ମୌଳିକ ସୁବିଧାରୁ ବଞ୍ଚିତ ଆମ୍ବଖାଲବାସୀ

ହାତୀଓଟ,୧୯ା୧୦-ସରକାର ଗ୍ରାମାଞ୍ଚଳର ବିକାଶ ପାଇଁ ଅନେକ ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ବହୁ ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି। କିନ୍ତୁ ଏବେ ମଧ୍ୟ କିଛି ଆଦିବାସୀ ଅଞ୍ଚଳରେ ସରକାରଙ୍କ ଦୃଷ୍ଟି ପଡୁନାହିଁ। ଏହା ଦେଖିବାକୁ ମିଳିଛି ପୋଲସରା ବ୍ଲକ ମାଳତେନ୍ତୁଳିଆ ଗ୍ରାମ ପଞ୍ଚାୟତ ଅଧୀନ ଆମ୍ବଖାଲ ସୌରା ଆଦିବାସୀ ଗଁ।ରେ। ଏଠାରେ ୪୫ରୁ ଊର୍ଦ୍ଧ୍ୱ ପରିବାର ବସବାସ କରୁଛନ୍ତି। କିନ୍ତୁ ଗାଁକୁ ଯିବାକୁ ଭଲ ରସ୍ତା ନାହିଁ, ପିଇବା ପାଣି, ସ୍ବାସ୍ଥ୍ୟ ଓ ଶିକ୍ଷାର ଘୋର ଅଭାବ ରହିଛି। ଯେଉଁ ରାସ୍ତା ଅଛି ତାହା ବିଲମାଳ କିଆରି ମଧ୍ୟରେ କାଦୁଅ ମାଟି ରାସ୍ତା। ଏଥିରେ ଲୋକଙ୍କୁ ଯାତାୟାତ କରିବାରେ ବହୁ ଅସୁବିଧା ହେଉଛି। ଏବଂ ଏହି ରାସ୍ତା ଦେଇ ଦମକଳ ଗାଡି, ଆମ୍ବୁଲାନ୍ସ ସହ ୧୦୨ ଗାଡ଼ି ଯିବା ଆସିବା କାରିପାରୁନାହିଁ। ଫଳରେ ରୋଗୀ, ଗର୍ଭବତୀ ଗାଡ଼ିରେ ମେଡିକାଲ ଯାଇନପାରୁ ନାହାନ୍ତି। ସେମାନଙ୍କୁ ପରିବାର ଲୋକେ ଦୋଳାକରି ଗ୍ରାମରେ ପ୍ରବାହିତ ଧନେଇ ନାଳ ଉପରେ ଅସ୍ଥାୟୀ ନିର୍ମିତ ବାଉଁଶ ପୋଲ ସାହାଯ୍ୟରେ ମେଡିକାଲକୁ ନେଉଛନ୍ତି। ବେଳେ ବେଳେ ଯିବା ରାସ୍ତାରେ ପ୍ରସବ ମଧ୍ୟ ହୋଇଥିବା ଘଟଣା ଲୋକେ କହିଛନ୍ତି। ଏଥିସହ ଏହି ପୋଲ ରାସ୍ତାରେ ଏକ କିଲୋମିଟର ଦୂରକୁ ଯାଇ ଏକ ପଥର କୂଅରୁ ପିଇବା ପାଣିି ଅଣିବାକୁ ପଡ଼ିଥାଏ। ପିଲାମାନେ ପାଠ ପଢିବା ପାଇଁ ଏହି ବାଉଁଶ ପୋଲ ଉପରେ ଖମ୍ବ ମାଧ୍ୟମରେ ଏକ କିଲୋମିଟରରେ ଥିବା ଭାବରଡା ସ୍କୁଲକୁ ଯିବା ଆସିବା କରୁଛନ୍ତି। ଏ ନେଇ ଗ୍ରାମବାସୀ ବାରମ୍ବାର ଗ୍ରାମ ସରପଞ୍ଚ ଓ ବ୍ଲକ ପ୍ରଶାସନକୁ ଅଭିଯୋଗ କରିଥିଲେ କୌଣସି ସୁଫଳ ମିଳି ନ ଥିବା ସେମାନେ କହିଛନ୍ତି। ଏ ସମ୍ପର୍କରେ ବିଡିଓ ଶମ୍ଭୁନାଥ ନନ୍ଦି କୁହନ୍ତିି, ପ୍ରଶାସନ ଦ୍ୱାରା ଶୀଘ୍ର ଉକ୍ତ ଗ୍ରାମକୁ ଗୋପିଆପଲ୍ଲୀ ଦେଇ ଏକ ପ୍ରଧାନମନ୍ତ୍ରୀ ସଡ଼କ ନିର୍ମାଣ କରାଯିବ। ବର୍ତ୍ତମାନ ତାହା ସରକାରଙ୍କ ଟେଣ୍ଡର ପ୍ରକ୍ରିୟାରେ ରହିଛି। ତେଣୁ ବର୍ଷା ଦିନ ପରେ ଉକ୍ତ କାର୍ଯ୍ୟ ଚାଲୁ ରହିବ ବୋଲି କହିିଛନ୍ତିି।


Enter your email to get our daily news in your inbox.

All Right Reserved By Dharitri.Com

ବିଦେଶରେ ଶ୍ରମିକଙ୍କୁ ନିର୍ଯାତନା ପ୍ରସଙ୍ଗ: ଦଲାଲଙ୍କ ତଥ୍ୟ ସଂଗ୍ରହ ନିର୍ଦ୍ଦେଶ

ଛତ୍ରପୁର,୨୪ା୧୦(ଡି.ଏନ.ଏ.)-ଗଞ୍ଜାମ ଜିଲାର ଶ୍ରମିକମାନେ ଅନ୍ୟ ରାଜ୍ୟ ତଥା ବିଦେଶରେ ନିର୍ଯାତିତ ହେଉଛନ୍ତି। ଏପରିକି କେତେଜଣଙ୍କ ମୃତ୍ୟୁ ମଧ୍ୟ ହେଉଛି । ଏ ନେଇ ଜିଲା ପ୍ରଶାସନ,...

