ମୋଟା ଲୋକଙ୍କ ମାନସିକ, ଶାରୀରିକ ସମସ୍ୟା ବଢ଼ାଇଛି କରୋନା

ନ୍ୟୁୟର୍କ,୧୫ା୬: ମହାମାରୀ କରୋନା ମେଦବହୁଳ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। କାରଣ ସେମାନେ ନିଜ ଓଜନ ଏବଂ ମାନସିକ ସ୍ବାସ୍ଥ୍ୟ ପରିଚାଳନା ପାଇଁ ସଂଘର୍ଷ କରୁଛନ୍ତି। ମେଦବହୁଳ ରୋଗୀଙ୍କ ସ୍ବାସ୍ଥ୍ୟଗତ ଆଚରଣକୁ କରୋନା କିଭଳି ପ୍ରଭାବିତ କରିଛି ସେନେଇ ଗବେଷକମାନଙ୍କ ଏକ ଅଧ୍ୟୟନ ରିସର୍ଚ୍ଚ ଜର୍ନାଲ ‘କ୍ଲିନିକାଲ ଓବେଷ୍ଟି’ରେ ପ୍ରକାଶ ପାଇଛି। ଓଜନ ବୃଦ୍ଧି ରୋକିବାକୁ ଉଦ୍ୟମ ଚଳାଇଥିବା ୧୨୩ ଜଣ ମେଦବହୁଳ ରୋଗୀଙ୍କୁ ଗତ ଏପ୍ରିଲ ୧୫ରୁ ମେ ୩୧ ମଧ୍ୟରେ ଅନ୍‌ଲାଇନରେ କେତେକ ପ୍ରଶ୍ନ ପଚରାଯାଇଥିଲା। ସେମାନଙ୍କ ହାରାହାରି ବୟସ ୫୧ ବର୍ଷ ହୋଇଥିବାବେଳେ ପ୍ରାୟ ୮୭% ମହିଳା ଥିଲେ। ଏହି ସର୍ଭେର ଫଳାଫଳକୁ ଗବେଷକମାନେ ବିଶ୍ଳେଷଣ କରି ସମ୍ପୃକ୍ତ ରୋଗୀମାନଙ୍କ ଶାରୀରିକ ଏବଂ ମାନସିକ ସ୍ଥିତି ଜାଣିବାକୁ ପାଇଥିଲେ। ସେଥିରୁ ପ୍ରାୟ ୭୦% ବ୍ୟକ୍ତି ସେମାନଙ୍କ ଓଜନ ହ୍ରାସ ଲକ୍ଷ୍ୟ ହାସଲ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ୪୮% ବ୍ୟକ୍ତି କମ୍‌ ସମୟ ପାଇଁ ବ୍ୟାୟାମ କରିବାକୁ ସୁଯୋଗ ପାଇଥିଲେ। ସେହିପରି ପ୍ରାୟ ୫୬% ହାଲୁକା ବ୍ୟାୟାମ କରିଥିଲେ। ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରାୟ ୭୩% ରୋଗୀଙ୍କ ଚିନ୍ତା ବଢ଼ିଥିବା ବେଳେ ପାଖାପାଖି ୮୪% ଲୋକଙ୍କ ବିଷାଦ ବୃଦ୍ଧି ପାଇଥିଲା।
ଏହି ପରୀକ୍ଷଣ ସମୟରେ ଦେଖିବାକୁ ମିଳିଥିଲା ଯେ, ଯେଉଁମାନେ ଅତ୍ୟଧିକ ଓଜନ କମ୍‌ କରିବାକୁ ସଂଘର୍ଷ କରୁଥିଲେ ସେମାନଙ୍କ ଖାଦ୍ୟ ଅଭ୍ୟାସ ଗୁରୁତର ପ୍ରଭାବିତ ହୋଇଥିଲା। ଅଧା ରୋଗୀଙ୍କ ଖାଦ୍ୟ ବୃଦ୍ଧି ପାଇବା ଏବଂ ମାନସିକ ଉତ୍ତେଜନା ସୃଷ୍ଟିକାରୀ ଭୋଜନ ୬୧% ବଢ଼ିଥିଲା ବୋଲି ଅଧ୍ୟୟନକାରୀ ଜେଇମ୍‌ ଆଲ୍‌ମାଣ୍ଡୋଜ କହିଛନ୍ତି।
ମେଡିକାଲ ଜର୍ନାଲ ‘ଦ ବିଏମ୍‌ଜି’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗୁରୁତର କରୋନା ମାମଲାଗୁଡ଼ିକର ପ୍ରମୁଖ କାରଣ ହେଉଛି ବୟସ, ମେଦବହୁଳତା ଏବଂ ଅନ୍ତର୍ନିହିତ ରୋଗ, ଯାହା ସାଂଘାତିକ ହୋଇପାରେ। ମେଦବହୁଳ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥାଏ ଅନେକ ଅନ୍ତର୍ନିହିତ ରୋଗ। ତେଣୁ ସେମାନେ କରୋନା ସଂକ୍ରମିତ ହେଲେ ସେମାନଙ୍କ ଜୀବନ ପ୍ରତି ବିପଦ ଅଧିକ। ଏହି ବ୍ୟକ୍ତିମାନେ ଶାରୀରିକ ଓ ମାନସିକ ସ୍ତରରେ ସଂଘର୍ଷ ଚଳାଇଥିବାବେଳେ ସାମାଜିକ ଦୂରତା ଏଥିରେ ଯୋଡ଼ି ହୋଇଯାଇଛି। ଅଧ୍ୟୟନକାରୀ ଆଲ୍‌ମାଣ୍ଡୋଜ କହିଛନ୍ତି ଯେ, ସାମାଜିକ ଦୂରତା ଭଳି ବାଧା ଦ୍ୱାରା ଚାକିରି ଏବଂ ବୀମା କଭରେଜ ହରାଇବାକୁ ପଡ଼ୁଥିବାରୁ ଏକ ସମ୍ଭାବ୍ୟ ବିପର୍ଯ୍ୟୟ ଅପେକ୍ଷା କରି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାକ୍ସ ପିକ୍‌ଅପ୍ ସହ ବାଇକ୍‌ର ମୁହାଁମୁହିଁ ଧକ୍କା: ଦୁଇ ଯୁବକ ଗୁରୁତର

ମୋହନା,୧୦।୭(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବୁଲଡାପଙ୍କା ଗାଁ ନିକଟ ବୁଲାଣି ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଯୁବକ ଗୁରୁତର …

କଲେଜରେ ବନ ମହୋତ୍ସବ ପାଳିତ: ୧୦୦ ଔଷଧୀୟ ବୃକ୍ଷର ଚାରାରୋପଣ, ସାମିଲ ହେଲେ ଛାତ୍ରୀଛାତ୍ର

ଗଞ୍ଜାମ , ୧୦।୭(ବିଦ୍ୟାଧର ସାହୁ): ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନା (ଏନଏସଏସ) ୟୁନିଟ୍‌ର ଆନୁକୂଲ୍ୟରେ ଶୁକ୍ରବାର ବନ ମହୋତ୍ସବ ଶୁକ୍ରବାର ପାଳିତ ହୋଇଯାଇଛିl ଏହି ଅବସରରେ…

ଟ୍ରେଲର୍‌କୁ ପଛପଟୁ ଧକ୍କା ଦେଲା ଘରୋଇ ବସ୍‌; ୫ରୁ ଅଧିକ ଯାତ୍ରୀ ଆହତ

ଚୌଦ୍ୱାର, ୮।୭:  କଟକ ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ନିର୍ଗୁଣ୍ଡି ନିକଟ ଜାତୀୟ ରାଜପଥ–୧୬ରେ ମଙ୍ଗଳବାର ଏକ ସଡ଼କ ଦୁର୍ଘଟଣାରେ ଘରୋଇ ଯାତ୍ରୀବାହୀ ବସ୍‌ ଏକ ଟ୍ରେଲର୍‌କୁ…

ଅଭିଯୋଗ ପରେ ମିଳୁଛି ଧମକ, ମୋବାଇଲ ଗଲା, ଏବେ ଜୀବନ ପ୍ରତି ରହିଛି ଭୟ

ବାଲିପାଟଣା,୧୦ା୭(ଅଭିମନ୍ୟୁ ନାୟକ): ରାଜଧାନୀ ଉପକଣ୍ଠ ବାଲିଅନ୍ତା ଥାନା ଅଞ୍ଚଳରେ ଘଟିଥିବା ଏକ ମୋବାଇଲ ଛଡ଼ାଇ ନେବା ଘଟଣା ଏବେ ନୂଆମୋଡ଼ ନେଇଛି। ଅଭିଯୋଗ କରିବା ପରେ ପୀଡ଼ିତଙ୍କୁ…

‘ମୋତେ ମାରିଦେଲେ ବି ମୁଁ ବାଂଲାଦେଶ ଫେରିବି’, କାହିଁକି ଏମିତି କହିଲେ ଶେଖ ହାସିନା? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ/ଢାକା,୧୦।୭: ଏକ ଗୁରୁତ୍ୱପୂର୍ଣ୍ଣ ଘୋଷଣାରେ, ପୂର୍ବତନ ବାଂଲାଦେଶୀ ପ୍ରଧାନମନ୍ତ୍ରୀ ଶେଖ ହାସିନା କହିଛନ୍ତି ଯେ ସେ ଏବଂ ଆୱାମୀ ଲିଗର ଅନ୍ୟ ନିର୍ବାସିତ ନେତାମାନେ ଚଳିତ ବର୍ଷ…

ରାଜଧାନୀରେ ନକଲି ଆଡିଶନାଲ ଏସ୍‌ପି, ପୋଲିସ ଗିରଫ କରି…

ଭୁବନେଶ୍ୱର,୧୦ା୭: କୌଣସି ଉପାନ୍ତ ଅଞ୍ଚଳରେ ନୁହେଁ। ଖୋଦ୍‌ ରାଜଧାନୀ ଭୁବନେଶ୍ୱରରେ ନକଲି ଆଡିଶନାଲ ଏସ୍‌ପି ବା ନକଲି ଅତିରିକ୍ତ ଏସ୍‌ପିଙ୍କୁ ଗିରଫ କରିଛି ପୋଲିସ। ରଜନୀକାନ୍ତ ମହାନ୍ତି…

Bankipur By-Election: ବାଙ୍କିପୁରରେ BJPକୁ କାହିଁକି ହରାଇବା ଦରକାର? ୩ କାରଣ କହିଲେ ପିକେ

ପାଟନା,୧୦।୭: ଜନ ସୁରାଜ ପ୍ରାର୍ଥୀ ପ୍ରଶାନ୍ତ କିଶୋର ବାଙ୍କିପୁର ନିର୍ବାଚନମଣ୍ଡଳୀରେ ସକ୍ରିୟ ଭାବରେ ଗସ୍ତ କରୁଛନ୍ତି, ଲୋକଙ୍କୁ ବୁଝାଉଛନ୍ତି ଯେ ଉପନିର୍ବାଚନରେ ଭାଜପାକୁ କାହିଁକି ପରାସ୍ତ କରାଯିବା…

ଇଂଲଣ୍ଡ ଗସ୍ତ ସହ ଶେଷ ହେଲା ଏହି ୩ ଖେଳାଳିଙ୍କ T20 କ୍ୟାରିୟର! ଲଗାତାର ଫ୍ଲପ୍‌ ପରେ…

ନୂଆଦିଲ୍ଲୀ,୧୦।୭: ବ୍ୟାକ-ଟୁ-ବ୍ୟାକ ବିଶ୍ୱବିଜେତା ହେବା ପରେ ଟିମ ଇଣ୍ଡିଆ ଏବେ କ୍ରମାଗତ ୨ଟି ଟି-୨୦ ସିରିଜ ହାରିଛି। ପ୍ରଥମେ ଆୟରଲ୍ୟାଣ୍ଡ ଏବଂ ଏବେ ଇଂଲଣ୍ଡ, ଦୁଇ ଦେଶ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri