Posted inଜାତୀୟ

ମୋଦି ସରକାରଙ୍କ ୧୦୦ ଦିନ: ନଜରରେ ଥିଲା କଶ୍ମୀର

ନୂଆଦିଲ୍ଲୀ,୯।୯(ଆଇଏଏନ୍‌ଏସ୍‌): କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ମେଣ୍ଟ (ଏନ୍‌ଡିଏ) ସରକାରଙ୍କ ଦ୍ୱିତୀୟ ପାଳିକୁ ୧୦୦ ଦିନ ପୂରିଛି। ଏହାକୁ ନେଇ ଭାଜପା ଓ ସହଯୋଗୀ ଦଳଗୁଡ଼ିକ ଉତ୍ସବ ମନାଉଥିବାବେଳେ କଂଗ୍ରେସ ସମେତ ବିରୋଧୀମାନେ ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ତେବେ ଏହି ୧୦୦ ଦିନ ମଧ୍ୟରେ କଶ୍ମୀର ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଇଥିବାବେଳେ ଦେଶର ଅନ୍ୟ ପ୍ରସଙ୍ଗଗୁଡ଼ିକ ଏକପ୍ରକାର ଗୌଣ ହୋଇଯାଇଥିଲା। ରବିବାର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ଖବରଦାତା ସମ୍ମିଳନୀରୁ ଏହା ସ୍ପଷ୍ଟ ହେଉଛି।
ଆସନ ଅକ୍ତିଆର କରି ଡ୍ରାଇଭିଂ ସିଟରେ ବସିଥିବା ଭାଜପା ସରକାରଙ୍କ ୧୦୦ ଦିନର ସଫଳତା ବଖାଣିବାକୁ ଯାଇ କେନ୍ଦ୍ରମନ୍ତ୍ରୀ ଜାଭଡେକର କହିଛନ୍ତି, ଦେଶ ହିତରେ ଦ୍ରୁତଗତିରେ ଅଭୂତପୂର୍ବ ନିଷ୍ପତ୍ତି ନିଆଯାଇଛି। ସମ୍ବିଧାନର ଅନୁଚ୍ଛେଦ ୩୭୦ ଏବଂ ୩୫-ଏ’କୁ ହଟାଇବା ସହ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ଭଳି ଐତିହାସିକ ନିଷ୍ପତ୍ତି ୧୦୦ ଦିନ ମଧ୍ୟରେ ନିଆଯାଇଛି। ସେହିପରି ହାଫିଜ୍‌ ସୟିଦ, ମାସୁଦ୍‌ ଆଝାର ଓ ଦାଉଦ୍‌ ଇବ୍ରାହିମ୍‌ଙ୍କୁ ଆତଙ୍କବାଦୀ ଘୋଷଣା ପାଇଁ ବାଟ ଫିଟାଇଥିବା ବେଆଇନ କାର୍ଯ୍ୟକଳାପ ନିବାରଣ ଆଇନ (ୟୁଏପିଏ)ରେ ସଂଶୋଧନ ଭଳି ନିଷ୍ପତ୍ତି ଦେଶବାସୀଙ୍କ ହିତ ପାଇଁ ନିଆଯାଇଛି। ଏସବୁର ପ୍ରସ୍ତୁତି ସାଧାରଣ ନିର୍ବାଚନର ବହୁ ପୂର୍ବରୁ ହୋଇଥିଲା। କଶ୍ମୀରରେ ଶିକ୍ଷାନୁଷ୍ଠାନଗୁଡ଼ିକ ଖୋଲିବାରେ ଲାଗିଛି। ଯୋଗାଯୋଗର ମାଧ୍ୟମ ସ୍ବାଭାବିକ ହେଉଛି। କେତେକ ବିଦେଶୀ ଗଣମାଧ୍ୟମରେ ପ୍ରସାରିତ ଖବରକୁ ସେ ମିଥ୍ୟା ବୋଲି ଅଭିହିତ କରିଛନ୍ତି। ଜାଭଡେକର ଏହି ଅବସରରେ ତିନି ତଲାକ୍‌ ବିଲ୍‌କୁ ଆଇନରେ ପରିଣତ କରିବା ମୋଦି ସରକାରଙ୍କ ଏକ ବଡ଼ ସଫଳତା ବୋଲି କହିଛନ୍ତି। ପୂର୍ବ ସରକାରଗୁଡ଼ିକ ଅମଳରେ ଭୋଟବ୍ୟାଙ୍କ ରାଜନୀତି ଯୋଗୁ ଏହା ସମ୍ଭବ ହୋଇ ପାରି ନ ଥିବା ସେ ସମାଲୋଚନା କରିଛନ୍ତି। ସେହିପରି ୧୫୦ ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେବା, ମୋଟର ଯାନ ଆଇନରେ ସଂଶୋଧନ ଓ ଜଳ ଶକ୍ତି ମନ୍ତ୍ରଣାଳୟ ପ୍ରତିଷ୍ଠା ଆଦି ସରକାରଙ୍କ ବଡ଼ ଉପଲବ୍ଧି ବୋଲି ସେ ଦର୍ଶାଇଛନ୍ତି। ଜାଭଡେକର ଏହି ଅବସରରେ ସରକାରଙ୍କ ସଫଳତା ଉଲ୍ଲେଖ ଥିବା ‘ହଣ୍ଡ୍ରେଡ୍‌ ଡେଜ୍‌ ଅଫ୍‌ ବୋଲ୍ଡ ଇନିସିଏଟିଭ୍‌ସ ଆଣ୍ଡ ଡିସିସିଭ୍‌ ଆକ୍ସନ’ ଶୀର୍ଷକ ଏକ ପୁସ୍ତକ ଉନ୍ମୋଚନ କରିଛନ୍ତି।

