Posted inଖେଳ

ମୁମ୍ବାଇ ଦଳରେ ଅର୍ଜୁନ

ମୁମ୍ବାଇ, ୨୭।୮- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକରଙ୍କ ପୁଅ ଅର୍ଜୁନ ମୁମ୍ବାଇ କ୍ରିକେଟ୍‌ ଦଳରେ ସ୍ଥାନ ପାଇଛନ୍ତି। ନାଗପୁରରେ ସେପ୍ଟେମ୍ବର ୫ରୁ ହେବାକୁ ଥିବା ‘ବପୁନା କପ୍‌’ ଲାଗି ସୋମବାର ମୁମ୍ବାଇ କ୍ରିକେଟ୍‌ ଆସୋସିଏଶନ (ଏମ୍‌ସିଏ) ପକ୍ଷରୁ ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ୧୫ ଜଣିଆ ମୁମ୍ବାଇ ଦଳ ଘୋଷଣା କରାଯାଇଛି। ଯେର୍ଉଥିରେ ବାମହାତୀ ଦ୍ରୁତ ବୋଲର ଅର୍ଜୁନଙ୍କୁ ସୁଯୋଗ ମିଳିଛି। ଘରୋଇ କ୍ରିକେଟ୍‌ ସିଜନ ପୂର୍ବରୁ ବିଦର୍ଭ କ୍ରିକେଟ୍‌ ଆସୋସିଏଶନ ପକ୍ଷରୁ ପ୍ରତିବର୍ଷ ଏହି ଟୁର୍ନାମେଣ୍ଟ ଆୟୋଜନ କରାଯାଇଥାଏ। ଚଳିତ ବର୍ଷ ଏହାକୁ ୫୦ ଓଭର ବିଶିଷ୍ଟ କରାଯାଇଛି। ୧୯ ବର୍ଷୀୟ ଅର୍ଜୁନ ଏଥିପୂର୍ବରୁ ଗତବର୍ଷ ଟି୨୦ ମୁମ୍ବାଇ ଲିଗ୍‌ରେ ଖେଳିଥିଲେ। ନିଲାମୀରେ ତାଙ୍କୁ ୫ ଲକ୍ଷ ଟଙ୍କାରେ କ୍ରୟ କରାଯାଇଥିଲା। ମୁମ୍ବାଇ ଦଳ: ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଆଦିତ୍ୟ ତାରେ, ଜୟ ବିସ୍ତ, ସର୍ଫରାଜ ଖାଁ, ଶୁଭମ ରଞ୍ଜନ, ରନୁକ ଶର୍ମା, ଏକନାଥ କେର୍କର, ସୁଫିୟାନା ଶୈଖ, ଆକାଶ ପାର୍‌କର, ଶାମ୍ସ ମୁଲାନି, ଆଦିତ୍ୟ ଧୁମାଲ, ଶଶାଙ୍କ ଅତ୍ରାଡେ, ଆକିବ୍‌ କ୍ୟୁରେଶି, କୃଥିକ ହଙ୍ଗ୍‌ଭାଡି ଓ ଅର୍ଜୁନ ତେନ୍ଦୁଲକର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧାବିକା ଝୁମା ଖାତୁନ ୪ବର୍ଷ ବାସନ୍ଦ

ନୂଆଦିଲ୍ଲୀ, ୨୬ା୪ (ପି.ଟି.)-ଡୋପ୍‌ ଟେଷ୍ଟରେ ଧରାପଡ଼ିଥିବାରୁ ଓ୍ବାଲର୍‌ଡ ଆଥଲେଟିକ୍ସ ଗଭର୍ନିଂବଡିର ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ୍‌ (ଏଆଇୟୁ)ଭାରତର ମିଡଲ ଡିଷ୍ଟାନ୍ସ ଧାବିିକା ଝୁମା ଖାତୁନ୍‌ଙ୍କୁ ୪ବର୍ଷ ବାସନ୍ଦ...

ଓସିଏ ନିର୍ବାଚନ: ପ୍ରକାଶ ପାଇଲା ପ୍ରଥମ ପର୍ଯ୍ୟାୟ ଭୋଟର ତାଲିକା

କଟକ ଅଫିସ,୧୪।୯- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର କର୍ମକର୍ତ୍ତା ନିର୍ବାଚନ ନେଇ ଏକ ଭୋଟର ତାଲିକା ଶୁକ୍ରବାର ଘୋଷଣା କରାଯାଇଛି। ତେବେ ଏହା ଚୂଡ଼ାନ୍ତ ନୁହେଁ। ଆସନ୍ତା...

କରୋନା ଆକ୍ରାନ୍ତ ହୋଇ ବାଦ୍‌ ପଡ଼ିଲେ ଏହି ଷ୍ଟାର୍‌ ଫୁଟ୍‌ବଲ ଖେଳାଳି

ପ୍ୟାରିସ, ୨୭ା୮ (ଏପି)-ଫ୍ରାନ୍ସ ମିଡ୍‌ଫିଲ୍ଡର ପଲ୍‌ ପୋଗ୍‌ବା କୋଭିଡ୍‌-୧୯ ପଜିଟିଭ ହୋଇଛନ୍ତି। ଫଳରେ ତାଙ୍କୁ ଜାତୀୟ ଫୁଟ୍‌ବଲ ଦଳରୁ ବାଦ୍‌ ଦିଆଯାଇଥିବା କୋଚ୍‌ ଡିଡିଏର୍‌ ଡେସ୍‌ଚାମ୍ପ...

ଟାଟା ମୁମ୍ବାଇ ମାରାଥନରେ ଧାବକଙ୍କ ମୃତ୍ୟୁ

ମୁମ୍ବାଇ,୨୦।୧- ଟାଟା ମୁମ୍ବାଇ ମାରାଥନରେ ଘଟିଛି ଅଘଟଣ। ରବିବାର ଅନୁଷ୍ଠିତ ମାରାଥନବେଳେ ଜଣେ ୬୪ ବର୍ଷୀୟ ଧାବକ ହୃଦ୍‌ଘାତରେ ପ୍ରାଣ ହରାଇଥିବା ଅଫିସିସିଆଲ କହିଛନ୍ତି। ମୃତକଙ୍କ...

ସେମିଫାଇନାଲ ପୂର୍ବରୁ ଖାଲି ପାଦରେ ଅଭ୍ୟାସ କରୁଛନ୍ତି ଅଷ୍ଟ୍ରେଲିଆ ଖେଳାଳି

ଲଣ୍ଡନ, ୯।୭: ଇଂଲଣ୍ଡରେ ଚାଲିଥିବା ଆଇସିସି ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲ ଇଂଲଣ୍ଡ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯିବ। ଜୁଲାଇ ୧୧ରେ ହେବାକୁ ଥିବା ଏହି ହାଇପ୍ରୋଫାଇଲ୍‌...

ପଦାର୍ପଣ ଫୁଟବଲ ମ୍ୟାଚ୍‌ରେ ଗୋଲ କଲେ ବୟୋଜ୍ୟେଷ୍ଠ ଖେଳାଳି

କାହିରା,୧୧।୩- ଜଣେ ୭୪ ବର୍ଷୀୟ ଖେଳାଳି ଇଜିପ୍ଟର ତୃତୀୟ ଶ୍ରେଣୀ ଲିଗ୍‌ରେ ଗୋଲ ସ୍କୋର କରି ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଫୁଟବଲ ଇତିହାସରେ ଯେକୌଣସି ଅଫିସିଆଲ...

ସର୍ବାଧିକ ଆୟ କରୁଥିବା ଆଥ୍‌ଲେଟଙ୍କ ଫୋର୍ବସ ତାଲିକାରେ ଏକମାତ୍ର ଭାରତୀୟ ସିନ୍ଧୁ

ନ୍ୟୁୟର୍କ, ୭।୮- ଜଣାଶୁଣା ପତ୍ରିକା ଫୋର୍ବସ ପକ୍ଷରୁ ପ୍ରକାଶ କରାଯାଇଥିବା ବିଶ୍ୱରେ ସର୍ବାଧିକ ଆୟ କରୁଥିବା ମହିଳା ଆଥ୍‌ଲେଟଙ୍କ ତାଲିକାରେ ବ୍ୟାଡ୍‌ମିଣ୍ଟନ ଷ୍ଟାର ପି.ଭି. ସିନ୍ଧୁ...

ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କଲେ ରମେଶ

ବେଙ୍ଗାଲୁରୁ ୧୭ା୬ (ପି.ଟି.): ଭାରତୀୟ ପୁରୁଷ ହକି ଦଳର ପୂର୍ବତନ ହକି କୋଚ୍‌ ରମେଶ ପରମେଶ୍ୱରନ ସମ୍ମାନଜନକ ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ ଆବେଦନ କରିଛନ୍ତି। କୋଚିଂରେ...

Coronavirus Update


Archives

Model This Week

Why Dharitri