ମୁନିଗୁଡାରେ ଲାଗିଲା ମାଓବାଦୀ ପୋଷ୍ଟର, ବ୍ୟାନର୍‌

ମୁନିଗୁଡା,୧୬।୧୦(ଡି.ଏନ.ଏ.):ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ରାମନାକୁପୁଲି ଛକ ନିକଟରେ ବୁଧବାର କିଛି ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବା ଦେଖାଯାଇଛି। ଉକ୍ତ ମାଓବାଦୀ ବ୍ୟାନର ଓ ପୋଷ୍ଟରଗୁଡିକ ସରକାରୀ ଫାଶିବାଦୀ ସମାଧାନ ଦମନ ବିରୋଧରେ ଲାଗିଛି। ଅକ୍ଟୋବର ୨୫କୁ ଓଡିଶା ଓ ଛତିଶଗଡ ବନ୍ଦକୁ ସଫଳ କର, ଫାଶିବାଦ ଦମନ ବନ୍ଦ କର, ମାଓବାଦୀ ବିପ୍ଲବୀଙ୍କୁ ମିଛ ଗୁଳି ବିନିମୟରେ ହତ୍ୟା କରିବା ବନ୍ଦ କର, ତ୍ରିଲୋଚନପୁର ପଞ୍ଚାୟତ ଅଫିସରୁ ସିଆରପିଏଫଙ୍କୁ ହଟାଓ, ଲାଞ୍ଜିଗଡରେ ଜନତାଙ୍କୁ ରାତି ଅଧିଆ ଗିରଫ କରିବା ବନ୍ଦ କର, କାଶ୍ମୀରଙ୍କ ଉପରେ ହେଉଥିବା ଜୁଲୁମ ବନ୍ଦ କର ବୋଲି ପୋଷ୍ଟରରେ ଓଡିଶା ରାଜ୍ୟ କମିଟି ସିପିଆଇ (ମାଓବାଦୀ) ନାମରେ ଏସବୁ ଉଲ୍ଲେଖ ଅଛି। ଏନେଇ ଦୁଇଟି ବ୍ୟାନର ଓ କିଛି ପୋଷ୍ଟର ଲାଗିଥିବା ଦେଖାଦେଇଛି l ଖବର ପାଇ ମୁନିଗୁଡା ପୋଲିସ ପହଞ୍ଚି ବ୍ୟାନର ଓ ପୋଷ୍ଟର ଜବତ କରି ଅଧିକ ତଦନ୍ତ ଜାରି ରଖିଥିବାବେଳେ ପ୍ରଥମଥର ପାଇଁ ଏହି ଅଞ୍ଚଳରେ ମାଓବାଦୀ ବ୍ୟାନର ଓ ପୋଷ୍ଟର ଲାଗିଥିବାରୁ ଅଞ୍ଚଳବାସୀ ଭୟଭୀତରେ ଥିବା ଜଣାପଡିଛି l ଅନ୍ୟପଟେ ମାଓବାଦୀମାନେ ଏହି ବ୍ୟାନର ଓ ପୋଷ୍ଟର ଲଗାଇ ଅଞ୍ଚଳରେ ନିଜର ଉପସ୍ଥିତ ଜାହିର କରିବା ସହ ପୋଲିସକୁ କଡା ଚ୍ୟାଲେଞ୍ଜ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବେଶ କର ଅନାଦାୟ ନେଇ ଜନସ୍ବାର୍ଥ ମାମଲା: ଅବହେଳାରୁ ୧୩୯ କୋଟି କ୍ଷତି

କଟକ ଅଫିସ,୧୪।୮: ଅବହେଳା ଯୋଗୁ ୧୩୯ କୋଟି ୧୫ଲକ୍ଷ ୮୦ ହଜାର ୫୦୪ ଟଙ୍କାର ପ୍ରବେଶ କର (ଏଣ୍ଟ୍ରି ଟ୍ୟାକ୍ସ) ଭୂଷଣ ପାୱାର୍‌ ଆଣ୍ଡ୍‌ ଷ୍ଟିଲ୍‌...

ପ୍ରତି ପଞ୍ଚାୟତରେ ନିର୍ମାଣ ହେବ କୋଭିଡ କେୟାର ହୋମ୍‌: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୩୦।୬(ବ୍ୟୁରୋ): ସାଢେ ୩ ମାସ ହେଲାଣି ଅଦୃଶ୍ୟ ଶକ୍ତି ସହ ଲଢ଼େଇ କରୁଛି ଓଡ଼ିଶା। ଅନ୍ୟ ରାଜ୍ୟ ତୁଳନାରେ ରାଜ୍ୟର ସ୍ଥିତି ଭଲ ଅଛି। ହେଲେ...

ଚଳିତ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଛି ୯ ଶହ ବାସଗୃହ

ମାଲକାନଗିରି,୧୪ା୮ (ଡି.ଏନ୍‌.ଏ.): ମାଲକାନଗିରି ଜିଲାରେ ଲଗାଣ ବର୍ଷା ଯୋଗୁ ୩ଥର ସୃଷ୍ଟି ପରିସ୍ଥିତି ହୋଇଥିଲା। ଏବେ ବନ୍ୟା ଛାଡ଼ିଯାଇଛି ସତ ଲୋକଙ୍କ ଦୁର୍ଦ୍ଧଶା କମିନି। ଜିଲା...

ଛତିଶା ନିଯୋଗ ବୈଠକ ଆରମ୍ଭ: କାର୍ତ୍ତିକ ମାସର ନୀତି ନିର୍ଘଣ୍ଟ ନେଇ ଆଲୋଚନା

ପୁରୀ ଅଫିସ,୪।୧୦: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଶୁକ୍ରବାର ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି। ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି...

ମେ ୧୫ ଯାଏ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ମନା

ନୂଆଦିଲ୍ଲୀ, ୧୬।୪(ପି.ଟି.):ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସମେତ କେନ୍ଦ୍ରୀୟ ସଂରକ୍ଷଣରେ ଥିବା ତଥା ଭାରତର ପ୍ରତ୍ନତାତ୍ତ୍ୱିକ...

୧ଟଙ୍କା ଫି’ରେ ଡାକ୍ତର ଦମ୍ପତିଙ୍କ ଚିକିତ୍ସା

ସମ୍ବଲପୁର,୧୩।୨(ବ୍ୟୁରୋ): ସମ୍ବଲପୁର ଜିଲା ଭିମସାର ମେଡିକାଲର ସହକାରୀ ପ୍ରଫେସର ଡାକ୍ତର ଶଙ୍କର ରାମଚନ୍ଦାନି ଶୁକ୍ରବାରଠାରୁ ୧ ଟଙ୍କା ଫି ନେଇ ଚିକିତ୍ସା ସେବା ଆରମ୍ଭ କରିଛନ୍ତି।...

ରୋଜଗାର ଯୋଗାଉଛି କଡ଼କନାଥ

କେନ୍ଦ୍ରାପଡା ଅଫିସ, ୫।୭: ବିପଦ ଆପଦରେ ଗୋଟିଏ କଡକନାଥ କୁକୁଡା ବିକିଲେ ୭୦୦ରୁ ୯୦୦ଟଙ୍କା ମିଳିଯାଉଛି। ପିଲାଙ୍କ ପଢ଼ା ଖର୍ଚ୍ଚ ହେଉ ଅଥବା ଔଷଧ କିଣିବା,...

ମାଡ଼ ଭୟରେ ସ୍କୁଲ ଛାଡ଼ି ଦେଇଥିଲେ

(ଉପେନ୍ଦ୍ର ରାଉତ) ବଅଁରପାଳ,୨୭ା୫: ଜନ୍ମରୁ ଭିନ୍ନକ୍ଷମ। ମାଡ଼ ଭୟରେ ସ୍କୁଲ ଛାଡ଼ିଥିବାରୁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ବେଶୀ ନାହିଁ। ହେଲେ ଜୀବନ ସଂଗ୍ରାମରେ ସେ ହାରି ଯାଇନାହାନ୍ତି।...

Advertisement


Archives

Model This Week