ମେ’ରେ ଜିଏସ୍‌ଟି ଆଦାୟ ୧ ଲକ୍ଷ କୋଟି ଟପିଲା

ନୂଆଦିଲ୍ଲୀ,୨-୬: ମେ’ରେ ସାମଗ୍ରୀ ଏବଂ ସେବା ଟିକସ(ଜିଏସ୍‌ଟି) ଆଦାୟ ୧ ଲକ୍ଷ କୋଟି ଟଙ୍କା ଟପିଛି। ଗତ ବର୍ଷ ଏହି ସମୟରେ ଏହା ୯୪,୦୧୬ କୋଟି ଟଙ୍କା ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ତଥ୍ୟରୁ ଜଣାପଡିଛି ଯେ, ମେ’ରେ ୧,୦୦,୨୮୯ କୋଟି ଟଙ୍କାର ଜିଏସ୍‌ଟି ଆଦାୟ ହୋଇଛି। ତେବେ ଏପ୍ରିଲରେ ଆଦାୟ ହୋଇଥିବା ୧,୧୩,୮୬୫ କୋଟି ଟଙ୍କା ଠାରୁ ଏହା ସାମାନ୍ୟ କମ୍‌। ସେହିପରି ମେ’ରେ ୭୨.୪୫ ଲକ୍ଷ ଜିଏସ୍‌ଟିଆର୍‌-୩ବି ଫର୍ମ ପୂରଣ କରାଯାଇଛି ବୋଲି ମନ୍ତ୍ରଣାଳୟ କହିଛି। ଏପ୍ରିଲରେ ଏହା ୭୨.୧୩ ଲକ୍ଷ ଥିଲା। ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ, ମେ’ରେ କେନ୍ଦ୍ରୀୟ ଜିଏସ୍‌ଟି(ସିଜିଏସ୍‌ଟି) ବାବଦରେ ୧୭,୮୧୧ କୋଟି ଟଙ୍କା, ରାଜ୍ୟ ଜିଏସ୍‌ଟି(ଏସ୍‌ଜିଏସ୍‌ଟି) ବାବଦରେ ୨୪,୪୬୨ କୋଟି ଟଙ୍କା, ଏକିକୃତ ଜିଏସ୍‌ଟି(ଆଇଜିଏସ୍‌ଟି) ବାବଦରେ ୪୯,୮୯୧ କୋଟି ଟଙ୍କା ଏବଂ ଉପକର ବାବଦରେ ୮୧୨୫ କୋଟି ଟଙ୍କା ଆଦାୟ ହୋଇଛି। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ଫେବୃୟାରୀ-ମାର୍ଚ୍ଚରେ ଜିଏସ୍‌ଟି କ୍ଷତିପୂରଣ ବାବଦରେ ରାଜ୍ୟଗୁଡ଼ିକୁ ୧୮,୯୩୪ କୋଟି ଟଙ୍କା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରମାଗତ କମୁଛି ଯାନ ବିକ୍ରି;ସରକାରଙ୍କ ହସ୍ତକ୍ଷେପ ଲୋଡିଲା ଅଟୋମୋବାଇଲ ଶିଳ୍ପ

ନୂଆଦିଲ୍ଲୀ, ୩-୯: ଘରୋଇ ବଜାରରେ ଅଟୋମୋବାଇଲ ଶିଳ୍ପ ବର୍ତ୍ତମାନ ମାନ୍ଦାବସ୍ଥା ଦେଇ ଗତି କରୁଛି। ଯାନ ବିକ୍ରି କ୍ରମାଗତ ଭାବେ ହ୍ରାସ ହେଉଥିବା ବେଳେ ଏହାକୁ...

ଏଡିବି ଦେଲା ୧୨ ହଜାର କୋଟି ଋଣ ସହାୟତା

ନୂଆଦିଲ୍ଲୀ,୨୯।୪: କୋଭିଡ୍‌-୧୯ ବିରୋଧରେ ଲଢ଼େଇ ଜାରି ରଖିବା ଲାଗି ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କ(ଏଡିବି) ଭାରତକୁ ୧.୫ ବିଲିୟନ ଡଲାର( ପ୍ରାୟ ୧୨ ହଜାର କୋଟି ଟଙ୍କା)ର...

