ମୃତକଙ୍କ ପରିବାରକୁ ଭେଟିଲେ ମନ୍ତ୍ରୀ

ଖଇରା, ୩୦।୭(ଡି.ଏନ.ଏ.)-ଖଇରା ବ୍ଲକ ଅଧୀନ ଆମ୍ବହତା କେନାଲରେ ବୁଡି ପ୍ରାଣ ହରାଇଥିବା ରଟିଣା ନୋଡାଲ ନୋଡାଲ ହାଇସ୍କୁର ଦୁଇ ଛାତ୍ରଙ୍କୁ ପରିବାରକୁ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ଭେଟିବା ସହ ସେମାନଙ୍କୁ ସମବେଦନା ଜଣାଇଛନ୍ତି ା ସପ୍ତମ ଶ୍ରେଣୀର ମୃତ ଛାତ୍ର ଧନଞ୍ଜୟ ଜେନାଙ୍କ ପିତା ଲକ୍ଷ୍ମୀକାନ୍ତ, ରାଜେଶ ସାହୁଙ୍କ ପିତା କମଳାକାନ୍ତଙ୍କୁ ରବିବାର ଅପରାହ୍ନରେ ଭେଟି ଆଶ୍ୱାସନା ଦେବା ସହ ଆର୍ଥତ୍କ ସହାୟତା ପ୍ରଦାନ କରିଥିଲେ ା ସେହିଭଳି ଶୁକ୍ରବାର ସ୍କୁଲରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ଶିକ୍ଷକମାନଙ୍କ ତରଫରୁ ପ୍ରତ୍ୟେକ ମୃତଙ୍କ ପରିବାରକୁ ୨ଲକ୍ଷ ଲେଖାଏଁ ଅର୍ଥ ପ୍ରଦାନ ପାଇଁ ନିଷ୍ପତ୍ତି ନିଆଯାଇଛି ା ରବିବାର ସନ୍ଧ୍ୟାରେ କୁପାରୀଠାରେ ରଟିଣା ଗ୍ରାମବାସୀ ଓ ବିଭିନ୍ନ ଶିକ୍ଷକ ସଂଘର କର୍ମକର୍ତ୍ତାଙ୍କ ମଧ୍ୟରେ ବୈଠକ ବସି ଆଲୋଚନା ପରେ ଏହି ନିଷ୍ପତ୍ତ ନିଆଯାଇଥିଲା ା ବ୍ଲକ ଶିକ୍ଷାଧିକାରୀ ଧରଣୀଧର ମହାପାତ୍ରଙ୍କ ତରଫରୁ ସେଦିନର ଘଟଣା ସମ୍ପର୍କରେ ଏକ ରିପୋର୍ଟ ଜିଲା ଶିକ୍ଷାଧିକାରୀଙ୍କ ନିକଟକୁ ପଠାଯାଇଛି। ଏଥିସହିତ ଶିକ୍ଷକମାନଙ୍କୁ ବଦଳି କରାଯିବା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସେପଟେ ପ୍ରଧାନଶିକ୍ଷକ ରମାକାନ୍ତ ଶତପଥୀ ଅସୁସ୍ଥ ହେବା ପରେ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧୨ ଯୋଡ଼ା ଟ୍ରେନ୍‌ ଚଲାଇବ ପୂର୍ବତଟ ରେଳପଥ

ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜୁନ୍‌ ପହିଲାରୁ ଟ୍ରେନ୍‌ ଚଳାଚଳ ପାଇଁ ଅନୁମତି ମିଳିଥିବାବେଳେ ପୂର୍ବତଟ ରେଳପଥ ମୋଟ ୧୨ ଯୋଡ଼ା ଟ୍ରେନ୍‌ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏଥିଲାଗି ଟ୍ରେନ୍‌ଗୁଡ଼ିକର...

ଦଳୀୟ ପ୍ରାର୍ଥୀଙ୍କ ଖେଳ ବିଗାଡ଼ିଲେ ଅସନ୍ତୁଷ୍ଟ

କେନ୍ଦ୍ରାପଡ଼ା ଅଫିସ, ୨୮।୩: ଆସନ୍ତା ସାଧାରଣ ନିର୍ବାଚନକୁ ଆଉ ଦୁଇବର୍ଷ ବାକି ଅଛି। ଏହା ପୂର୍ବରୁ ରାଜ୍ୟରେ ଲୋକଙ୍କ ମତିଗତିକୁ ପଞ୍ଚାୟତ ଓ ପୌର ନିର୍ବାଚନରେ...

ବାଙ୍କୀ ଡବଲ୍‌ ମର୍ଡର ଘଟଣା: ଅଭିଯୁକ୍ତ ଜିତେନ୍ଦ୍ର ଗିରଫ

କଟକ ଅଫିସ/ବାଙ୍କୀ(ସ୍ବ.ପ୍ର)୨୧।୨: ବହୁ ଚର୍ଚ୍ଚିତ ବାଙ୍କୀ ଡବଲ ମର୍ଡର ଘଟଣାରେ ସ୍ଥାନୀୟ ପୋଲିସ ଆଉଜଣେ ଅଭିଯୁକ୍ତଙ୍କୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରିଛି। ସେ ହେଲେ...

ଗୋଲ୍ଡେନ୍‌ ବାବାଙ୍କ ଠକେଇ ମାମଲାର ତଦନ୍ତ କରିବ ଇଡି

ଭୁବନେଶ୍ୱର,୨୧।୨(ବ୍ୟୁରୋ): ଚନ୍ଦ୍ରଶେଖରପୁର ଥାନା ପୋଲିସ ଦ୍ୱାରା ଗିରଫ ହୋଇଥିବା ଗୋଲଡେନ୍‌ ବାବା ଓରଫ ଜ୍ୟୋତିରଞ୍ଜନ ବେଉରା ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)। ବାବାଙ୍କ...

ଶ୍ରମ କାର୍ଡ ନାଁରେ ଠକୁଛନ୍ତି ଦଲାଲ:ନକଲି କାର୍ଡ଼ ଦେଇ ଲୋକଙ୍କଠାରୁ ଲୁଟୁଛନ୍ତି ଟଙ୍କା

ନବରଙ୍ଗପୁର,୧୫।୨(ବି.ପ୍ର.) ଶିକ୍ଷା ଓ ସଚେତନତା ଅଭାବ ଯୋଗୁ ଅନେକ ଶ୍ରମିକ ଠକାମିର ଶିକାର ହେଉଛନ୍ତି। ଜିଲା ଶ୍ରମ ଅଧିକାରୀଙ୍କ କାର୍ଯ୍ୟାଳୟରେ ଶ୍ରମ କାର୍ଡ ପାଇଁ ନାମ...

ଲୋକସେବା ଭବନରେ ନିଆଁ

ଭୁବନେଶ୍ୱର,୧୩।୧୦(ବ୍ୟୁରୋ): ଲୋକସେବା ଭବନରେ ଥିବା ସାଧାରଣ ପ୍ରଶାସନ ବିଭାଗ ରେକର୍ଡ ରୁମ୍‌ରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା। ସକାଳ ପ୍ରାୟ ୭ଟାରେ କାର୍ଯ୍ୟାଳୟରୁ ନିଆଁ ସହ ଧୂଆଁ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡସରେ ସତ୍ୟପ୍ରକାଶ

ପୁରୀ ଅଫିସ, ୨୨।୯: ଆଇସ୍‌କ୍ରିମ କାଠିରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ତିଆରି କରି ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ନିଜ ନଁାକୁ ସ୍ଥାନିତ କରିଛନ୍ତି...

ବୁଲ୍‌ବୁଲ୍‌ କ୍ଷତିଗ୍ରସ୍ତ ଅଞ୍ଚଳ ବୁଲିଲା ଭାଜପା ପ୍ରତିନିଧିମଣ୍ଡଳୀ:

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ବାତ୍ୟା ବୁଲ୍‌ବୁଲ୍‌ ପ୍ରଭାବରେ କେନ୍ଦ୍ରାପଡା, ବାଲେଶ୍ୱର, ଭଦ୍ରକ, ଜଗତ୍‌ସିଂହପୁର, ଯାଜପୁର, ମୟୂରଭଞ୍ଜ ଆଦି ୬ ଜିଲା ପ୍ରଭାବିତ ହୋଇଛି। ପ୍ରାଥମିକ ଆକଳନ ଅନୁଯାୟୀ ଏହି...

Advertisement
Archives

Model This Week