ମେଡିକାଲରେ ଦମ୍ପତିଙ୍କୁ ଠକେଇ ଅଭିଯୋଗ: ସରକାରୀ ସହାୟତା ମିଳିବ କହି ନେଇଗଲେ ୭ଶହ

ଅନୁଗୋଳ ଅଫିସ, ୨୮।୮-ସରକାରୀ ସହାୟତା ଯୋଗାଇ ଦେବାକୁ କହି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଏକ ଦମ୍ପତିଙ୍କଠାରୁ ଅର୍ଥ ଠକେଇ କରାଯାଇଛି। ପୂର୍ବରୁ ଏଭଳି ୩ଟି ଘଟଣା ଘଟିଥିଲେ ବି ମେଡିକାଲରେ ଯେ ଦଲାଲମାନେ ସକ୍ରିୟ ଅଛନ୍ତି ତାହା ମଙ୍ଗଳବାର ଅପରାହ୍ନର ଏହି ଠକେଇ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଜଣେ ହେଲମେଟ ପିନ୍ଧା ଦଲାଲ ସେମାନଙ୍କଠାରୁ ୭ଶହ ଟଙ୍କା ନେଇ ଫେରାର ହୋଇଯାଇଥିବା ସମ୍ପୃକ୍ତ ଦମ୍ପତି ଅଭିଯୋଗ କରିଛନ୍ତି।
ଠକେଇର ଶିକାର ହୋଇଥିବା ବୃଦ୍ଧାବୃଦ୍ଧ ହେଲେ ଜରପଡ଼ା କତଡ଼ା ଗାଁର ଯଶୋଦା ଦେହୁରୀ ଓ ପ୍ରସନ୍ନ ଦେହୁରୀ। ବହିର୍ବିଭାଗରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ନେବା ପାଇଁ ସେମାନେ ମେଡିକାଲ ପରିସରରେ ଛିଡ଼ା ହୋଇଥିଲେ। ଏହି ସମୟରେ ହେଲମେଟ ପିନ୍ଧା ଜଣେ ଦଲାଲ୍‌ ତାଙ୍କ ନିକଟରେ ପହଞ୍ଚି ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲେ। ଏହାପରେ ଡାକ୍ତରଖାନା ପକ୍ଷରୁ ଚିକିତ୍ସା ପାଇଁ ଟଙ୍କା ମିଳିବ କହି ତାଙ୍କଠାରୁ ୭ଶହ ଟଙ୍କା ନେଇଥିଲେ। ଯଶୋଦାଙ୍କୁ ଏକ ଗଛ ତଳେ ବସାଇ ଦଲାଲ ଜଣକ ପ୍ରସନ୍ନଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ କୋଠାକୁ ନେଇଯାଇଥିଲେ। ସେଠାରେ ଟଙ୍କା ମିଳୁଥିବା କହି ପ୍ରସନ୍ନଙ୍କୁ ଧାଡ଼ିରେ ଛିଡ଼ା କରି ପଳାଇ ଯାଇଥିଲେ। ପରେ ସେଠାରେ ଟଙ୍କା ମିଳୁ ନ ଥିବା ଓ ସେ ଠକେଇର ଶିକାର ହୋଇଥିବା ପ୍ରସନ୍ନ ଜାଣିବାକୁ ପାଇଥିଲେ। ବିଭାଗୀୟ କର୍ମଚାରୀ ହେଲମେଟ ପିନ୍ଧା ଦଲାଲଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ସମ୍ପୃକ୍ତ ଦମ୍ପତିଙ୍କୁ ନିରାମୟରେ ମିଳୁଥିବା ଔଷଧ ପ୍ରଦାନ କରାଯାଇଥିଲା। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା କହିଛନ୍ତି, ଅନେକ ଲୋକ ଏପରି ଠକାମିର ଶିକାର ହେଉଥିବା ଖବର ପାଉଛୁ। ଅଭିଯୋଗ ହେଉ ନ ଥିଲେ ବି ସଚେତନତା ପାଇଁ ମେଡିକାଲ ପରିସରରେ ପୋଷ୍ଟରମାନ ମରାଯାଇଛି। ତେବେ ଦମ୍ପତିଙ୍କୁ କିଏ ଠକିଛି ବୁଧବାର ସିସିଟିଭି ଫୁଟେଜ ଦେଖି ଖୋଳତାଡ଼ କରାଯିବ ବୋଲି ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଦିନିଆ ବର୍ଷାରେ ଗଜା ହେଲା ଧାନ, ଚିନ୍ତାରେ ଚାଷୀ

କୋକସରା,୧୫ା୧(ଡି.ଏନ୍‌.ଏ.): ଭିତ୍ତିଭୂମି ନାହିଁ, ଖୋଲା ଆକାଶ ତଳେ ପଡ଼ିରହିଛି କଳାହାଣ୍ଡି ଜିଲା କୋକସରା ବ୍ଲକ କାଶୀବାହାଲ ମଣ୍ଡିରେ ହଜାର ହଜାର କ୍ୱିଣ୍ଟାଲ ଧାନ। ଅଦିନିଆ ବର୍ଷା,...

ପାନିର୍‌ ଲାଗି ବଡା ଗୁଲ୍‌ଗୁଲା, ଠେଲାପେଲା

ବଲାଙ୍ଗୀର ଅଫିସ, ୧ା୫ – ବଲାଙ୍ଗୀର ମ୍ୟୁନିସିପାଲିଟି ଅଧୀନ ୧୭ ନମ୍ବର ୱାର୍ଡ ଅନ୍ତର୍ଗତ ବିଷ୍ଣୁମୁଣ୍ଡା ଓ ଖଲିଆପାଲି ଅଞ୍ଚଳରେ ପାନୀୟ ଜଳସମସ୍ୟା ଏକ ସାଧାରଣ...

ବିଦ୍ୟାଳୟରୁ ଦଶମ ଶ୍ରେଣୀ ଛାତ୍ର ନିଖୋଜ

ପାପଡାହାଣ୍ଡି,୮।୧୧(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡାହାଣ୍ଡି ବ୍ଲକ ମାନିଗାଁ ସରକାରୀ ଉଚ୍ଚ ବିଦ୍ୟାଳୟରୁ ଜଣେ ଅନ୍ତେବାସୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ଏ ନେଇ ସୋମବାର ସ୍କୁଲ କର୍ତ୍ତୃପକ୍ଷ...

ବର୍ଷକରେ ୧,୩୫୪ ଶିଶୁ, ୩୮ ମା’ମୃତ

ଯାଜପୁର ଅଫିସ,୨୦ା୬: କେବଳ ଯାଜପୁର ଜିଲା ସୁକିନ୍ଦା ବ୍ଲକର ନଗଡ଼ା ନୁହେଁ, ରାଜ୍ୟର ନବରଙ୍ଗପୁର ଜିଲାରେ ମଧ୍ୟ ପୁଷ୍ଟିହୀନତା କାରଣରୁ ମା’ ଓ ଶିଶୁ ମୃତ୍ୟୁସଂଖ୍ୟା...

ଆଜି ଶ୍ରୀମନ୍ଦିରକୁ ସାତପୁରୀ ତାଡ଼ ଆସିବ

ପୁରୀ ଅଫିସ, ୨୬ା୮:ଭାଦ୍ରବ ମାସର ଅମାବାସ୍ୟାକୁ ସପ୍ତପୁରୀ ଅମାବାସ୍ୟା କୁହାଯାଏ। ସପ୍ତପୁରୀ ଅମାବାସ୍ୟାରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ତାଡ଼ରେ ସାତପୁର ଦିଆ ପିଠା ଭୋଗ କରାଯାଇଥାଏ। ତେଣୁ...

ଦୁଇ ଦିନର ଘୋଷଣା ୨୬ ଦିନ ଛୁଇଁଲାଣି

ରାୟଗଡ଼ା,୨୦।୨(ସ୍ବ.ପ୍ର.): ଜିଲାରେ ଧାନ ବିକ୍ରି ପରେ ନିଜ ଟଙ୍କାକୁ ଚାହିଁ ବସିଛନ୍ତି ଚାଷୀ। ଜାନୁୟାରୀ ୨୫ ତାରିଖ ପରେ ଧାନ ବିକ୍ରି କରିଥିବା କୌଣସି ଚାଷୀଙ୍କୁ...

୨୨ରେ ୪ର୍ଥ ପର୍ଯ୍ୟାୟ ଭୋଟ : ମତଦାନ କେନ୍ଦ୍ରରେ ପହଞ୍ଚିଲେ ପୋଲିଂ ଦଳ

ଡେଲାଙ୍ଗ,୨୧।୨(ଡି.ଏନ୍‌.ଏ): ଡେଲାଙ୍ଗ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଆଗାମୀ ୨୨ ତାରିଖରେ ସକାଳ ୭ଟାରୁ ଅପରାହ୍ନ ୧ଟା ପଯର୍‌ୟନ୍ତ ଅନୁଷ୍ଠିତ ହେବ। ଏନେଇ...

ଭର୍ଚୁଆଲରେ ବାବା ଧବଳେଶ୍ୱରଙ୍କୁ ଦର୍ଶନ କରିବେ ଭକ୍ତ

ଆଠଗଡ,୨।୧୧(ଡି.ଏନ.ଏ): ଏଥର ଭର୍ଚୁଆଲରେ ଧବଳେଶ୍ୱରଙ୍କ ଦର୍ଶକ କରିବେ ଭକ୍ତ। ଝୁଲାପୋଲ ନିକଟରେ ଏକ ବଡ ଏଲ୍‌ଇଡି ଟିଭି ଲଗାଯିବ। ଏହି ମାଧ୍ୟମରେ ବାବା ଧବଳେଶ୍ୱରଙ୍କୁ ଭକ୍ତ...

Advertisement
Archives

Model This Week