Posted inଜାତୀୟ

ମେ ୩୦, ସନ୍ଧ୍ୟା ୭ଟାରେ ଶପଥ ନେବେ ମୋଦି

ନୂଆଦିଲ୍ଲୀ, ୨୬।୫: ଦ୍ୱିତୀୟ ଥର ଲାଗି ଜନମତକୁ ନିଜ ସପକ୍ଷରେ ନେବାକୁ ସଫଳ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୩୦ରେ ଶପଥ ନେବେ। ଏନେଇ ଟୁଇଟରରେ ସୂଚନା ଦେଇଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଗୁରୁବାର ସନ୍ଧ୍ୟା ୭ଟାରେ ରାଷ୍ଟ୍ରପତିଭବନରେ ପ୍ରଧାନମନ୍ତ୍ରୀ ଏବଂ ମନ୍ତ୍ରୀ ମଣ୍ଡଳର ସଦସ୍ୟମାନେ ପଦ ଏବଂ ଗୋପନୀୟତାର ଶପଥ ନେବାର କାର୍ଯ୍ୟକ୍ରମ ରହିଛି। ଲଗାତର ଦ୍ୱିତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଥିବା ନରେନ୍ଦ୍ର ମୋଦି ଶନିବାର ଏନଡିଏ ସଂସଦୀୟ ଦଳ ନେତା ନିର୍ବାଚିତ ହେବା ପରେ ରାଷ୍ଟ୍ରପତିଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି। ସୂଚନାଯୋଗ୍ୟ, ୨୦୧୪ଠାରୁ ଏଥର ଅଧିକ ସିଟ ହାସଲ କରି ଭାଜପା ପୁଣିଥରେ ଦେଶରେ ସରକାର ଗଠନ କରିବାକୁ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କମ ଦରମା-ବିନା ପିପିଇରେ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ ମନା କଲେ ନର୍ସିଂ ଷ୍ଟାଫ୍‌: ୧୦୦ରୁ ଅଧିକ ଦେଲେ ଇସ୍ତଫା

ଜୟପୁର,୨୭।୪: ଭାରତରେ କରୋନା ସଂକ୍ରମଣ ଯୋଗୁ ସ୍ଥିତି ସଙ୍କଟ ଜନକ ରହିଛି। ଏପରିସ୍ଥଳେ ରାଜସ୍ଥାନରେ ୧୦୦ରୁ ଅଧିକ ନର୍ସିଂ ଷ୍ଟାଫ୍‌ କରୋନା ସଂକ୍ରମିତଙ୍କ ଚିକିତ୍ସା କରିବାକୁ...

ଥରୁରଙ୍କୁ ବିଦେଶ ଯିବାକୁ ମିଳିଲା ଅନୁମତି

ନୂଆଦିଲ୍ଲୀ,୨୨।୨: ଦିଲ୍ଲୀର ରାଉଜ ଏଭିନ୍ୟୁ କୋର୍ଟ ଶନିବାର କଂଗ୍ରେସ ନେତା ଶଶି ଥରୁରଙ୍କୁ ବିଦେଶ ଗସ୍ତ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସେ ଫେବୃୟାରୀରୁ ମେ...

୨୯ ବର୍ଷ ପରେ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ

ଲକ୍ଷ୍ନୌ, ୨।୭: ୨୯ବର୍ଷ ପରେ ନିଜ ପିତାଙ୍କ ହତ୍ୟାର ପ୍ରତିଶୋଧ ନେଲେ ପୁଅ। ହତ୍ୟାର ପ୍ରତିଶୋଧ ନେବା ପାଇଁ ପୁଅ କଲ୍ୟାଣ କେବଳ ଯେ ୨୦ବର୍ଷ...

ଅନ୍ତିମ ସଂସ୍କାର ସମୟରେ ଭୁଶୁଡ଼ିଲା ଶ୍ମଶାନ ଘର ଛାତ: ଉଦ୍ଧାର କାର୍ଯ୍ୟ ଜାରି

ଗାଜିଆବାଦ୍‌,୩।୧: ଅନ୍ତିମ ସଂସ୍କାର ସମୟରେ ଶ୍ମଶାନ ଘର ଛାତ ଭୁଶୁଡ଼ିବାରୁ କେତେକ ଲୋକ ମାଟି ତଳେ ପୋତି ହୋଇଯାଇଛନ୍ତି। ମାଟିତଳୁ ୧୬ ମୃତଦେହ ଉଦ୍ଧାର କରାଯାଇଥିବାବେଳେ...

ଭାଜପାରେ ଫାଟ: ଶୁଭେନ୍ଦୁଙ୍କଠାରୁ ଦୂରେଇ ଯାଉଛନ୍ତି ବିଧାୟକ…

କୋଲକାତା,୧୫।୬: ପଶ୍ଚିମବଙ୍ଗରେ ଭାଜପାରେ ଫାଟ ବଢ଼ିବାରେ ଲାଗିଛି। ବିଧାନସଭା ନିର୍ବାଚନ ପୂର୍ବରୁ ବହୁନେତା ନିଜ ନିଜ ଦଳଛାଡି ଭାଜପାରେ ଯୋଗ ଦେଇଥିଲେ। ତେବେ ନିର୍ବାଚନ ପରେ...

ବିଳମ୍ବିତ ପ୍ରାକ୍‌ ମୌସୁମୀ: ୬୫ ବର୍ଷରେ ଦ୍ୱିତୀୟ ଥର ପାଇଁ ଭାରତରେ ଏଭଳି ସ୍ଥିତି

ନୂଆଦିଲ୍ଲୀ,୨।୬: ଭାରତ ଭଳି କୃଷି ପ୍ରଧାନ ଦେଶ ପ୍ରାକ୍‌ ମୌସୁମୀ ବର୍ଷା ଉପରେ ନିର୍ଭର କରିଥାଏ। ପ୍ରାକ୍‌ ମୌସୁମୀ ବିଳମ୍ବିତ ହେଲେ ଚାଷ କାମ ଉପରେ...

ନିୟନ୍ତ୍ରଣ ରେଖା ମାଛିଲ୍‌ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ପଣ୍ଡ

ଶ୍ରୀନଗର, ୬।୮: ଜମ୍ମୁ-କଶ୍ମୀର ଭାରତ-ପାକିସ୍ତାନ ନିୟନ୍ତ୍ରଣ ରେଖା ଠାରେ ଏକ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହୋଇଛି। ୫-୬ ଆତଙ୍କବାଦୀ ମାଛିଲ୍‌ ସେକ୍ଟରରେ ଅନୁପ୍ରବେଶ ପାଇଁ ଉଦ୍ୟମ...

ଭୂତାଣୁ କବଳରେ ସ୍ବାସ୍ଥ୍ୟକର୍ମୀ

ଲକ୍ଷ୍ନୌ, ୨୦ା୪: କରୋନା ସହ ଲଢ଼େଇରେ ଡାକ୍ତର, ସ୍ବାସ୍ଥ୍ୟକର୍ମୀ ପ୍ରମୁଖ ଯୋଦ୍ଧା ହୋଇଥିଲେ ହେଁ ସେମାନେ ମଧ୍ୟ ଭୂତାଣୁ କବଳରୁ ବାଦ୍‌ ପଡ଼ିନାହାନ୍ତି। ଆକ୍ରାନ୍ତଙ୍କୁ ଚିକିତ୍ସା...

Advertisement


Archives

Model This Week