ମ୍ୟାଜିକ୍‌ ବଦଳାଇଛି ଜୀବନ ମୋଡ଼

ଅନୁଗୋଳ ଅଫିସ୍‌, ୧୬।୩ (ଅମିତ କୁମାର ସାମଲ) : ପୋଲିସ ବିଭାଗରେ ଚାକିରି କରି ବି ମନରେ ସନ୍ତୋଷ ନ ଥିଲା। ଚାକିରି ସହ ଅନ୍ୟ କିଛି କରି ଲୋକଙ୍କ ହୃଦୟ ଜିଣିବାକୁ ସେ ଚାହୁଁଥିଲେ। ତେଣୁ ତବଲା, ବେହେଲାଠାରୁ ସଙ୍ଗୀତ ଶିକ୍ଷା ଯାଏ ବିଭିନ୍ନ କ୍ଷେତ୍ରକୁ ଛୁଇଁବାକୁ ସେ ଉଦ୍ୟମ କରିଥିଲେ। ହେଲେ ସେସବୁରେ ବିଫଳତା ହିଁ ତାଙ୍କୁ ମ୍ୟାଜିକ୍‌ ଦିଗରେ ଅଗ୍ରସର ହେବାକୁ ବାଟ କଢ଼ାଇଥିଲା। ଆଉ ଏହାପରେ ଫୁଟ୍‌ପାଥ୍‌ରୁ ଆରମ୍ଭ ହୋଇଥିବା ମ୍ୟାଜିକ୍‌ ଶିକ୍ଷା ବା ଯାଦୁବିଦ୍ୟା କେରଳର ଥିରୁଭାନନ୍ଥପୁରମ୍‌ ଏକାଡେମୀରେ ପୂର୍ଣ୍ଣାଙ୍ଗ ହେବା ସହ ପଞ୍ଚାନନ ଦାସଙ୍କ ଜୀବନର ମୋଡ଼ ବଦଳାଇ ଦେଇଥିଲା।
ଅନୁଗୋଳ ସହର ଉପକଣ୍ଠ ରାଣୀଗୁଡ଼ା ଶିବମନ୍ଦିର ସମ୍ମୁଖରେ ରହୁଥିବା ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ବାଲିମୀ ଅଞ୍ଚଳର ପଞ୍ଚାନନ ଦାସଙ୍କ ଚାକିରି ଜୀବନ ଆରମ୍ଭ ହୋଇଥିଲା କୋରାପୁଟରୁ। ଓଡ଼ିଶା ପୋଲିସର ଡ୍ରିଲ୍‌ ପ୍ରଶିକ୍ଷକ ଭାବେ ସେ କୋରାପୁଟରେ ପ୍ରଥମ ପୋଷ୍ଟିଂ ପାଇଥିଲେ। ପେସା ପୋଲିସ ହୋଇଥିଲେ ବି ତାଙ୍କ ନିଶା ଥିଲା ଭିନ୍ନ କିଛି। ସ୍ତ୍ରୀ ଦୀପ୍ତିମୟୀ ଓ ଦୁଇ ପୁଅଙ୍କ ପାଖରୁ ଏ ନେଇ ପ୍ରେରଣା ପାଇ ସେ ଫୁଟ୍‌ପାଥ୍‌ରେ ମ୍ୟାଜିକ୍‌ ଦେଖାଉଥିବା ମ୍ୟାଜିସିଆନଙ୍କଠାରୁ ତାଲିମ ନେବା ଆରମ୍ଭ କଲେ। ସେଥିରେ କିଛିଟା ଦକ୍ଷତା ହାସଲ କରିବା ପରେ ୨୦୦୧ରେ ତାହାକୁ ନିଜ କର୍ମକ୍ଷେତ୍ରରେ ଉପଯୋଗ କଲେ। ଦୈନିକ ସକାଳ ଓ ସନ୍ଧ୍ୟାରେ ଡ୍ରିଲ୍‌ ବେଳେ ଏକାଗ୍ରତା ହରାଉଥିବା ନବାଗତ ପୋଲିସ ପ୍ରଶିକ୍ଷାର୍ଥୀମାନଙ୍କୁ ମ୍ୟାଜିକ୍‌ ଦେଖାଇ ସେମାନଙ୍କୁ ଠିକଣା ପ୍ରଶିକ୍ଷଣ ଦେବାରେ ସେ ସଫଳତା ପାଇପାରିଲେ। ତେବେ ଅନୁଗୋଳ ପୋଲିସ ଟ୍ରେନିଂ କଲେଜ (ପିଟିସି) ଓ ପରେ ବିଜୁ ପଟ୍ଟନାୟକ ରାଜ୍ୟ ପୋଲିସ ଏକାଡେମୀ (ବିପିଏସ୍‌ପିଏ)କୁ ବଦଳି ତାଙ୍କ ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିପାରିଥିଲା। ସେଠାରେ ପୋଲିସ ପ୍ରଶିକ୍ଷକରୁ ସେ ପାଲଟି ଯାଇଥିଲେ ମ୍ୟାଜିକ୍‌ମ୍ୟାନ୍‌ ଟ୍ରେନ୍‌ର। ବିପିଏସ୍‌ପିଏରେ ପ୍ରଶିକ୍ଷଣ ଦେଉଥିବା ବେଳେ ଜଣେ ଓଡ଼ିଆ ଆଇପିଏସ୍‌ ଅଧିକାରୀ ତାଙ୍କ ମ୍ୟାଜିକ୍‌ ପ୍ରତିଭାରେ ଚକିତ ହୋଇଯାଇଥିଲେ। ଏଥିସହ ତାଙ୍କୁ ଅଧିକ ତାଲିମ ନେବାକୁ କେରଳର ଥିରୁଭାନନ୍ଥପୁରମ୍‌ସ୍ଥିତ ମ୍ୟାଜିକ୍‌ ଏକାଡେମୀକୁ ପଠାଇଥିଲେ। ୬ ମାସର ତାଲିମ ଶେଷ କରି ସେ ୨୦୧୦ରେ ଓଡ଼ିଶା ଫେରି ବିଭିନ୍ନ ସ୍ଥାନରେ ମ୍ୟାଜିକ୍‌ ଦେଖାଇ ପ୍ରଶଂସା ପାଇବା ସହ ଆତ୍ମସନ୍ତୋଷ ପାଇଥିଲେ। ତେବେ ଭୁବନେଶ୍ୱରରେ ଥିବା ପ୍ଲେଇଙ୍ଗ କାର୍ଡ ମାଷ୍ଟର ସୁକେଶ ପଟ୍ଟନାୟକ ଓ ସନ୍ତୋଷ ଚୌଧୁରୀଙ୍କ ପାଖରୁ ତାଲିମ ନେବାପରେ ତାଙ୍କ ଜୀବନର ମୋଡ଼ ବଦଳି ଗଲା। ତାଙ୍କ ଯାଦୁ ବିଦ୍ୟାରେ ଯେପରି ପର ଲାଗିଗଲା। ପିଟିସିରୁ ପ୍ରଶିକ୍ଷକ ଇନ୍ସପେକ୍ଟର ଭାବେ ୨୦୧୯ ମେ ରୁ ଅବସର ଗ୍ରହଣ କରିଥିଲେ ବି ମ୍ୟାଜିକରୁ ସେ ଅବସର ନେଇନାହାନ୍ତି। ଇତିମଧ୍ୟରେ ୨ ହଜାରରୁ ଅଧିକ ସ୍ଥାନରେ ସେ ମ୍ୟାଜିକ୍‌ ଦେଖାଇସାରିଲେଣି। ରାଜସ୍ଥାନ, କେରଳ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ତାଙ୍କ ଯାଦୁବିଦ୍ୟାକୁ ବହୁ ପ୍ରଶଂସା ମିଳିଛି। ଭୁବନେଶ୍ୱରରେ ହୋଇଥିବା ବିଶ୍ୱସ୍ତରୀୟ ମ୍ୟାଜିକ୍‌ ଶୋ’ ସେ ଜିତିପାରି ନ ଥିଲେ ବି ଉକ୍ତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସେ ନିଜକୁ ଧନ୍ୟ ମନେ କରୁଥିବା ପଞ୍ଚାନନ କହିଛନ୍ତି। ରାଜ୍ୟ ଓ ରାଜ୍ୟ ବାହାରେ ଅନୁଷ୍ଠିତ ସର୍ବଭାରତୀୟ ମହିଳା ପୋଲିସ ସମ୍ମିଳନୀ, ଆଇଏଏସ୍‌ ସମ୍ମିଳନୀରେ ସେ ନିଜ ଯାଦୁ ବିଦ୍ୟାର ଅନେକ ଛାପ ଛାଡ଼ିଛନ୍ତି। ତାଙ୍କ ନିକଟରୁ ମ୍ୟାଜିକ ଶିଖିଥିବା ୭୦ରୁ ଊର୍ଦ୍ଧ୍ୱ ପିଲାଙ୍କ ମଧ୍ୟରୁ ୭ ଜଣ ଏହାକୁ ବୃତ୍ତି କରିଥିବାବେଳେ ଢେଙ୍କାନାଳ ଜିଲାର ବିଷ୍ଣୁ ପ୍ରସାଦ ବେହେରା ଜାତୀୟସ୍ତରୀୟ ଏକ ଘରୋଇ ଟେଲିଭିଜନ ଚ୍ୟାନେଲରେ ପ୍ରସାରିତ ରିଅଲଟି ଶୋ’ ଇଣ୍ଡିଆଜ୍‌ ଗଟ୍‌ ଟ୍ୟାଲେଣ୍ଟର ବିଚାରକମାନଙ୍କୁ ଆକୃଷ୍ଟ କରିପାରିବା ପଞ୍ଚାନନଙ୍କ ପାଇଁ ଆଣିଦେଇଛି ଗର୍ବ। ମ୍ୟାଜିକ୍‌ରୁ ମିଳୁଥିବା ଅର୍ଥକୁ ସେ ବିଭିନ୍ନ ସାମାଜିକ ମଙ୍ଗଳ କାର୍ଯ୍ୟ ପାଇଁ ଦାନ କରୁଛନ୍ତି। ତେବେ ମ୍ୟାଜିକ୍‌ ବିଦ୍ୟା ସଂକ୍ରାନ୍ତ ପାଠ୍ୟକ୍ରମ ଏକ କୋର୍ସ ସ୍କୁଲ୍‌ଶିକ୍ଷାରେ ଲାଗୁ କରାଗଲେ ଏଥିପ୍ରତି ଛାତ୍ରୀଛାତ୍ରଙ୍କ ମଧ୍ୟରେ ଏକାଗ୍ରତା ବଢ଼ିପାରନ୍ତା ବୋଲି ପଞ୍ଚାନନ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରହ୍ମପୁରରେ ଚାଞ୍ଚଲ୍ୟ, ରେଳଧାରଣରୁ ମିଳିଲା ୨ ମୃତଦେହ

ବ୍ରହ୍ମପୁର,୨୧।୮( ସୁବାସ ଚନ୍ଦ୍ର ପାଢ଼ୀ ): ଜିଆର୍‌ପି ପୋଲିସ ଗୋଶାଣିନୂଆଗାଁ ବ୍ରିଜ ତଳ ଦେଇ ଯାଇଥିବା ରେଳଧାରଣ ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି।…

ଲଭ୍‌-ସେକ୍ସ-ଧୋକା ଅଭିଯୋଗ; ବାରିପଦା ଟାଉନ୍‌ ଥାନାର SI ଅଟକ

ବାରିପଦା,୨୨।୮: ବାରିପଦା ଟାଉନ୍‌ ଥାନାର ଜଣେ ସବ୍‌-ଇନ୍ସପେକ୍ଟରଙ୍କ ବିରୋଧରେ ଜଣେ ମହିଳା ଲଭ୍‌-ସେକ୍ସ-ଧୋକା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ପରେ ଟାଉନ୍‌ ଥାନାର SI ପ୍ରଭାତ ନାୟକଙ୍କୁ ପୋଲିସ…

କରିସ୍ମାଙ୍କୁ ପୂଜା କରନ୍ତି କଙ୍ଗନା, ତାଙ୍କ ଫ୍ୟାଶନ ସେନ୍ସକୁ ପ୍ରଶଂସା କରିବା ସହ ଏମିତି କହି…

ମୁମ୍ବାଇ: ଭାଜପା ନେତ୍ରୀ ତଥା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ କୌଣସି ନା କୌଣସି କାରଣକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ସୋସିଆଲ ମିଡିଆରେ ସବୁବେଳେ…

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri