Posted inଖେଳ

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଚେନ୍ନାଇ, ୧୬।୬-ବିଶ୍ୱ ଚାମ୍ପିୟନ ମ୍ୟାଗ୍ନସ କାର୍ଲସେନ ଠିକ୍‌ ସମୟରେ ଉପଯୁକ୍ତ ଗୋଟି ଚାଳନା କରି ଅନ୍‌ଲାଇନ୍‌ କ୍ଲଚ ଅନ୍ତର୍ଜାତୀୟ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଏକଦା ଆଶଙ୍କା ମଧ୍ୟରେ ରହିଥିବା ଏହି ନରଓ୍ବେ ଚେସ୍‌ ତାରକା ଧୈର୍ଯ୍ୟ ଓ ବୁଦ୍ଧିମତ୍ତାର ପରିଚୟ ଦେଇ ଫାଇନାଲରେ ଆମେରିକା ଗ୍ରାଣ୍ଡମାଷ୍ଟର ଫାବିଆନୋ କାରୁଆନାଙ୍କୁ ୯.୫-୮.୫ ପଏଣ୍ଟରେ ପରାସ୍ତ କରିଛନ୍ତି। ମୁକାବିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। କେହି କାହାରିକୁ ଛାଡ଼ିବା ପରିସ୍ଥିତିରେ ନ ଥିଲେ। ୧୧ତମ ଗେମ୍‌ରେ କାର୍ଲସେନ ଅସୁରକ୍ଷିତ ଅବସ୍ଥାରେ ରହିଥିଲେ ଏବଂ ହାରି ଯାଇଥିଲେ। ତେବେ ୧୨ତମ ଗେମ୍‌ ବେଳକୁ ସ୍ଥିତି ପରିବର୍ତ୍ତନ ହୋଇ ଯାଇଥିଲା। ବିଶ୍ୱର ନମ୍ବରଓ୍ବାନ ଖେଳାଳିଭାବେ ନିଜକୁ ପ୍ରମାଣିତ କରିଥିଲେ ଏହି ସୁପର ଗ୍ରାଣ୍ଡମାଷ୍ଟର। ସେ ଟାଇଟଲ ଜିତିବା ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ”୧୨ତମ ଗେମ୍‌ ବେଳକୁ ମୁଁ ହାଲୁକା ହୋଇ ଯାଇଥିଲି। କାରଣ ମୋ ହାତରେ ଆଉ ଏକ ସୁଯୋଗ ଅଛି ବୋଲି ଜାଣିଥିଲି। ୧୧ତମ ଗେମ୍‌ ଯେପରି ଆଗକୁ ବଢ଼ିଥିଲା ମୁଁ ହାରିଯିବି ବୋଲି ଜାଣି ପାରିଥିଲି। ତେବେ ମ୍ୟାଚରେ କଡ଼ା ଟକ୍କର ହୋଥିଲା। ୧୨ତମ ଗେମ୍‌ରେ କାରୁଆନାଙ୍କୁ ଚାପରେ ରଖିଲେ ମୁଁ ଜିତିପାରିବି ବୋଲି ହୃଦ୍‌ବୋଧ ହୋଇଥିଲା। ଯୋଜନାବଦ୍ଧଭାବେ ଖେଳିଥିଲି। ତାହା କାମ ଦେଇଥିଲା ଏବଂ ମୁଁ ବିଜୟ ହାସଲ କରିଥିଲି“ ବୋଲି କାର୍ଲସେନ ପ୍ରକାଶ କରିଛନ୍ତି।
ଜୁନ ୬ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୧୪ରେ ଶେଷ ହୋଇଥିଲା। ଏଥିରେ ବିଶ୍ୱର ଶ୍ରେଷ୍ଠ ୮ ଖେଳାଳି ଭାଗ ନେଇଥିଲେ। କାର୍ଲସେନ ଓ କାରୁଆନାଙ୍କ ବ୍ୟତୀତ ଆମେରିକାର ଜେଫ୍ରି ଜିଅଙ୍ଗ, ଫ୍ରାନ୍ସର ମାକ୍ସିମେ ଭାଚିଏର-ଲାଗ୍ରାଭେ, ଫିଲିପାଇନ୍ସର ଓ୍ବେସଲି ସୋ, କ୍ୟୁବାର ଲେଇନେର ଡୋମିନଗୁଜ୍‌, ରୁଷିଆର ଆଲେକଜାଣ୍ଡର ଗ୍ରିଶ୍ଚୁକ୍‌ ଓ ଆମେରିକାର ଲେଭନ ଆରୋନିଆନ ଭାଗ ନେଇଥିଲେ। ପ୍ରତିଯୋଗିତାର ୫ ଓ ୬ ଗେମ୍‌ରେ ୨ ପଏଣ୍ଟ ଲେଖାଏ ଏବଂ ୧୧ ଓ ୧୨ତମ ଗେମ୍‌ରେ ବିଜେତାଙ୍କୁ ୩ ପଏଣ୍ଟ ଲେଖାଏ ଦିଆ ଯାଇଥିଲା। କାର୍ଲସେନ ପ୍ରଥମ ଦୁଇ ଗେମ୍‌ ଡ୍ର ରଖିଥିବାବେଳେ ତୃତୀୟରେ ବିଜୟୀ ହୋଇଥିଲେ ଏବଂ ୪ର୍ଥରେ ପରାଜିତ ହୋଇଥିଲେ। ୫ମ ଗେମ୍‌କୁ ଜିତି ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ୬ଷ୍ଠ ଗେମ୍‌ରେ ହାରିବାରୁ ମୁକାବିଲା ୪-୪ ସ୍ଥିତିରେ ରହିଥିଲା। ୭ମ ଗେମ୍‌ରେ ବିଜୟୀ ହୋଇଥିଲେ ଏବଂ ୮ମ ଗେମ୍‌କୁ ଡ୍ର ରଖିଥିଲେ। ୯ମ ଗେମ୍‌ରେ ହାରି ଯାଇଥିଲେ ହେଁ ୧୦ମ ଗେମ୍‌ରେ ବିଜୟୀ ହୋଇଥିଲେ। ତେବେ ୧୧ତମ ଗେମ୍‌ରେ ହାରିଯିବାରୁ ପ୍ରତିପକ୍ଷ କାରୁଆନାଙ୍କ ପାଇଁ ସୁଯୋଗ ସୃଷ୍ଟିହୋଇଥିଲା। ୧୨ତମ ଗେମ୍‌କୁ ଅତିକମ୍‌ରେ ଡ୍ର ରଖିପାରିଥିଲେ କାରୁଆନା ଚାମ୍ପିୟନ ହୋଇଥାନ୍ତେ। ମାତ୍ର ଶେଷ ଗେମ୍‌ରେ ବିଜୟୀ ହୋଇ ମୂଲ୍ୟବାନ ୩ ପଏଣ୍ଟ ହାସଲ କରି ମ୍ୟାଚ ଜିତିଥିଲେ କାର୍ଲସେନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ଦୁଲୀପ ଟ୍ରଫି ଖେଳିବାର ୩ ଦିନ ମଧ୍ୟରେ ଟି୨୦ ଖେଳିବା ଚାଲେଞ୍ଜିଂ ହେବ: ଇଶାନ

ଚେନ୍ନାଇ,୫ା୯: ଦୁଲୀପ ଟ୍ରଫି ଫାଇନାଲ ଶେଷ ହେବାର ୩ ଦିନ ମଧ୍ୟରେ ଭାରତୀୟ ଦଳ ପାଇଁ ଟି୨୦ ଖେଳିବା ଚାଲେଞ୍ଜିଂ ହେବ ବୋଲି ତିଲକ ବର୍ମା ଏବଂ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

Teachers Dayରେ ଭାବପ୍ରବଣ ହେଲେ ସଚିନ ତେନ୍ଦୁଲକର; ପିତାଙ୍କ ସ୍ମୃତିରେ ଆରମ୍ଭ କଲେ ଏକ ଅନନ୍ୟ ପ୍ରୟାସ

ମୁମ୍ବାଇ,୫।୯: ‘କ୍ରିକେଟର ଭଗବାନ’ ଭାବରେ ସମ୍ମାନିତ ସଚିନ ତେନ୍ଦୁଲକର ଆଜି ତାଙ୍କ ପିତାଙ୍କୁ ମନେ ପକାଇ ଭାବପ୍ରବଣ ହୋଇଗଲେ। ଶିକ୍ଷକ ଦିବସ ଅବସରରେ, ସେ ତାଙ୍କ ପିତା…

ଫାଇନାଲ ମ୍ୟାଚ ପୂର୍ବରୁ ବୈଭବଙ୍କୁ ନେଇ ଏ କ’ଣ କହିଦେଲେ ଇଶାନ କିଶନ, ଚାରିଆଡେ ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ, ୫।୯: ଇଷ୍ଟ ଜୋନ ଓ ସାଉଥ ଜୋନ ମଧ୍ୟରେ ରବିବାରଠାରୁ ଦୁଲୀପ ଟ୍ରଫି ୨୦୨୬ର ଫାଇନାଲ ମ୍ୟାଚ ଖେଳାଯିବ। ଚେନ୍ନାଇର ଏମଏ ଚିଦମ୍ବରମ ଷ୍ଟାଡିୟମରେ ଏହି…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଆଜି ଭାରତ-ପାକିସ୍ତାନ ମ୍ୟାଚ: କିଏ ଜିତିବ ବାଜି

ଦୁବାଇ, ୫।୯ (ପି.ଟି.):ଚଳିତ ଏସିଆ କପ୍‌ ମହିଳା କ୍ରିକେଟରେ ପ୍ରତୀକ୍ଷିତ ଭାରତ-ପାକିସ୍ତାନ ମ୍ୟାଚ ଶନିବାର ଅନୁଷ୍ଠିତ ହେବ। ପ୍ରଥମ ଦୁଇ ମ୍ୟାଚରେ ବିଜୟୀ ହୋଇ ସେମିଫାଇନାଲରେ ପ୍ରବେଶ…

‘ମୋ ପତ୍ନୀ ମଧ୍ୟ…’, ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏମିତି କାହିଁକି କହିଲେ ପୂର୍ବତନ ଭାରତୀୟ କ୍ରିକେଟର, ବଢିଲା ଚର୍ଚ୍ଚା

ନୂଆଦିଲ୍ଲୀ,୫।୯: ମାତ୍ର ୧୫ ବର୍ଷ ବୟସରେ କ୍ରିକେଟ ଜଗତରେ ନିଜର ଗଭୀର ଛାପ ଛାଡ଼ିଛନ୍ତି ବୈଭବ ସୂର୍ଯ୍ୟବଂଶୀ। ଏହି ଯୁବ କ୍ରିକେଟରଙ୍କ ପ୍ରତିଭାକୁ ନେଇ ଏବେ ପୂର୍ବତନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri