Posted inଖେଳ

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ହିମା

ନୂଆଦିଲ୍ଲୀ,୨୨।୭- ଚଳିତ ମାସରେ ଗୋଟିଏ ପରେ ଗୋଟିଏ ସ୍ବର୍ଣ୍ଣିମ ସଫଳତା ପାଇ ଚାଲିଥିବା ଭାରତୀୟ ସ୍ପ୍ରିଣ୍ଟର ହିମା ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ହିମା ଚଳିତ ମାସରେ ୫ମ ସ୍ବର୍ଣ୍ଣ ଜିତିବା ପରେ ରବିବାର ପ୍ରଧାନମନ୍ତ୍ରୀ ମୋଦି ଟୁଇଟର ଜରିଆରେ ଶୁଭେଚ୍ଛା ଜଣାଇଥିଲେ। ହିମା ତୁମ ପାଇଁ ଭାରତ ଗର୍ବିତ। କିଛିଦିନ ମଧ୍ୟରେ ବିଭିନ୍ନ ଟୁର୍ନାମେଣ୍ଟରେ ୫ମ ସ୍ବର୍ଣ୍ଣ ଜିତି ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛ। ଏଥିନେଇ ତମକୁ ଶୁଭେଚ୍ଛା ବୋଲି ମୋଦି ଟୁଇଟ୍‌ କରିଥିଲେ। ଏହାର ପ୍ରତିକ୍ରିୟାରେ ଶୁଭକାମନା ଲାଗି ମୋଦିଙ୍କୁ ଧନ୍ୟବାଦ। ମୁଁ ଆହୁରି କଠିନ ପରିଶ୍ରମ କରିବି ଓ ଦେଶ ପାଇଁ ଆହୁରି ପଦକ ଆଣିବି ବୋଲି ହିମା କହିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ଭେଟେରାନ ବଲିଉଡ୍‌ ଅଭିନେତା ଅମିତାଭ ବଚନ, ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସୋନମ କପୁର ମଧ୍ୟ ୩ ସପ୍ତାହ ମଧ୍ୟରେ ୫ ପଦକ ଜିତିଥିବା ହିମାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗତ ୨୦ ତାରିଖରେ ଚେକ୍‌ ଗଣତନ୍ତ୍ରଠାରେ ହିମା ୫ମ ସ୍ବର୍ଣ୍ଣ ଜିତିଥିଲେ। ସେ ୪୦୦ ମିଟର ଦୌଡ଼କୁ ୫୨.୪୯ ସେକେଣ୍ଡରେ ଶେଷ କରିଥିଲେ। ୧୭ ତାରିଖରେ ତାବୋର ଆଥ୍‌ଲେଟିକ୍ସ ପ୍ରତିଯୋଗିତାର ୨୦୦ ମି. ଇଭେଣ୍ଟରେ ୪ର୍ଥ ସ୍ବର୍ଣ୍ଣ ଜିତିଥିବାବେଳେ ୧୩ ତାରିଖରେ କ୍ଲାଡ୍‌ନୋ ଆଥ୍‌ଲେଟିକ୍ସରେ ସମାନ ଇଭେଣ୍ଟରେ ୩ୟ ଶୀର୍ଷ ସଫଳତା ପାଇଥିଲେ। ଚଳିତ ମାସର ୨ ଓ ୮ ତାରିଖରେ ପୋଲାଣ୍ଡର ଦୁଇଟି ପ୍ରତିଯୋଗିତାରେ ସେ ପ୍ରଥମ ଦୁଇ ସ୍ବର୍ଣ୍ଣପଦକ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନାଲ ପାର ହୋଇ ମୃତଦେହ ଦାହ ପ୍ରସଙ୍ଗ, ଗାଁରେ ପହଞ୍ଚିଲା କଂଗ୍ରେସ ଟିମ୍‌

ଗଞ୍ଜାମ,୧୭ା୮(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁମା ପଞ୍ଚାୟତ ବାଉଁଶିଆପଡା ଗ୍ରାମ ଶ୍ମଶାନକୁ ରାସ୍ତା ନ ଥିବାରୁ ଲୋକେ ମୃତଦେହ ଦାହ ପାଇଁ…

ଭାରତ-ଆମେରିକା ମଧ୍ୟରେ ବଡ଼ ଡିଲ୍‌: ଟେନ୍‌ସନ୍‌ରେ ଚାଇନା

ନୂଆଦିଲ୍ଲୀ,୧୭।୮:ଇରାନ ସହିତ ସଂଘର୍ଷ ମଧ୍ୟରେ ଭାରତ ପୁଣି ଥରେ ଦୁଇଟି MQ-9 ସି ଗାର୍ଡିଆନ ଡ୍ରୋନ ଲିଜ କରିବା ପାଇଁ ଆମେରିକା ସହିତ ଏକ ଚୁକ୍ତି ସ୍ବାକ୍ଷର…

ଦୁର୍ଘଟଣାରେ ଚାଲିଗଲା ଯୁବକଙ୍କ ଜୀବନ, କ୍ଷତିପୂରଣ ଦାବିରେ ତେଜିଲା ଆନ୍ଦୋଳନ

ପୁରୁଷୋତ୍ତମପୁର,୧୭ା୮(ସବିତା ମିଶ୍ର): ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବ୍ରହ୍ମପୁର-ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ବାଇଧର ମନ୍ଦିର ନିକଟରେ ସୋମବାର ସନ୍ଧ୍ୟାରେ ଏକ ଡାଲାଗାଡି ଧକ୍କାରେ ଯୁବକଙ୍କ ମୃତ୍ୟୁ ଘଟିଛି। ସେ…

ଇତିହାସ ରଚିଲେ ରବୀନ୍ଦ୍ର ଜାଡେଜା, ଏପରି କରିବାରେ ହେଲେ ଦ୍ୱିତୀୟ ଭାରତୀୟ

ନୂଆଦିଲ୍ଲୀ, ୧୭।୮: ଶ୍ରୀଲଙ୍କା ବିପକ୍ଷରେ ଗଲ୍‌ରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଭାରତୀୟ ସ୍ପିନ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜ ନାମରେ ଏକ ବଡ଼ ରେକର୍ଡ କରିଛନ୍ତି।…

ଭାରତୀୟ ମଜଦୁର ସଂଘର ଦେଶ ବ୍ୟାପୀ ପ୍ରତିବାଦ

ଛତ୍ରପୁର,୧୭।୮(ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ରାଞ୍ଚିଠାରେ ହୋଇଥିବା ୧୬୧ତମ କେନ୍ଦ୍ରୀୟ କାର୍ଯ୍ୟ ସମିତିର ନିଷ୍ପତ୍ତି କ୍ରମେ ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ) ପକ୍ଷରୁ ସୋମବାର ସ୍ଥାନୀୟ ଜିଲାପାଳ କାର୍ଯ୍ୟାଳୟ ସମ୍ମୁଖରେ…

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଜିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡିରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ ଚାଷୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri