ମେଡିକାଲରେ ଦମ୍ପତିଙ୍କୁ ଠକେଇ ଅଭିଯୋଗ: ସରକାରୀ ସହାୟତା ମିଳିବ କହି ନେଇଗଲେ ୭ଶହ

ଅନୁଗୋଳ ଅଫିସ, ୨୮।୮-ସରକାରୀ ସହାୟତା ଯୋଗାଇ ଦେବାକୁ କହି ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ପୁଣି ଏକ ଦମ୍ପତିଙ୍କଠାରୁ ଅର୍ଥ ଠକେଇ କରାଯାଇଛି। ପୂର୍ବରୁ ଏଭଳି ୩ଟି ଘଟଣା ଘଟିଥିଲେ ବି ମେଡିକାଲରେ ଯେ ଦଲାଲମାନେ ସକ୍ରିୟ ଅଛନ୍ତି ତାହା ମଙ୍ଗଳବାର ଅପରାହ୍ନର ଏହି ଠକେଇ ଘଟଣାରୁ ସ୍ପଷ୍ଟ ହୋଇଯାଇଛି। ଜଣେ ହେଲମେଟ ପିନ୍ଧା ଦଲାଲ ସେମାନଙ୍କଠାରୁ ୭ଶହ ଟଙ୍କା ନେଇ ଫେରାର ହୋଇଯାଇଥିବା ସମ୍ପୃକ୍ତ ଦମ୍ପତି ଅଭିଯୋଗ କରିଛନ୍ତି।
ଠକେଇର ଶିକାର ହୋଇଥିବା ବୃଦ୍ଧାବୃଦ୍ଧ ହେଲେ ଜରପଡ଼ା କତଡ଼ା ଗାଁର ଯଶୋଦା ଦେହୁରୀ ଓ ପ୍ରସନ୍ନ ଦେହୁରୀ। ବହିର୍ବିଭାଗରେ ସ୍ବାସ୍ଥ୍ୟ ପରୀକ୍ଷା ପରେ ଔଷଧ ନେବା ପାଇଁ ସେମାନେ ମେଡିକାଲ ପରିସରରେ ଛିଡ଼ା ହୋଇଥିଲେ। ଏହି ସମୟରେ ହେଲମେଟ ପିନ୍ଧା ଜଣେ ଦଲାଲ୍‌ ତାଙ୍କ ନିକଟରେ ପହଞ୍ଚି ସମ୍ପର୍କୀୟ ବୋଲି ପରିଚୟ ଦେଇଥିଲେ। ଏହାପରେ ଡାକ୍ତରଖାନା ପକ୍ଷରୁ ଚିକିତ୍ସା ପାଇଁ ଟଙ୍କା ମିଳିବ କହି ତାଙ୍କଠାରୁ ୭ଶହ ଟଙ୍କା ନେଇଥିଲେ। ଯଶୋଦାଙ୍କୁ ଏକ ଗଛ ତଳେ ବସାଇ ଦଲାଲ ଜଣକ ପ୍ରସନ୍ନଙ୍କୁ ସ୍ତ୍ରୀ ଓ ପ୍ରସୂତି ବିଭାଗ କୋଠାକୁ ନେଇଯାଇଥିଲେ। ସେଠାରେ ଟଙ୍କା ମିଳୁଥିବା କହି ପ୍ରସନ୍ନଙ୍କୁ ଧାଡ଼ିରେ ଛିଡ଼ା କରି ପଳାଇ ଯାଇଥିଲେ। ପରେ ସେଠାରେ ଟଙ୍କା ମିଳୁ ନ ଥିବା ଓ ସେ ଠକେଇର ଶିକାର ହୋଇଥିବା ପ୍ରସନ୍ନ ଜାଣିବାକୁ ପାଇଥିଲେ। ବିଭାଗୀୟ କର୍ମଚାରୀ ହେଲମେଟ ପିନ୍ଧା ଦଲାଲଙ୍କୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର ସନ୍ଧାନ ପାଇ ନ ଥିଲେ। ସମ୍ପୃକ୍ତ ଦମ୍ପତିଙ୍କୁ ନିରାମୟରେ ମିଳୁଥିବା ଔଷଧ ପ୍ରଦାନ କରାଯାଇଥିଲା। ଏ ନେଇ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରତାପ କୁମାର ବେହେରା କହିଛନ୍ତି, ଅନେକ ଲୋକ ଏପରି ଠକାମିର ଶିକାର ହେଉଥିବା ଖବର ପାଉଛୁ। ଅଭିଯୋଗ ହେଉ ନ ଥିଲେ ବି ସଚେତନତା ପାଇଁ ମେଡିକାଲ ପରିସରରେ ପୋଷ୍ଟରମାନ ମରାଯାଇଛି। ତେବେ ଦମ୍ପତିଙ୍କୁ କିଏ ଠକିଛି ବୁଧବାର ସିସିଟିଭି ଫୁଟେଜ ଦେଖି ଖୋଳତାଡ଼ କରାଯିବ ବୋଲି ବେହେରା ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?