ଟାର୍ଗେଟ କଲେ ରାହୁଲ-ପ୍ରିୟଙ୍କା: କିଛି ବିକାଶ ହୋଇନି, ମୋଦି ସରକାରଙ୍କୁ ଅଭିନନ୍ଦନ

ମୋଦି ସରକାରଙ୍କ ୧୦୦ ଦିନ ପୂର୍ତ୍ତି ପରେ ଅର୍ଥନୈତିକ ପ୍ରଦର୍ଶନକୁ ନେଇ ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ଦଳର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ରବିବାର ଟାର୍ଗେଟ କରିଛନ୍ତି। ରାହୁଲ ସରକାରଙ୍କୁ ଅଭିନନ୍ଦନ ଜଣାଇବା ଆଳରେ ଉପହାସ କରିଛନ୍ତି। ସେ ଟୁଇଟ୍‌ କରିଛନ୍ତି, ୧୦୦ ଦିନରେ କିଛି ବିକାଶ ହୋଇନାହିଁ। ମୋଦି ସରକାରଙ୍କୁ ଅଭିନନ୍ଦନ। ଗଣତନ୍ତ୍ର ଉପରେ ଆକ୍ରମଣ, ଗଣମାଧ୍ୟମର କଣ୍ଠରୋଧ, ନେତୃତ୍ୱ ଓ ଯୋଜନାର ଅଭାବ ଆମ ଅର୍ଥନୀତିକୁ ବିପର୍ଯ୍ୟସ୍ତ କରିଦେଇଛି। ସେହିପରି ମୋଦି ସରକାରଙ୍କୁ ଟାର୍ଗେଟ କରି ପ୍ରିୟଙ୍କା କହିଛନ୍ତି, ଦେଶରେ ଅର୍ଥନୈତିକ ମାନ୍ଦାବସ୍ଥା ଲାଗି ରହିଥିବାବେଳେ ସରକାର ନୀରବ ରହିଛନ୍ତି। ଡ୍ରାମା, ପ୍ରତାରଣା ଓ ମିଛର ଆଶ୍ରୟ ନେଇ ସରକାର ଲୋକଙ୍କୁ ସତ ଲୁଚାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାଇଥିବା ଦମ୍ପତ୍ତିଙ୍କୁ ମିଳିଲା ବିମାନ ଟିକେଟ୍‌

ଇନ୍ଦୋର, ୭।୯: ନିକଟରେ ଝାଡ଼ଖଣ୍ଡର ଜଣେ ବ୍ୟକ୍ତି ନିଜ ଗର୍ଭବତୀ ସ୍ତ୍ରୀର ପରୀକ୍ଷା ପାଇଁ ସ୍କୁଟିରେ ୧୨୦୦ କିମି ଯାତ୍ରା କରି ସାରା ଦେଶରେ ଖବରର...

ବ୍ୟଭିଚାର କ୍ଷେତ୍ରରେ ନିଜ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବେ ସଶସ୍ତ୍ର ବାହିନୀ…

ନୂଆଦିଲ୍ଲୀ,୩୧।୧ : ବ୍ୟଭିଚାର ଉପରେ ସୁପ୍ରିମକୋର୍ଟ ନିଜର ୨୦୧୮ର ରାୟ ସ୍ପଷ୍ଟ କରିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ବ୍ୟଭିଚାର ପାଇଁ ସଶସ୍ତ୍ର ବାହିନୀ ସେମାନଙ୍କ...

ୟୁପି, ବିହାର, ଓଡ଼ିଶାରେ ଏକାକୀ ଲଢୁ କଂଗ୍ରେସ

ନୂଆଦିଲ୍ଲୀ,୧୯।୪: କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସୋମବାର ଦଳର ଏକ ନିର୍ଦ୍ଦିଷ୍ଟ ଗ୍ରୁପ୍‌ର ବରିଷ୍ଠ ନେତାମାନଙ୍କୁ ଭେଟି ୨୦୨୪ ସାଧାରଣ ନିର୍ବାଚନ ଲାଗି ରଣନୀତିକାର ପ୍ରଶାନ୍ତ...

ସିଏନ୍‌ଜି, ପିଏନ୍‌ଜି ଶସ୍ତା ହେବ

ନୂଆଦିଲ୍ଲୀ, ୭ା୪: ପ୍ରାକୃତିକ ବାଷ୍ପ ଦାମ୍‌ ନିର୍ଦ୍ଧାରଣ ଲାଗି ସରକାର ଏକ ନୂଆ ପଦ୍ଧତିକୁ ଅନୁମୋଦନ କରିଛନ୍ତି। ଉକ୍ତ ପଦ୍ଧତି ଅନୁଯାୟୀ ପୁରୁଣା ଗ୍ୟାସ୍‌ ଫିଲ୍ଡରୁ...

ଖସିଲା ସେନସେକ୍ସ

ମୁମ୍ବାଇ,୧୧।୩: ଶୁକ୍ରବାର ଷ୍ଟକ ମାର୍କେଟ ଖୋଲିବା ମାତ୍ରେ ସେନସେକ୍ସ ହ୍ରାସ ପାଇଛି। ଗତ ତିନି ଦିନ ଧରି ବାଣିଜ୍ୟରେ କ୍ରମାଗତ ଅଭିବୃଦ୍ଧି ଉପରେ ବ୍ରେକ ଲାଗିଛି।...

ଦୈନିକ ସଂକ୍ରମଣରେ ସାମାନ୍ୟ ବ୍ରେକ୍‌, ୩ ରାଜ୍ୟରେ ସଙ୍କଟ…

ନୂଆଦିଲ୍ଲୀ, ୨୬।୭ : ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ...

ଶିବସେନା ନେତାଙ୍କୁ ହତ୍ୟା

ମୁମ୍ବାଇ,୧୭।୩(ପି.ଟି.):ମହାରାଷ୍ଟ୍ରର ଅହମଦନଗର ଜିଲାରେ ଶିବସେନାର ଜଣେ କାର୍ଯ୍ୟକର୍ତ୍ତାଙ୍କୁ ଗୁଳିକରି ହତ୍ୟା କରାଯାଇଛି। ଏହି ଘଟଣାରେ ପୋଲିସ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି। ରବିବାର...

ଲଦାଖ ଏମ୍‌ପି ସୋସିଆଲ ମିଡିଆ ଷ୍ଟାର:ଲୋକ ସଭାରେ ପ୍ରଭାବୀ ମତ ରଖି ପ୍ରଶଂସିତ

ନୂଆଦିଲ୍ଲୀ, ୯।୮:ଲୋକ ସଭାର ଶେଷ ବେଞ୍ଚରେ ବସୁଥିବା ଲଦାଖର ଯୁବ ଏମ୍‌ପି ଜାମ୍‌ୟାଙ୍ଗ ସେରିଙ୍ଗ ନମ୍ବୟାଲ୍‌ ରାତାରାତି ସୋସିଆଲ ମିଡିଆର ଷ୍ଟାର୍‌ ପାଲଟି ଯାଇଛନ୍ତି। ଏବେ...

Advertisement
Archives

Model This Week