Posted inଖେଳ

ମୋଦିଙ୍କୁ ଧନ୍ୟବାଦ ଜଣାଇଲେ ହିମା

ନୂଆଦିଲ୍ଲୀ,୨୨।୭- ଚଳିତ ମାସରେ ଗୋଟିଏ ପରେ ଗୋଟିଏ ସ୍ବର୍ଣ୍ଣିମ ସଫଳତା ପାଇ ଚାଲିଥିବା ଭାରତୀୟ ସ୍ପ୍ରିଣ୍ଟର ହିମା ଦାସ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ ଜଣାଇଛନ୍ତି। ନିକଟରେ ହିମା ଚଳିତ ମାସରେ ୫ମ ସ୍ବର୍ଣ୍ଣ ଜିତିବା ପରେ ରବିବାର ପ୍ରଧାନମନ୍ତ୍ରୀ ମୋଦି ଟୁଇଟର ଜରିଆରେ ଶୁଭେଚ୍ଛା ଜଣାଇଥିଲେ। ହିମା ତୁମ ପାଇଁ ଭାରତ ଗର୍ବିତ। କିଛିଦିନ ମଧ୍ୟରେ ବିଭିନ୍ନ ଟୁର୍ନାମେଣ୍ଟରେ ୫ମ ସ୍ବର୍ଣ୍ଣ ଜିତି ପ୍ରତ୍ୟେକଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛ। ଏଥିନେଇ ତମକୁ ଶୁଭେଚ୍ଛା ବୋଲି ମୋଦି ଟୁଇଟ୍‌ କରିଥିଲେ। ଏହାର ପ୍ରତିକ୍ରିୟାରେ ଶୁଭକାମନା ଲାଗି ମୋଦିଙ୍କୁ ଧନ୍ୟବାଦ। ମୁଁ ଆହୁରି କଠିନ ପରିଶ୍ରମ କରିବି ଓ ଦେଶ ପାଇଁ ଆହୁରି ପଦକ ଆଣିବି ବୋଲି ହିମା କହିଛନ୍ତି। ପୂର୍ବରୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ, କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକର, ଭେଟେରାନ ବଲିଉଡ୍‌ ଅଭିନେତା ଅମିତାଭ ବଚନ, ଅଭିନେତ୍ରୀ ଅନୁଷ୍କା ଶର୍ମା ଓ ସୋନମ କପୁର ମଧ୍ୟ ୩ ସପ୍ତାହ ମଧ୍ୟରେ ୫ ପଦକ ଜିତିଥିବା ହିମାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଗତ ୨୦ ତାରିଖରେ ଚେକ୍‌ ଗଣତନ୍ତ୍ରଠାରେ ହିମା ୫ମ ସ୍ବର୍ଣ୍ଣ ଜିତିଥିଲେ। ସେ ୪୦୦ ମିଟର ଦୌଡ଼କୁ ୫୨.୪୯ ସେକେଣ୍ଡରେ ଶେଷ କରିଥିଲେ। ୧୭ ତାରିଖରେ ତାବୋର ଆଥ୍‌ଲେଟିକ୍ସ ପ୍ରତିଯୋଗିତାର ୨୦୦ ମି. ଇଭେଣ୍ଟରେ ୪ର୍ଥ ସ୍ବର୍ଣ୍ଣ ଜିତିଥିବାବେଳେ ୧୩ ତାରିଖରେ କ୍ଲାଡ୍‌ନୋ ଆଥ୍‌ଲେଟିକ୍ସରେ ସମାନ ଇଭେଣ୍ଟରେ ୩ୟ ଶୀର୍ଷ ସଫଳତା ପାଇଥିଲେ। ଚଳିତ ମାସର ୨ ଓ ୮ ତାରିଖରେ ପୋଲାଣ୍ଡର ଦୁଇଟି ପ୍ରତିଯୋଗିତାରେ ସେ ପ୍ରଥମ ଦୁଇ ସ୍ବର୍ଣ୍ଣପଦକ ହାତେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସେମିଫାଇନାଲରୁ ଓହରିଲେ ସେରେନା

ମେଲବୋର୍ନ, ୬ା୨ (ଏପି)-ସେରେନା ଓ୍ବିଲିୟମ୍ସ ଅଷ୍ଟ୍ରେଲିଆନ ଓପନ ଟ୍ୟୁନ୍‌ ଅପ୍‌୍‌ ଟୁର୍ନାମେଣ୍ଟ ସେମିଫାଇନାଲରୁ ଓହରିଯାଇଛନ୍ତି। ଡାହାଣ କାନ୍ଧରେ ଯନ୍ତ୍ରଣା ଅନୁଭବ କରୁଥିବାରୁ ସେ ଏହି ନିଷ୍ପତ୍ତି...

ବାୟୋ ବବଲ ଅଧିକ ସୁରକ୍ଷିତ : ଏମ୍‌ଆଇ ଖେଳାଳି

ମୁମ୍ବାଇ,୨୬।୪ : ଅଷ୍ଟ୍ରେଲିଆର ୩ ଖେଳାଳି ଭାରତରେ ବଢ଼ୁଥିବା ସଂକ୍ରମଣ ହାର ଭୟରେ ଆଇପିଏଲରୁ ଓହରି ଯାଇଛନ୍ତି। କିନ୍ତୁ ବର୍ତ୍ତମାନ ଘରକୁ ଫେରିବାଠାରୁ ବାୟୋ ବବଲରେ...

ଟି୨୦ ସିରିଜ ଜିତିଲା ଇଂଲଣ୍ଡ; ଦକ୍ଷିଣ ଆଫ୍ରିକା ୫ ଉଇକେଟରେ ପରାସ୍ତ

ସେଞ୍ଚୁରିଆନ,୧୭।୨- ସ୍ଥାନୀୟ ସୁପର ସ୍ପୋଟର୍‌ସ ପାର୍କ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଇଂଲଣ୍ଡ ୫ଟି ବଲ ବାକି ରଖି ଘରୋଇ...

ସମସ୍ତଙ୍କୁ ଦାୟିତ୍ୱ ନେବାକୁ ପଡ଼ିବ: ସଚିନ

ନୂଆଦିଲ୍ଲୀ, ୨୩।୫(ପି.ଟି.)- କ୍ରିକେଟ ବିଶ୍ୱକପ କ୍ରମେ ପାଖେଇ ଆସିଥିବାବେଳେ ଭାରତର ସମ୍ଭାବନାକୁ ନେଇ ମତ ରଖିଛନ୍ତି ପୂର୍ବତନ ଅଧିନାୟକ ସଚିନ ତେନ୍ଦୁଲକର। ବିରାଟ କୋହଲିଙ୍କ ଦକ୍ଷତାକୁ...

ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ

ଚେନ୍ନାଇ, ୨୦।୪: ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା। ଏଠାକାର ପିଚ୍‌ରେ ଦ୍ୱିତୀୟ ଇନିଂସରେ ବ୍ୟାଟିଂ...

ଅବସରରୁ ପ୍ରତ୍ୟାବର୍ତ୍ତନ ପାଇଁ ବିସିସିଆଇକୁ ଚିଠି ଲେଖିଲେ ଯୁବି

ନୂଆଦିଲ୍ଲୀ,୯।୯(ପି.ଟି.): ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ମହାନ ଅଲରାଉଣ୍ଡର ଯୁବରାଜ ସିଂ ଅବସରରୁ ପ୍ରତ୍ୟାବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ସେ ଭାରତୀୟ କ୍ରିକେଟ...

ରୋହିତ ଶର୍ମାଙ୍କ ସମର୍ଥନରେ ବାହାରିଲେ ହରଭଜନ

ନୂଆଦିଲ୍ଲୀ,୧୧।୭: ଭାରତୀୟ ମହାନ ଅଧିନାୟକ ସୁନୀଲ ଗାଭାସ୍କରଙ୍କ ସମେତ  ପୂର୍ବତନ କ୍ରିକେଟର ରୋହିତ ଶର୍ମାଙ୍କ ଅଧିନାୟକତ୍ୱକୁ ସମାଲୋଚନା କରିଛନ୍ତି। କିନ୍ତୁ ପୂର୍ବତନ ଭାରତୀୟ ସ୍ପିନର ହରଭଜନ...

କେକେଆର୍‌ର କ୍ଲାସିକାଲ ବୋଲିଂ, ୧୨୭ରେ ଅଟକିଲା ଦିଲ୍ଲୀ

ଶାରଜା,୨୮।୯: ଶାରଜା ଷ୍ଟାଡିୟମରେ ମଙ୍ଗଳବାର ଅପରାହ୍ନରେ ଖେଳାଯାଇଥିବା ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)କୁ ୧୨୭ ରନ୍‌ରେ ରୋକି ଦେଇଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)। ଦଳୀୟ...

Advertisement
Archives

Model This Week