ମୃତ୍ୟୁ ଆଶଙ୍କା କମାଏ ଡେକ୍ସାମେଥାସୋନ ଷ୍ଟେରଏଡ୍‌

ଲଣ୍ଡନ,୧୭।୬: କରୋନା ମହାମାରୀ ବା କୋଭିଡ୍‌-୧୯ଜନିତ ସଂକ୍ରମଣ ସାରା ବିଶ୍ୱରେ ବଢ଼ିବାରେ ଲାଗିଛି। ଏପରି କି ମୃତ୍ୟୁ ସଂଖ୍ୟା ମଧ୍ୟ ଦିନକୁ ଦିନ ବୃଦ୍ଧି ପାଉଛି। ଏବେ ସୁଦ୍ଧା ସାରା ବିଶ୍ୱରେ କରୋନା ମହାମାରୀ ଯୋଗୁ ୪ଲକ୍ଷ ୩୧ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ଘଟିଲାଣି। ଏହି ରୋଗ ପାଇଁ କୌଣସି ନିର୍ଦ୍ଦିଷ୍ଟ ଔଷଧ ନ ଥିବାରୁ ବିଭିନ୍ନ ଦେଶ ଏଥିପାଇଁ ଜୋରସୋର ଉଦ୍ୟମ ଚଳାଇଛନ୍ତି। ଏହିକ୍ରମରେ ମଙ୍ଗଳବାର ବ୍ରିଟେନର ‘ରିକଭରି’ ନାମକ କ୍ଲିନିକର ଗବେଷକମାନେ ପରୀକ୍ଷାମୂଳକଭାବେ ଏକ ଔଷଧର ବ୍ୟବହାର ସମ୍ପର୍କରେ ସୂଚନା ଦେଇଛନ୍ତି। ଗବେଷକଙ୍କ ମତରେ ମଣିଷ ଶରୀରରେ ଦିଆଯାଉଥିବା ‘ଡେକ୍ସାମେଥାସୋନ’ ନାମକ ଷ୍ଟେରଏଡର ସ୍ବଳ୍ପ ଡୋଜ୍‌ କରୋନା ସଂକ୍ରମିତଙ୍କ ଠାରେ ଭଲ କାମ କରୁଛି। କୋଭିଡ-୧୯ରେ ଗୁରୁତର ଭାବେ ସଂକ୍ରମିତ ହୋଇ ଭେଣ୍ଟିଲେଟର ଏବଂ ଅକ୍ସିଜେନରେ ରହି ଚିକିତ୍ସିତ ହେଉଥିବା କେତେକ ସଂକ୍ରମିତଙ୍କଠାରେ ଡେକ୍ସାମେଥାସୋନ୍‌ ଷ୍ଟେରଏଡ ପରୀକ୍ଷାମୂଳକଭାବେ ପ୍ରୟୋଗ କରାଯାଇଥିଲା। ଏଥିରୁ ଜାଣିବାକୁ ମିଳିଥିଲା ଯେ, ଏହି ଷ୍ଟେରଏଡ ବ୍ୟବହାର କରାଯାଉଥିବା ସଂକ୍ରମିତଙ୍କ ମୃତ୍ୟୁ ହାର ଅନ୍ୟମାନଙ୍କଠାରୁ କମ୍‌। ପ୍ରତି ୩ଜଣ ଗୁରୁତର ସଂକ୍ରମିତଙ୍କ ମଧ୍ୟରେ ଜଣେ ସୁସ୍ଥ ହୋଇପାରୁଛନ୍ତି। ଏହି ଷ୍ଟେରଏଡ ଜୀବନ ବଞ୍ଚାଇଦେବ। ଏପରି କି ଏହାର ମୂଲ୍ୟ ମଧ୍ୟ ବହୁତ କମ୍‌ ବୋଲି ଗବେଷଣାର ସଦସ୍ୟ ତଥା ଅକ୍ସଫୋଡ ବିଶ୍ୱବିଦ୍ୟାଳୟର ପ୍ରଫେସର ମାର୍ଟିନ ଲାଣ୍ଡ୍ରେ କହିଛନ୍ତି। ଅନ୍ୟତମ ସଦସ୍ୟ ତଥା ପରୀକ୍ଷକ ପିଟର ହର୍ବେଙ୍କ କହିବାହେଲା ଡେକ୍ସାମେଥାସୋନ ଏପରି ଏକ ଷ୍ଟେରଏଡ ଯାହାକୁ ଅନ୍ୟ ରୋଗର ସଂକ୍ରମଣ ହ୍ରାସ କରିବାରେ ବହୁଳ ଭାବେ ବ୍ୟବହାର କରାଯାଇଥାଏ। ତେଣୁ କରୋନା ସଂକ୍ରମିତଙ୍କ ଠାରେ ଏହାକୁ ବ୍ୟବହାର କରାଗଲେ ଏହା ମୃତ୍ୟୁହାରକୁ ଯଥେଷ୍ଟ ପରିମାଣରେ କମାଇବ ବୋଲି ପିଟର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉପକାରୀ ପିଜୁଳି

ପିଜୁଳିରେ ଅନେକ ପ୍ରକାର ସ୍ବାସ୍ଥ୍ୟୋପକାରୀ ଗୁଣ ଭରି ରହିଛି। ରୋଗ ପ୍ରତିରୋଧକ ଶକ୍ତିକୁ ସନ୍ତୁଳିତ ରଖିବାକୁ ଚାହୁଁଛନ୍ତି କି ? ଯଦି ହଁ, ତେବେ ଦୈନନ୍ଦିନ...

ବ୍ୟକ୍ତିତ୍ୱର ପ୍ରଭାବ

କୁହାଯାଏ, ଜଣଙ୍କର ବ୍ୟକ୍ତିତ୍ୱ ବି ଅନ୍ୟମାନଙ୍କ ଉପରେ ଅନେକ ପ୍ରଭାବ ପକାଇଥାଏ। ଯେମିତି କି: ଜଣେ ଗୃହିଣୀଙ୍କ ନିକଟରେ ୧୦ ମିନିଟ୍‌ ବସିପଡିଲେ ଲାଗିବ, ଜୀବନଟା...

ସକାଳୁ ଉଷୁମ ପାଣିରେ ଦୁଇଠୋପା ମହୁ…

ସକାଳୁ ଉଷୁମ ପାଣିରେ ଦୁଇଠୋପା ମହୁ ପକାଇ ପିିଇଲେ ମେଦବହୁଳତାରୁ ମୁକ୍ତି ମିଳେ। ଏନେଇ ଆୟୁର୍ବେଦରେ ଉଲ୍ଲେଖ ରହିଛି। ମହୁରେ ପ୍ରୋଟିନ୍‌, ତନ୍ତୁଜ, ଶର୍କରା, ଲୌହ,...

ପୁରୁଷଙ୍କ ଏସବୁ ଜିନିଷ ପ୍ରତି ଆକର୍ଷିତ ହୁଅନ୍ତି ମହିଳା, ଜାଣନ୍ତୁ କ’ଣ…

ମହିଳା ଓ ପୁରୁଷ ଜଣେ ଜଣଙ୍କ ପ୍ରତି ଆକର୍ଷିତ ହୁଅନ୍ତି , ହେଲେ କାହିଁକି ହୁଅନ୍ତି ଏହି ଘଟଣାକୁ ଆଜି ପର୍ଯ୍ୟନ୍ତ ବୈଜ୍ଞାନିକମାନେ ସମ୍ପୂର୍ଣ୍ଣ ବୁଝିପାରି...

ହାରିବାନି ହରାଇବା

କୌଣସି ଶାରୀରିକ ସମସ୍ୟାକୁ ନ ଡ଼ରି ଏହା ବିରୋଧରେ ଲଢ଼େଇ କରିବା ଆବଶ୍ୟକ। ବିଶ୍ୱସ୍ତରରେ ଏଡସ୍‌ର ମୁକାବିଲା ଲାଗି ଏବଂ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି...

କିଡ୍‌ନୀ ଷ୍ଟୋନ ସମସ୍ୟାରୁ ଦୂରେଇ ରହିବା ପାଇଁ ସକାଳେ ଏଥିରୁ ପିଅନ୍ତୁ ଅଧାଗ୍ଲାସ୍‌…

ସକାଳୁ ଲେମ୍ବୁପାଣି ପିଇଲେ ଅନେକ ଉପକାର ମିଳିଥାଏ । ଲେମ୍ବୁପାଣିରେ ପୋଟାସିୟମ୍‌, ଫୋଲେଟ୍‌, ଆଣ୍ଟି ଅକ୍ସିଡାଣ୍ଟ, ଭିଟାମିନ୍‌ ସି ଆଦି ତତ୍ତ୍ୱ ରହିଥାଏ। ଲେମ୍ବୁପାଣିରେ ଥିବା...

ଜଳ ଓ ସୁସ୍ଥ ଜୀବନ

ସମଗ୍ର ପୃଥିବୀ ପୃଷ୍ଠରେ ଜୀବଜଗତ ସୃଷ୍ଟି ହେବା ଦିନଠାରୁ ଆଜି ସୁଦ୍ଧା ଜୀବବିଜ୍ଞାନ ଇତିହାସ ପୃଷ୍ଠାକୁ ଆମେ ଅନୁଧ୍ୟାନ କଲେ ଜାଣିପାରିବା ଯେ, ପରିବେଶ ଓ...

ସକାଳେ ପିଇଲେ ଗ୍ଲାସେ ତମ୍ବାପାତ୍ର ପାଣି ମିଳିବ କ’ଣ…

ସକାଳେ ନିତ୍ୟକର୍ମ ସାରି ଗ୍ଲାସେ ତମ୍ବାପାତ୍ର ପାଣି ପିଇଲେ ଅନେକ ଉପକାର ହୋଇଥାଏ। ରାତିରେ ତମ୍ବାପାତ୍ରରେ ପାଣି ରଖି ଏହାକୁ ସକାଳୁ ପିଇବା ଉଚିତ। ଏହି...

Advertisement
Archives

Model This Week