ମୂଳାପାଳ ଗ୍ରାମ ପଞ୍ଚାୟତ: ଆଲୋକୀକରଣ ଦୁର୍ନୀତିର ତଦନ୍ତ ଆରମ୍ଭ

କୋରେଇ,୧ା୯(ଡି.ଏନ.ଏ.)- କୋରେଇ ବ୍ଲକ ମୂଳାପାଳ ପଞ୍ଚାୟତରେ ଆଲୋକୀକରଣରେ ଲକ୍ଷାଧିକ ଟଙ୍କା ହଡ଼ପ ହୋଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଶନିବାର ଏହି ଘଟଣା ଉପରେ ବିଡିଓ ତଦନ୍ତ ଆରମ୍ଭ କରିଛନ୍ତି। ବିଡିଓ ଉମାକାନ୍ତ ପରିଡ଼ାଙ୍କ ନିର୍ଦ୍ଦେଶକ୍ରମେ ଆସିଷ୍ଟାଣ୍ଡ ଇଞ୍ଜିନିୟର ମନୋଜ କୁମାର ସେନାପତି, ଜୁନିୟର ଇଞ୍ଜନିୟର ନେହୁର ବେହେରା, ଜେଇ କୋରେଇ ଦେବାଶିଷ ମିଶ୍ର, ଭିଏଲଡବ୍ଲ୍ୟୁ ମୂଳାପାଳ ହୃଷିକେଶ ସିଂ, ଜିଆରଏସ୍‌ ସସ୍ମିତା ସାହୁଙ୍କ ସହିତ ଏକ ଟିମ୍‌ ଏହି ଦୁର୍ନୀତିର ତଦନ୍ତ କରିଥିବା ଜଣାପଡ଼ିଛି। ଏହି ଟିମ୍‌ ପଞ୍ଚାୟତର ବିଭିନ୍ନ ଗ୍ରାମଗୁଡ଼ିକରେ ଲଗାଯାଇଥିବା ଲାଇଟ୍‌ଗୁଡିକୁ ଚିହ୍ନଟ କରି ଗଣନା ଆରମ୍ଭ କରିଥିଲେ। ସର୍ବପ୍ରଥମେ ମୂଳାପାଳ ଗ୍ରାମରେ ୬ଟି ଲାଇଟ୍‌ ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଏଥିରୁ ୨ଟି ଲାଇଟରେ ପୁରୁଣା ଷ୍ଟାଣ୍ଡ ଥିବାବେଳେ ବରପଦାରେ ୩ଟି ଲାଇଟ, ରଣପାଳରେ ୭ଟି ଲାଇଟ, ଗୋବିନ୍ଦପୁର ଗ୍ରାମରେ ୩ଟି ଲାଇଟ ଲାଗିଥିବା ତଦନ୍ତରୁ ଜଣାପଡିଥିଲା। ତେବେ ଆହୁରି ୪ଟି ଗ୍ରାମର ତଦନ୍ତ ବାକି ରହିଯାଇଥିବା ଜଣାପଡ଼ିଛି। ଆଉ ଏକ ଦିନ ଅନ୍ୟ ଗ୍ରାମଗୁଡ଼ିକରେ ତଦନ୍ତ କରାଯିବ ବୋଲି ଆସିଷ୍ଟାଣ୍ଡ ଇଞ୍ଜିନିୟର କହିଛନ୍ତି। ଏହି ତଦନ୍ତବେଳେ ଗୋବିନ୍ଦପୁରର ଗ୍ରାମବାସୀ ୩ଏ ନଦୀବନ୍ଧଠାରୁ ହରିଜନ ସାହି ପର୍ଯ୍ୟନ୍ତ ନାଲିଗୋଡି ମାଟି ରାସ୍ତା ନିର୍ମାଣରେ ଦୁର୍ନୀତି ହେଉଥିବା ସମ୍ପର୍କରେ ଅଭିଯୋଗ କରିଥିଲେ। ଏହି କାର୍ଯ୍ୟର ମଧ୍ୟ ଉପଯୁକ୍ତ ତଦନ୍ତ ପାଇଁ ଗ୍ରାମବାସୀ ଦାବି କରିଥିଲେ। ଏ ସମ୍ପର୍କରେ ଆସିଷ୍ଟାଣ୍ଡ ଇଞ୍ଜିନିୟର ମନୋଜ କୁମାର ସେନାପତିଙ୍କୁ ପଚାରିବାରୁ, ତଦନ୍ତ ଆରମ୍ଭ ହୋଇଛି। ଯେଉଁ ସବୁ ବିଷୟର ତଦନ୍ତ ପାଇଁ ନିର୍ଦ୍ଦେଶ ଅଛି, ସେ ସବୁ ଉପରେ ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ୨୦ ମେଣ୍ଢା ଜୀବନ୍ତ ଦଗ୍ଧ

ଅନୁଗୋଳ ଅଫିସ୍‌/ବନ୍ତଳା,୧୧।୨(ଡି.ଏନ୍‌ଏ):ଅନୁଗୋଳ ଜିଲା ବନ୍ତଳା ଥାନା ସଙ୍ଖପୁର ପଞ୍ଚାୟତ ଖାଲଙ୍ଗାରେ ବୁଧବାର ମଧ୍ୟରାତ୍ରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏଥିରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ଖବର ପାଇ...

