Posted inଜାତୀୟ

‘ଭାରତରେ ମିଶିବା ପାଇଁ ପିଓକେ ଦାବି କରିବ’

ନୂଆଦିଲ୍ଲୀ,୧୫ା୬: ମୋଦି ସରକାର ଏପରି ବିକାଶମୂଳକ କାର୍ଯ୍ୟ କରିବେ ଯେ ଜମ୍ମୁ-କଶ୍ମୀରର ଚେହେରା ବଦଳିଯିବ। କଶ୍ମୀର ଉପତ୍ୟକାର ବିକାଶକୁ ଦେଖି ପାକିସ୍ତାନ-ଅଧିକୃତ କଶ୍ମୀର (ପିଓକେ) ଅଧିବାସୀ ଭାରତରେ ମିଶିବାକୁ ଚାହିଁବେ ବୋଲି ରବିବାର ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ କହିଛନ୍ତି।
ଜମ୍ମୁ-କଶ୍ମୀର ପାଇଁ ଏକ ଜନ ସମ୍ବାଦ ରାଲିକୁ ଭିଡିଓ କନ୍‌ଫରେନ୍ସ ଜରିଆରେ ସମ୍ବୋଧିତ କରି ରାଜନାଥ କହିଛନ୍ତି, ଜମ୍ମୁ-କଶ୍ମୀର ଭଳି ପିଓକେ ମଧ୍ୟ ଭାରତର ଅବିଚ୍ଛେଦ୍ୟ ଅଙ୍ଗ। ପିଓକେବାସୀ ଯେତେବେଳେ ପାକିସ୍ତାନର ନିୟନ୍ତ୍ରଣରୁ ମୁକ୍ତ ହୋଇ ଭାରତର ଅଂଶ ହେବାକୁ ଚାହିଁବେ ସେତେବେଳେ ପାର୍ଲାମେଣ୍ଟର ଏହି ସଂକଳ୍ପନାମା ପୂରଣ ହେବ। ଜମ୍ମୁ-କଶ୍ମୀରର ବିକାଶ ଆମ ସରକାରଙ୍କ ପ୍ରାଥମିକତା। ଏହି ସନ୍ଦେଶ ଦେବାରେ ଆମ ସରକାର ସଫଳ ହୋଇଛନ୍ତି। ଆଗାମୀ ୫ ବର୍ଷରେ ଆମେ ଉପତ୍ୟକାରେ ଏପରି ବିକାଶ କରି ଏହାର ରୂପ ବଦଳାଇଦେବୁ ଯେ ପିଓକେର ଲୋକମାନେ ଈର୍ଷାନ୍ବିତ ହୋଇଯିବେ। ତା’ପରେ ସେମାନେ କହିବେ ଯେ, ଆମ ଭାଗ୍ୟ ମଧ୍ୟ ପରିବର୍ତ୍ତନ ହେବା ଦରକାର। ପିଓକେରେ ଦାବି ଉଠିବ ଯେ, ଏହି ଭୂଖଣ୍ଡକୁ ପାକିସ୍ତାନର କବ୍‌ଜାରୁ ମୁକ୍ତ କରାଯାଉ। ଆମେ ଭାରତ ସହ ମିଶି ରହିବାକୁ ଚାହୁଁ। ତେବେ ଦେଖାଯାଉ ଭବିଷ୍ୟତରେ କ’ଣ ହେଉଛି ବୋଲି ରାଜନାଥ କହିଛନ୍ତି।
ଗତବର୍ଷ ଅଗଷ୍ଟ ୪ରେ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ପରିଣତ କରିବା ପାଇଁ ପାର୍ଲାମେଣ୍ଟରେ ଏକ ବିଲ୍‌ ଅଣାଯାଇଥିଲା। ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଏହି ବିଲ୍‌ ଆଗତ ବେଳେ ପିଓକେ ଏବଂ ଚାଇନା ଦଖଲରେ ଥିବା ଅକ୍ସାଇ ଚୀନକୁ ଭାରତର ଅବିଚ୍ଛେଦ୍ୟ ଅଙ୍ଗ ବୋଲି ଦୋହରାଇଥିଲେ। ଏହା ପୂର୍ବରୁ ପିଓକେ ଭାରତର ଅଂଶ ବୋଲି ପାର୍ଲାମେଣ୍ଟରେ ସଂକଳ୍ପନାମା ଗୃହୀତ ହୋଇଥିଲା। ପାକିସ୍ତାନ ନିୟନ୍ତ୍ରଣରେ ଥିବା ମୁଜାଫରାବାଦ ଓ ଗିଲ୍‌ଗିଟ୍‌ର ପାଣିପାଗ ନେଇ ଭାରତୀୟ ଟିଭି ଚ୍ୟାନେଲଗୁଡ଼ିକ ଏବେ ପୂର୍ବାନୁମାନ କରି ଓ୍ବେଦର ରିପୋର୍ଟ ପ୍ରସାର କରିବା ପରେ ପଡ଼ୋଶୀ ଦେଶର ତାପମାତ୍ରା ବଢ଼ିଯାଇଛି। ଏଥିଲାଗି ପାକିସ୍ତାନ ଆହୁରି ଅଧିକ ବଦମାସି କରିବାରେ ଲାଗିଛି। ଭାରତୀୟ ସୁରକ୍ଷା ବଳ ଏହାର କଡ଼ା ଜବାବ ଦେଉଛି ବୋଲି ଉପତ୍ୟକାରେ ଆତଙ୍କବାଦ ପ୍ରସଙ୍ଗ ଉଠାଇ ରାଜନାଥ ଇସ୍‌ଲାମାବାଦକୁ ଟାର୍ଗେଟ କରିଛନ୍ତି। ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ମାନ୍ୟତା ପ୍ରଦାନକାରୀ ଅନୁଚ୍ଛେଦ ୩୭୦କୁ ଏକ କଳଙ୍କ ଭାବେ ଅଭିହିତ କରିବା ସହ ଏହାକୁ ହଟାଇ ଦେଇଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାହସକୁ ପ୍ରଶାଂସା କରିଛନ୍ତି। କଶ୍ମୀରରେ ପୂର୍ବରୁ ପାକିସ୍ତାନ ଓ ଆତଙ୍କବାଦୀ ସଙ୍ଗଠନ ଇସ୍‌ଲାମିକ୍‌ ଷ୍ଟେଟ୍‌ (ଆଇଏସ୍‌) ପତାକା ଦେଖିବାକୁ ମିଳୁଥିଲା। ଏବେ ସେଠାରେ କେବଳ ତ୍ରିରଙ୍ଗା ଉଡ଼ୁଛି। ଏହି ପ୍ରସଙ୍ଗରେ ଭାରତ ପ୍ରତି କେତେକ ମୁସ୍‌ଲିମ୍‌ ଦେଶ ସମେତ ଅନ୍ୟ ରାଷ୍ଟ୍ରଗୁଡ଼ିକର ସମର୍ଥନ ବଢ଼ିବାରେ ଲାଗିଛି।
ଏହି ଅବସରରେ ମୋଦି ସରକାରଙ୍କ ସଫଳତା ବଖାଣିବାକୁ ଯାଇ ରାଜନାଥ କହିଛନ୍ତି, ଜମ୍ମୁ-କଶ୍ମୀରରେ ଅନେକ ବିକାଶମୂଳକ କାର୍ଯ୍ୟ ହୋଇଛି। କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ଏବଂ ଏମ୍ସ ପ୍ରତିଷ୍ଠା ସହ କେନ୍ଦ୍ର ସରକାର ୨୦୧୪-୧୯ରେ ଏଠାରେ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିଛନ୍ତି। ପୂର୍ବରୁ ଉପତ୍ୟକାରେ ଖର୍ଚ୍ଚ ହେଉଥିବା ଟଙ୍କା ଦୁର୍ନୀତିରେ ସରିଯାଉଥିଲା। ବିଚ୍ଛିନ୍ନତାବାଦୀ ଓ ଅନ୍ୟ ରାଜନେତାମାନେ ପାକିସ୍ତାନ ସପକ୍ଷରେ କହୁଥିଲେ। ସେମାନଙ୍କ ମେରୁଦଣ୍ଡ ଏବେ ଭାଙ୍ଗିଯାଇଛି। କାରଣ ଦୀର୍ଘ ୭୦ ବର୍ଷ ପୁରୁଣା ପ୍ରତିଶ୍ରୁତିକୁ ମୋଦି ସରକାର ପାଳନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମୋଦି-ଯୋଗୀଙ୍କୁ ଯିଏ ନିଜର ଭାବେ ନାହିଁ ସେ ନିଜ ପିତାଙ୍କୁ ମଧ୍ୟ ଆପଣାଇପାରିବ ନାହିଁ :ଭାଜପା ଏମ୍‌ପି ମନ୍ତବ୍ୟକୁ ନେଇ ଉଠିଲା ବିବାଦ

ଲକ୍ଷ୍ନୌ,୧୮।୪: ପଶ୍ଚିମ ୟୁପିରେ କ୍ଷତ୍ରିୟ ସମାଜର ଅସନ୍ତୋଷ ଭାରତୀୟ ଜନତା ପାର୍ଟିର ସମସ୍ୟାକୁ ବଢାଇ ଦେଇଛି। ଏହି ସମୟରେ ୟୁପିର ଗୌତମ ବୁଦ୍ଧ ନଗର ଲୋକ...

ପିଲାଙ୍କୁ ଦେଉଛନ୍ତି କି ସେରେଲାକ? ସାମ୍ନାକୁ ଆସିଲା ଚାଞ୍ଜଲ୍ୟକର ତଥ୍ୟ

ନୂଆଦିଲ୍ଲୀ,୧୮।୪: ଭାରତରେ ନେସଲେର ଦୁଇଟି ସର୍ବାଧିକ ବିକ୍ରି ହେଉଥିବା ବେବିଫୁଡ୍‌ ବ୍ରାଣ୍ଡରେ ବହୁ ପରିମାଣର ଚିନି ଥିବା ଦେଖିବାକୁ ମିଳିଛି। ସୁଇଜରଲାଣ୍ଡ କମ୍ପାନୀଗୁଡିକ ଉପରେ ନଜର...

ରାଜ୍ୟର ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଆଜିଠୁ ନାମାଙ୍କନ ଦାଖଲ

ନୂଆଦିଲ୍ଲୀ /ଭୁବନେଶ୍ୱର,୧୮।୪:ଦେଶର ଚତୁର୍ଥ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି। ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି...

ଆସନ୍ତାକାଲି ଘଣ୍ଟାଏ ବନ୍ଦ ରହିବ ଟ୍ରେନ ରିଜର୍ଭଭେଶନ ସେବା

ନୂଆଦିଲ୍ଲୀ,୧୭।୪: ଯଦି ଆପଣ କୌଣସି ସ୍ଥାନକୁ ଟ୍ରେନରେ ଯିବା ପାଇଁ ରିଜର୍ଭଭେଶନ ଟିକେଟ୍‌ ବୁକ୍‌ କରୁଛନ୍ତି ତେବେ ଏହାକୁ ତୁରନ୍ତ କରିନିଅନ୍ତୁ । କାରଣ ବୈଷୟିକ...

‘ଆଚରଣ ବିଧି ଉଲଂଘନ କରନ୍ତୁ ନାହିଁ’, ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ନିର୍ବାଚନ ଆୟୋଗ ଦେଲେ ପରାମର୍ଶ

ନୂଆଦିଲ୍ଲୀ,୧୭।୪: ମତଦାନ ଦିନ କୁଚ ବିହାର ଗସ୍ତ ବାତିଲ କରିବାକୁ ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି ଆନନ୍ଦ ବୋଷଙ୍କୁ ପରାମର୍ଶ ଦେଇଛନ୍ତି ନିର୍ବାଚନ ଆୟୋଗ। ଏହି ନିର୍ବାଚନ...

ନାମାଙ୍କନ ଦାଖଲ କରି ଓହରିଲେ ଗୁଲାମ ନବୀ ଆଜାଦ, ଲଢିବେ ନାହିଁ ଲୋକ ସଭା ନିର୍ବାଚନ

ନୂଆଦିଲ୍ଲୀ, ୧୭।୪: ଡେମକ୍ରାଟିକ୍ ପ୍ରୋଗ୍ରେସିଭ ଆଜାଦ ପାର୍ଟି (DPAP) ମୁଖ୍ୟ ଗୁଲାମ ନବୀ ଆଜାଦ ୨୦୨୪ ନିର୍ବାଚନରେ ନ ଲଢ଼ିବାକୁ ନିଷ୍ପତ୍ତି ନେଇଛନ୍ତି। ଏହାପୂର୍ବ ପୂର୍ବତନ...

ପ୍ରଥମ ପଯର୍‌ୟାୟ ମତଦାନ ପାଇଁ ପ୍ରଚାର ଶେଷ, ବହୁ ଭେଟେରାନଙ୍କ ହେବ ଭାଗ୍ୟ ପରୀକ୍ଷା

ନୂଆଦିଲ୍ଲୀ,୧୭।୪: ଆଉ ଦିନକ ପରେ ଆରମ୍ଭ ହେବାକୁ ଯାଉଛି ଲୋକ ସଭା ନିର୍ବାଚନ। ପ୍ରଥମ ପର୍ଯ୍ୟାୟ ଭୋଟ ଏପ୍ରିଲ ୧୯ରେ ହେବାକୁ ଯାଉଛି। ଏଥିପାଇଁ ବୁଧବାର...

ମାଗଣା ଗ୍ୟାସ ସିଲିଣ୍ଡର, ସମସ୍ତଙ୍କୁ ଘର, ଯୁବକଙ୍କୁ ରୋଜଗାର, ଟିଏମସି ଘୋଷଣାପତ୍ରରେ ଆନକ ଗ୍ୟାରେଣ୍ଟି ଦେଲେ ମମତା

କୋଲକାତା,୧୭।୪: ଲୋକ ସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆରମ୍ଭର ଦୁଇ ଦିନ ପୂର୍ବରୁ ବୁଧବାର ତ୍ରୁଣମୂଳ କଂଗ୍ରେସ ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri