ମୋଟା ଲୋକଙ୍କ ମାନସିକ, ଶାରୀରିକ ସମସ୍ୟା ବଢ଼ାଇଛି କରୋନା

ନ୍ୟୁୟର୍କ,୧୫ା୬: ମହାମାରୀ କରୋନା ମେଦବହୁଳ ଲୋକଙ୍କ ଉପରେ ବିଶେଷ ପ୍ରଭାବ ପକାଉଛି। କାରଣ ସେମାନେ ନିଜ ଓଜନ ଏବଂ ମାନସିକ ସ୍ବାସ୍ଥ୍ୟ ପରିଚାଳନା ପାଇଁ ସଂଘର୍ଷ କରୁଛନ୍ତି। ମେଦବହୁଳ ରୋଗୀଙ୍କ ସ୍ବାସ୍ଥ୍ୟଗତ ଆଚରଣକୁ କରୋନା କିଭଳି ପ୍ରଭାବିତ କରିଛି ସେନେଇ ଗବେଷକମାନଙ୍କ ଏକ ଅଧ୍ୟୟନ ରିସର୍ଚ୍ଚ ଜର୍ନାଲ ‘କ୍ଲିନିକାଲ ଓବେଷ୍ଟି’ରେ ପ୍ରକାଶ ପାଇଛି। ଓଜନ ବୃଦ୍ଧି ରୋକିବାକୁ ଉଦ୍ୟମ ଚଳାଇଥିବା ୧୨୩ ଜଣ ମେଦବହୁଳ ରୋଗୀଙ୍କୁ ଗତ ଏପ୍ରିଲ ୧୫ରୁ ମେ ୩୧ ମଧ୍ୟରେ ଅନ୍‌ଲାଇନରେ କେତେକ ପ୍ରଶ୍ନ ପଚରାଯାଇଥିଲା। ସେମାନଙ୍କ ହାରାହାରି ବୟସ ୫୧ ବର୍ଷ ହୋଇଥିବାବେଳେ ପ୍ରାୟ ୮୭% ମହିଳା ଥିଲେ। ଏହି ସର୍ଭେର ଫଳାଫଳକୁ ଗବେଷକମାନେ ବିଶ୍ଳେଷଣ କରି ସମ୍ପୃକ୍ତ ରୋଗୀମାନଙ୍କ ଶାରୀରିକ ଏବଂ ମାନସିକ ସ୍ଥିତି ଜାଣିବାକୁ ପାଇଥିଲେ। ସେଥିରୁ ପ୍ରାୟ ୭୦% ବ୍ୟକ୍ତି ସେମାନଙ୍କ ଓଜନ ହ୍ରାସ ଲକ୍ଷ୍ୟ ହାସଲ କରିବାରେ ଘୋର ଅସୁବିଧାର ସମ୍ମୁଖୀନ ହୋଇଥିବାବେଳେ ୪୮% ବ୍ୟକ୍ତି କମ୍‌ ସମୟ ପାଇଁ ବ୍ୟାୟାମ କରିବାକୁ ସୁଯୋଗ ପାଇଥିଲେ। ସେହିପରି ପ୍ରାୟ ୫୬% ହାଲୁକା ବ୍ୟାୟାମ କରିଥିଲେ। ଅଧ୍ୟୟନରୁ ଜଣାପଡିଛି ଯେ, ପ୍ରାୟ ୭୩% ରୋଗୀଙ୍କ ଚିନ୍ତା ବଢ଼ିଥିବା ବେଳେ ପାଖାପାଖି ୮୪% ଲୋକଙ୍କ ବିଷାଦ ବୃଦ୍ଧି ପାଇଥିଲା।
ଏହି ପରୀକ୍ଷଣ ସମୟରେ ଦେଖିବାକୁ ମିଳିଥିଲା ଯେ, ଯେଉଁମାନେ ଅତ୍ୟଧିକ ଓଜନ କମ୍‌ କରିବାକୁ ସଂଘର୍ଷ କରୁଥିଲେ ସେମାନଙ୍କ ଖାଦ୍ୟ ଅଭ୍ୟାସ ଗୁରୁତର ପ୍ରଭାବିତ ହୋଇଥିଲା। ଅଧା ରୋଗୀଙ୍କ ଖାଦ୍ୟ ବୃଦ୍ଧି ପାଇବା ଏବଂ ମାନସିକ ଉତ୍ତେଜନା ସୃଷ୍ଟିକାରୀ ଭୋଜନ ୬୧% ବଢ଼ିଥିଲା ବୋଲି ଅଧ୍ୟୟନକାରୀ ଜେଇମ୍‌ ଆଲ୍‌ମାଣ୍ଡୋଜ କହିଛନ୍ତି।
ମେଡିକାଲ ଜର୍ନାଲ ‘ଦ ବିଏମ୍‌ଜି’ରେ ପ୍ରକାଶିତ ଏକ ଅଧ୍ୟୟନ ଅନୁଯାୟୀ, ଗୁରୁତର କରୋନା ମାମଲାଗୁଡ଼ିକର ପ୍ରମୁଖ କାରଣ ହେଉଛି ବୟସ, ମେଦବହୁଳତା ଏବଂ ଅନ୍ତର୍ନିହିତ ରୋଗ, ଯାହା ସାଂଘାତିକ ହୋଇପାରେ। ମେଦବହୁଳ ଲୋକଙ୍କ ଜୀବନକୁ ପ୍ରଭାବିତ କରିଥାଏ ଅନେକ ଅନ୍ତର୍ନିହିତ ରୋଗ। ତେଣୁ ସେମାନେ କରୋନା ସଂକ୍ରମିତ ହେଲେ ସେମାନଙ୍କ ଜୀବନ ପ୍ରତି ବିପଦ ଅଧିକ। ଏହି ବ୍ୟକ୍ତିମାନେ ଶାରୀରିକ ଓ ମାନସିକ ସ୍ତରରେ ସଂଘର୍ଷ ଚଳାଇଥିବାବେଳେ ସାମାଜିକ ଦୂରତା ଏଥିରେ ଯୋଡ଼ି ହୋଇଯାଇଛି। ଅଧ୍ୟୟନକାରୀ ଆଲ୍‌ମାଣ୍ଡୋଜ କହିଛନ୍ତି ଯେ, ସାମାଜିକ ଦୂରତା ଭଳି ବାଧା ଦ୍ୱାରା ଚାକିରି ଏବଂ ବୀମା କଭରେଜ ହରାଇବାକୁ ପଡ଼ୁଥିବାରୁ ଏକ ସମ୍ଭାବ୍ୟ ବିପର୍ଯ୍ୟୟ ଅପେକ୍ଷା କରି ରହିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ କରୋନା: ଜଣେ କର୍ମଚାରୀ ପଜିଟିଭ୍‌

ନୂଆଦିଲ୍ଲୀ,୨୨।୪: କରୋନା ବିରୋଧରେ ଭାରତରେ ଲଢ଼େଇ ଜାରି ରହିଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟରେ ଜଣେ କର୍ମଚାରୀଙ୍କ ନମୁନା ପରୀକ୍ଷାରେ ସେ କରୋନା ପଜିଟିଭ୍‌ ଥିବା...

କାଳୀ ପୂଜା ଗାଇଡ୍‌ ଲାଇନ୍‌, ଟିକା ନେଇଥିବା ଶ୍ରଦ୍ଧାଳୁଙ୍କୁ ପୂଜା ମଣ୍ଡପକୁ ପ୍ରବେଶ ଅନୁମତି…

କୋଲକାତା,୪।୧୧: କାଳୀ ପୂଜା ନେଇ ପଶ୍ଚିମବଙ୍ଗ ହାଇକୋର୍ଟଙ୍କ ପକ୍ଷରୁ ନୂଆ ଗାଇଡ୍‌ ଲାଇନ୍‌ ସମ୍ପର୍କରେ ସୂଚନା ପ୍ରଦାନ କରାଯାଇଛି। କୋର୍ଟ କହିଛନ୍ତି ଯେ, କେବଳ ଟିକା...

ପୁରୀରେ ଉଚ୍ଛେଦକୁ ବର୍ଷେ ପୂରିଲା: ବିକାଶରେ କରୋନା ସାଜିଛି କଣ୍ଟା

ପୁରୀ ଅଫିସ,୨୦ା୮: ପୁରୀ ହେବ ବିଶ୍ୱ ଐତିହ୍ୟ ସହର। ବଦଳିଯିବ ଏହାର ରୂପରେଖ। ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଭାବେ ଏହା ପରିଗଣିତ ହେବ। ଭକ୍ତ, ପର୍ଯ୍ୟଟକଙ୍କୁ...

CORONAVIRUS UPDATE: ୭ ହଜାର ଛୁଇଁଲା ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୩୦।୬(ବ୍ୟୁରୋ): ରାଜ୍ୟରେ ପୁଣି ୨୦୬ ନୂଆ କରୋନା ପଜିଟିଭ୍‌ ମଙ୍ଗଳବାର ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫କୁ ବୃଦ୍ଧି ପାଇଥିବା...

କୋଭାକ୍ସିନ୍‌ରେ ନବଜାତ ବାଛୁରୀ ସିରମ୍‌: ଗୋହତ୍ୟା ଅଭିଯୋଗ ଆଣିଲା କଂଗ୍ରେସ…

ନୂଆଦିଲ୍ଲୀ,୧୬।୬: ଭାରତ ବାୟୋଟକ୍‌ ଦ୍ୱାରା ତିଆରି ହୋଇଥିବା କୋଭାକ୍ସିନ୍‌ ଟିକାକୁ ନେଇ ବିବାଦ ସୃଷ୍ଟି ହୋଇଛି। ସୂଚନା ଅଧିକାର ଆଇନ ଅନ୍ତର୍ଗତ ପଚରା ଯାଇଥିବା ଏକ...

ମେଦବହୁଳତା ଓ ବ୍ୟାକ୍ଟେରିଆ

ମେଦବହୁଳତା ଏପରି ଏକ ସମସ୍ୟା ଯାହା ପାଇଁ ପୂର୍ବରୁ ସତର୍କ ନ ହେଲେ ତାହା ଗମ୍ଭୀର ସ୍ବାସ୍ଥ୍ୟ ସମସ୍ୟାକୁ ଡାକି ଆଣିଥାଏ। ଅଧିକ ତୈଳଯୁକ୍ତ ଖାଦ୍ୟ,...

କରୋନାରୁ ସୁସ୍ଥ ହୋଇଥିବା ବ୍ୟକ୍ତିଙ୍କ ରହିବ ଆଜୀବନ ଶାରୀରିକ ସମସ୍ୟା

ଇଂଲଣ୍ଡ,୨୩।୬: ସାରା ବିଶ୍ୱରେ କରୋନା ଭାଇରସ୍‌ ଆତଙ୍କ ଖେଳାଇ ଚାଇଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ସେଥିମଧ୍ୟରୁ ମଧ୍ୟ କେତେକ...

ଅମାନିଆଙ୍କ ଗାଡ଼ି ଚକାରୁ ପବନ କାଢ଼ିଦେଲା ପୋଲିସ

ବିଞ୍ଝାରପୁର,୯।୪(ଡି.ଏନ.ଏ.)- ଯାଜପୁର ଜିଲା ବିଞ୍ଝାରପୁର ଥାନା ଅଳକୁଣ୍ଡ ଫାଣ୍ଡି ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ କେତେଜଣ ଅମାନିଆଙ୍କୁ ସାବାଡ କରିଛି ପୋଲିସ। ବିନା କାରଣରେ ବାଇକ ଧରି...

Advertisement
Archives

Model This Week