ବୁରୁଦେଇ ଗ୍ରାମବାସୀଙ୍କ ଭରସା ଚୁଆପାଣି

ନୂଆଗାଁ,୧୨ା୫ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ବିଭିନ୍ନ ଗ୍ରାମରେ ପାନୀୟ ଜଳ ସମସ୍ୟା ଲାଗି ରହିଛି । ଏ ନେଇ ବାରମ୍ବାର ଅଭିଯୋଗ ହୋଇ...

କୋଭିଡ ହସ୍ପିଟାଲ ପ୍ରତିଷ୍ଠାକୁ ବିରୋଧ କରି ୨ଗିରଫ

ଝାରସୁଗୁଡା ଅଫିସ,୩୦ା୩: କରୋନା ମୁକାବିଲା ପାଇଁ ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଅସ୍ଥାୟୀ ହସ୍ପିଟାଲମାନ ପ୍ରତିଷ୍ଠା କରାଯାଉଛି। ଝାରସୁଗୁଡା ଜିଲା ପ୍ରଶାସନ ପକ୍ଷରୁ ସୋମବାର...

କୋଚିଂ ସେଣ୍ଟରରେ ପାଠ ପଢ଼ାଇ ୨ ଅଧ୍ୟାପକ ତଣ୍ଡ ଗଣିଲେ

ବୌଦ୍ଧ,୧୫ା୫(ସ୍ବ.ପ୍ର.)-କେରାନା ଭୁତାଣୁ ସଂକ୍ରମଣ ଆଶଙ୍କାରେ ସାରା ଦେଶରେ ସମସ୍ତ ଶିକ୍ଷା ଅନୁଷ୍ଠାନ ସହ କୋଚିଂ ସେଣ୍ଟର ବନ୍ଦ ରହିଛି। ଯେଉଁମାନେ ଏହାର ଅବମାନନା କରିବେ ସେମାନେ...

ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ

ଭଦ୍ରକ ଅଫିସ,୧୪।୪: ଖାଦ୍ୟ ବିତରଣ କେନ୍ଦ୍ର ବୁଲି ଦେଖିଲେ ଜିଲାପାଳ ଡ଼ ଜ୍ଞାନ ରଞ୍ଜନ ଦାସ। ଭଦ୍ରକ ବ୍ଲକ ବେରହମପୁର ପଞ୍ଚାୟତର ସ୍କୁଲ ଘରେ ଚାଲିଥିବା...

ହୋଇ ପାରିଲାନି ଭେଣ୍ଡିଂ ଜୋନ: ଖୋଲା ଆକାଶ ତଳେ ଗଞ୍ଜାମ ପରିବା ବ୍ୟବସାୟୀ

ଗଞ୍ଜାମ,୪।୬(ଡି.ଏନ୍‌.ଏ.): ଗଞ୍ଜାମ ସହର ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା ସମ୍ପ୍ରସାରଣ କରାଯାଉଛି। ଏଥିଲାଗି ତ୍ରିବେଣୀ ମଠ ଛକଠାରୁ ସାନ ବଜ଼ାର ପର୍ଯ୍ୟନ୍ତ ଜବରଦଖଲ ଉଚ୍ଛେଦ କାର୍ଯ୍ୟ ଚାଲିଛି...

‘ୟାସ୍‌’କୁ ନେଇ ପ୍ରଶାସନ ତତ୍ପର: ବାଲେଶ୍ୱରରେ ଏସ୍‌ଆର୍‌ସି

ବାଲେଶ୍ୱର ଅଫିସ, ୨୩।୫: ୟାସ୍‌’କୁ ନେଇ ପ୍ରଶାସନ ତତ୍ପର ହୋଇ ଉଠିଛି। ଏ ନେଇ ବାଲେଶ୍ୱର ଜିଲା ଆହ୍ବାନ ଗୃହରେ ଏସ୍‌ଆରସି ପ୍ରଦୀପ କୁମାର ଜେନା...

ଯୁକ୍ତ ଦୁଇ ବିଜ୍ଞାନ ପ୍ରାକ୍ଟିକାଲ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ର: ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ

ପାଟଣା,୨୬।୨(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟ ସ୍ବାମପାଟଣା ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଯୁକ୍ତ ୨ ବିଜ୍ଞାନର ୫ ପରୀକ୍ଷାର୍ଥୀ ବୁଧବାର ପୂର୍ବାହ୍ନରୁ ଧାରଣାରେ...

Advertisement
Archives

Model This Week