ମୃତଦେହ ସହ ହେଉଥିବା ଖରାପ୍‌ ବ୍ୟବହାରକୁ ନେଇ ଦିଲ୍ଲୀ ସରକାରଙ୍କୁ ଭର୍ତ୍ସନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୨।୬: ଦିଲ୍ଲୀରେ ଦିନକୁ ଦିନ କରୋନା ଭାଇରସ୍‌ ସଂକ୍ରମଣ ବଢ଼ିବା ସହ ଲଗାତର ଖରାପ୍‌ ହେଉଥିବା ସ୍ଥିତିକୁ ନେଇ ଶୁକ୍ରବାର ସୁପ୍ରିମକୋର୍ଟ ଶୁଣାଣି କରିଛନ୍ତି। ଶୁଣାଣି ସମୟରେ ଦିଲ୍ଲୀର ସ୍ଥିତିକୁ ନେଇ କୋର୍ଟ ଚିନ୍ତା ବ୍ୟକ୍ତ କରିଛନ୍ତି। ଏଥିସହ ହସ୍ପିଟାଲରେ ମୃତଦେହ ସହ ହେଉଥିବା ଖରାପ୍‌ ବ୍ୟବହାରକୁ ନେଇ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ କଡ଼ା ଶବ୍ଦରେ ଭର୍ତ୍ସନା କରି ଜବାବ ତଲବ କରିଛନ୍ତି। ହସ୍ପିଟାଲରେ ମୃତଦେହକୁ ଯେଉଁଭଳି ଭାବେ କରାଯାଉଛି ତାହା ଅତ୍ୟନ୍ତ ଦୁଃଖ ଦାୟକ। ଦେଶର ରାଜଧାନୀରେ ମୃତଦେହ ରକ୍ଷଣାବେକ୍ଷଣ ଅବସ୍ଥା ଅତ୍ୟନ୍ତ ଖରାପ୍‌। ରୋଗୀଙ୍କ ମୃତ୍ୟୁ ସମ୍ପର୍କରେ ପରିବାର ସଦସ୍ୟଙ୍କୁ ମଧ୍ୟ ସୂଚନା ଦିଆଯାଉନାହିଁ ବୋଲି କୋର୍ଟ କହିଛନ୍ତି। ଏତଦ୍‌ ବ୍ୟତୀତ କରୋନା ଯାଞ୍ଚ ପ୍ରସଙ୍ଗରେ ମଧ୍ୟ ରାଜ୍ୟ ସରକାରଙ୍କୁ ସୁପ୍ରିମକୋର୍ଟ ତାଗିଦ କରିଛନ୍ତି। ଗତ କିଛି ଦିନ ହେବ ଦିଲ୍ଲୀରେ ପରୀକ୍ଷା ସଂଖ୍ୟା ହ୍ରାସ ପାଇଛି, ଯେଉଁଥିରେ କୋର୍ଟ ପ୍ରଶ୍ନ ଉଠାଇଛନ୍ତି। ଅପରପକ୍ଷେ ସରକାରୀ ଡାକ୍ତରଖାନାର ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଦିଲ୍ଲୀ, ମହାରାଷ୍ଟ୍ର, ତାମିଲନାଡୁ ଓ ପଶ୍ଚିମବଙ୍ଗକୁ ନୋଟିସ ଜାରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ୍‌ ଦୁର୍ନୀତି ମାମଲା: ଫାରୁକ୍‌ ଅବଦୁଲ୍ଲାଙ୍କୁ ଇଡି ପକ୍ଷରୁ ଜେରା

ଚଣ୍ଡିଗଡ, ୩୧।୭: ଜମ୍ମୁ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲାଙ୍କୁ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ଜେରା କରାଯାଇଛି। ଜମ୍ମୁ କଶ୍ମୀର କ୍ରିକେଟ ଆସୋସିଏସନ (ଜେକେସିଏ)...

ପାକ୍‌ରେ ଶିଖ୍‌ ଯୁବତୀଙ୍କୁ ଅପହରଣ, ଧର୍ମାନ୍ତରୀକରଣ

ଚଣ୍ଡିଗଡ଼, ୩୧ା୮(ପି.ଟି.): ପାକିସ୍ତାନରେ ଜଣେ ଶିଖ୍‌ ଯୁବତୀଙ୍କୁ ଅପହରଣ କରି ନିଆଯିବା ସହ ଇସ୍‌ଲାମ ଧର୍ମକୁ ପରିବର୍ତ୍ତନ କରାଯିବା ଘଟଣା ସମ୍ପର୍କରେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର...

ଭଦ୍ରକ ଜିଲା ସଟ୍‌ଡାଉନ୍‌: କୁଲଣାଠାରେ ମଞ୍ଜୁରୀରୋଡ-ଛତାବର ମୁଖ୍ୟ ରାସ୍ତା ସିଲ, ୪ ପଞ୍ଚାୟତ ଲୋକେ ହିନସ୍ତା

ଭଣ୍ଡାରିପୋଖରୀ,୨୪।୪(ଡି.ଏନ୍‌.ଏ.): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ତେସିଙ୍ଗା ପଞ୍ଚାୟତରେ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଉକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଯୋନ୍‌ ଭାବେ ଘୋଷଣା କରାଯାଇଛି। ପଞ୍ଚାୟତର...

ନିରଞ୍ଜନୀ ଆଖଡାର ସଚିବ ରବିନ୍ଦ୍ର ପୁରୀ କରୋନା ପଜିଟିଭ୍‌: ୧୭ରେ ଶେଷ ହେବ କୁମ୍ଭମେଳା

ହରିଦ୍ୱାର,୧୬।୪: କରୋନା ପ୍ରକୋପ ମଧ୍ୟରେ ଉତ୍ତରାଖଣ୍ଡ ହରିଦ୍ୱାରରେ ମହାକୁମ୍ଭ ମେଳା ଆୟୋଜିତ ହୋଇଛି। ସାହି ସ୍ନାନ ସମୟରେ ଲକ୍ଷାଧିକ ସାଧୁ ସନ୍ଥ ଏକାଠି ହୋଇଥିବା ବେଳେ...

କରୋନା ଯୋଦ୍ଧାଙ୍କୁ ଅଣଦେଖା ପ୍ରସଙ୍ଗ: ପ୍ରତିଶ୍ରୁତି ପରେ ଏମ୍‌କେସିଜି ମେଡିକାଲ ନର୍ସଙ୍କ ଧାରଣା ପ୍ରତ୍ୟାହୃତ

ବ୍ରହ୍ମପୁର ଅଫିସ, ୧୧।୫ : କରୋନା ମୁକାବିଲାରେ ନର୍ସଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। କୋଭିଡ଼ -୧୯ ହସ୍ପିଟାଲରେ ନର୍ସମାନେ ଦିନରାତି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି।...

ଓମିକ୍ରନ ସଂକ୍ରମଣ: ବ୍ରିଟେନ ପ୍ରଧାନମନ୍ତ୍ରୀ ନେଲେ ବୁଷ୍ଟର ଡୋଜ, ଶେୟାର କଲେ ଭିଡିଓ

ଲଣ୍ଡନ,୩ ।୧୨: ସାରା ବିଶ୍ୱରେ ଏବେ କରୋନା ଭାଇରସର ନୂଆ ଭାରିଏଣ୍ଟକୁ ନେଇ ଚିନ୍ତା ପ୍ରକଟ କରାଯାଇଥିବା ବେଳେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିଶ ଜନସନ କରୋନା...

କରୋନା ସଂକ୍ରମଣ ବେଲଗାମ, ଦୈନିକ ସଂକ୍ରମଣ ୨ ଲକ୍ଷ ମୁହାଁ…

ନୂଆଦିଲ୍ଲୀ, ୧୨।୧ : ଦେଶରେ କରୋନା ମହାମାରୀ ସଙ୍କଟ ଯୋଗୁ ଆତଙ୍କ ଦେଖାଦେଇଛି। ଦୈନିକ ସଂକ୍ରମଣ ପୁଣି ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସ୍ଥିତି ଅଣାୟତ୍ତ...

କମିଛି ଦୁର୍ନୀତିି; ଲାଞ୍ଚ କାରବାର ୧୦ ପ୍ରତିଶତ ହୋଇଛି କମ୍‌: ସର୍ଭେ

ନୂଆଦିଲ୍ଲୀ,୨୭।୧୧: ଗତ ଏକ ବର୍ଷ ମଧ୍ୟରେ ଦେଶର କେତେକ ରାଜ୍ୟରେ ଦୁର୍ନୀତି କମିଛି। ସେହିପରି ଏହି ସମୟ ମଧ୍ୟରେ ଲାଞ୍ଚ କାରବାର ୧୦ ପ୍ରତିଶତ କମ୍‌...

Advertisement
Archives

Model This Week