Posted inଜାତୀୟ

ମୋଦି ସରକାରଙ୍କୁ ସୋନିଆଙ୍କ ଟାର୍ଗେଟ:ଆତଙ୍କର ପରିବେଶ ସୃଷ୍ଟି କରି ନ ଥିଲେ ରାଜୀବ

ନୂଆଦିଲ୍ଲୀ,୨୩ା୮(ପି.ଟି.):୧୯୮୪ ନିର୍ବାଚନରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ବୃହତ୍‌ ଜନାଦେଶ ପାଇ କ୍ଷମତାସୀନ ହୋଇଥିଲେ। ହେଲେ ସେ ତାକୁ ନେଇ କେବେ ଆତଙ୍କର ପରିବେଶ ସୃଷ୍ଟି କରି ନ ଥିଲେ। ରାଜୀବ କ୍ଷମତାର ଅପବ୍ୟବହାର କରି କେବେହେଲେ ଲୋକଙ୍କୁ ଭୟଭୀତ କରାଉ ନ ଥିଲେ କି କାହାକୁ ଧମକ ଦେଉ ନ ଥିଲେ। ଏପରି କି ତାଙ୍କ ଅମଳରେ କୌଣସି ସାମ୍ବିଧାନିକ ସଂସ୍ଥାକୁ ଧ୍ୱଂସ କରାଯାଇ ନ ଥିଲା ବୋଲି ଗୁରୁବାର କେନ୍ଦ୍ରର ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ।
ଗାନ୍ଧୀଙ୍କ ୭୫ତମ ଜୟନ୍ତୀ ପାଳନ ଅବସରରେ ନୂଆଦିଲ୍ଲୀର କେଡି ଯାଦବ ଇନ୍‌ଡୋର ଷ୍ଟାଡିୟମ୍‌ରେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ସୋନିଆ ଏଥିରେ ସମ୍ବୋଧିତ କରି କହିଥିଲେ, ଏବେ କଂଗ୍ରେସ କେତେକ କଠିନ ଚ୍ୟାଲେଞ୍ଜକୁ ସାମ୍ନା କରୁଥିଲେ ହେଁ ବିଭାଜନକାରୀ ଶକ୍ତିଗୁଡ଼ିକ ବିରୋଧରେ ଆଦର୍ଶଗତ ଲଢ଼େଇ ଜାରି ରଖିବା ଜରୁରୀ ହୋଇପଡ଼ିଛି ବୋଲି ସୋନିଆ କହିଛନ୍ତି। ଆଇଏନ୍‌ଏକ୍ସ ମିଡିଆ ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମଙ୍କୁ ଗିରଫ କରାଯାଇଥିବାବେଳେ ସିବିଆଇ ଏବଂ ଇଡିର ଅପବ୍ୟବହାର ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି। ବ୍ୟକ୍ତିଗତ ପ୍ରତିଶୋଧ ନେବା ପାଇଁ ଭାଜପା ନେତୃତ୍ୱାଧୀନ ଏନ୍‌ଡିଏ ସରକାର କେନ୍ଦ୍ରୀୟ ସଂସ୍ଥାଗୁଡ଼ିକର ଅପବ୍ୟବହାର କରୁଥିବା ଅଭିଯୋଗ ଆଣୁଥିବାବେଳେ ଦଳର ଅଧ୍ୟକ୍ଷା ସୋନିଆ ରାଜୀବ ଗାନ୍ଧୀଙ୍କ ଉଦାହରଣ ଦେଇ ପରୋକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଅନ୍ୟପକ୍ଷରେ ଶିରୋମଣି ଅକାଳୀ ଦଳ ସୋନିଆଙ୍କ ସମାଲୋଚନାର ଜବାବ ରଖିଛି। ରାଜୀବଙ୍କ ଶାସନ ଅମଳରେ ଲୋକଙ୍କୁ ହତ୍ୟା କରି ବିଜୟର ପୁରସ୍କାର ଦିଆଯାଇଥିଲା ବୋଲି ୧୯୮୪ ଶିଖ୍‌ ବିରୋଧୀ ଦଙ୍ଗା ବେଳର କଥା ମନେପକାଇ ଦେଇଛନ୍ତି ଅକାଳୀ ଦଳ ମୁଖପାତ୍ର ମନ୍‌ଜିନ୍ଦର ସିଂ ସିର୍ସା। ଶିଖ୍‌ମାନଙ୍କୁ ହତ୍ୟା କରିବା ପାଇଁ ଲୋକଙ୍କୁ ଉସୁକାଇଥିବା କଂଗ୍ରେସ ନେତା ସଜ୍ଜନ କୁମାର ଓ ଜଗଦୀଶ ଟାଇଟଲରଙ୍କ ବିରୋଧରେ କଂଗ୍ରେସ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିବା ସେ ସମାଲୋଚନା କରିଛନ୍ତି।
ଯେ, ୧୯୮୪ ଲୋକ ସଭା ନିର୍ବାଚନରେ କଂଗ୍ରେସ ୪୦୦ରୁ ଅଧିକ ଆସନରେ ବିଜୟୀ ହେବା ପରେ ରାଜୀବ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୧୯ ସାଧାରଣ ନିର୍ବାଚନରେ ଭାଜପା ୩୦୩ ଆସନ ଦଖଲ କରିଥିବାବେଳେ ନରେନ୍ଦ୍ର ମୋଦି ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ମିଶିଲେ କ୍ରିକେଟର୍‌ ଦୀନେଶ ମୋଙ୍ଗିଆ

ନୂଆଦିଲ୍ଲୀ,୨୮।୧୨: ପୂର୍ବତନ କ୍ରିକେଟର ଦୀନେଶ ମୋଙ୍ଗିଆ ମଙ୍ଗଳବାର ଦିଲ୍ଲୀରେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଛନ୍ତି। ଏହି ସମୟରେ ଦଳର ନେତାମାନେ ତାଙ୍କୁ ସ୍ବାଗତ କରିଥିଲେ।...

ଲୋକ ସଭା ନିର୍ବାଚନକୁ ନେଇ ଡୋର ଟୁ ଡୋର କ୍ୟାମ୍ପେନ ଆରମ୍ଭ କଲା କମଲ ହାସନଙ୍କ ପାର୍ଟି ଏମଏନଏମ

କୋୟମ୍ବାଟୁର,୨୮।୭: ଅଗାମୀ ଲୋକ ସଭା ନିର୍ବାଚନକୁ ନେଇ ଦେଶର ରାଷ୍ଟ୍ରୀୟ ଦଳ ସହ ଆଞ୍ଚଳିକ ଦଳ ଗୁଡିକ ମଧ୍ୟ ପ୍ରସ୍ତୁତି ଯୋରସୋରରେ ଆରମ୍ଭ କରି ଦେଇଛନ୍ତି।...

ଦଶହରା ରାଲି: ଉଦ୍ଧବଙ୍କୁ ଶିବାଜୀ ପାର୍କ-ଶିନ୍ଦେଙ୍କୁ ମିଳିପାରେ ବିକେସି ପଡ଼ିଆ…

ମୁମ୍ବାଇ, ୧୯।୯ : ମୁମ୍ବାଇରେ ଶିବସେନାମର ଦଶହରା ରାଲି ପାଇଁ ପରିସ୍ଥିତି ସମ୍ପୂର୍ଣ୍ଣ ରୂପେ ସ୍ପଷ୍ଟ ହୋଇନାହିଁ। କିନ୍ତୁ କୁହାଯାଉଛି ଯେ ଦଳର ମୁଖ୍ୟ ଉଦ୍ଧବ...

ବିମାନରେ ମହିଳାଙ୍କ ସହ ଅସଦାଚରଣ କରିଥିବା ଶଙ୍କର ମିଶ୍ରଙ୍କ ଚାକିରି ଗଲା

ନୂଆଦିଲ୍ଲୀ,୬।୧: ଗତବର୍ଷ ନଭେମ୍ବର୨୬ରେ ନ୍ୟୁୟର୍କରୁ ନୂଆଦିଲ୍ଲୀ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ନିଶାସକ୍ତ ଅବସ୍ଥାରେ ଜଣେ ମହିଳାଙ୍କ ଉପରେ ପରିସ୍ରା କରିଥିବା ଶଙ୍କର ମିଶ୍ରାଙ୍କ ଅଡ଼ୁଆ...

ପ୍ରତିଷ୍ଠିତ ବ୍ୟବସାୟୀ ପାଲୋଞ୍ଜୀ ମିସ୍ତ୍ରୀଙ୍କ ପରଲୋକ

ମୁମ୍ବାଇ,୨୮।୬: ଶାପୁରଜୀ ପାଲୋଞ୍ଜୀ ଗ୍ରୁପ୍‌ର ଚେୟାରମ୍ୟାନ ପାଲୋଞ୍ଜୀ ମିସ୍ତ୍ରୀଙ୍କ ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୯୩ ବର୍ଷ ହୋଇଥିଲା। ବୟସରେ ମୁମ୍ବାଇରେ ଦେହାନ୍ତ ହୋଇଛି।...

ଦିଦିଙ୍କ ପାଖକୁ ‘ଗେଟ୍‌ ଓ୍ବେଲ୍‌ ସୁନ୍‌’ କାର୍ଡ ପଠାଇବ ଭାଜପା

କୋଲକତା,୩।୬: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ କରାଯାଉଛି। ଗତ ସପ୍ତାହରେ ଜୟ ଶ୍ରୀରାମ କାର୍ଡକୁ ନେଇ ଚର୍ଚ୍ଚା ହେଉଥିବାବେଳେ...

ସିକିମ୍‌ରେ କଡ଼ା ଟକ୍କର:ଚାମଲିଂ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ ହେବା ଆଶା କ୍ଷୀଣ

ଗ୍ୟାଙ୍ଗଟକ୍‌,୨୪-୫:ସିକିମ୍‌ରେ ଚଳିତ ଥର ମଧ୍ୟ ମୁଖ୍ୟମନ୍ତ୍ରୀ ପଓ୍ବନ କୁମାର ଚାମଲିଂ ପୋକ୍‌ଲୋକ୍‌ କାମରାଙ୍ଗ ଆସନରୁ ବିଜୟୀ ହୋଇଛନ୍ତି। ଚାମଲିଂ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଏସ୍‌କେଏମ୍‌ର ଖର୍କା...

ଅନ୍‌ଲକ ୪.୦: କ’ଣ ଖୋଲିବ କ’ଣ ନାହିଁ

ନୂଆଦିଲ୍ଲୀ,୨୮।୮: କରୋନା ଭାଇରସ ପାଇଁ ଦେଶରେ ଲାଗୁ କରାଯାଇଥିବା ଲକ୍‌ଡାଉନ ପରେ ଏବେ ଚାଲିଛି ଅନ୍‌ଲକ ପ୍ରକ୍ରିୟା। ଏବେ ଆରମ୍ଭ ହେବାକୁ ଯାଉଛି ଅନ୍‌ଲକ ୪.୦।...

Advertisement
Archives

Model This Week