ମ୍ୟାନ ଭର୍ସେସ ଓ୍ବାଇଲ୍ଡର ଶୁଟିଂ କରି ଅଡୁଆରେ ଫସିଲେ ରଜନୀକାନ୍ତ

ନୂଆଦିଲ୍ଲୀ,୩୦।୧: ସାଉଥ୍‌ ସୁପରଷ୍ଟାର ରଜନୀକାନ୍ତ ନିକଟରେ ବିୟର ଗ୍ରୀଲ୍ସଙ୍କ ସହ ଡିସକଭରି ଚ୍ୟାନେଲ ପାଇଁ ମ୍ୟାନ ଭର୍ସେସ ଓ୍ବାଇଲ୍ଡ(Man Vs Wild)ର ଶୁଟିଂ କରିଛନ୍ତି। ଏହାପରେ ପ୍ରଥମେ ଶୁଣିବାକୁ ମିଳିଥିଲା କି ଶୁଟିଂ ସମୟରେ ରଜନୀକାନ୍ତ ଆହତ ହୋଇଥିଲେ। ଅବଶ୍ୟ ଏହାକୁ ନେଇ ବିୟର ସ୍ପଷ୍ଟିକରଣ ଦେଇଥିଲେ। ଏବେ କିନ୍ତୁ ରଜନୀକାନ୍ତଙ୍କ ଏହି ଶୁଟିଂକୁ ବିରୋଧ କରି ତାଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ଏହି ଶୁଟିଂ ବାନ୍ଦିପୁର ଟାଇଗର ରିଜର୍ଭ ପାର୍କରେ କରାଯାଇଥିଲା। ଏହାଦ୍ୱାରା ସେଠାରେ ଥିବା ବନ୍ୟଜନ୍ତୁଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେବ ବୋଲି ସାଧାରଣ ଲୋକେ ଅଭିଯୋଗ କରିଛନ୍ତି। ଏହାସହ ଶୁଟିଂ ସମୟରେ ଯେଉଁ କ୍ରିୟୁ ମେମ୍ବରର୍ସ ସେଠାରେ ଉପସ୍ଥିତ ଥିଲେ ତା’ଦ୍ୱାରା ବନ୍ୟଜନ୍ତୁ ତ ଭୟ କରିବେ ଏହାସହ ଜଙ୍ଗଲରେ ଯଦି କୌଣସି କାରଣରୁ ନିଆଁ ଲାଗିଯାଏ ତେବେ ଏହାକୁ ଆୟତ୍ତ କରିବା ମୁସ୍କିଲ ହେବ ବୋଲି କୁହାଯାଇଛି। ଏହି ଅଭିଯୋଗରେ ରଜନୀକାନ୍ତଙ୍କୁ ଗିରଫ କରିବାକୁ ଦାବି କରାଯାଇଛି। ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରେ ଦ୍ୱିତୀୟ ବ୍ୟକ୍ତି ଭାବେ ରଜନୀକାନ୍ତ ମ୍ୟାନ ଭର୍ସେସ ଓ୍ବାଲ୍ଡର ଶୁଟିଂ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୪୧ ଲୋକ ସଭା ଆସନ ପାଇଁ ବାରାଣସୀରୁ ଲଢ଼ିଲେ ନାହିଁ ପ୍ରିୟଙ୍କା

ନୂଆଦିଲ୍ଲୀ,୨୮।୪: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କ ଗାନ୍ଧୀ ଭଦ୍ରା ବାରାଣସୀ ଲୋକ ସଭା ଆସନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବେ ବୋଲି ଆକଳନ...

୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଲା ସରକାରୀ ସ୍କୁଲ

ପାଟନା, ୧୬।୯: ଲଗାତାର ବର୍ଷା ଯୋଗୁ ବିହାରର ଏକ ସରକାରୀ ସ୍କୁଲ ମାତ୍ର ୧୨୩ ସେକେଣ୍ଡ ମଧ୍ୟରେ ମାଟିରେ ମିଶିଯାଇଛି। ଏହାର ଭିଡ଼ିଓ ଏବେ ସୋସିଆଲ୍‌...

ପୀଡ଼ିତାଙ୍କ ଭାଇ, ଅଭିଯୁକ୍ତ ସନ୍ଦୀପ୍‌ଙ୍କ ମଧ୍ୟରେ ହୋଇଥିଲା ୫ ଘଣ୍ଟା କଥାବାର୍ତ୍ତା

ଲକ୍ଷ୍ନୌ, ୬।୧୦: ଉତ୍ତରପ୍ରଦେଶ ହାଥରସ୍‌ରେ ହୋଇଥିବା ବଳାତ୍କାର ଘଟଣାରେ ନୂଆ ନୂଆ ଖବର ମିଳିବାରେ ଲାଗିଛି। ଏବେ କୁହାଯାଉଛି ଯେ, ପୀଡ଼ିତାଙ୍କ ଭାଇ ଏବଂ ଅଭିଯୁକ୍ତ...

ମୋଦି ବିଦେଶରେ ସମ୍ମାନ ପାଇବା ଯୋଗ୍ୟ: ଥରୁର

ପୁଣେ,୨୩ା୯(ପି.ଟି.): ମୋଦି ନେତୃତ୍ୱାଧୀନ ସରକାରଙ୍କ ଘୋର ବିରୋଧୀ ଭାବେ ଜଣାଶୁଣା ବରିଷ୍ଠ କଂଗ୍ରେସ ନେତା ଶଶୀ ଥରୁର ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି।...

ଦିଲୀପ ଓ୍ବାଲସେ ହେଲେ ପ୍ରୋଟେମ ସ୍ପିକର

ମୁମ୍ବାଇ,୨୯।୧୧: ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ନେତା ଦିଲୀପ ଓ୍ବାଲସେ ପାଟିଲ ମହାରାଷ୍ଟ୍ର ବିଧାନସଭାର ପ୍ରୋଟେମ ସ୍ପିକର ଭାବେ ଶୁକ୍ରବାର ନିଯୁକ୍ତ ହୋଇଛନ୍ତି। ସୂଚନାଯୋଗ୍ୟ, ଶିବସେନା ନେତା...

୬୦ ବର୍ଷ ବୟସରେ ବିବାହ କଲେ କଂଗ୍ରେସ ନେତା ମୁକୁଲ

ନୂଆଦିଲ୍ଲୀ,୯।୩: ରାଜସ୍ଥାନର କଂଗ୍ରେସ ମହାସଚିବ ମୁକୁଲ ଓ୍ବାସନିକ ୬୦ ବର୍ଷ ବୟସରେ ବିବାହ କରି ଆସିଛନ୍ତି ଚର୍ଚ୍ଚାକୁ। ବିଶେଷ ସୂତ୍ରରୁ ମିଳିଥିବା ଏକ ସୂଚନା ଅନୁଯାୟୀ...

୧୮ ବର୍ଷ ମଧ୍ୟରେ ୨ଶହରୁ ଅଧିକ ଅଚିହ୍ନା ମୃତଦେହ ସଂସ୍କାର କଲେଣି ନବୀନ

ପାଟନା,୮।୮: ଅଚିହ୍ନା ମୃତଦେହର ସଂଗ୍ରହ କରି ସେଗୁଡ଼ିକର ଅନ୍ତିମ ସଂସ୍କାର କରିବା ହେଉଛି ବିହାର ପାଟନାର ଜଣେ ବ୍ୟକ୍ତିଙ୍କ ନିଶା। ସେ ହେଉଛନ୍ତି ନବୀନ ଶ୍ରୀବାସ୍ତବ।...

ରିଲିଜ ହେବ ‘କ୍ରେଜି-୪ : ଆମେ ଓଡିଆ ଟୋକା’: ଆଶାରେ ଅଭିଷେକ

ଅଭିଷେକ ରଥ ଏବେ ଠାରୁ ଦିନ ଗଣିବା ଆରମ୍ଭ କଲେଣି। କାରଣ ତାଙ୍କ ଅଭିନୀତ ‘କ୍ରେଜି-୪ : ଆମେ ଓଡିଆ ଟୋକା’ ଖୁବ୍‌ ଶୀଘ୍ର ରିଲିଜ...

Coronavirus Update

Archives

Model This Week

Why Dharitri