Advertisement
Posted inଜାତୀୟ

ମୋଦି-ଶାହ ଆଇନଜୀବୀଙ୍କ ଭଳି କଥା କହିବା ବନ୍ଦ କରନ୍ତୁ: ସିଙ୍ଘଓ୍ବୀ

ନୂଆଦିଲ୍ଲୀ,୨୫।୧୨: ସିଏଏ, ଏନ୍‌ଆର୍‌ସି ଏବଂ ଏନ୍‌ପିଆର୍‌ ନେଇ କଂଗ୍ରେସ ଭାଜପା କୁ ଘେରିବାରେ ଲାଗିଛି। ଏହି ମର୍ମରେ ବରିଷ୍ଠ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଓ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ସେ ଟୁଇଟ୍‌ କରି କହିଛନ୍ତି, ମୋଦି-ଶାହ ଏସବୁ ପ୍ରସଙ୍ଗରେ ଜଣେ ଜଣେ ଆଇନଜୀବୀ ଭଳି କଥା କହୁଛନ୍ତି। ସେମାନେ ଏଭଳି କଥା କହିବା ବନ୍ଦ କରନ୍ତୁ ବୋଲି ସେ କହିଛନ୍ତି। ମୋଦି ଏନ୍‌ଆର୍‌ସି ସମ୍ପର୍କରେ ସଂସଦ ଅବା କ୍ୟାବିନେଟ୍‌ରେ ଆଲୋଚନା ହୋଇ ନ ଥିବା କହିଥିବାବେଳେ ଏବେ ଶାହ ଏହାକୁ ସମଗ୍ର ଦେଶରେ ଲାଗୁ କରାଯିବ ବୋଲି କହୁଛନ୍ତି। ଦେଶର ବହୁ ରାଜ୍ୟ ଏନ୍‌ଆର୍‌ସି ଲାଗୁ କରିବାକୁ ଅମଙ୍ଗ ହେଉଛନ୍ତି। ସେସବୁ ରାଜ୍ୟ ମଧ୍ୟରେ ରାଜସ୍ଥାନ, ବିହାର, ପଶ୍ଚିମବଙ୍ଗ, କେରଳ, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼, ଆସାମ, ତେଲଙ୍ଗାନା ଏବଂ ଉତ୍ତରପୂର୍ବ ରାଜ୍ୟ ସାମିଲ୍‌ ଅଛନ୍ତି। ସେହିପରି କଂଗ୍ରେସ ସମେତ ଭାଜପାର ବହୁ ସହଯୋଗୀ ଦଳ ମଧ୍ୟ ଏଥିପାଇଁ ସହମତ ହେଉ ନ ଥିବା ସେ ଟୁଇଟ୍‌ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଭାରତୀୟ ଯବାନ ଶହୀଦ

ନୂଆଦିଲ୍ଲୀ,୨୧।୧: ପାକିସ୍ତାନ ପକ୍ଷରୁ ଗୁରୁବାର ପୁଣି ଅସ୍ତ୍ରବିରତି ନିୟମ ଉଲ୍ଲଂଘନ କରାଯାଇଛି। ଏଥିରେ ଭାରତର ଜଣେ ଯବାନ ଶହୀଦ ହୋଇଛନ୍ତି। ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲାରେ ଏହି...

ମଦ୍ୟପାନ କରି ବିବାହ କଲେ ୨ ଯୁବକ, ଆଉ ତା’ପରେ

ହାଇଦ୍ରାବାଦ,୧୧।୪:ତେଲେଙ୍ଗାନାରେ ଏକ ରୋଚକ ଘଟଣା ଘଟିଛି। ଏଠାରେ ଦୁଇଜଣ ମଦ୍ୟପ ଯୁବକ ଅଜବ କାଣ୍ଡ କରିଛନ୍ତି। ଯୁବକଦ୍ୱୟ ମଦ ନିଶାରେ ବିବାହ କରିବା ପରେ ୧୦...

