ମୋଦିଙ୍କ ମନ୍ଦିର ତିଆରି କଲେ କୃଷକ

ତିରୁଚିରାପଲ୍ଲୀ,୨୬।୧୨: ତାମିଲନାଡୁ ତିରୁଚିରାପଲ୍ଲୀର ଜଣେ କୃଷକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦଙ୍କର ଏକ ମନ୍ଦିର ତିଆରି କରିଛନ୍ତି। ପି. ଶଙ୍କର(୫୦ ବର୍ଷ) ନାମକ ଉକ୍ତ କୃଷକ ଜଣଙ୍କ କୁହନ୍ତି ସେ ମୋଦିଙ୍କର ‘କିଷାନ ସମ୍ମାନନିଧି’ ସମେତ କୃଷକଙ୍କ ହିତ ଉଦ୍ଦେଶ୍ୟରେ ଯେତେ ଯୋଜନା ରହିଛି ସବୁଦ୍ୱାରା ସେ ବେଶ୍‌ ପ୍ରଭାବିତ। ତେଣୁ ସେ ମୋଦିଙ୍କର ଏହି ମନ୍ଦିର ନିର୍ମାଣ କରି ତାଙ୍କୁ ପୂଜା କରିବାକୁ ଇଚ୍ଛା ପ୍ରକାଶ କରିଛନ୍ତି। ତିରୁଚିରାପଲ୍ଲୀରୁ ପ୍ରାୟ ୬୩ କିଲୋମିଟର ଦୂର ଇରାକୁଡି ଗାଁରେ ଏହା ନିର୍ମାଣ କରାଯାଇଛି। ପି. ଶଙ୍କର ଏହି ମନ୍ଦିରକୁ ଗତ ସପ୍ତାହରେ ଉଦ୍‌ଘାଟନ କରିଛନ୍ତି। ଏହାପରଠାରୁ ସେ ପ୍ରତିଦିନ ଏଠାରେ ଆଳତି କରୁଛନ୍ତି। ୮ ବର୍ଗଫୁଟର ଏହି ମନ୍ଦିରରେ ଟାଇଲ ଲଗାଯାଇଥିବା ବେଳେ ଏଠାକୁ ଆସୁଥିବା ଲୋକମାନଙ୍କୁ ରଙ୍ଗୋଲି ମାଧ୍ୟମରେ ସ୍ବାଗତ କରାଯାଉଛି। ଏହି ମନ୍ଦିର ନିର୍ମାଣ ପାଇଁ ପ୍ରାୟ ୧.୨ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସେ କୁହନ୍ତି। ଏହି ମନ୍ଦିରରେ ମୋଦିଙ୍କର ଯେଉଁ ପ୍ରତିମା ଲଗାଯାଇଛି ସେଥିରେ ମୋଦିଙ୍କର ସବୁ ଷ୍ଟାଇଲ ପ୍ରତି ଧ୍ୟାନ ଦିଆଯାଇଛି। ବିଶେଷ କରି ତାଙ୍କ ଦାଢି ଓ ମୁଣ୍ଡବାଳକୁ ଅବିକଳକରି କରିବାକୁ ଚେଷ୍ଟା କରାଯାଇଛି। ସେହିପରି ମୂର୍ତ୍ତିର ଦୁଇ ପଟରେ ପାରମ୍ପରିକ ଦୀପ ଜଳାଇ ଦିଆଯାଇଛି। ପି. ଶଙ୍କର ମୋଦିଙ୍କୁ ‘ଅୟା’ ବା ‘ସାର୍‌’ ବୋଲି ସମ୍ବୋଧନ କରୁଛନ୍ତି। ଶଙ୍କର ପ୍ରାୟ ୮ ମାସ ତଳୁ ମନ୍ଦିରର ନିର୍ମାଣ କାର୍ଯ୍ୟ ସାରିବାକୁ ଚାହୁଁଥିବା ବେଳେ ଅର୍ଥାଭାବରୁ ଏହା ବିଳମ୍ବ ହୋଇଥିବା ସେ କହିଛନ୍ତି। କାହିଁକି ସେ ଏହି ନିର୍ମାଣ କରିଛନ୍ତି ବୋଲି ପ୍ରଶ୍ନ କରିବାରୁ ସେ କହିଛନ୍ତି ମୋଦିଙ୍କ ବ୍ୟକ୍ତିତ୍ୱ ତାଙ୍କୁ ବହୁତ ଭଲ ଲାଗେ। ଆଉ ମୋଦିଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କିଷାନ ସମ୍ମାନନିଧି ଯୋଜନାରେ ତାଙ୍କୁ ୨ ହଜାର ଟଙ୍କା ମିଳିବା, ଉଜ୍ୱଳା ଯୋଜନାରେ ରୋଷେଇ ଗ୍ୟାସ, ଘରେ ଶୌଚାଳୟ କେବଳ ମୋଦିଙ୍କ ଯୋଗୁ ମିଳିଛି ବୋଲି ସେ କହିଛନ୍ତି। ତେବେ ତିରୁଚିରାପଲ୍ଲୀର ଭାରତୀୟ ଜନତା ପାର୍ଟି(ଭାଜପା) ପ୍ରଭାରୀଙ୍କୁ ଶଙ୍କରଙ୍କ ବିଷୟରେ ପଚରା ଯିବାରୁ ସେ କହିଛନ୍ତି ଶଙ୍କର ପୂର୍ବରୁ ଭାଜପାର ସଦସ୍ୟ ନ ଥିଲେ। ଏହି ମନ୍ଦିର ନିର୍ମାଣ କରିଥିବା ଖବର ପାଇବା ପରେ ତାଙ୍କୁ ଭାଜପାର ସଦସ୍ୟତା ଦିଆଯିବାରୁ ସେ ଏହାକୁ ଗ୍ରହଣ କରିଛନ୍ତି। ବେଶ୍‌ କିଛି ବର୍ଷ ଗଲ୍ଫ କଣ୍ଟ୍ରିରେ କାମ କରିବା ପରେ ସେ ଗାଁକୁ ଆସି କିଛି ଜମି କିଣିଛନ୍ତି ବୋଲି କୁହନ୍ତି। ସେ ମୋଦିଙ୍କ ସହ ସାକ୍ଷାତ୍‌ କରିବାକୁ ମଧ୍ୟ ଇଚ୍ଛା ପ୍ରକାଶ କରିଛନ୍ତି। ନିକଟରେ ମୋଦି ସି ଜିନପିଙ୍ଗଙ୍କ ସହ ସାକ୍ଷାତ୍‌ କରିବାକୁ ମମଲ୍ଲାପୁରମ ଯାଇଥିବା ବେଳେ ଶଙ୍କର ସେଠାକୁ ଯାଇଥିଲେ ହେଲେ ମୋଦିଙ୍କ ସହ ଦେଖା ହୋଇ ପାରି ନ ଥିଲା। ହେଲେ ଏପର୍ଯ୍ୟନ୍ତ ସେ ତାଙ୍କର ଫଟୋଦେଖି ଖୁସି ଅଛନ୍ତି ବୋଲି କୁହନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Budh Uday: ୨୫ ଜୁଲାଇ ପରେ ୫ ରାଶିଙ୍କ ବିଜନେସ୍-କ୍ୟାରିୟରରେ ହେବ ବଡ଼ ଉନ୍ନତି; ଭାଗ୍ୟବାନ ରାଶି…

୨୫ ଜୁଲାଇ, ୨୦୨୬ରେ ବୁଧ ନିଜ ରାଶି ମିଥୁନ ରାଶିରେ ଉଦୟ ହେବ, ଯାହା ଅନେକ ରାଶି ପାଇଁ ସେମାନଙ୍କ କ୍ୟାରିଅର ଏବଂ ବ୍ୟବସାୟରେ ଲାଭ ଆଣିପାରେ।…

୧୩ ପ୍ରସ୍ତାବକୁ କ୍ୟାବିନେଟ୍‌ ମଞ୍ଜୁରୀ: ଜାଣନ୍ତୁ କାହା ଉପରେ ବାଜିଲା ମୋହର

ଭୁବନେଶ୍ୱର, ୧୩।୭: ରାଜ୍ୟ କ୍ୟାବିନେଟ୍‌ ବୈଠକରେ ୭ଟି ବିଭାଗର ମୋଟ ୧୩ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ଅନୁମୋଦନ ମିଳିଛି। କ୍ୟାବିନେଟ୍‌ ବୈଠକ ପରେ ମୁଖ୍ୟ ସଚିବ ଅନୁ ଗର୍ଗ…

ସେମିଫାଇନାଲରେ ଡାର୍କ ବ୍ଲ୍ୟୁ ଜର୍ସି ପିନ୍ଧିବାକୁ ଫିଫାକୁ କାହିଁକି ଅନୁରୋଧ କଲା ଆର୍ଜେଣ୍ଟିନା, ଜାଣନ୍ତୁ…

ମାୟାମି,୧୪ା୭: ଚଳିତ ଫିଫା ବିଶ୍ୱକପ୍‌ରେ ବୁଧବାର ଦ୍ୱିତୀୟ ସେମିଫାଇନାଲରେ ଡିଫେଣ୍ଡିଂ ଚାମ୍ପିୟନ ଆର୍ଜେଣ୍ଟିନା ଓ ଇଂଲଣ୍ଡ ପରସ୍ପରକୁ ଭେଟିବାକୁ ଯାଉଛନ୍ତି। ଏହି ହାଇ ପ୍ରୋଫାଇଲ ମୁକାବିଲା ପାଇଁ…

ଟ୍ରେନରେ ଯିବେ ବରଯାତ୍ରୀ! ବୁକ୍ କରିପାରିବେ ପୂରା କୋଚ୍ କିମ୍ବା ସ୍ପେଶାଲ ଟ୍ରେନ୍: ଜାଣନ୍ତୁ କେମିତି ଓ କେତେ ଖର୍ଚ୍ଚ ହେବ…

ନୂଆଦିଲ୍ଲୀ,୧୪ା୭: ବିବାହ ଋତୁ ହେଉ, କୌଣସି ଧାର୍ମିକ ଯାତ୍ରାରେ ଶତାଧିକ ଲୋକଙ୍କୁ ଏକାଠି ଯିବାର ଥାଉ କିମ୍ବା କୌଣସି ସଂସ୍ଥାର ଏକ ବଡ଼ ଟିମ୍‌କୁ ଗୋଟିଏ ଟ୍ରେନରେ…

ମ୍ୟାଲେରିଆରେ ଚାଲିଗଲା ଆଶ୍ରମ ସ୍କୁଲ ଛାତ୍ରଙ୍କ ଜୀବନ, ଚିନ୍ତାରେ ପ୍ରଶାସନ

ରାୟଗଡ଼ା,୧୪।୭(କୈଳାଶ ଚନ୍ଦ୍ର ପୃଷ୍ଟି): ରାୟଗଡ଼ା ଜିଲାରେ ମ୍ୟାଲେରିଆ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ବିଶେଷକରି ଅନୁସୂଚିତ ଜାତି ଓ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ଆଶ୍ରମ…

ଆସିଲା ବଡ଼ ଖବର, ଏଟିଏମ୍‌ ସାମ୍ନାରେ ପୁଣି ଲାଗିପାରେ ଲମ୍ବା ଲାଇନ୍! ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ,୧୪ା୭: ଉତ୍ତର ପ୍ରଦେଶ, ଦିଲ୍ଲୀ ଏବଂ ହରିୟାଣା ସମେତ ଦେଶର ଅନେକ ରାଜ୍ୟରେ ATM କ୍ୟାସ୍ ରିଫିଲ୍ କର୍ମଚାରୀମାନେ ଧର୍ମଘଟ ଆରମ୍ଭ କରିଛନ୍ତି। ଏହି ଧର୍ମଘଟ କାହିଁକି…

ଘର ବାରଣ୍ଡାରେ ଶୋଇଥିବା ଦେଖି ମହିଳାଙ୍କୁ ବଳାତ୍କାର ଉଦ୍ୟମ, ପାଟି କରିବାରୁ ମାରିଥିଲେ ଚମ୍ପଟ , ଆଉ ଏବେ…

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁର ଜଣେ ୫୨ ବର୍ଷୀୟା ମହିଳାଙ୍କୁ ବଳାତ୍କାର ଉଦ୍ୟମ ପରେ ତଣ୍ଟି ଚିପି ହତ୍ୟା…

ବଙ୍ଗୋପସାଗରରେ ବଡ଼ ହଲଚଲ: ୨ ଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା, ୩ ଜିଲ୍ଲାକୁ ରେଡ୍ ଆଲର୍ଟ

ନୂଆଦିଲ୍ଲୀ,୧୪ା୭: ପାଣିପାଗକୁ ନେଇ ବଡ଼ ଅପଡେଟ୍‌ । ରାଜ୍ୟରେ ବର୍ଷାର ପ୍ରକୋପ ଆହୁରି ବଢ଼ିବାକୁ ଯାଉଛି । ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଉତ୍ତର ଉପକୂଳ ଓଡ଼ିଶା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri