ମେଳଣ ଆଣିଛି ଗାଁରେ ଏକତା

ମୟୂରଭଞ୍ଜ ଜିଲା କପ୍ତିପଦା ବ୍ଲକ୍‌ ଅଧୀନ ବଡ଼ବିଶୋଳ ପଞ୍ଚାୟତର ବେଲଡ଼ିହାରେ ୧୯୮୭ ମସିହାରୁ ପାଳିତ ହୋଇ ଆସୁଥିବା ଦୋଳ ଉତ୍ସବ ଗାଁରେ ଆଣିଛି ଏକତା। ନିଜ ନିଜ ଭିତରେ ଭେଦଭାବ ଭୁଲି ସ୍ବାଭିମାନ ରକ୍ଷା କରିବା ସହିତ ଭଗବତ ଚିନ୍ତାଧାରାରେ ଅନୁପ୍ରାଣିତ ହୋଇ ଶୃଙ୍ଖଳିତ ଜୀବନ ବିତାଇବାରେ ଏହି ଉତ୍ସବ ସହାୟକ ହୋଇଥିବା ଗ୍ରାମବାସୀ କହିଛନ୍ତି।
ଅନ୍ୟ ଦୋଳଯାତ୍ରାଠାରୁ ବେଲଡ଼ିହା ଗ୍ରାମର ଦୋଳ ପୂର୍ଣ୍ଣିମା ଉତ୍ସବ ଭିନ୍ନ ଢଙ୍ଗରେ ପାଳିତ ହୋଇଥାଏ। ଏଥିଲାଗି ଗୋ ମାତାଙ୍କ ସମ୍ମୁଖରେ ଶ୍ରୀକୃଷ୍ଣ ଓ ରାଧାଙ୍କ ସହିତ ଦୁଇ ଜଣ ସଖୀଙ୍କର ମୃଣ୍ମୟ ମୂର୍ତ୍ତି ତିଆରି ହୋଇଥାଏ। ପରମ୍ପରା ଅନୁଯାୟୀ ଏବର୍ଷ ରବିବାର ଠାକୁରଙ୍କ ଘଟ ଉତ୍ତୋଳନ କରାଯାଇ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। ପୂର୍ବାହ୍ନରେ ନିକଟସ୍ଥ ନଦୀଘାଟରେ ଘଟ ପୂଜା କରାଯାଇଥିଲା। ଗାଁର ଜଣେ ବୟସ୍କ ବ୍ୟକ୍ତି(ମୁଖିଆ) ଗ୍ରାମବାସୀଙ୍କର ମଙ୍ଗଳ ଉଦ୍ଦେଶ୍ୟରେ ଆମ୍ବ, ମହୁଲ ଇତ୍ୟାଦି ନୂଆ ଫଳ ଠାକୁରଙ୍କୁ ଅର୍ପଣ କରିଥିଲେ। ଉପସ୍ଥିତ ସମସ୍ତ ପୁରୁଷ ଲୋକେ ଗାଧୋଇ ସାରି ନୂଆ ପଇତା ଧାରଣ କରିଥିଲେ। ଘଟ ଉତ୍ତୋଳନ କରିଥିବା ୩ଜଣ ବ୍ୟକ୍ତି ଘଟ ଆଣି ଗ୍ରାମରେ ପହଞ୍ଚିବା ବେଳେ ପ୍ରତ୍ୟେକ ପରିବାରର ସ୍ତ୍ରୀ ଲୋକମାନେ ଦ୍ୱାର ସମ୍ମୁଖରେ ସେମାନଙ୍କୁ ସ୍ବାଗତ କରି ବନ୍ଦାପନା କରିଥିଲେ। ପରେ ପୂଜା ମଣ୍ଡପରେ ଘଟ ସ୍ଥାପନ କରାଯାଇଥିଲା।
ବେଲଡ଼ିହା ଗ୍ରାମରେ ମୋଟ ୭୫ ପରିବାର ମଧ୍ୟରୁ ୭୦ ପରିବାର ଗୋପାଳ ସମ୍ପ୍ରଦାୟର। ଏମାନଙ୍କ ମଧ୍ୟରେ ୮୦ଭାଗରୁ ଅଧିକ ନିରକ୍ଷର, ଦିନମଜୁରିଆ ଓ ଖଟିଖିଆ ଶ୍ରେଣୀର। ବିକାଶ ଧାରାରେ ସାମିଲ ହେବା ଆଶା ନେଇ ସେମାନେ ଏକତା, ସଦ୍‌ଭାବ ରକ୍ଷା କରି କାର୍ଯ୍ୟ କରିଆସୁଛନ୍ତି। ଦୋଳ ଉତ୍ସବ ପରିଚାଳନା ପାଇଁ ଏକ କମିଟି ଗଢାଯାଇଛି। ୫ବର୍ଷରେ ଥରେ ଏହାର ପୁନର୍ଗଠନ କରାଯାଉଛି। ବର୍ତ୍ତମାନ ପ୍ରସନ୍ନ କୁମାର ମହାକୁଡ ସଭାପତି, ଅନିରୁଦ୍ଧ ମହାକୁଡ ସମ୍ପାଦକ ଓ ପୁରୁଷୋତ୍ତମ ମହାକୁଡ କମିଟିର କୋଷାଧ୍ୟକ୍ଷ ଅଛନ୍ତି। ଏଥର ଗ୍ରାମରେ ୩୪ତମ ଦୋଳପୂର୍ଣ୍ଣିମା ଉତ୍ସବ ପାଳନ ହେଉଥିବାରୁ ସମସ୍ତେ ଆୟୋଜନରେ ଲାଗି ପଡିଥିଲେ। ଉତ୍ସବ ଲାଗି ପ୍ରତି ପରିବାରରୁ ସାହାଯ୍ୟ ଗ୍ରହଣ କରାଯିବା ସହ ନିମନ୍ତ୍ରିତ ଅତିଥି ଓ ବଦାନ୍ୟ ବ୍ୟକ୍ତି ଆର୍ଥିକ ସହାୟତା ଦେଇଥିଲେ। ସ୍ଥାନୀୟ ଅଞ୍ଚଳର ମହିଳା ଡ. ପ୍ରେମଲତା ବେହେରା ରାଧାକୃଷ୍ଣଙ୍କ ମନ୍ଦିର ନିର୍ମାଣ ପାଇଁ ୧ ଏକର ଜମି ପ୍ରଦାନ କରିଥିବାରୁ ଏବେ ମନ୍ଦିର ନିର୍ମାଣ ଲାଗି ଉଭୟ ପରିଚାଳନା କମିଟି ଓ ଗ୍ରାମବାସୀ ଉଦ୍ୟମ ଜାରି ରଖିଛନ୍ତି। ଦୋଳଯାତ୍ରାର ଦ୍ୱିତୀୟ ଦିବସରେ ଠାକୁରଙ୍କ ନିକଟରେ କାନିକା, ଖେଚୁଡ଼ି, ଡାଲମା, ଖଟା ପ୍ରସ୍ତୁତ ହୋଇ ଭୋଗ ଲାଗିବା ପରେ ଗ୍ରାମର ସମସ୍ତ ବ୍ୟକ୍ତି ମଧ୍ୟାହ୍ନ ସମୟରେ ଏକାଠି ହୋଇ ନିମନ୍ତ୍ରିତ ଅତିଥିଙ୍କ ଗହଣରେ ପ୍ରସାଦ ସେବନ କରିବା କାର୍ଯ୍ୟକ୍ରମ ରହିଛି। ସନ୍ଧ୍ୟା ସମୟରେ ସାଂସ୍କୃତିକ କାର୍ଯ୍ୟକ୍ରମରେ ପାଲା, ଦାସକାଠିଆ, ଚଢେୟା ନାଟ, ନୃତ୍ୟସଙ୍ଗୀତ ପରିବେଷଣ କରାଯାଉଛି। ଦୋଳପୂର୍ଣ୍ଣିମାର ପର ଦିନ ସକାଳେ ମୂର୍ତ୍ତି ବିସର୍ଜନ କାର୍ଯ୍ୟକ୍ରମ ସହିତ ହୋଲିଖେଳ ଅନୁଷ୍ଠିତ ହେବ। ପୂଜା ୩ ଦିନ ଗାଁରେ ଆମିଷକୁ ସମ୍ପୂୂର୍ଣ୍ଣ ନିଷେଧ କରାଯାଇଥାଏ ବୋଲି କମିଟି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri