟ ପରିବାର l ପରିବାର କହିଲେ ଏକ…

‘ସେବା ସଂକଳ୍ପ ଅଭିଯାନ’ରେ ସାମିଲ ହେଲେ ରାଜ୍ୟ ସଭା ଏମ୍‌ପି: କଲେ ବୃକ୍ଷରୋପଣ

କର୍ଲାମୁଣ୍ଡା, ୨୯।୯ (ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଅଞ୍ଚଳକୁ ମଙ୍ଗଳବାର ରାଜ୍ୟ ସଭା ଏମ୍‌ପି ସୁଜିତ୍‌ କୁମାର ଗସ୍ତ କରିଛନ୍ତି। ତାଙ୍କ ସହ…

ମୃତକଙ୍କ ପରିବାର ଲୋକଙ୍କୁ ଭେଟିଲେ ଗଣ୍ଡ ସମାଜ ପ୍ରତିନିଧି ଦଳ, ବଢ଼ାଇଲେ ସହାୟତାରେ ହାତ

ତୁମୁଡିବନ୍ଧ,୨୯।୯:(ଦୀପକ କୁମାର ପରାସେଠ): ରାଜ୍ୟସ୍ତରୀୟ ଗଣ୍ଡ ସମାଜର ଏକ ପ୍ରତିନିଧି ଦଳ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ ଲଙ୍କାଗଡ଼ ପଞ୍ଚୟତ ଗସ୍ତକରି ଏକ ମର୍ମନ୍ତୁଦ ଦୁର୍ଘଟଣାରେ ପ୍ରାଣ…

ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ, ଖେଳ ଶିକ୍ଷକ ନିଲମ୍ବିତ

ଖୋର୍ଦ୍ଧା,୨୯।୯(ପ୍ରଭାତ ପାଣିଗ୍ରାହୀ): ଖେଳିବାକୁ ଆସି ପୋଖରୀରେ ବୁଡ଼ି ଚାଲିଗଲା ଦଶମ ଶ୍ରେଣୀ ଛାତ୍ରଙ୍କ ଜୀବନ । ଖୋର୍ଦ୍ଧା ଜିଲା ନରଣଗଡ଼ସ୍ଥିତ ଚିନ୍ତାମଣି ବିଦ୍ୟା ନିକେତନ ନିକଟରେ ଘଟିଛି…

ବନ୍ଦ ହେଲା ହୀରାକୁଦର ୬ ଗେଟ୍‌, ଏତିକି ଗେଟ୍‌ ଦେଇ ନିଷ୍କାସନ ହେଉଛି ବନ୍ୟାଜଳ

ସମ୍ବଲପୁର,୨୯।୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବା ପରେ ମଙ୍ଗଳବାର ୪ଟି ଗେଟ୍‌ ବନ୍ଦ କରି ଦିଆଯାଇଛି। ଫଳରେ ହୀରାକୁଦ ଜଳଭଣ୍ଡାରର ବାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?