ଜୁନ୍‌ରେ ଔଦ୍ୟୋଗିକ ଉତ୍ପାଦନ ବୃଦ୍ଧି ହାର ୨%କୁ ହ୍ରାସ

ନୂଆଦିଲ୍ଲୀ,୧୦-୮: ଦେଶର ଅର୍ଥନୀତି ଦିନକୁ ଦିନ ଦୂରାବସ୍ଥା ଆଡକୁ ଗତି କରୁଛି। ମାନ୍ଦାବସ୍ଥା କାରଣରୁ ଅର୍ଥନୀତି ଏବେ ଆଣ୍ଠେଇଲାଣି। ଆର୍ଥିକ ବିକାଶ ଦର୍ଶାଉଥିବା ସମସ୍ତ ତଥ୍ୟ...

ଭାରତର ୧୦ ଧନୀ ରାଜ୍ୟ

ସବୁଠାରୁ ବଡ଼ ଗଣତନ୍ତ୍ର ରାଷ୍ଟ୍ର ଭାବେ ଭାରତ ବେଶ୍‌ ଜଣାଶୁଣା। କ୍ଷେତ୍ରଫଳ ଆଧାରରେ ବିଶ୍ୱର ସବୁଠାରୁ ବଡ଼ ଦେଶ ମଧ୍ୟରେ ୭ମ ସ୍ଥାନରେ ରହିଛି ଭାରତ।...

ଏଫ୍‌ପିଆଇଙ୍କ ଉପରେ ଟିକସର ସ୍ପଷ୍ଟୀକରଣ ଅନାବଶ୍ୟକ: ସୀତାରାମନ୍‌

ନୂଆଦିଲ୍ଲୀ,୯-୭: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ସୋମବାର କହିଛନ୍ତି ଯେ, ଫରେନ ପୋର୍ଟଫୋଲିଓ ଇନ୍‌ଭେଷ୍ଟର(ଏଫ୍‌ପିଆଇ)ଙ୍କ ଉପରେ ଲାଗୁ ହୋଇଥିବା ଅତିରିକ୍ତ ଟିକସ ବୋଝ ସଂକ୍ରାନ୍ତରେ ଆଉ...

ଶକ୍ତି ପୁନରୁଦ୍ଧାର କ୍ଷେତ୍ରରେ ପାଓ୍ବାର ଗ୍ରୀଡର ଯୋଗଦାନ

କଲିକତା,୧୫-୫: ଫନୀ ପରେ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ଯୋଗାଣ ତଥା ତୁରନ୍ତ ଶକ୍ତି ପୁନରୁଦ୍ଧାର କାର୍ଯ୍ୟରେ ପାଓ୍ବାର ଗ୍ରୀଡ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ(ପାଓ୍ବାରଗ୍ରୀଡ) ନିଜର...

ନାଲ୍‌କୋ ପକ୍ଷରୁ ଆମ୍ବେଡକର ଜୟନ୍ତୀ

ଭୁବନେଶ୍ୱର,୧୮-୪: ରାଷ୍ଟ୍ରାୟତ୍ତ ନାଲ୍‌କୋ ପକ୍ଷରୁ ସ୍ଥାନୀୟ ନାଲ୍‌କୋ ନଗରଠାରେ ଭାରତ ରତ୍ନ ବାବା ସାହେବ ବି.ଆର. ଆମ୍ବେଡ୍‌କରଙ୍କ ୧୨୮ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ନାଲ୍‌କୋ...

ନୂଆ ହୋମ୍‌ ଆପ୍ଲାଏନ୍ସ ଆଣିଲା ତୋଷିବା

ନୂଆଦିଲ୍ଲୀ,୨୫।୬ : ଜାପାନ ଭିତ୍ତିକ ପ୍ରମୁଖ କମ୍ପାନୀ ତୋଷିବା ପକ୍ଷରୁ ବଜାରକୁ ନୂଆ ହୋମ୍‌ ଆପ୍ଲାଏନ୍ସର ୨୦୨୦-୨୧ ରେଞ୍ଜ ପ୍ରବେଶ କରାଯାଇଛି। ଭର୍ଚୁଆଲ ଇଭେଣ୍ଟ ଦ୍ୱାରା...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *