Posted inଖେଳ

ମୁସ୍ତାକ ଅହମ୍ମଦ ପାକିସ୍ତାନ ସ୍ପିନ୍‌ ବୋଲିଂ ପରାମର୍ଶଦାତା

କରାଚୀ,୧୩।୧୨- ପାକିସ୍ତାନ ପୂର୍ବତନ ଟେଷ୍ଟ ଅଧିନାୟକ ମୁସ୍ତାକ ଅହମ୍ମଦଙ୍କୁ ଦଳର ସ୍ପିନ୍‌ ବୋଲିଂ ପରାମର୍ଶଦାତା ଭାବେ ନିଯୁକ୍ତ କରିଛି। ତାଙ୍କ ସହ ଏକବର୍ଷ ଲାଗି ଚୁକ୍ତି କରାଯାଇଛି। ସେ ପ୍ରଥମେ ଲାହୋରସ୍ଥିତ ଜାତୀୟ କ୍ରିକେଟ ଏକାଡେମୀରେ ଅଭିଜ୍ଞ ଲେଗ୍‌ ସ୍ପିନର ୟାସିର ଶାହାଙ୍କ ସହ କାର୍ଯ୍ୟ କରିବେ। ୟାସିର ଏବେ ଫର୍ମରେ ନାହାନ୍ତି। ଗତ କିଛି ମ୍ୟାଚ୍‌ରେ ସେ ଅତ୍ୟଧିକ ରନ୍‌ ବ୍ୟୟ କରିବା ପରେ ମଧ୍ୟ ଆଖିଦୃଶିଆ ସଫଳତା ପାଇପାରିନାହାନ୍ତି। ତାଙ୍କୁ ଦ୍ୱିତୀୟ ଟେଷ୍ଟ ପୂର୍ବରୁ ଫର୍ମକୁ ଆଣିବା ମୁସ୍ତାକଙ୍କ ଦାୟିତ୍ୱ। ପିସିବି ପକ୍ଷରୁ ସ୍ପଷ୍ଟ କରିଯାଇଛି ଯେ, ମୁସ୍ତାକ ବର୍ଷରେ ୧୨୦ ଦିନ ଜାତୀୟ କ୍ରିକେଟ ଏକାଡେମୀରେ ୧୬ ଓ ୧୯ ବର୍ଷରୁ କମ୍‌ ପାକିସ୍ତାନ ଦଳ ଓ ଅନ୍ୟ ଘରୋଇ ବୋଲରଙ୍କ ସହ କାର୍ଯ୍ୟ କରିବେ। ଆବଶ୍ୟକ ସ୍ଥଳେ ତାଙ୍କୁ ଜାତୀୟ ଦଳର କୋଚିଂ ଷ୍ଟାଫ୍‌ରେ ସାମିଲ କରାଯିବ। ଉଲ୍ଲେଖଥାଉ କି, ୪୯ ବର୍ଷୀୟ ମୁସ୍ତାକ ଅନ୍ତର୍ଜାତୀୟ ସ୍ତରରେ ୫୨ ଟେଷ୍ଟ (୧୮୫ ଉଇକେଟ) ଓ ୧୪୪ ଦିନିକିଆ (୧୬୧ ଉଇକେଟ) ଖେଳିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ଲିନ୍‌ ସୁଇପ୍‌ ହାତଛଡ଼ା କଲା ଭାରତ

ଡାମ୍ବୁଲା,୨୭।୬: ଏଠାରେ ସୋମବାର ଖେଳାଯାଇଥିବା ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତୀୟ ମହିଳା ଦଳକୁ ୭ ଉଇକେଟରେ ଶ୍ରୀଲଙ୍କା ହରାଇ ଦେଇଛି। ଟିମ୍‌ ଇଣ୍ଡିଆ...

କୋହଲିଙ୍କ ଉପରେ ରାଗିଗଲା ବିସିସିଆଇ

ମୁମ୍ବାଇ,୨୫ା୮: ଷ୍ଟାର ବ୍ୟାଟର ବିରାଟ କୋହଲିଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିକୁ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅସନ୍ତୋଷ ବ୍ୟକ୍ତ କରିଛି। ଏପରି କି ଭାରତୀୟ...

ରାଜସ୍ଥାନ ରୟାଲ୍ସର ସହଜ ବିଜୟ…

କୋଲକାତା,୧୧।୫: ଆଇପିଏଲ ୨୦୨୩ର ୫୬ତମ ମ୍ୟାଚ ଗୁରୁବାର କୋଲକାତାର ଇଡେନ ଗାର୍ଡେନରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଏବଂ ରାଜସ୍ଥାନ ରୟାଲ୍ସ(ଆରଆର) ମଧ୍ୟରେ ଖେଳାଯାଇଛି। ମ୍ୟାଚରେ କେକେଆର...

କଳାପଟି ପିନ୍ଧି ଖେଳୁଛନ୍ତି ଭାରତୀୟ ଖେଳାଳି

ବେଙ୍ଗାଲୁରୁ,୧୯।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଅନ୍ତିମ ଦିନିକିଆ ମ୍ୟାଚ୍‌ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ ଟସ...

ସଚିନଙ୍କ ପୁଅ ସପକ୍ଷରେ ବାହାରିଲେ ଅଭିନେତା, କହିଲେ ଏମିତି

ମୁମ୍ବାଇ,୨୦।୨: ଭାରତର କିମ୍ବଦନ୍ତୀ କ୍ରିକେଟର୍‌ ସଚିନ ତେନ୍ଦୁଲକରଙ୍କ ସୁପୁତ୍ର ଅର୍ଜୁନ ତେନ୍ଦୁଲକରଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଟିମ କିଣିଛି। ଚେନ୍ନାଇରେ ଆୟୋଜିତ ଆଇପିଏଲର ୧୪ଶ ସଂସ୍କରଣର ଅକ୍ସନରେ...

ପଞ୍ଜାବକୁ ହରାଇଲା ଦିଲ୍ଲୀ

ଧର୍ମଶାଳା,୧୭।୫: ଧର୍ମଶାଳା ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ବୁଧବାର ଖେଳାଯାଇଥିବା ଆଇପିଏଲର ୬୪ତମ ମ୍ୟାଚ୍‌ରେ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ୧୫ ରନ୍‌ରେ ବିଜୟୀ ହୋଇଛି। ପଞ୍ଜାବର...

ଇଣ୍ଡିଆନ ସୁପର ଲିଗ୍‌ : ହାଇଦ୍ରାବାଦ୍‌ର ପ୍ରଥମ ପରାଜୟ

ସ୍କୋ,୨୦।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚରେ ମୁମ୍ବାଇ ସିଟି ଏଫ୍‌ସି ୨-୦ ଗୋଲରେ ହାଇଦ୍ରାବାଦ ଏଫ୍‌ସିକୁ ପରାସ୍ତ କରିଛି। ହାଇଦ୍ରାବାଦ...

ନୂଆ ଟେନିସ୍‌ ସେନ୍‌ସେଶନ

ମାତ୍ର ୨୧ ବର୍ଷରେ ଆମେରିକାର ସୋଫିଆ କେନିନ୍‌ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ୨୦୧୯ରେ ଡବ୍ଲ୍ୟୁଟିଏ ଶ୍ରେଷ୍ଠ ଉଦୀୟମାନ ମହିଳା ଖେଳାଳିର ମାନ୍ୟତା ପାଇଥିବା ଏହି...

Advertisement
Archives

Model This Week