Posted inଜାତୀୟ

ମୋଦି ସରକାରଙ୍କ ୧୦୦ ଦିନ: ନଜରରେ ଥିଲା କଶ୍ମୀର

ନୂଆଦିଲ୍ଲୀ,୯।୯(ଆଇଏଏନ୍‌ଏସ୍‌): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରିଛି। ଏହାକୁ ନେଇ ଭାଜପା ଓ ସହଯୋଗୀ ଦଳଗୁଡ଼ିକ ଉତ୍ସବ ମନାଉଥିବାବେଳେ କଂଗ୍ରେସ ସମେତ ବିରୋଧୀମାନେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଏହି ୧୦୦ ଦିନ ମଧ୍ୟରେ କଶ୍ମୀର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ଦେଶର ଅନ୍ୟ ପ୍ରସଙ୍ଗଗୁଡ଼ିକ ଏକପ୍ରକାର ଗୌଣ ହୋଇଯାଇଥିଲା। ରବିବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଖବରଦାତା ସମ୍ମିଳନୀରୁ ଏହା ସ୍ପଷ୍ଟ ହେଉଛି।
ଆସନ ଅକ୍ତିଆର କରି ଡ୍ରାଇଭିଂ ସିଟରେ ବସିଥିବା ଭାଜପା ସରକାରଙ୍କ ୧୦୦ ଦିନର ସଫଳତା ବଖାଣିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି, ଦେଶ ହିତରେ ଦ୍ରୁତଗତିରେ ଅଭୂତପୂର୍ବ ନିଷ୍ପତ୍ତି ନିଆଯାଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫-ଏ’କୁ ହଟାଇବା ସହ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଭଳି ଐତିହାସିକ ନିଷ୍ପତ୍ତି ୧୦୦ ଦିନ ମଧ୍ୟରେ ନିଆଯାଇଛି। ସେହିପରି ହାଫିଜ୍‌ ସୟିଦ, ମାସୁଦ୍‌ ଆଝାର ଓ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ବାଟ ଫିଟାଇଥିବା ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ରେ ସଂଶୋଧନ ଭଳି ନିଷ୍ପତ୍ତି ଦେଶବାସୀଙ୍କ ହିତ ପାଇଁ ନିଆଯାଇଛି। ଏସବୁର ପ୍ରସ୍ତୁତି ସାଧାରଣ ନିର୍ବାଚନର ବହୁ ପୂର୍ବରୁ ହୋଇଥିଲା। କଶ୍ମୀରରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାରେ ଲାଗିଛି। ଯୋଗାଯୋଗର ମାଧ୍ୟମ ସ୍ବାଭାବିକ ହେଉଛି। କେତେକ ବିଦେଶୀ ଗଣମାଧ୍ୟମରେ ପ୍ରସାରିତ ଖବରକୁ ସେ ମିଥ୍ୟା ବୋଲି ଅଭିହିତ କରିଛନ୍ତି। ଜାଭଡେକର ଏହି ଅବସରରେ ତିନି ତଲାକ୍‌ ବିଲ୍‌କୁ ଆଇନରେ ପରିଣତ କରିବା ମୋଦି ସରକାରଙ୍କ ଏକ ବଡ଼ ସଫଳତା ବୋଲି କହିଛନ୍ତି। ପୂର୍ବ ସରକାରଗୁଡ଼ିକ ଅମଳରେ ଭୋଟବ୍ୟାଙ୍କ ରାଜନୀତି ଯୋଗୁ ଏହା ସମ୍ଭବ ହୋଇ ପାରି ନ ଥିବା ସେ ସମାଲୋଚନା କରିଛନ୍ତି। ସେହିପରି ୧୫୦ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା, ମୋଟର ଯାନ ଆଇନରେ ସଂଶୋଧନ ଓ ଜଳ ଶକ୍ତି ମନ୍ତ୍ରଣାଳୟ ପ୍ରତିଷ୍ଠା ଆଦି ସରକାରଙ୍କ ବଡ଼ ଉପଲବ୍ଧି ବୋଲି ସେ ଦର୍ଶାଇଛନ୍ତି। ଜାଭଡେକର ଏହି ଅବସରରେ ସରକାରଙ୍କ ସଫଳତା ଉଲ୍ଲେଖ ଥିବା ‘ହଣ୍ଡ୍ରେଡ୍‌ ଡେଜ୍‌ ଅଫ୍‌ ବୋଲ୍ଡ ଇନିସିଏଟିଭ୍‌ସ ଆଣ୍ଡ ଡିସିସିଭ୍‌ ଆକ୍ସନ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି।

ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା: କିଛି ବିକାଶ ହୋଇନି, ମୋଦି ସରକାରଙ୍କୁ ଅଭିନନ୍ଦନ

ମୋଦି ସରକାରଙ୍କ ୧୦୦ ଦିନ ପୂର୍ତ୍ତି ପରେ ଅର୍ଥନୈତିକ ପ୍ରଦର୍ଶନକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଟାର୍ଗେଟ କରିଛନ୍ତି। ରାହୁଲ ସରକାରଙ୍କୁ ଅଭିନନ୍ଦନ ଜଣାଇବା ଆଳରେ ଉପହାସ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି, ୧୦୦ ଦିନରେ କିଛି ବିକାଶ ହୋଇନାହିଁ। ମୋଦି ସରକାରଙ୍କୁ ଅଭିନନ୍ଦନ। ଗଣତନ୍ତ୍ର ଉପରେ ଆକ୍ରମଣ, ଗଣମାଧ୍ୟମର କଣ୍ଠରୋଧ, ନେତୃତ୍ୱ ଓ ଯୋଜନାର ଅଭାବ ଆମ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଇଛି। ସେହିପରି ମୋଦି ସରକାରଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ସରକାର ନୀରବ ରହିଛନ୍ତି। ଡ୍ରାମା, ପ୍ରତାରଣା ଓ ମିଛର ଆଶ୍ରୟ ନେଇ ସରକାର ଲୋକଙ୍କୁ ସତ ଲୁଚାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?