ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ: ୧୧୭ କୋଟି ଖର୍ଚ୍ଚ ସତ୍ତ୍ୱେ ବଦଳୁନି ରାସ୍ତା ଅବସ୍ଥା

ଯାଜପୁର ଅଫିସ,୨|୮- ଯାଜପୁର ଜିଲାର ମୋଟ ୧୭୮୧ରୁ ୧୩୩ଟି ଗ୍ରାମକୁ ଅଦ୍ୟାବଧି ସଡ଼କ ସଂଯୋଗ ହୋଇପାରି ନାହିଁ। ଚଳିତ ବିଧାନସଭାର ତାରକା ଚିହ୍ନିତ ପ୍ରଶ୍ନସଂଖ୍ୟା ୧୯୬ର ଉତ୍ତରରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନର ନିର୍ବାହୀ ଯନ୍ତ୍ରୀ ଏହି ଉତ୍ତର ରଖିଥିଲେ। ଏବେ ପୁଣି ଆଉ ଏକ ଚିତ୍ର ସାମ୍ନାକୁ ଆସିଛି। ଗତ ୨୦୧୩-୧୪ରୁ ଏପର୍ଯ୍ୟନ୍ତ ୬ ବର୍ଷ ମଧ୍ୟରେ ସ୍ବତନ୍ତ୍ର ଓ ରକ୍ଷଣାବେକ୍ଷଣ ମରାମତି ନାମରେ ୧୧୭୬୧.୯୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ତେବେ ମରାମତି ହୋଇଥିବା ରାସ୍ତାଗୁଡିକର ଅବସ୍ଥା ଦେଖିଲେ କିଭଳି ଅନୁଦାନ ଅର୍ଥ ବିନିଯୋଗ ହୋଇଛି ତାହା ସହଜେ ଅନୁମେୟ। ଏହି ଅର୍ଥର ସିଂହଭାଗ ବାଟମାରଣା ହୋଇଥିବା ସ୍ପଷ୍ଟ ହେଉଛି। ଜିଲାରୁ ପ୍ରତିନିଧିତ୍ୱ କରୁଥିବା ଲୋକ ପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ହିଁ ଏହାର ମୁଖ୍ୟକାରଣ ବୋଲି କୁହାଯାଉଛି। ରାସ୍ତାଘାଟ ନିର୍ମାଣ ଓ ମରାମତି ପାଇଁ ବର୍ଷକୁ ବର୍ଷ ଏଭଳି କୋଟିକୋଟି ଟଙ୍କା ଆସୁଥିବାବେଳେ ଦୁର୍ବଳ ନେତୃତ୍ୱ ତଥା ଠିକାଦାରୀ ରାଜନୀତି ବିକାଶର ଧାରାକୁ ପଛରେ ପକାଇ ଦେଇଥିବା ଆଲୋଚନା ହେଉଛି।
ଚଳିତ ବିଧାନସଭାରେ କେନ୍ଦୁଝର ବିଧାୟକ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉତ୍‌ଥାପିତ ବିଧାନସଭା ପ୍ରଶ୍ନ ସଂଖ୍ୟା ୧୬୯୯(ତାରକା ବିହୀନ)ର ଉତ୍ତରରେ ଯାଜପୁର ଗ୍ରାମ୍ୟ ନିର୍ମାଣ ବିଭାଜନ ପକ୍ଷରୁ ଦର୍ଶାଯାଇଛି ଯେ, ବିଭାଜନ ଅଧୀନରେ ୭୦୨.୩୮ କି.ମି ଆରଡି ଓ ୧୯୩.୯୭୫ କି.ମି. ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ରହିଛି। ଏଥିପାଇଁ ୨୦୧୩-୧୪ ବର୍ଷରୁ ସ୍ବତନ୍ତ୍ର ମରାମତି ବାବଦକୁ ୫୨୮୦.୧୯ ଲକ୍ଷ ଟଙ୍କା ଏବଂ ରକ୍ଷଣାବେକ୍ଷଣ ମରାମତି ବାବଦକୁ ୬୪୮୧.୭୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହି ଖର୍ଚ୍ଚ ପରିମାଣକୁ ଅବଲୋକନ କଲେ ବାର୍ଷିକ ହାରାହାରି ୧୯ କୋଟି ୬୦ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏହି ଖର୍ଚ୍ଚ ଅନୁପାତକୁ ହିସାବକୁ ନେଲେ ରାସ୍ତା ମରାମତି ନାମରେ ସିଂହଭାଗ ଅର୍ଥ ବାଟମାରଣା ହେଉଥିବା ସନ୍ଦେହ କରାଯାଉଛି। ସୁକିନ୍ଦା ବ୍ଲକର ଆଭ୍ୟନ୍ତରୀଣ ଅଞ୍ଚଳର ରାସ୍ତାଘାଟ ସବୁବେଳେ ଜରାଜୀର୍ଣ୍ଣ ଅବସ୍ଥାରେ ପଡି ରହିଛି। କେବଳ ସୁକିନ୍ଦା ନୁହେଁ କୋରେଇ, ଦାନଗଦୀ, ଯାଜପୁର, ଦଶରଥପୁର ଓ ବିଞ୍ଝାରପୁର ବ୍ଲକର ଶତାଧିକ କି.ମି. ରାସ୍ତା ଅବସ୍ଥା ଏବେ ବି ଉପଯୁକ୍ତ ଭାବେ ଗମନାଗମନ ଅନୁପଯୋଗୀ ହୋଇରହିଛି ା ଅନ୍ୟପକ୍ଷେ ବିଧାନସଭା ପ୍ରଶ୍ନର ଉତ୍ତର ଅନୁଯାୟୀ, କେଉଁ ମାପଦଣ୍ଡ ଆଧାରରେ ଖର୍ଚ୍ଚ ନିର୍ଦ୍ଧାରଣ ହୋଇଛି ତାର ଉତ୍ତର ବିଭାଗ ଦେଇପାରି ନାହିଁ ା ଗତ ଜୁଲାଇ ୨ରେ ଧରିତ୍ରୀରେ ଯାଜପୁର ଜିଲାର ୧୩୩ ଗ୍ରାମକୁ ସଡ଼କ ସଂଯୋଗ ହୋଇପାରି ନ ଥିବା ଖବର ପ୍ରକାଶ ପାଇଥିଲା। ଯାହାକି ସାଧାରଣ ଜନତାଙ୍କ ମଧ୍ୟରେ ଉଦ୍‌ବେଗ ପ୍ରକାଶ ପାଇବା ସହିତ ସରକାରଙ୍କ ଉପରେ ନକରାମତ୍କ ଭାବନା ସୃଷ୍ଟି କରିଥିଲା। ଏହି ଅସଂଯୋଜିତ ଗ୍ରାମଗୁଡିକୁ ୨୦୧୯-୨୦ ସୁଦ୍ଧା ସଂଯୋଗୀକରଣ କରାଯିବାର ଯୋଜନା ରହିଛି ଏବଂ ଏଥିପାଇଁ ୪୮୮୨.୭୦ ଲକ୍ଷ ଟଙ୍କାର ଆବଶ୍ୟକତା ରହିଛି ବୋଲି ନିର୍ବାହୀ ଯନ୍ତ୍ରୀ ବିଜୟ କୁମାର ମହାରଣା ତାଙ୍କ ଉତ୍ତରରେ ଉଲ୍ଲେଖ କରିଥିଲେ ା ଏବେ ଏ ସଂକ୍ରାନ୍ତରେ ନିର୍ବାହୀ ଯନ୍ତ୍ରୀ ମହାରଣାଙ୍କୁ ପଚାରିବାରୁ, ମରାମତି କାର୍ଯ୍ୟ ସୁଚାରୁରୂପେ ସମ୍ପାଦନ ହେଉଛି ା ସମସ୍ତ ଗ୍ରାମକୁ ସଡକ ସଂଯୋଗ କରିବାକୁ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି ା ଚଳିତ ବର୍ଷ ଶେଷ ସୁଦ୍ଧା ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

ଚେକ୍‌ ଡ୍ୟାମ୍‌ ନିର୍ମାଣକୁ ଚାଷୀଙ୍କ ବିରୋଧ

ଲାଠୋର,୧୬।୫(ଭୁବନେଶର ବାରିକ): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଟଙ୍କପାଣି ପଞ୍ଚାୟତ ପତ୍ରାପାଲି ଗ୍ରାମ ଏବଂ ବରଗଡ଼ ଜିଲା ପାଇକମାଲ ବ୍ଲକ ଝାରବନ୍ଧ ପଞ୍ଚାୟତ ମେନକାମୁଣ୍ଡା ଗ୍ରାମର ଚାଷୀମାନେ…

ଚିତା ବାଘ ଛାଲ, ଅଫୁଟା ବୋମା,ଅସ୍ତ୍ରଶସ୍ତ୍ର ଜବତ: ତିନି ଗିରଫ

ପାତ୍ରପୁର, ୧୬।୫ (ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅଞ୍ଚଳରେ ପୋଲିସ ଚଢ଼ାଉ କରି ଚିତା ବାଘ ଛାଲ ସହ ଅଫୁଟା ବୋମା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri