Posted inଜାତୀୟ

ମୃତ୍ୟୁ ପୂର୍ବରୁ ପ୍ରେମିକାଙ୍କୁ ରକ୍ତଭରା ବିୟର୍‌ ବୋତଲ ପଠାଇଲେ ପ୍ରେମିକ

ଚେନ୍ନାଇ,୩୦।୮: ତାମିଲନାଡୁର ନଙ୍ଗନଲୁରରେ ଅଜବ ଘଟଣା ସାମ୍ନାକୁ ଆସିଛି। ଜଣେ ଯୁବକ ନିଜ ହାତ କାଟି ଆତ୍ମହତ୍ୟା କରିଛନ୍ତି। ଏହାପୂର୍ବରୁ ସେ ଏକ ବିୟର୍‌ ବୋତଲରେ ରକ୍ତ ପୂରାଇ ନିଜ ସାଙ୍ଗ ହାତରେ ପ୍ରେମିକାଙ୍କ ନିକଟକୁ ପଠାଇଛନ୍ତି। ସୂଚନାଯୋଗ୍ୟ, କୁମାରସା ପାଣ୍ଡିୟାନ ନାମକ ଜଣେ ଯୁବକଙ୍କର କିଛିବର୍ଷ ହେବ ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ଥିଲା। ୨-୩ ସପ୍ତାହ ହେବ ଯୁବତୀଙ୍କ ସହ ପାଣ୍ଡିୟାନ୍‌ଙ୍କ କଥାବାର୍ତ୍ତା ହେବା ବନ୍ଦ କରିଦେଇଥିଲେ। ଫଳରେ ଗୁରୁବାର ଏକ ମଦ ବୋତଲକୁ ଭାଙ୍ଗି ସେଥିରେ ହାତ କାଟି ଦେଇଥିଲେ। ତାଙ୍କ ସାଙ୍ଗମାନେ ତାଙ୍କୁ ଯେତେ ରୋକିବାକୁ ଚେଷ୍ଟା କରିଥିଲେ ମଧ୍ୟ ସେ କାହା କଥା ଶୁଣି ନ ଥିଲେ। ହାତରୁ ବାହାରୁଥିବା ରକ୍ତକୁ ସେ ବୋତଲରେ ଭରିି ସାଙ୍ଗ ହାତରେ ପ୍ରେମିକାଙ୍କ ପାଖକୁ ପଠାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଡାକ୍ତରଖାନା ନେଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଟାର୍ଗେଟ୍‌ରେ ଭାରତୀୟ ପ୍ରତିଷ୍ଠାନ

ନୂଆଦିଲ୍ଲୀ/ କାବୁଲ, ୧୯।୭: ଆଫଗାନିସ୍ତାନରେ ଥିବା ଭାରତୀୟ ପ୍ରତିଷ୍ଠାନଗୁଡ଼ିକୁ ଟାର୍ଗେଟ କରିବା ଲାଗି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇ ଦେଶର ଆତଙ୍କବାଦୀ ସଂଗଠନଗୁଡ଼ିକୁ ତାଲିବାନ ସହ...

ଭାରତକୁ ଶ୍ରେଷ୍ଠ କରିବାରେ ନେତାଜୀଙ୍କ ସ୍ବପ୍ନ ଏପର୍ଯ୍ୟନ୍ତ ପୂରଣ ହୋଇନି, ଏହାକୁ ପୂରଣ କରିବା ଆମେ: ମୋହନ ଭାଗଓ୍ବତ…

କୋଲକାତା,୨୩।୧ : ମହାନ ସ୍ବାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜନ୍ମ ବାର୍ଷିକୀ ସୋମବାର ସାରା ଦେଶରେ ପାଳନ କରାଯାଉଛି। ଏହାକୁ ପରାକ୍ରମ ଦିବସ...