ପୋଲିସ ଗୁଳିରେ ୩ ବର୍ଷ ମଧ୍ୟରେ ନିର୍ଦ୍ଦୋଷ ନାଗରିକଙ୍କ ମୃତ୍ୟୁ ଘଟିନି, ଉପରାଜ୍ୟପାଳଙ୍କ ସୂଚନା…

ଶ୍ରୀନଗର,୧।୮ : ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା କହିଛନ୍ତି ଯେ ଆତଙ୍କବାଦୀ ଇକୋ-ସିଷ୍ଟମକୁ ଅନେକାଂଶରେ ବିଲୋପ କରାଯାଇଛି। ଏ ସହିତ ସମଗ୍ର ଅଞ୍ଚଳରୁ ଆତଙ୍କବାଦକୁ ଦୂର...

ବିବାହ ପରେ ବି ପ୍ରେମରେ ପଡିଥିଲେ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ

ବଲିଉଡ୍‌ ପ୍ରେମ କାହାଣୀ ଯେତିକି ରୋଚକପୂର୍ଣ୍ଣ ଭାରତୀୟ ରାଜନେତାଙ୍କ ପ୍ରେମ କାହାଣୀ ମଧ୍ୟ ସେତିକି ରୋମାଞ୍ଚକର। ଏଠି ଅଧିକାଂଶ ନେତା ପ୍ରେମରେ ପଡି ଆସିଛନ୍ତି ଚର୍ଚ୍ଚାକୁ।...

ବାବା ଆମ୍‌ତେଙ୍କ ନାତୁଣୀଙ୍କ ଆତ୍ମହତ୍ୟା

ଚନ୍ଦ୍ରପୁର(ମହାରାଷ୍ଟ୍ର), ୩୦।୧୧-ବାବା ଆମ୍‌ତେଙ୍କ ନାତୁଣୀ ତଥା ଜଣାଶୁଣା ସାମାଜିକ କର୍ମୀ ଡ. ଶୀତଲ ଆମ୍‌ତେ-କରାଜ୍‌ଗୀ ସୋମବାର ସକାଳେ ସ୍ଥାନୀୟ ଆନନ୍ଦବନ ଆଶ୍ରମରେ ଆତ୍ମହତ୍ୟା କରିଛନ୍ତି। ସେ...

୧୮ ହଜାର ଦିଆସିଲି ଖୋଳରେ ତିଆରି ହେଲା ଗାନ୍ଧୀଜିଙ୍କ ପ୍ରତିମୂର୍ତ୍ତି

ଗାନ୍ଧିନଗର,୧୫।୭: ଗୁଜରାଟ ବଦୋଦରାରେ ଜଣେ ବ୍ୟକ୍ତି ପାଖାପାଖି ୧୮ ହଜାର ଅଦରକାରୀ ଦିଆସିଲି ଖୋଳରେ ମାହାତ୍ମା ଗାନ୍ଧୀଙ୍କ ଏକ ମୂର୍ତ୍ତି ତିଆରି କରିଥିବା କହିଛନ୍ତି। ଗାନ୍ଧୀଜିଙ୍କ...

ରାଷ୍ଟ୍ରପତି ମୁର୍ମୁଙ୍କୁ ନେଇ ଟିଏମ୍‌ସି ନେତା ଦେଇଥିବା ବିବାଦୀୟ ବୟାନ ଉପରେ କ୍ଷମା ମାଗିଲେ ମମତା

କୋଲକାତା,୧୪।୧୧: ଟିଏମ୍‌ସି ନେତା ତଥା ମନ୍ତ୍ରୀ ଅଖିଲ ଗିରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ...

କାଶୀରେ ଖୋଲିଲା ପ୍ରଥମ ଓ୍ବାଟର ବ୍ୟାଙ୍କ: ଖାତା ଖୋଲିବାକୁ ଆଧାର ବାଧ୍ୟତାମୂଳକ

ବାରଣାସୀ,୪।୮: ଉତ୍ତର ପ୍ରଦେଶ କାଶୀର ଅଧିକାଂଶ ଅଞ୍ଚଳରେ ଏବେବି ଶୁଦ୍ଧ ପାନୀୟ ଜଳ ସଙ୍କଟ ଲାଗି ରହିଛି। ଏହାକୁ ଦୃଷ୍ଟିରେ ରଖି ମୁସଲିମ ରାଷ୍ଟ୍ରୀୟ ମଞ୍ଚ...

Advertisement
Archives

Model This Week