ଡହଡହ ଖରାରେ ସିଝୁଛନ୍ତି ଉଠା ଦେକୋନୀ

ଗଞ୍ଜାମ,୧୮।୫(ଡି.ଏନ୍‌.ଏ.): ମହାମାରୀ କରୋନା ଯୋଗୁ ଜନସାଧାରଣ ଅସ୍ତବ୍ୟସ୍ତ ହୋଇପଡିଲେଣି l କରୋନା କଟକଣା ତଥା ସାମାଜିକ ଦୂରତ୍ୱ ଲାଗି ଗଞ୍ଜାମ ଏନ୍‌ଏସି ପ୍ରଶାସନ ସହରର ଉଠା...

ମଧ୍ୟାହ୍ନ ଭୋଜନରେ ପୋକ, ଖାଇଲେନି ଛାତ୍ରୀଛାତ୍ର

ହିଞ୍ଜିଳିକାଟୁ ୨୨ା୯(ଡି.ଏନ.ଏ): ହିଞ୍ଜିଳିକାଟୁ ବ୍ଲକ ସାରୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବୁଧବାର ମଧ୍ୟାହ୍ନ ଭୋଜନରେ ପୋକ ବାହାରିଥିବା ଅଭିଯୋଗ ହୋଇଛି। ଖାଦ୍ୟରେ ପୋକ ଥିବାରୁ ବହୁ...

ମାମଲା ନ କରିବାକୁ ଲାଞ୍ଚ: ଭିଜିଲାନ୍ସ ଜାଲରେ ରାମଗିରି ଫରେଷ୍ଟର

ବ୍ରହ୍ମପୁର ଅଫିସ/ରାମଗିରି,୧୫ା୧(ଡି.ଏନ.ଏ.)-ଗଜପତି ଜିଲା ଆର.ଉଦୟଗିରି ବ୍ଲକ ରାମଗିରି ବନଖଣ୍ଡ ଫରେଷ୍ଟର ଦିବାକର ଲେଙ୍କା ମଙ୍ଗଳବାର ଜଣେ କରତକଳ ମାଲିକଙ୍କ ନଁାରେ ମାମଲା ରୁଜୁ ନ କରିବା...

ଚାଷୀ ମୁହଁରେ ହସ, ଲଘୁଚାପ ଆଣିଦେଲା ଆଶ୍ୱସ୍ତି

ଗଞ୍ଜାମ,୬।୮(ଡି.ଏନ୍‌.ଏ.): ଧାନବୁଣାଠୁ ଚାଷୀ ବର୍ଷାକୁ ଅପେକ୍ଷା କରି ରହିଥିଲେ। ହେଲେ ଦୀର୍ଘ ଦିନ ଧରି ବର୍ଷା ହୋଇ ନ ଥିବାରୁ ଧାନ ତଳି ପୋଡିଯିବା ଆଶଙ୍କା...

‘ଅସାନି’ ପ୍ରଭାବ: ଭାସିଗଲା ଲକ୍ଷାଧିକ ଅଲିଭ୍‌ ରିଡ୍‌ଲେ ଅଣ୍ଡା

ଗଞ୍ଜାମ,୧୧ା୫(ଡି.ଏନ୍‌.ଏ.): ବାତ୍ୟା ଅସାନି ଯୋଗୁ ଅଲିଭ ରିଡ୍‌ଲେ କଇଁଛଙ୍କ ଲକ୍ଷାଧିକ ଅଣ୍ଡା ଭାସିଯାଇଛି। ଗଞ୍ଜମ ଜିଲା ଋଷିକୁଲ୍ୟା ମୁହାଁଣରେ ଛୁଆ ଫୁଟିବାକୁ ଥିବା ଅଣ୍ଡାଗୁଡ଼ିକ ସମୁଦ୍ର...

ଛତ୍ରପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲିବା ନେଇ ଅନିଶ୍ଚିତତା: ନାମଲେଖା ବିଜ୍ଞପ୍ତିରେ ନାହିଁ ନାଁ

ଛତ୍ରପୁର,୨୦।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁରଠାରେ ଥିବା କେନ୍ଦ୍ରୀୟ ବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷ ଖୋଲିବା ନେଇ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି। ବର୍ତ୍ତମାନ ଜିଲାର ଅନ୍ୟ କେନ୍ଦ୍ରୀୟ ବିଦ୍ୟାଳୟରେ...

ଜାତୀୟ ରାଜପଥରେ ଲାଗିବ ସିସି କ୍ୟାମେରା; ଛତ୍ରପୁର, ହଳଦିଆପଦରରେ କଣ୍ଟ୍ରୋଲ ରୁମ୍‌

ଛତ୍ରପୁର,୩୦ା୯(ଡି.ଏନ.ଏ.)- ଗଞ୍ଜାମ ଜିଲା ଦେଇ ଯାଇଥିବା ଜାତୀୟ ରାଜପଥର ବିଭିନ୍ନ ଛକରେ ସିସି କ୍ୟାମେରା ଲାଗିବ। ଏହାର ମନିଟରିଂ ପାଇଁ ଛତ୍ରପୁର ଓ ହଳଦିଆପଦରଠାରେ କଣ୍ଟୋ୍ରଲ...

Advertisement
Archives

Model This Week