ଅଖିଳେଶ, ମାୟାବତୀଙ୍କୁ ଭାରତ ଯୋଡୋ ଯାତ୍ରାରେ ଯୋଗ ଦେବାକୁ କଂଗ୍ରେସର ନିମନ୍ତ୍ରଣ

ନୂଆଦିଲ୍ଲୀ,୨୬।୧୨: ସମାଜବାଦୀ ପାର୍ଟି ସଭାପତି ଅଖିଳେଶ ଯାଦବ, ବିଏସ୍‌ପି ସୁପ୍ରିମୋ ମାୟାବତୀ ଏବଂ ଆର୍‌ଏଲଡି ମୁଖ୍ୟ ଜୟନ୍ତ ଚୌଧରୀଙ୍କ ସମେତ ଅଣ-ଭାଜପା ଦଳର ନେତାଙ୍କୁ ଭାରତ...

ମମତାଙ୍କୁ ଧମକ ଦେଲେ ଟିଏମସି ବିଧାୟକ ଅବଦୁଲ କରିମ

କୋଲକାତା,୧୭।୭: ତ୍ରୁଣ ମୂଳ କଂଗ୍ରେସ(ଟିଏମସି)ର ଜଣେ ବିଧାୟକ ରବିବାର ନିଜ ଦଳକୁ ଧମକ ଦେଇଛନ୍ତି। ସେ କହିଛନ୍ତି ବିରୋଧୀମାନଙ୍କ ଦ୍ୱାରା ତାଙ୍କ ପରିଚିତ ଲୋକଙ୍କ ଉପରେ...

ମୁମ୍ବାଇ ପୋଲିସକୁ ମିଳିଲା ଆତଙ୍କବାଦୀ ଆକ୍ରମଣ ଧମକ

ମୁମ୍ବାଇ,୧୩।୭: ପାକିସ୍ତାନ ଛାଡିବା ପରେ ଭାରତ ଆସିଥିବା ସୀମା ଗୁଲାମ ହାଇଦରଙ୍କୁ ନେଇ ମୁମ୍ବାଇ ପୋଲିସକୁ ଧମକ ଦିଆଯାଇଛି। ମୁମ୍ବାଇ ପୋଲିସ ଗୁରୁବାର କହିଛି ଯେ...

ଏଲଓସିରେ ମୁତୟନ ହେବେ ଟେରିଟୋରିଆଲ ଆର୍ମି ମହିଳା ଅଧିକାରୀ: ପ୍ରତିରକ୍ଷା ମନ୍ତ୍ରଣାଳୟ ମଞ୍ଜୁରୀ…

ନୂଆଦିଲ୍ଲୀ,୭।୫ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଟେରିଟୋରିଆଲ ଆର୍ମିର ମହିଳା ଅଧିକାରୀଙ୍କୁ ଟେରିଟୋରିଆଲ ଆର୍ମି(ଟିଏ)ର ଇଞ୍ଜିନିୟର ରେଜିମେଣ୍ଟ ସହିତ ଭାରତ ପାକିସ୍ତାନର ଏଲଓସି ଗ୍ରୁପ...

୮ ବର୍ଷ ହେବ ସ୍ବାମୀ-ସ୍ତ୍ରୀ ହୋଇ ରହୁଥିଲେ ଦୁଇ ଯୁବକ, ଏମିତି ହେଲା ଖୁଲାସା

ଭୋପାଳ,୧୧।୯: ମଧ୍ୟପ୍ରଦେଶର ସିହୋର ଜିଲାରେ ଏକ ପୋଷ୍ଟମର୍ଟମ ରିପୋର୍ଟରୁ ରୋଚକ ଘଟଣାର ଖୁଲାସା ହୋଇଛି। ସ୍ତ୍ରୀ-ସ୍ବାମୀ ଭଳି ଦୁଇ ଯୁବକ ଜୀବନ ବିତାଉଥିଲେ। ଏହି ବିବାହକୁ...

ସୀମିତ ଖାଦ୍ୟ, ୧୨ ଘଣ୍ଟା ଡ୍ୟୁଟି

ନୂଆଦିଲ୍ଲୀ,୧।୭,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ୧୬୯ ବର୍ଷର ଯାତ୍ରା ଇତିହାସ, ବିଶ୍ୱର ଚତୁର୍ଥ ବୃହତ୍‌ ରେଳ ନେଟ୍‌ଓ୍ବର୍କ। ଭାରତର ମୋଟ ଟ୍ରେନ୍‌ ସଂଖ୍ୟା ୨୨,୫୯୩ (ଯାତ୍ରୀବାହୀ ୧୩,୪୫୨ ଏବଂ...

Advertisement
Archives

Model This Week