ମୋରମ ଗାଡ଼ିଆରେ ବୁଡ଼ି ନାବାଳକ ମୃତ

ସଜନାଗଡ଼,୨୪।୮(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଥାନା ବାଘମରା ଗ୍ରାମର ଶମ୍ବୁ ସିଂଙ୍କ ୭ ବର୍ଷର ପୁଅ ଅଜୟ (୭) ମୋରମ ଗାଡିଆରେ ବୁଡି ପ୍ରାଣ ହରାଇଛନ୍ତି। ସେ ପ୍ରତିଦିନ ଭଳି ଶନିବାର ସ୍କୁଲ ଯାଇଥିଲେ। ସେ ସ୍କୁଲ ସାରି ଘରକୁ ଫେରୁଥିଲା ବେଳେ ସାଙ୍ଗମାନଙ୍କ ସହିତ ଏକ ମୋରମ ଖଣି ଗାଡ଼ିଆକୁ ଗାଧୋଇବାକୁ ଯାଇଥିଲେ। ସେଠାରେ ଅସାବଧାନତାବଶତଃ ତାଙ୍କ ଗୋଡ଼ ଖସିଯିବା ସହ କଇଁ ନଟାରେ ଛନ୍ଦିହୋଇପଡିଥିଲେ। ଫଳରେ ସେ ଆଉ ବାହାରି ପାରି ନ ଥିଲେ। ବହୁ ସମୟ ପରେ ତାଙ୍କ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖି ତାଙ୍କ ମା’ବାପାଙ୍କୁ ଖବର ଦେଇଥିଲେ। ଏକ ମୋଟରସାଇକେଲରେ ତାଙ୍କୁ ନୀଳଗିରି ମେଡ଼ିକାଲ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ନୀଳଗିରି ପୋଲିସ ମେଡ଼ିକାଲରେ ପହଞ୍ଚତ୍ ଶବ ବ୍ୟବଚ୍ଛେଦ କରାଇବା ସହ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଅଜୟ ଦ୍ୱିତୀୟ ଶ୍ରେଣୀରେ ପଢୁଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କୁଆପଥର ବର୍ଷା, ଫସଲ ହାନି

ଛେଣ୍ଡିପଦା,୫ ।୨(ସ୍ବ.ପ୍ର.) ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକର ବିଭିନ୍ନ ସ୍ଥାନରେ ଶୁକ୍ରବାର ଅପରାହ୍ନ ୩ଟାରେ ଅଦିନିଆ ଝଡ଼ବର୍ଷା ସହ ପ୍ରବଳ କୁଆପଥର ମାଡ଼ ହୋଇଥିଲା। ଫଳରେ...

ପଟାଙ୍ଗୀ ପରେ ରାୟଗଡ଼ା ଉପରେ ଆନ୍ଧ୍ରର ନଜର

ରାୟଗଡ଼ା ଅଫିସ,୧୮ା୨: ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ଲାଗିରହିଛି। ଓଡ଼ିଶାର କୋରାପୁଟ ଜିଲାର ପଟ୍ଟାଙ୍ଗୀ ସମେତ ଗଞ୍ଜାମ ଓ ଗଜପତି ଜିଲାର ସୀମାନ୍ତ ଗ୍ରାମଗୁଡ଼ିକରେ ଆନ୍ଧ୍ର ପକ୍ଷରୁ...

ସାମୁଦ୍ରିକ ଜୁଆରରେ ରାସ୍ତାରେ ୩ ଫୁଟର ପାଣି

ମହାକାଳପଡ଼ା,୧୬ା୭(ଡି.ଏନ.ଏ.): ପୂର୍ଣ୍ଣିମା ଯୋଗୁ ସାମୁଦ୍ରିକ ଜୁଆରରେ ପାଣି କୂଳ ଲଙ୍ଘିଛି। ଫଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ ଟୁବି ଫେରିଘାଟ-ବତୀଘର...

ପାନୀୟଜଳ ସମସ୍ୟା ସମାଧାନଠାରୁ ଦୂରରେ

କେନ୍ଦ୍ରାପଡ଼ା ଅଫିସ, ୩୧।୭: ଜଳ ସଂରକ୍ଷଣକୁ ଜନ ଆନ୍ଦୋଳନରେ ପରିଣତ ପାଇଁ କେନ୍ଦ୍ର ସରକାରଙ୍କ ପାନୀୟ ଜଳ ଓ ପରିମଳ ବିଭାଗ ପକ୍ଷରୁ ଜଳଶକ୍ତି ଅଭିଯାନ...

ଏଏସ୍‌‌ଆଇ ପକ୍ଷରୁ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ

ପୁରୀ ଅଫିସ,୨୫।୬: ଏଏସ୍‌‌ଆଇ ପକ୍ଷରୁ ଗୁରୁବାର ଶ୍ରୀମନ୍ଦିର ଯାଞ୍ଚ କରାଯାଉଛି। ଡାକ୍ତର ଏନ୍‌.ସି. ପାଲଙ୍କ ନେତୃତ୍ୱରେ ଏକ ଟିମ୍‌ ଏହି ଯାଞ୍ଚ କରୁଛନ୍ତି। ବିଶେଷକରି ଗର୍ଭଗୃହର...

ବିଧାନସଭା ଗୃହ କମିଟିର ପୁରୁଷୋତ୍ତମପୁର ଗସ୍ତ: ଅଙ୍ଗନଓ୍ବାଡି କେନ୍ଦ୍ର, ଆବାସିକ ବିଦ୍ୟାଳୟ ବୁଲି ସମସ୍ୟା ପରଖିଲେ

ପୁରୁଷୋତ୍ତମପୁର, ୫।୧୧(ଡି.ଏନ୍‌.ଏ.): ବିଧାନସଭା ମହିଳା ଶିଶୁ ବିକାଶ ବିଭାଗ ଗୃହ କମିଟି ମଙ୍ଗଳବାର ଗଞ୍ଜାମ ଜିଲା ପୁରୁଷୋତ୍ତମ ପୁର ଗ୍ରସ୍ତରେ ଆସି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ...

ଭତା, ଆବାସ ଯୋଜନାରୁ ବଁଚିତ୍‌ ବୁରୁଧ୍‌:ଭିଖ୍‌ ମାଗି ପେଟ୍‌ ପାଲୁଛନ୍‌ କିର୍ତ୍ତନ

ଲାଠୋର,୫।୬(ଡି.ଏନ.ଏ.): ସରକାର ଗରିବ ଦୁଖି, ଅସାହା ବୁଢ଼ାବୁଢ଼ି, ଭିନ୍ନକ୍ଷମ, ବିଧବାମାନକୁ ଚାଉଲ, ଭତା, ଆବାସ ଯୋଜନାରେ ଘର ଆଦି ଯୁଗେଇ ଦେଉଛନ୍‌। ହେଲେ ଅନେକ ଜାଗାରେ...

ଅନ୍ତର୍ଜାତୀୟ ପାରା ଆଥଲେଟ ରମେଶଙ୍କୁ ଡକ୍ଟରେଟ ଡିଗ୍ରୀ

ଛତ୍ରପୁର,୨୪।୪(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଗିଲଟିପେଟା ସାହିର ଆର୍ନ୍ତଜାତୀୟ ପାରା ଆଥଲେଟ ଭି.ରମେଶ ରାଓଙ୍କୁ ଜର୍ମାନୀର ପିସ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡକ୍ଟରେଟ ଡିଗ୍ରୀ ପ୍ରଦାନ କରାଯାଇଛି...

Advertisement
Archives

Model This Week