ମୁରିବାହାଲ ଜେଏମ୍‌ଏଫ୍‌ସି କୋର୍ଟ ଉଦ୍‌ଘାଟିତ

ମୁରିବାହାଲ, ୧୪।୯ (ଡି.ଏନ.ଏ) : ବଲାଙ୍ଗୀର ଜିଲା ମୁରିବାହାଲଠାରେ ଅନେକ ବର୍ଷର ପ୍ରତୀକ୍ଷା ପରେ ଜେଏମଏଫସି କୋର୍ଟ ଶନିବାର ଉଦ୍‌ଘାଟିତ ହୋଇଯାଇଛି। ବଲାଙ୍ଗୀର ଜିଲା ଓ ଦୌରାଜଜ ଶ୍ୟାମସୁନ୍ଦର ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇ ବ୍ଲକ ପରିସରସ୍ଥ ମାଡା କୋଠାରେ ହୋଇଥିବା କୋର୍ଟକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ। ଉଦ୍‌ଘାଟନ ପରେ ଅନୁଷ୍ଠିତ ସଭାରେ ବକ୍ତବ୍ୟ ରଖି ଦାସ କହିଥିଲେ ଯେ, ନୂତନ କୋର୍ଟ ସ୍ଥାପନ ଦ୍ୱାରା ନ୍ୟାୟିକ ପ୍ରକ୍ରିିୟା ତ୍ୱରାନ୍ବିତ ହେବ ଓ ଏହାର ସୁଫଳ ଅଞ୍ଚଳବାସୀ ପାଇ ପାରିବେ। ସମ୍ମାନୀତ ଅତିଥିଭାବେ ଜିଲା ସ୍ବତନ୍ତ୍ର ଭିଜିଲାନ୍ସ ବିଚାରପତି ପ୍ରଶାନ୍ତ ଦାସ ମଞ୍ଚାସୀନ ଥିଲେ। ମୁରିବାହାଲ ଓକିଲ ସଂଘ ସଭାପତି ବିଶ୍ୱନାରାୟଣ ବହିଦାର ଅଧ୍ୟକ୍ଷତା କରିଥିଲେ। ଅନୁଷ୍ଠିତ ସଭାରେ ମୁରିବାହାଲ ଜେଏମଏଫସି କୋର୍ଟର ରେଜିଷ୍ଟ୍ରାର ସନ୍ତୋଷ କୁମାର ଦାସରାୟ, କଣ୍ଟାବାଞ୍ଜି ଅତିରିକ୍ତ ଜିଲାଜଜ ଦାମୋଦର ରଥ, କଣ୍ଟାବାଞ୍ଜି ବିଧାୟକ ସନ୍ତୋଷ ସିଂ ସାଲୁଜା, ପୂର୍ବତନ ବିଧାୟକ ଆୟୁବ ଖାଁ, ବିଜେଡି ନେତା ଅଜୟ ଦାସ, ଭାଜପା ନେତା ଲକ୍ଷ୍ମଣ ବାଗ, ବିଡିଓ ଶିପକ୍‌ କୁମାର ପାତ୍ର, ତହସିଲଦାର ଅମୃତଲାଲ ବେହେରା, ତୁରେକେଲା ବ୍ଲକ ଅଧ୍ୟକ୍ଷ ହଂସରାଜ ଜୈନ, କଣ୍ଟାବାଞ୍ଜି ଏସ୍‌ଡିପିଓ ସରୋଜ କୁମାର ମହାପାତ୍ର, ମୁରିବାହାଲ ଥାନା ଅଧିକାରୀ ରଞ୍ଜନ କୁମାର ବରିହା ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ନବନିଯୁକ୍ତ ଜେଏମ୍‌ଏଫ୍‌ସି ବିଚାରପତି ଲୋକନାଥ ମିଶ୍ର ପ୍ରଥମ ଦିବସରେ ମୁରିବାହାଲ ଥାନା ଅଞ୍ଚଳର ୩ଟି ମାମଲାର ବିଚାର କରିଥିଲେ। ମୁରିବାହାଲ ଓକିଲ ସଂଘ ସହଯୋଗରେ ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ଆଇନଜୀବୀ ପ୍ରମୋଦ ପାଣିଗ୍ରାହୀ, ଅଶୋକ ଦାସ, ମୋହନଲାଲ ଜୈନ, ବିଜୟ ମିଶ୍ର, ପ୍ରଫୁଲ୍ଲ କୁମାର ନାଏକ, ଦୁଃଖୀଶ୍ୟାମ ଗୁରୁ ଓ କଣ୍ଟାବାଞ୍ଜି, ଟିଟିଲାଗଡ, ସଇଁନ୍ତଲା, ବଙ୍ଗୋମୁଣ୍ଡା ଓକିଲ ସଂଘର ଶତାଧିକ ଓକିଲ ଯୋଗଦେଇଥିଲେ। ମୁରିବାହାଲ ଓକିଲ ସଂଘ ସାଧାରଣ ସମ୍ପାଦକ ଜୟଦେବ ପୁରୋହିତ ଧନ୍ୟବାଦ ଅର୍ପଣ କରିଥିଲେ । କୁମାର ଚନ୍ଦ୍ର ଖମାରୀ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଓଡିଶା ଆଦର୍ଶ ବିଦ୍ୟାଳୟ ଛାତ୍ରୀମାନେ ସ୍ବାଗତ ସଙ୍ଗୀତ ପରିବେଷଣ କରିଥିଲେ। ପୂର୍ବରୁ ଏହି ଅଞ୍ଚଳର ଲୋକେ ସଇଁତଲା, କଣ୍ଟାବାଞ୍ଜି, ଟିଟିଲାଗଡ କୋର୍ଟ ଉପରେ ନିର୍ଭର କରୁଥିଲେ। ଏହି କୋର୍ଟ ଉଦ୍‌ଘାଟନ ଯୋଗୁଁ ସେମାନଙ୍କର ଦୀର୍ଘଦିନର ଦାବି ପୂରଣ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଭଞ୍ଜନଗରରେ ‘ହର୍‌ଘର୍‌ ତ୍ରିରଙ୍ଗା’ ଅଭିଯାନ, ଦେଶପ୍ରେମର ବାର୍ତ୍ତା ନେଇ ଶୋଭାଯାତ୍ରା

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପାଳନ ଅବସରରେ ଭଞ୍ଜନଗର ବ୍ଲକ ଓ ମ୍ୟୁନିସିପାଲିଟି ପକ୍ଷରୁ ‘ହର ଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଉତ୍ସାହ ଓ ଦେଶପ୍ରେମର ପରିବେଶ ମଧ୍ୟରେ…

ସ୍କୁଟି-ବାଇକ୍ ମୁହାଁମୁହିଁ ଧକ୍କା; ଦୁର୍ଘଟଣାରେ ସ୍ତ୍ରୀ ଆଗରେ ସ୍ବାମୀଙ୍କ ମୃତ୍ୟୁ, ଡାଏଲେସିସ ପାଇଁ ଯାଉଥିଲେ

ବଲାଙ୍ଗୀର,୧୨ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଫଟା ବାହାଲରୁ ଯାମୁଟିଆ ଯାଇଥିବା ମୁଖ୍ୟ ରାସ୍ତାରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ସ୍କୁଟି ଓ ବାଇକ୍…

କୋର୍ଟରେ ମାମଲା ଲଢୁଥିବାବେଳେ ଅସୁସ୍ଥ ହୋଇପଡ଼ିଲେ ଓକିଲ, ସାଥୀ ଓକିଲଙ୍କୁ ମାମଲା ଆଗକୁ ନେବାକୁ କହି…

ଦାରିଙ୍ଗବାଡ଼ି,୧୨ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା। ଜଣେ କର୍ତ୍ତବ୍ୟରତ ବରିଷ୍ଠ ଓକିଲ କୋର୍ଟରେ ମାମଲା ଲଢ଼ୁଥିବାବେଳେ ହଠାତ୍‌ ଅସୁସ୍ଥ…

ଅଭିଜିତ୍ ଦୀପକେଙ୍କ ବଡ଼ ଘୋଷଣା, ଏହି ଦିନ ଆରମ୍ଭ ହେବ ‘ଯନ୍ତର ମନ୍ତର ସିଜନ୍-୨’

ନୂଆଦିଲ୍ଲୀ,୧୨ା୮: କକ୍ରୋଚ୍ ଜନତା ପାର୍ଟି (CJP)ର ପ୍ରତିଷ୍ଠାତା ଅଭିଜିତ୍ ଦୀପକେ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ଇନଷ୍ଟାଗ୍ରାମରେ ଅନେକ ଲୋକ କମେଣ୍ଟ କରି…

ପାଟ୍ରୋଲିଂ ସମୟରେ ବିପୁଳ ପରିମାଣର ପାନ ମସଲା ଜବତ, ଟ୍ରକ୍‌ ଯାଞ୍ଚ କରିବାରୁ…

ପାରଳଖେମୁଣ୍ଡି/ମୋହନା,୧୨ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲା ଆଡ଼ବା ଥାନା ପୋଲିସ ଏମ୍ଭି ଯାଞ୍ଚ ଓ ପାଟ୍ରୋଲିଂ ବେଳେ ବିପୁଳ ପରିମାଣର ସନ୍ଦିଗ୍ଧ ପାନ ମସଲା ଓ ତମାଖୁଜାତ…

ବାଘ ସଫାରୀରେ ହରିଣ ଶିକାର କଲା ମହାବଳ ବାଘ, ଲାଇଭ ଭିଡିଓ କଲେ ପର୍ଯ୍ୟଟକ

ବାରଙ୍ଗ,୧୨ା୮(ଲିଙ୍ଗରାଜ ରାଉତ): ଓଡ଼ିଶାର ଗର୍ବ କୁହାଯାଉଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଏବେ ପଶୁ ଯନ୍ତ୍ରଣା କେନ୍ଦ୍ର ପାଲଟିଛି। ବାଘ ସଫାରୀ ଭିତରୁ ଆସିଥିବା ଏହି ହୃଦୟ ବିଦାରକ…

୨ ମିନିଟ୍‌ର ସୂର୍ଯ୍ୟପରାଗ ଦେଖିବାକୁ ଲକ୍ଷେଟଙ୍କା ଟିକେଟ, ଉଡ଼ିବ ସ୍ୱତନ୍ତ୍ର ବିମାନ

ନୂଆଦିଲ୍ଲୀ,୧୨ା୮: ମାତ୍ର ୨ ମିନିଟ୍ ୧୮ ସେକେଣ୍ଡର ଅନ୍ଧାର ଦେଖିବା ପାଇଁ ଲୋକମାନେ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରୁଛନ୍ତି । ଆଜି ଅର୍ଥାତ୍ ଅଗଷ୍ଟ…

ସୂର୍ଯ୍ୟଙ୍କ ନକ୍ଷତ୍ରରେ ରାଜକୁମାର ବୁଧଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଚମକିବ ଭାଗ୍ୟ; ଆଖି ପିଛୁଳାକେ ମିଳିବ ଧନ…

ବୁଧ ଗ୍ରହଙ୍କର କେବଳ ରାଶି ପରିବର୍ତ୍ତନ ନୁହେଁ, ବରଂ ନକ୍ଷତ୍ର ପରିବର୍ତ୍ତନ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ସେ ବୈଦିକ ଜ୍ୟୋତିଷ ଶାସ୍ତ୍ରର ସବୁଠାରୁ ଶୁଭ ଗ୍ରହମାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri