‘ମୋ କୁକୁର ବି ଆପଣଙ୍କ ଫିଲ୍ମ ଅଫର୍‌ ଗ୍ରହଣ କରୁନାହିଁ’

ହିନ୍ଦୀ ସିନେମାରେ ଅନେକ ଅଭିନେତା ଅଛନ୍ତି ଯିଏ ନିଜ ଅଭିନୟ ମାଧ୍ୟମରେ ଏକ ସ୍ବତନ୍ତ୍ର ଛାପ ଛଡିଛନ୍ତି। ସେମିତି ଜଣେ ଅଭିନେତା ଥିଲେ ରାଜ କୁମାର। ଫିଲ୍ମରେ ତାଙ୍କ ସଂଳାପ କହିବା ଶୈଳୀ ଆଜିବି ଲୋକଙ୍କ ମନରେ ଉଜ୍ଜିବୀତ ଅଛି। ବ୍ୟକ୍ତିଗତ ଜୀବନରେ ସେ ଜଣେ ଖୋଲା ହୃଦୟର ବ୍ୟକ୍ତି ଥିଲେ। ଥରେ ତାଙ୍କ ବନ୍ଧୁତ ତଥା ନିର୍ଦ୍ଦେଶକ ରମାନନ୍ଦ ସାଗର ଏକ ଫିଲ୍ମ ପାଇଁ ରାଜ କୁମାରଙ୍କୁ ତାଙ୍କ ଘରକୁ ଭେଟିବାକୁ ଯାଇଥିଲେ। ଏହି ସମୟରେ ସେ ତାଙ୍କୁ ଏକ ଫିଲ୍ମ ଅଫର୍‌ ମଧ୍ୟ ଦେଇଥିଲେ। କିନ୍ତୁ ଫିଲ୍ମର କାହାଣୀ ଶୁଣି ରାଜ୍‌ କରିବାକୁ ମନା କରିଦେଇଥିଲେ। ସେତେବେଳେ ରାଜ ଏବଂ ରମାନନ୍ଦଙ୍କ ମଧ୍ୟରେ ଭଲ ବନ୍ଧୁତା ଥିଲା। ଫିଲ୍ମ ‘ଆଖେଁ’ ଲିଡ୍‌ ରୋଲ ପାଇଁ ସେ ରାଜ୍‌ଙ୍କୁ କହିଥିଲେ। ଏଥିପାଇଁ ସେ ତାଙ୍କୁ ୧୦ ଲକ୍ଷ ଟଙ୍କା ଦେବେ ବୋଲି ମଧ୍ୟ କହିଥିଲେ। ରାଜ୍‌ ସିଗାର୍‌ ପିଇ ସବୁକଥା ଶୁଣୁଥିଲେ। ରମାନନ୍ଦଙ୍କ ମଧ୍ୟ ଆଶ୍ୱସ୍ତ ଥିଲେ କି ରାଜ ତାଙ୍କ କଥାରେ ରାଜି ହୋଇଯିବେ। କିନ୍ତୁ ଓଲ୍‌ଟା ହୋଇଥିଲା। ସାଗରଙ୍କ କଥା ଶୁଣି ରାଜ୍‌ ତାଙ୍କୁ କୁକୁରକୁ ଡାକିଥିଲେ। ତାକୁ ପଚାରିଥିଲେ, ଜାନି, ତୋତେ କ’ଣ ଲାଗୁଛି ସାଗର ସାହେବଙ୍କ ପ୍ରସ୍ତାବ ଗ୍ରହଣ କରିବା ଉଚିତ୍‌ ହେବ। ଏହି ସମୟରେ କୁକୁର ପିଠି ହଲାଇ ଭୋକିଥିଲା। ସେତେବେଳେ ରାଜ୍‌ଙ୍କ ଆଚରଣ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସାଗର। କୁକୁର ଭୋକିବା ପରେ ରାଜ ସାଗରଙ୍କୁ କହିଥିଲେ, ମୋ କୁକୁରକୁ ଅଫର ଗ୍ରହଣ କଲା ନାହିଁ, ମୁଁ ହଁ କହିବାର କୌଣସି ପ୍ରଶ୍ନ ଉଠୁନାହିଁ। ଏହା ଶୁଣି ସାଗର ନିଜର ବହୁତ ଅପମାନିତ ବୋଧ କଲେ। ଆଉ ରାଜ୍‌ଙ୍କ ଘରୁ ଫେରି ଆସିଲେ। ଧର୍ମେନ୍ଦ୍ରଙ୍କୁ ସମମ୍ପୃକ୍ତ ଫିଲ୍ମ ପାଇଁ ସାଇନ୍‌ କରି ଶୁଟିଂ ଆରମ୍ଭ କରିଥିଲେ। ଏହି ଫିଲ୍ମ ସେତେବେଳେ ସୁପରହିଟ୍‌ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରାମାୟଣ ପ୍ରସାରଣର ବିଶ୍ୱ ରେକର୍ଡ ଦାବି ନେଇ ବିବାଦ: ସ୍ପଷ୍ଟୀକରଣ ଦେଲା ଦୂରଦର୍ଶନ

ମୁମ୍ବାଇ: ଲକ୍‌ଡାଉନ୍‌ ସମୟରେ ରାମାନନ୍ଦ ସାଗରଙ୍କ ରାମାୟଣ ଟିଆରପି ରେଟିଂରେ ଅନେକ ରେକର୍ଡ ସୃଷ୍ଟି କରିଛି। ଏହା ମଧ୍ୟ କୁହାଯାଇଥିଲା ଯେ, ରାମାୟଣ ହେଉଛି ବିଶ୍ୱର...

ଏକତାଙ୍କ ନୂଆ ରିୟଲିଟି ଶୋ’କୁ ହୋଷ୍ଟ କରିବେ କଙ୍ଗନା

ମୁମ୍ବାଇ: ବଲିଉଡ ଦୁନିଆରେ ନିଜର ପାୱାରଫୁଲ ପରଫରମାନ୍ସକୁ ନେଇ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଅଭିନେତ୍ରୀ କଙ୍ଗନା ରାନାୱତ । ଏବେ ସେ...

୪୦ ବର୍ଷରେ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ ହୋଇସାରିଥିଲେ ସିଦ୍ଧାର୍ଥ; ଆଗକୁ ହାତରେ ଥିଲା…

ବମ୍ବେ: ବୟସ ବା କେତେ। ମାତ୍ର ୪୦ ବର୍ଷ। ସେ କ୍ୟାରିୟରର ଏଭଳି ସମୟରେ ଥିଲେ ତାଙ୍କୁ ବିଭିନ୍ନ କାମ ପାଇଁ ଅଫର୍‌ ମିଳୁଥିଲା। ଏପରିକି...

ସିଙ୍ଗାପୁର ସିଫ୍ଟ ହେବେ ଅଭିନେତ୍ରୀ କାଜଲ: ଝିଅପାଇଁ ନେଲେ ଏଭଳି ପଦକ୍ଷେପ

କରୋନା ଭାଇରସ ଯୋଗୁ ସମସ୍ତ ବିଶ୍ୱ ଏବେ ଚିନ୍ତାରେ। ଏହାକୁ ଏଡ଼ାଇବା ପାଇଁ ସମସ୍ତେ ନିଜ ଘରେ ରହିବାକୁ ପସନ୍ଦ କରୁଛନ୍ତି। ବଲିଉଡ୍‌ କଳାକାରମାନେ ମଧ୍ୟ...

‘ତୁମେ ଅଭିନେତ୍ରୀ ଭଳି ଦେଖାଯାଉନାହଁ’

ବମ୍ବେ: ଦେଖିବାକୁ ସେ ଯେତିକି ସୁନ୍ଦର, ଅଭିନୟରେ ମଧ୍ୟ ସେତିକି ପ୍ରବୀଣ। ଆମେ କହୁଛୁ ଧକ୍‌ ଧକ୍‌ ଗର୍ଲ ମାଧୁରୀ ଦିକ୍ଷୀତଙ୍କ କଥା। ବଲିଉଡ୍‌ ଫିଲ୍ମଜଗତର...

କେବଳ ଏହି କାରଣ ପାଇଁ ଶକ୍ତି କପୁରଙ୍କ ଉପରେ ସଲ୍‌ମାନ ଚାହୁଁଥିଲେ ପ୍ରତିଶୋଧ

ଭାଇଜାନ୍‌ ସଲ୍‌ମାନ ଖାଁ ଓ ଶକ୍ତି କପୁର ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ସଲ୍‌ମାନଙ୍କ ସହ ବାସ୍ତବ ଜୀବନରେ ମଧ୍ୟ ଶକ୍ତିଙ୍କର ବହୁତ ଭଲ...

ପରିବାର ସହ ଦୀପାବଳି ପାଳିଲେ ନୋରା: ଭିଡିଓ ଭାଇରାଲ

ମୁମ୍ବାଇ: ନୋରା ଫତେହି । ବର୍ତ୍ତମାନ ବଲିଉଡ୍ ଦୁନିଆର ଏକ ଚର୍ଚ୍ଚିତ ନାଁ । ନିଜର ଡ୍ୟାନ୍ସ ଓ ବୋଲ୍ଡ ଅନ୍ଦାଜ ପାଇଁ ସେ ଏବେ...

ମାନବ ସେବା ପାଇଁ ବଲିଉଡ୍‌ ଛାଡିଥିବା ଅଭିନେତ୍ରୀ ଗଲେ ହନିମୁନ୍‌

ଅଭିନେତ୍ରୀ ଜାୟରା ୱାସିମଙ୍କ ପରେ ବିଗ ବସ ପ୍ରତିଯୋଗୀ ତଥା ବଲିଉଡ ଅଭିନେତ୍ରୀ ସନା ଖାନ ଅଭିନୟ ବଲିଉଡ୍‌ ଛାଡିଥିଲେ। ମାନବ ସେବା କରିବା ପାଇଁ...

Advertisement
Archives

Model This Week